ମୋ ମାଆ
ମୋ ମାଆ
କଣ ଲେଖିବି ତା ବିଷୟରେ କାରଣ ଲେଖିବା ବି ତ ସିଏ ଶିଖେଇଚି।ତ୍ୟାଗ ଆଉ ମମତାର ଦେବୀ ସିଏ ବାତ୍ସଲ୍ୟ ମମତାର ପରିପୂର୍ଣ୍ଣ ଯାର ହୃଦୟ।ଦିନେ ସେ ମୋ ଜେଜେଙ୍କର ଝିଅ ଓ ମାମୁଙ୍କ ଭଉଣୀ ଥିଲା ହେଲେ ଆଜି ଆମ ଘରର ବୋହୂ ବାପାଙ୍କର ଲାସ୍ୟମୟୀ ପତ୍ନୀ ଆଉ ମୋ ବାତ୍ସଲ୍ୟମୟୀ ମାଆ। ଏକାଧାରରେ ସବୁଭୂମିକାର ଅଧିକାରିଣୀ।
ଦିନ ଥିଲା ସେ ବି ଅଳୀ କରୁଥିଲା, ରାଗୁ ଥିଲା ଯେତେବେଳେ ମୋ ଜେଜେଙ୍କ ଝିଅ ଓ ମାମୁଙ୍କର ଭଉଣୀ ଥିଲା ହେଲେ ଆଜି ସେ ଆମ ଘରର ବୋହୂ ! ମୋ ଜେଜେମା ପାଖରୁ ଗଞ୍ଜଣା ସହିବାକୁ ପଡୁଛି ,ବାପାଙ୍କଠାରୁ ଗାଳି,ହେଲେ କବେ ପ୍ରତିବାଦ କରିନି କି କାହାକୁ ରାଗିକି କିଛି କହିବାର ସାହସ ବି କରିନି କାରଣ କାହା ଉପରେ ରାଗିବା ସିଏ,ମନକୁ ମନ ଖାଲି କାନ୍ଦି ଦି ଏ ।
ପିଲାବେଳେ ଯେତେବେଳେ ମୁଁ ଟଳମଳ ହୋଇ ଯାଏ ମୁଁ ପଡ଼ିବ ଆଗରୁ ମୋ ହାତ ଆଗୁଆ ଆସିକି ଧରିଦିଏ।କେବେ ପୁରା ରାତି ଚେଇଁକି ମତେ କୋଳରେ ଧରିଛି ତ କେବେ ବାପାଙ୍କ ଗାଳିରୁ ମତେ ବଞ୍ଚେଇଚି କେବେ ଦେହ ଖରାପ ହୋଇଗଲା ରାତ୍ରି ଅନିଦ୍ରା ହୋଇ ଜଗିଛି।ନିଜ କଷ୍ଟ ଭୁଲି ଆମ ଖୁସି କଥା ଚିନ୍ତକରିଛି।କେବେ ରାଗିକି ତ କେବେ ପୁଣି ପ୍ରେମରେ ସେ ହିଁ ତ ମତେ ବୁଝେଇଛି।ସେ ହିଁ ତ କ୍ଷମାର ସାଗର ,ସ୍ନେହର ମନ୍ଦିର।ସେ ତ ସର୍ବସଂହା,ସତ୍ୟ ଶାନ୍ତି ଓ ଦାୟର ବର୍ତ୍ତାବହ । ଶିବ ବିଷ ପାନକରି ନୀଳକଣ୍ଠ ସାଜିବା ପରି ଯିଏ ସନ୍ତାନର ଦୁଃଖ ଯନ୍ତ୍ରଣାକୁ ଆକଣ୍ଠ ପାନ କରେ ତ୍ୟାଗ ସର୍ବସ୍ବ ଜୀବନରେ ଯାହାର ଦିନ ବିତେ ସେହି ତ କଲ୍ୟାଣମୟୀ ମୋ ମାଆ ଚିର ନମସ୍ୟା ।ମମତାର ରଙ୍ଗରେ ତା ପଣତକାନି ମୋ ପାଇଁ ପବିତ୍ର ନେତ।ମାଆ ଏକ ଛୋଟିଆ ଶବ୍ଦ ହୋଇପାରେ ହେଲେ ତା ଭିତରେ ଲୁଚିରହିଛି ପଞ୍ଚମ ବେଦ।ମନୁ ସଂହିତା କହେ
" ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟେନ୍ତେ ରମ୍ୟାନ୍ତେ ତତ୍ର ଦେବତା ,,
ସେ ହେଉଛି ମୋ ମା, ଯାହାର ଗର୍ଭରୁ ସୃଷ୍ଟି କେବଳ ମୁ ନୁହେଁ, ସୃଷ୍ଟି ଏ ସମାଜ ,ଯାହାର ସ୍ନେହବୋଲା ହୃଦୟରେ ଗଢିଛି ଏକ ସୁନ୍ଦର ପରିବାର।ତାକୁ ସୀମିତ ଭାବରେ ପ୍ରକାଶ କରିହେବ ନାହିଁ। ସେ ହିଁ ମୋ ମାଆ ଜଣେ ନାରୀ,ଶକ୍ତିମୟୀ,ଦୟାମୟୀ ଓ ସର୍ବସଂହା ରୂପେ ଖ୍ୟାତ।
କେତେବେଳେ ବାପାଙ୍କ ପାଦରେ ପାଦ ମିଶେଇ ଚାଲିଛି ତ କେତେବେଳେ ଉପଦେଶ ଦେଇଛି ଜଣେ ଭଲ ସ୍ତ୍ରୀ ହେବାପାଇଁ।ଆଉ ମୋ ଜେଜେମାର ଅନ୍ତିମ ସମୟରେ ତାର ମଲମୁତ୍ର ସଫା କରିଛି,ତାର ଯତ୍ନ ନେବାରେ କେବେ ବି ହେଳା ନକରି ଜଣେ ଉତ୍ତମ ବୋହୂ ସାଜିଛି।ହେଲେ ତା ବଦଳରେ ତାକୁ ମିଳିଛି କଣ ?ଯଦି କିଛି ମିଳିଛି ତା ହେଉଛି ଲୁହ! ମୁଁ କେବେ ପଚାରେ କାନ୍ଦୁଛୁ କାହିଁ ପ୍ରତିବାଦ କରୁନୁ।ସେ ଖାଲି ଏତିକି କହେ ସବୁଷେଶରେ ମୁଁ ଜଣେ ନାରୀ।ସବୁକିଛି କରିବାର ଓ ସବୁକିଛି ସହିବର ଦକ୍ଷତା ମୋ ପାଖରେ ଅଛି।ଯଦି କେବେ ବେଶୀ କଷ୍ଟ ହୁଏ ,ଦୁଃଖରେ ଲୁହ ବହିଯାଏ ତ କେବେ ବେଶୀ ଖୁସି ହେଲେ ଖୁସିରେ ଲୁହ ଝରିପଡେ। ଯାହା ହେଲେ ବି ମୁ ଜଣେ ନାରୀ,ତ୍ୟାଗ,ସ୍ନେହ ମମତା,କର୍ତ୍ତବ୍ୟବୋଧ, ଆତ୍ମୋସର୍ଗ,ନିଷ୍ଠାପର ଅକୁଣ୍ଠ ଚିତ୍ତରେ ସବୁକିଛି ସମ୍ଭବ କରିବାକୁ ହେବା।