ପକ୍ଷୀ ପ୍ରେମ
ପକ୍ଷୀ ପ୍ରେମ
ପୁଅ ବୋହୂ ଓ ନାତି ବାବା ଏବେ ଦିଲ୍ଲୀରେ. ସ୍କୁଲ ଗଲାଣି ବାବା. ଓଡ଼ିଆ ସହ ଅନ୍ୟ ଭାଷା ଶିଖିଲାଣି. ଫୋନ କଲେ ଓଡ଼ିଆ କହିବା ସହ ହିନ୍ଦି, ଇଂରାଜି, ତେଲୁଗୁ, ତାମିଲ କହେ ପଦେ ପଦେ ତ ଜେଜେ କହିବୁଲନ୍ତି ମୋ ନାତି କେତେ ଭାଷା ଶିଖିଲାଣି. ମୋ ଓଡ଼ିଆ ଇଂରାଜି ଲେଖାଗୁଡିକ ସେ ବଡ଼ ହେଲେ ବଂଗାଳି ତାମିଲ, ତେଲୁଗୁ, ହିନ୍ଦି ଭାଷାରେ ପ୍ରକାଶିତ କରିବ. ଜେଜେମା କିନ୍ତୁ ପ୍ରତିଦିନ ରୁଟି ଦିଅନ୍ତି କୁକୁରକୁ ତ କାଳିଆ କସରା ହୋଇ ଚାରିଟା କି ପାଞ୍ଚଟା ସରିକି କୁକୁର ଦୁଆରେ ଶୋଇରହିଥାଆନ୍ତି,କେବେ ରୁଟି, ବିସ୍କୁଟ, ଭାତମାଛ ଖାଇ ଘର ଜଗିଥାଆନ୍ତି.ପାଣି ମଧ୍ୟ ଥୁଆ ହୋଇଥାଏ ବାଲଟିଏ ତାଙ୍କ ପାଇଁ. ଖାଲି କଣ ସେତିକି? ବାବା ପିଲାଦିନେ କୁକୁର, ଗାଈ, ଛେଳିଙ୍କୁ ଭଲ ପାଉଥିବାରୁ ଗାଈ ଗୋରୁଙ୍କ ପାଇଁ ଗୋଟେ ପଥର କୁଣ୍ଡ ଥୁଆ ହୋଇଥାଏ ଦାଣ୍ଡ ଦୁଆର ଆଗକୁ. ରୋଷେଇରୁ ବାହାରୁଥିବା ପେଜ, ତୋରାଣୀ, ନେଳିପରିବା ଚୋପା ସବୁ ସହିତ ଆମ୍ବ, ପଣସ, ତାଳ ଇତ୍ୟାଦି ପକାଯାଏ କୁଣ୍ଡରେ ଓ ଛାତ ଉପରେ ଠାଆକୁ ଠାଆ ପାଣି ଓ ଖୁଦ ରଖାଯାଏ ପକ୍ଷୀ ମାନଙ୍କ ପାଇଁ. ଜାତି ଜାତି ପକ୍ଷୀ ଯଥା କାଉ, ବଣି, ପାରା, କଜ୍ଜଳପାତି, ଘରଚଟିଆମାନେ ଆସି ଚାଉଳ, ଖୁଦ ଇତ୍ୟାଦି ଖାଇ ପାଣି ପିଇ ଉଡିଯିବାର ଦୃଶ୍ୟ ଦେଖି ଜେଜେମାଙ୍କର ପେଟ ପୁରିଯାଏ. ଫୋନ କରି ନାତି ବାବାକୁ ସବୁ କୁହନ୍ତି ଜେଜେମା ତ ସେ କହୁଥାଏ ଜେଜେମା ଏଠି ବହୁତ ପାରା. ପ୍ରତିବର୍ଷ ତିନିଥର ଲେଖାଏଁ ପାରା ଅଣ୍ଡା ଦେଇ ଛୁଆ ଫୁଟାଏ. ବାପା ତାଙ୍କ ପାଇଁ ଝୁଲା ଘର କରିଦେଇଛନ୍ତି ତଥାପି ଓଲା ପାରା ଦୁଇଟି କେବେ ଦୁଇଟି ଯାକ ଅଣ୍ଡା ଫୁଟାନ୍ତି ତ କେବେ ଗୋଟିଏ ଅଣ୍ଡା ଫୁଟାଇ ଅନ୍ୟଟିକୁ ଭାଙ୍ଗି ଦେଇଥାନ୍ତି ତ ମାମା ସଫା କରେ. ଆଉ କେବେ କେବେ ଗୋଟିଏ ଛୁଆକୁ ଉଡେଇ ନେଇ ଚାଲିଯାଆନ୍ତି ଯେ ଅନ୍ୟ ଛୁଆଟି ଏକୁଟିଆ ସଂଘର୍ଷ କରୁଥାଏ ଏକା ଏକା. ମାଆ ବାପା ଓ ମୁଁ ତାର ସେବା କରୁଥାଉ କିଛି ଦିନ. ନାତି କଥା ଶୁଣି ଜେଜେମା ଭାବନ୍ତି କେବେ ଦିଲ୍ଲୀ ଗଲେ ସେ ପାରାଙ୍କୁ ଦେଖିବେ. ଏଠି ଘର ଛାତ ଉପରେ ଦେଖୁଥାନ୍ତି କାଉକୁ ଯିଏ ନିହାତି ସବୁଦିନ ଆସି ଚାଉଳ ଖାଏ ଓ ପାଣି ପିଇ ଉଡିଯାଏ ଆକାଶକୁ. ନାତିର ପିଲାଦିନ କଥା ମନେପକେଇ ଜେଜେ ଜେଜେମା ପଶୁ ପକ୍ଷୀ ସେବା କରୁ କରୁ ନାତି ବାବା ପୁଅ ବୋହୂଙ୍କ ସଙ୍ଗେ ଏବର୍ଷ ଦୀପାବଳୀକୁ ଆସିଥାଆନ୍ତି ଘରକୁ ତ ଜେଜେ ଜେଜେମାଙ୍କ ଗୋଡ଼ ତଳେ ଲାଗୁନଥାଏ.
ଜେଜେମାଆ ଓ ଜେଜେଙ୍କ ପଶୁ ଓ ପକ୍ଷୀ ପ୍ରେମ ଦେଖି ବାବା ବହୁତ ଖୁସି ହୋଇ ହିନ୍ଦି, ଇଂରାଜି, ତେଲଗୁ ଓ ତାମିଲ ତଥା ବଙ୍ଗଳାରେ ଜେଜେବାପା ଓ ଜେଜେମାଆଙ୍କ ବିଷୟରେ ରଚନା ଲେଖୁଥାଏ. ଏତିକିବେଳେ ଜେଜେ, ଜେଜେମା, ବାପା ଓ ମାଆ ଛାତ ଉପରେ ଦୀପାବଳୀ ପାଇଁ ଲିଚୁ ଲାଇଟ ଓ ଅନ୍ୟାନ୍ୟ ସାଜସଜ୍ଜା ତଦାରଖ କରିବାକୁ ଛାତ ଉପରେ ଥାଆନ୍ତି. ରଚନା ଲେଖା ସାରି ବାବା ମଧ୍ୟ ଉପରକୁ ଗଲା. ସେଠି କାଉ କାହାକୁ ଡ଼ରୁନଥିଲା. ନିର୍ଭୟରେ ପାଣି ପିଇ, ଚାଉଳ ଖାଇ ଉଡ଼ିଗଲା ଆକାଶକୁ. ବାଦୁଡ଼ିମାନେ ଉଡି ଉଡି ଏମିତି ଶବ୍ଦ କରୁଥିଲେ ଜେଜେ ଓ ଜେଜେମା କହୁଥିଲେ ଦେଖିଲୁ ଦେଖିଲୁ ବାବା ଶୁଆପରି ବୋବାଳି କରୁଛି କେମିତି ବାଦୁଡ଼ି. ତମେ ଏ ଭିତରେ କେତେ ବଡ଼ ପକ୍ଷୀ ବିଷାରଦ ବନି ଯାଇଛ ଜେଜେମା! ତମେ ଜେଜେଙ୍କୁ ନେଇକି ଦିଲ୍ଲୀ ଚାଲିଆସ ଯେ ସେଠାରେ ଶୁଆ ଦେଖି ଦେଖି ଖୁସି ହେବ ଓ ଆମ ଘର ବୋକା ପାରା ବାପା ମାଆ ପକ୍ଷୀଙ୍କୁ ଚାଲାକ କରାଇବ. ଏତିକି ବେଳେ ପାଣି ପିଇ ଉଡିଯାଉଥିବା କାଉଙ୍କୁ ଘଉଡ଼େଇ କଜ୍ଵଳପାତି ବୋବାଉଥାଏ ତ ତା ସ୍ୱରର ଭାଷାକୁ ରୁପାନ୍ତରୀଣ କରି ଉତ୍ତର କହୁଥିଲା ବାବା ହଁ ହଁ ଆମେ ଭଲଅଛୁ. ଜେଜେମା କହିଲେ କୋଉ ଭାଷାରେ ରୁପାନ୍ତର କଲୁକି କଜ୍ଜଳପାତି ଛଢେଇର ବୋବାଳିକୁ ?? ବାବା କହୁଥିଲା ସେ କହୁଛି ବଂଗାଳି ଭାଷାରେ "କେମଛୁ"?ଅର୍ଥାତ କେମିତି ଅଛ? ଜେଜେମା କହୁଥିଲେ କି ପ୍ରେମ ମ ତାର? ହସି ହସି ଗଡି ଯାଉଥିଲା ବାବା.
