STORYMIRROR

Bishnoswari Patra

Fantasy Others

4  

Bishnoswari Patra

Fantasy Others

ଖୁସି ନିଜ ପରିଚୟରେ

ଖୁସି ନିଜ ପରିଚୟରେ

2 mins
292

ଆଜି ବି ମନେପଡେ , ସ୍କୁଲ ଜୀବନର ମିଠା ମିଠା ସ୍ମୃତି, ଅତୀତର ଅଭୁଲା ଅନୁଭୂତି , ଅତୀତ ହୋଇପାରେ ହେଲେ ଆଜି ବି ମୋ ମନରେ ଜୀବନ୍ତ। ସେଦିନ ଥିଲା ଶନିବାର, ସକାଳୁଆ ସ୍କୁଲ। ଶୀତଋତୁର ଆଗମନରେ ସୁଲୁସୁଲିଆ ବାଆ , ପୂର୍ବରେ ସୂର୍ଯ୍ୟୋଦୟର ମନୋହର ଦୃଶ୍ୟ,ପତ୍ରରେ ପଡ଼ିଥିବା କାକର ବୁନ୍ଦା ସୂର୍ୟକିରଣରେ ମୁକ୍ତା ପରି ଚକ୍ ଚକ୍ ଦେଖାଯାଉଛି । ପ୍ରାୟ ସାତଟା ବେଳକୁ ଆମର ସଂସ୍କୃତ ପ୍ରାର୍ଥନା।ସତରେ କେତେ ସୁନ୍ଦର ଭକ୍ତିମାୟ ସେ ପରିବେଶ।

    ପ୍ରାର୍ଥନା ଶେଷ ହେବାପରେ ଗୋବିନ୍ଦ ସାର୍ ଆସି କହିଲେ ପିଲାମାନେ ଆମ ସ୍କୁଲରେ ବ୍ଲସ୍ତରୀୟ ସୁରଭୀ କାର୍ଯକ୍ରମ ହେବାପାଇଁ ସ୍ଥିରୀକୃତ ହୋଇଛି।କିଏ କିଏ "ଷ୍ଟୋରି ରାଇଟ୍ଟିଁ"ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ।୨୦୧୫ ମସିହାର କଥା । ମୁଁ ଅଷ୍ଟମ ଶ୍ରେଣୀରେ ପଢୁଥାଏ। କୌଣସି ଜଣେ ବି ପିଲା ରାଜି ନହେବାରୁ ସାର୍ ମତେ କହିଲେ ତମେ ଟିକେ ଚେଷ୍ଟା କରିବ କି? ମୁଁ ସାହାସ କରି କହିଲି _ହଁ ସାର୍, ମୁଁ ପ୍ରତିଯୋଗିତାରେ ଭାଗନେବା।

ମୋ ପରେ ପରେ ବହୁତ୍ ପିଲା ରଜିହୋଇଗଲେ। ତା ପରେ ସ୍କୁଲରେ ଆମ ଭିତରେ ପ୍ରତିଯୋଗିତା ହେଲା।ଆମେ ଗୋଟିଏ କକ୍ଷରେ ଆମର ଲେଖୁଥାଉ।ଯେହେତୁ ଆମ ସ୍କୁଲ ରେ କାର୍ଯକ୍ରମ ହେବାରଥିଲା ତ ସଫାସୁତୁରା ଲାଗିଥାଏ। ଲେଖା ସାରିଦେଇ ଆମେ ବି କାମରେ ଲାଗିପଡିଲୁ।

    କିଛିଦିନ ଆଗରୁ ଗୋବିନ୍ଦ ସାର୍ ଆମ ସ୍କୁଲ କୁ ନୂଆକରି ଆସିଥିଲେ।ବେଳେବେଳେ ରଗିଯାଉଥିଲେ ତ ଆମେ ଦରିଯାଉଥିଲୁ।

      କିଛି ସମୟପରେ ସାର୍ ମୋ ନାଁ ଧରି ଡ଼ାକିଲେ ଅଫିସକୁ ଆସିବା ପାଇଁ। ମୁଁ ଡରିଗଲି , ତଥାପି ସଅଳ କିରଣରେ ସୂକ୍ଷ୍ମ ପଦରେ ଆଗେଇଚାଲିଲି। ମୁହଁରେ ଥିଲା ସ୍ମିତ ହାସ୍ୟ କିନ୍ତୁ ଅନ୍ତରେ ଥିଲା ଭୟ ,ପ୍ରବେଶ କଲି ଅଫିସ ଭିତରକୁ । ସାର୍ ମତେ ପଚାରିଲେ ଏ ଷ୍ଟୋରୀ କଣ ତମେ ଲେଖିଛ ! ମୁ ସାହସର ସହ କହିଲି ହଁ ସାର୍।ସାର୍ କହିଲେ ଷ୍ଟୋରୀ କଣ ଏମିତି ଲେଖାଯାଏ !ମୋ ପାଦ ଟିକେ ପଛକୁ ହତିଗଲା ,ହୃଦସ୍ପନ୍ଦନ ଟିକେ ଦୃତ ହେବାରେ ଲାଗିଲା ମୁ ଧୀରେ ଧୀରେ କହିଲି ମୋର ଭୁଲ୍ ହେଇଯାଇଛି କି ସାର୍ । ସାର୍ ହସିକି କହିଲେ ତମେ ଆଜିର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ଉତ୍ତୀର୍ଣ୍ଣ ହୋଇଛ। ସତରେ କେତେ ଖୁସିର ମୁହୂର୍ତ୍ତ।ଖୁସି ତ କେବଳ ମନର ଦଳକାଏ ଫୁଲର ମହକ ମାତ୍ର।ମୋ ମନ ପକ୍ଷୀଟି ମୁକ୍ତ ଆକାଶର ବିହଙ୍ଗ ସଦୃଶ୍ୟ ଶରୀରରୁ ବହାରିଯାଇ ଶୂନ୍ୟରେ ବିତରଣ କରିବାକୁ ଲାଗିଲା।

        ୨୦୧୫ ମସିହାରେ ନାରାୟଣୀ ସଂସ୍କୃତ ବିଦ୍ୟାଳୟରୁ ହିଁ ମତେ ଶବ୍ଦ ସହ ପ୍ରକୃତ ସମ୍ପର୍କ ରଖିବାକୁ ସାହସ ମିଳିଥିଲା । ମୋ ପ୍ରଥମ ଷ୍ଟୋରୀ" ସିଦ୍ଧାନ୍ତ ପୂର୍ବରୁ ସମୀକ୍ଷା " ହିଁ ମତେ ଦେଇଥିଲା ଏ ଆତ୍ମବିଶ୍ବାସ। ଇଏ ତ ମୋ ସାହିତ୍ୟ ଯାତ୍ରାର ଆରମ୍ଭ ମାତ୍ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy