ପ୍ରେମ ଓ ପ୍ରେମିକା
ପ୍ରେମ ଓ ପ୍ରେମିକା
ଗୋଟିଏ ରାଜ୍ୟରେଦୁଇଟି ପରିବାର ବାସ କରୁଥିଲେ। ଉଭୟେ ପୋଡଶୀ । ଗୋଟିଏ ପରିବାରର ରାଜକୁମାରୀ (ପ୍ରୀତି) ଓ ଅନ୍ୟ ପରିବାରର ରାଜକୁମାର (ପ୍ରଭାସ)। ପୂର୍ବରୁ ସେହି ରାଜ୍ୟରେ ପ୍ରୀତିର ପରିବାର ବାସ କରିଥିଲେ କିନ୍ତୁ ପରେ ପ୍ରଭାସ ର ପରିବାର ଆସି ରହିଲେ। ଉଭୟେ ପଡୋଶୀ ହେଲେ ମଧ୍ୟ ବୁଝାମଣା କିନ୍ତୁ ଗୋଟିଏ। ସେତେବେଳେ ପ୍ରୀତି ଶୈଶବ ଅବସ୍ଥାରେ ଥାଏ ହେଲେ ପ୍ରଭାସ ପାଦ ଥାପିଥାଏ ଯୌବନରେ।
" ଚକ୍ରବିତ୍ ପରିବତ୍ତ୍ୟେନ୍ତ୍ୟେ ସୁଖାନି ଚ ଦୁଃଖାନି ଚ ,, ଏହି କ୍ରମରେ ପ୍ରୀତି ପ୍ରଭାସ ଉଭୟେ ଶୈଶଵ ଅତିକ୍ରମ କରି ଯୌବନର ମଧ୍ୟ ସ୍ପର୍ଶ ରେ ଅଧିକ ରମଣୀୟତର ହେଲେ ଏଙ୍ଗ ଏକତ୍ର ବାସ ହେତୁ ଉଭୟଙ୍କ ଭିତରେ ପ୍ରେମଦୃଷ୍ଟି ପଡ଼ିଲା । ଏହା ହିଁ ପ୍ରକୃତିର ନିୟମ। ଯୁବକର ସଂସ୍ପର୍ଶରେ ଆସିଲେ ଯୁବତୀ ବା ଯୁବତୀର ସଂସ୍ପର୍ଶର ଆସିଲେ ଯୁବକ ସେ ନିଜକୁ ସମ୍ଭାଳି ନ ପାରି ତରଳ ଉତ୍ତଳ ତରଙ୍ଗରେ ଭସାଇଦିଅନ୍ତି , ସୁତରାଂ ଏହି କୁମାର କୁମାରୀ ତାହା କରିବାର କୌଣସି ବିଚିତ୍ରତା ନାହି ।
ପ୍ରେମ ତ ନିର୍ଦ୍ଦୋଷ। ଏହା ଅଲ୍ଲା ଓ ପରମାତ୍ମା ଙ୍କ ସହ ମିଲାଏ । ଅଲ୍ଲ କୁହା , ଗଡ୍ କୁହ ଭଗବାନ କୁହ ପରମସତ୍ତାର ହିଁ ନାମ ପ୍ରେମ। ପରମ ସୁଖ ପରମ ଚେତନାର ହିଁ ନାମ ପ୍ରେମ। ହଁ ଆଉ ସେହି ପ୍ରେମ କେତେବେଳେ ଆସେ କିପରି ଆସେ କିଛି ବୁଝି ହୁଏ ନା । ହଁ ଆଉ ଯେତେବେଳେ ପ୍ରେମ ହୁଏ ଯେତେବେଳ ମନ ନୂଆ ସାଥିଟିଏ ପାଇଯାଏ ,ଯେତେବେଳେ ମନରେ ପ୍ରେମର ରଙ୍ଗ ଲାଗିଯାଏ ସେତେବେଳେ ନା ବୁଝି ହୁଏ କଣ କରୁଛି? ମନ ଟା ଚଳଚଞ୍ଚଳ ହୋଇଉଠେ। କେତେବେଳେ ଯେ କଣ କରେ କିଛି ବୁଝି ହୁଏ ନା।
ଝରଣାଟିଏ ଯେତେବେଳେ ବହିଆସେ ପଥରୋଧ କରନ୍ତି ଅନେକ ଶିଲାଖଣ୍ଡ କିନ୍ତୁ ଅନେକ କଷ୍ଟ ସହି ନିଜ ଧର୍ମ କୁ ରକ୍ଷା କରିବାକୁଚେଷ୍ଟା କରେ ସମୁଦ୍ରରେ ମିଶିବାକୁ ପାଇ।ଠିକ ସେହିପରି ସାରି ମଧ୍ୟ ଯୌବନର ମଧୁଷ୍ପର୍ଷ ରେ ଅନ୍ଧକାରରୁ ଆଲୋକର ପୁଷ୍ପ ବିକଶିତ ହେବା ପାରି ବିକଶିତ ହେବାକୁ ଲାଗିଥାଏ। ତା ପଛରେ ଛିଡ଼ା ହୁଅନ୍ତି ଅନେକ କୁମାର , କିଛି କ୍ଷଣ ରହିଯାଇ ପୁଣି ପାଦ ବଢ଼େଇଛି ନିଜ ମନର ରାଜକୁମାର ପାଖକୁ।ଏସବୁ ଦେଖିକି ପ୍ରଭାସ ରହିଯାଏ ହେଲେ ପ୍ରୀତି ବା କରିବ କଣ? କଣ ବିଧାତାର ବିଧନକୁ ବଦଳେଇପରିବ ! ନା କିଏ ଜାଣିପାରିଛି ସେ ରାଗ ଆଉ ଘୃଣା ଭିତରେ ଲୁଚିରହିଥିବା ଆକାଶର ବର୍ଷା ଠୁ ବି ଅଧିକ ପ୍ରେମ। ଭଗବାନ୍ ଶ୍ରୀକୃଷ୍ଣ ମଧ୍ୟ ପ୍ରେମମୟୀ ରାଧାଙ୍କୁ ଏତେ ଭଲ ପାଉନଥିବେ ପ୍ରଭାସ ପ୍ରୀତିକୁ ଯେତେ ଭଲ ପା ଏ ।ପ୍ରଭସ୍ ର ହୃଦୟ ଟା ଯେ କେତେ ବଡ଼ ବୁଝିହୁଏନା ।ସମୁଦ୍ରର ନିରରୁ ବି ଆହୁରି ନିର୍ମଳ ତା ମନ,ନୀଳ ଆକାଶରୁ ବି ଆହୁରି ସ୍ୱଚ୍ଛ ଟା ହୃଦୟ।ଏସବୁ ଗୁଣ ତାର ପାଗଳ କରେ ପ୍ରୀତିକୁ। ଜଣା ପଡ଼େ ନାହିଁ ୟେ କେମିତିକା ସମ୍ପର୍କ ।ଟିକେ ଦୁରେଇଗଲେ ମନଟା ଖାଲି ଟା ପାଖକୁ ଟାଣି। ଆଉ ପାଖରେ ଥିଲେ ମନ ହୁଏ ଦୁଷ୍ଟାମୀ କରିବାକୁ। କାହିଁକି ନା ପ୍ରଭାସ ପାଖରେ ଦୁଷ୍ଟାମୀ କରିବ ହିଁ ତା ପ୍ରୀତିର ପ୍ରେମ।