STORYMIRROR

Bishnoswari Patra

Fantasy Inspirational

3  

Bishnoswari Patra

Fantasy Inspirational

ହୋଲି ମୋ ଅନୁଭୂତିର

ହୋଲି ମୋ ଅନୁଭୂତିର

2 mins
225

ଫାଲ୍ଗୁନ ଶୁକ୍ଲ ପୂର୍ଣ୍ଣିମା ତିଥି।ରଙ୍ଗର ପର୍ବ ହୋଲି। ଏ ପର୍ବ ତା ସ୍ନେହ ପ୍ରେମ ଓ ବନ୍ଧୁତ୍ୱ ର।ଫଗୁ ଅବିରରେ ଚାରିଆଡ଼େ ହୁଏ ରଙ୍ଗା ଇ ତ।ଦୋଳ ଉତ୍ସବ ଭାରତୀୟ ପରମ୍ପରା ଓ ସଂସ୍କୃତି ସହ ଓଃପ୍ରୋତ ଭାବେ ଜଡ଼ିତ ହୋଇ ରାଧାକୃଷ୍ଣ ନକର ପ୍ରେମ ଭାବାତ୍ମକ ଭାବ ପ୍ରକାଶ କରେ।

     ଦୋଳ ପୂର୍ଣ୍ଣିମାରେ ମୁ ମୋ ପରିବାର ମିଶି ଆମର ଜଣେ ସଂପର୍କୀୟ ଙ୍କ ଘରକୁ ଯାଇଥିଲୁ। ତାଙ୍କ ଗାଁ ରେ ଧୁମ୍ ଧାମରେ  ଏ ପର୍ବ ପାଳନ କରାଯାଉ ଥାଏ।ଚାରିଆଡ଼େ ଶୁଭୁଥାଏ ନାମ କୀର୍ତ୍ତନ। କେତେ ଉତ୍ସବମୁଖର ଭକ୍ତିମୟ ପରିବେଶ। ଗାଆଁ ମୁଣ୍ଡରେ ଗୋଟିଏ ବଡ଼ ପଡିଆ ,ସେଠଆରେ ଜଳନ୍ଧର ବଦ୍ଧ ନାଟକ ହେଉଥାଏ । ସନ୍ଧ୍ୟାରେ ଆମେ ଦେଖିବାକୁ ଗଲୁ। ଆଇସ୍ରିମ , ଗୁପଚୁପ ସାଙ୍ଗରେ କୁର୍କୁରେ ଖାଇ ନାଟକର ମଜା ନେଉଥାଉ।ପ୍ରବଳ ପରାକ୍ରମୀ ରାକ୍ଷସ ଜଳନ୍ଧର ର ମୃତୁ ର କାରଣ ଭଗବାନ୍ ନିଜେ ହୋଇ ପୃଥିବୀରୁ ପାପର ମାତ୍ରା କେମିତି ହ୍ରାସ କରିଥିଲେ,ସତୀ ବୃନ୍ଦାବତୀ ଙ୍କୁ ଭଗବାନ୍ ନିଜେ ଅସତୀ କରି ପୁଣି ଆଶୀର୍ବାଦ ଦେଇଗଲେ ନିଜ ମୁଣ୍ଡରେ ଧାରଣ କରିବାକୁ ଅମିତିବନେକ କିଛି ତାପରେ ଫାଲଗୁନ ମାସର ଯୋଛନା ଭରା ରାତିରେ ମଦନମୋହନଙ୍କ ଗାଁ ପରିକ୍ରମା ହେଉଥାଏ।ସମସ୍ତେ ଗାଁ ଦାଣ୍ଡରେ ଫୁଲ ,ଧୂପ ଅବିର ଦେଇ ରାଧାମାଧବଙ୍କୁ ପୂଜା କରିଥାନ୍ତି।

       ସକାଳ ପାଞ୍ଚଟା ବେଳକୁ ହରିହର ଭେଟ।ବାସନ୍ତୀ ପବନ ,ବାକୁଲର ମହ ମହ ବାସ, ମଳୟର ମହକରେ ମହକିତ,ସୋଭାନୀୟ,ମନଲୋଭା ମନ ମତାନିଆ ନବପାଳବିତ ପ୍ରକୃତିକୁ ଦେଖିଲେ ମନମୁଗ୍ଧ ହୋଇଯାଇଥାଏ।କୋଇଲିର କୁହୁ କୁହୂ ତାନ,ସୁଶିତଳ ପରିବେଶ ସତରେ କେତେ ମନଲୋଭା।ସତେ ଯେମିତି ସକାଳ ସୁରୁଜର ରକ୍ତିମ ଅଭ ସହିତ ପଳାଶ କୃଷ୍ଣଚୂଡ଼ା ର ଲାଲିମା ରଙ୍ଗରେ ସମଗ୍ର ପରିବେଶ ବଧୂ ପରି ଲାଗୁଥିଲା।ଏତିକି ବେଳେ,ନାମ କୀର୍ତ୍ତନ ମୃଦଙ୍ଗ କରତାଲିରେ ନାଲି ନେଲି ରଙ୍ଗ ବାନ ଫୋଟକା ସହ ଶ୍ରଦ୍ଧାଳୁ ମାନେ ଆଗେଇଆସି ହରି ହରଙ୍କ ଭେଟ କରି ତାଙ୍କ ଚରଣରେ ରଙ୍ଗ ବୋଲି ଏ ପର୍ବକୁ ଆଗେଇ ନେଇଥିଲେ।ସତରେ ସ୍ନେହ ଓ ପ୍ରେମର ଗଭୀରତାକୁ ମାପିହେଉନି।ମନରୁ ମାନ ସେ ଅଭିମାନ ଭୂଲି, ସେ ସ୍ନେହ ମମତାର ରଙ୍ଗକୁ ବୋଲିହେଲୁ।ଚଉଦିଗ ରେ ଉଡୁଥିଲା ଫଗୁଣର ଫଗୁରଙ୍ଗ।ମାନ ଦେହ ରଙ୍ଗୀନ ହୋଇଯାଇଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy