STORYMIRROR

Bishnoswari Patra

Classics Inspirational

3  

Bishnoswari Patra

Classics Inspirational

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
189

ସାରା ସହର ପାଳୁଛି ଆଲୋକର ପର୍ବ ଦୀପାବଳି । ଏ ପର୍ବ ତ ଖୁସିର ଆନନ୍ଦର। ସମସ୍ତଙ୍କ ଖୁସିରେ ଭାଗୀଦାର ହୋଇ ସୁବର୍ଣ୍ଣପୁର ମହିଳା ମହବିଦ୍ୟାଳୟର ଛାତ୍ରୀ ନିବାସ ମଧ୍ୟ ପାଳନ କରୁଛି ଦିବ୍ୟ ଦୀପାବଳୀ। ଭୋର୍ ରୁ ଉଠି ସମସ୍ତେ ଲାଗିପଡିଛନ୍ତି ନିଜ କୋଠରୀ ସଫା କରିବାରେ। ସତେ ଯେମିତି ହେଉଛି କୋଉ ପ୍ରତିଯୋଗିତା,ଯେ କିଏ ନିଜ କୋଠରୀକୁ ସୁନ୍ଦର୍ ସଜେଇ ପାରୁଛି।କାନ୍ଥ ରେ ଲଗାଯାଇଛି ପେପର୍ ରେ ତିଆରି ନାନାଦି ଫୁଲ ,ପ୍ରଜାପତି ତ ଦ୍ଵାରରେ ଝୁଲୁଛି ବିଭିନ୍ନ ପତ୍ରରେ ଗୁନ୍ଥ ତୋରଣ।ସତରେ କେତେ ଆନନ୍ଦମୟ ସେ ଦୃଶ୍ୟ। ନାନାଦି ଆଲୋକମାଳା ଓ ଧାଡ଼ି ଧାଡ଼ି ଦୀପରେ ପାଟରାଣୀ ପାଲଟିଛି ହଷ୍ଟେଲ ଅଗଣା। ସନ୍ଧ୍ୟାରେ ଭୋଗ ,ମିଠା ଓ ରଙ୍ଗୋଲି କେତେ ଉତ୍ସବାମୁଖର ସମାରୋହ। ରାତ୍ରିର ଅନ୍ଧକାର ଭିତରେ ଦୀପ ଆଲୁଅରେ ଉଜ୍ଜଳ ଦିଶୁଛି ହଷ୍ଟେଲ ସାରା।ରଙ୍ଗ ବେରଙ୍ଗର ଲାଇଟ୍ ରେ ଚକମକ ଦିଶୁଛି।କେତେ ଉତ୍ସବ ମୟ ସେ ପରିବେଶ।ସତେ ଯେମିତି ସେ ହଷ୍ଟେଲ ଅଯୋଧ୍ୟା ହେଲେ,ଛାତ୍ରୀଗଣ ଅଯୋଧ୍ୟା ବାସି ,ନିଜ ପୁରକୁ ସଜେଇ ଦେଇ ସ୍ବାଗତ କରୁଛନ୍ତି ପ୍ରଭୁ ଶ୍ରୀରାମଙ୍କୁ।

       କିନ୍ତୁ କିଛି ସମୟପରେ ସଭି ମଜ୍ଜି ଗଲେ ବାନ ଫୋଟକା ଆଉ ଝିରଝିରି ଖେଳିବାରେ। ଏ ସବୁ ଖେଳିବାରେ ଯେତେ ଖୁସି ନୁହନ୍ତି,ଫଟୋ ଉଠାଇବାରେ ବେଶି ଆଲ୍ଲଦିତ।ଗୋଟିଏ ମୁହୂର୍ତ୍ତ ଭିତରେ ସବୁକିଛି ପରିବର୍ତ୍ତନ ହୋଇଗଲା।ବହୁତ୍ ଖରାପ ଲାଗିଲା ସେ ସବୁ ଦେଖି କି ଯେ,କ୍ଷଣିକ ସୁଖ ରେ ଆହ୍ଲାଦିତ ହୋଇ ଯୁବସମାଜ ପରିବେଶ କଥା ଟିକେ ଭାବିବାକୁ ସମୟ ପାଉନି।ଭୂଳିଯାଉଛି ଯେ ବଣ ବାରୁଦ ଆମ ସ୍ୱାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ। ଜଗନ୍ନାଥ ଦାସଙ୍କ ଭାଷାରେ 

              ଆପଣା ହସ୍ତେ ଜିହ୍ୱା ଛେଦି,

              କେ ଅଛି ତାର ପ୍ରତିବାଦୀ ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics