Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Soumya Shubhadarshinee

Classics


2  

Soumya Shubhadarshinee

Classics


ପିଢ଼ି

ପିଢ଼ି

5 mins 299 5 mins 299


 ବଡ଼ ସ୍ପର୍ଶକାତର ପ୍ରସଙ୍ଗଟିଏ ପିଢ଼ି ଗତ ବ୍ୟବଧାନ ଯାହା ତିଆରି ପାରେ ଅସମାଧିତ ସମସ୍ୟା । ହେଲେ ସମସ୍ୟାର ସମାଧାନ ଟିଏ ଖୋଜିବା ହିଁ ଜୀବନ


 ପୌଷାଳୀ ନିଶବ୍ଦ ହେଇ ଠିଆ ହେଇଥିଲା । ପ୍ରବଳ ଯନ୍ତ୍ରଣା ହେଲାଣି ତାକୁ । ଗୋଡ଼ ଗୁଡାକ ଛିଣ୍ଡି ପଡିବ କି ଆଉ । ତଥାପି ସେମିତି ଠିଆ ହେଇଥିଲା ସେ ବିନା କିଛି ପ୍ରତିବାଦ ରେ । 


 ଆୟୁ ଏତିକ ସହିଯିବାକୁ ଅନୁରୋଧ କରିଛନ୍ତି । ହଁ ସହିବାକୁ ହେବ ହିଁ । ନାହିଁ ଭିନ୍ନ ପନ୍ଥା । ନୀଡ଼ ଗଢ଼ା , ସ୍ୱପ୍ନ ବୁଣା , ଜୀବନ ଉଡାଣ ସବୁବେଳେ ଗୋଲାପର ଗାଲିଚା ନୁହେଁ । ସେଠି ତୀକ୍ଷ୍ଣ କଣ୍ଟାର ରକ୍ତାକ୍ତ ଅଧ୍ୟାୟ ଟେ ବି ଥାଏ ସଭିଙ୍କ ଜୀବନରେ । ଆଉ ଜିଇଁବାର ପ୍ରକୃତ ସଫଳତା ; ଗୋଲାପର କୋମଳତା ନୁହେଁ ବରଂ କଣ୍ଟା ଗୁଡିକର ଯନ୍ତ୍ରଣା ସହିବାର କଳା । ସଂଘର୍ଷ ବିହୀନ ଜୀବନ ପ୍ରକୃତରେ ଗୋଟେ ପଶୁର ଜୀବନ । ଗଣ୍ଡେ ଖାଇ ଦଣ୍ଡେ ଜିଇଁବାରେ କି ବାହାଦୁରୀ


 ହେଲେ ସହିବାର , ଲଢ଼ିବାର , ଭୋଗିବାର ତ ପୁଣି ସୀମା ଅଛି । ପୌଷାଳୀ ବି ରକ୍ତ ମାଂସ ର ମଣିଷ । ସେ ଆଉ କାଠ ପଥର ହେଇଛି କି


 ଆୟୁ ବୁଝନ୍ତି ତାଙ୍କ ପରିବାର କୁ । ଜାଣନ୍ତି ତାଙ୍କ ଘରର ପରମ୍ପରା । ପଢିପାରନ୍ତି ସଭିଙ୍କ ମନ । ବୋଧହୁଏ ସେଇଥି ପାଇଁ ଅରାଜି ହେଉଥିଲେ । କିନ୍ତୁ ପୌଷିଳୀ ଅବାଧ୍ୟ ହେଲା , ପରିବାର ସହ ହିଁ ନୂଆ ନୀଡ଼ ଗଢିବାର ମୋହ ଏଡାଇ ଦେବା ସହଜ ନଥିଲା ।


 ପରିବାର କହିଲେ ବାପା , ମା' , ଭାଇ , ଭଉଣୀ , ଜେଜେ , ଜେଜୀ ଆଉ ମେଞ୍ଚେ ମୋହ । ଗୋଟେ ଅଦୃଶ୍ୟ ରଜ୍ଜୁ ରେ ବନ୍ଧା କିଛି ନିଜ ଲୋକଙ୍କ ସ୍ପନ୍ଦନ । ଆବେଗିକତା ର ବାସ୍ତବ ରୂପାୟନ । ସାବଲୀଳ ଭାବେ ପିଲାଙ୍କ ମନ ବୁଝି ପାରୁଥିବା ମା' । ବିଶାଳ ଛାତ ଟିଏ ଭଳି ଶକ୍ତ ସୁରକ୍ଷା ଦେଇପାରୁଥିବା ବାପା । ଅଳି ଆଉ କଳି କରୁଥିବା ଭାଇ ଭଉଣୀ ଆଉ କଳକଳ , ଛଳଛଳ, ପ୍ରାଣ ପ୍ରାଚୁର୍ଯ୍ୟ ଭରା ଜେଜେ ଆଉ ଜେଜୀ ଆଃ !


  ଲୁହ ଭରି ଗଲା ପୌଷାଳୀ ଆଖିରେ । ଗଣ୍ଡ ଦେଶ ଛୁଇଁଗଲା ଲୁଣି ପାଣି । ଯେତିକି ଯନ୍ତ୍ରଣା ଥିଲା ଏମିତି ଏରୁଣ୍ଡି ବନ୍ଧ ବାହାରେ ଠିଆ ହେବାରେ ତାଠୁ ବହୁତ ବେଶୀ ଯନ୍ତ୍ରଣା ଥିଲା ପରିବାର ବିହୀନ ଅନାଥ ହେବାରେ ।



 ବଂଶ ପରିଚୟ ନଥିବା ଅନାଥ ଝିଅଟେ ଯେ କେବେ ପରିବାର ଦେଖିନି , ରୀତିନୀତି ଜାଣିନି , ସଣ୍ଠଣା ଶିଖିନି , ସାମାଜିକ ପରିଚୟ ଟିକକ ପାଇନି , ସେ ଏଘରର ବୋହୁ ହେଇପାରିବ ନାହିଁ । ଗର୍ଜୁ ଥିଲେ ପରିବାର ମେରି ଖୁଣ୍ଟ , ଜେଜୀ ମା'

 କଲ୍ୟାଣୀ । କୁଳୀନ ବ୍ରାହ୍ମଣ ଘରର ବଂଶ ପରମ୍ପରା ଏମିତି ଅର୍ବାଚୀନ ଝିଅଟିକୁ ଗ୍ରହଣ କରିବା ସମ୍ଭବ ନୁହେଁ ।


'' ପିତୃ ପୁରୁଷ ପିଣ୍ଡ ପାଣି ପାଇବେ ନାହିଁ ରେ । ଆମେ ସବୁ ଅମୋକ୍ଷ ରହିଯିବୁ । ମୁକ୍ତି ପାଇବୁ ନାହିଁ । ''

ଜେଜୀ ମା' ଙ୍କ ଏଇ କଥା ପଦକ ବାରମ୍ବାର ପ୍ରତିଧ୍ବନିତ ହେଉଥିଲା ।


 ଭୟଙ୍କର ଯନ୍ତ୍ରଣା ଦାୟକ ଥିଲା ପୂର୍ବ ପିଢି ର ଏଇ ଅଭିଯୋଗ । ଦୋଷୀ ଦୋଷୀ ଲାଗୁଥିଲା ଆୟୁ ଙ୍କୁ । ନବ ବଧୁ ପୌଷାଳୀର ପ୍ରୀତିଲଗ୍ନା ରୂପକୁ ଗ୍ରହଣ ଭଳି ଗ୍ରାସୁ ଥିଲା ଏଇ କଟୁକ୍ତି । ସେମିତି ଘର ଏରୁଣ୍ଡି ବନ୍ଧ ବାହାରେ ଠିଆ ହେଇଥିଲେ ନବବିବାହିତ ଯୋଡି ।



  ଆୟୁ ବୁଝେଇ ଥିଲେ , '' ତୁମ ପ୍ରତି ମୋର

 ପ୍ରତିବଦ୍ଧତା ହିଁ ଆମ ଯୁଗ୍ମ ଜୀବନର ମୂଳଦୁଆ । ଏଥିରେ ମୋ ପରିବାରର ସମର୍ଥନ ଲୋଡ଼ା ନାହିଁ । ''

 କିନ୍ତୁ ପୌଷାଳୀ ଆନ୍ତରିକ ଭାବେ ସଭିଁଙ୍କ ସହ ଘରଟିଏ ଗଢିବାର ଇଚ୍ଛା କରିଥିଲା । ପ୍ରେମ ପାଇଁ ସ୍ୱାର୍ଥପର ହେଇଯିବାକୁ ମନ ମାନୁ ନଥିଲା ତା'ର । କେମିତି ଜନ୍ମର ସମ୍ପର୍କ କାଟି ଆୟୁ ଦୁରେଇ ଯିବେ ନିଜ ପରିବାରଠୁ ? ସେମିତି କ'ଣ ସୁଖୀ ହେବେ ସେ ? ଅଧିକନ୍ତୁ ଗୋଟେ ଅଭାବବୋଧ ଭିତରେ ଘାଣ୍ଟି ହେବେ । ନିଜ ଲୋକଙ୍କୁ ଝୁରି ହେବେ । ସୁଖୀ ସଂସାର ଟିଏ ଗଢି ହେବନି । ସେ ନିଜେ ପରିବାର ଟିଏ ଜିଇଁ ନାହିଁ । ଅନାଥ ଝିଅଟି ଆୟୁ ଙ୍କୁ ତାଙ୍କ ପରିବାରଠୁ ଦୁରେଇ ନେବାର କାରଣ ହେବାକୁ ଚାହିଁ ନଥିଲା ।


  ଜେଜୀ ମା' ଙ୍କ କଥା ଥିଲା ଅକାଟ୍ୟ । ସାରା ଜୀବନ ଘରଟିକୁ ସମ୍ଭାଳି ଆସିଥିବା ଜେଜୀ ବଂଶ ମର୍ଯ୍ୟାଦା କୁ ନେଇ ଥିଲେ ବେଶ ସମ୍ବେଦନଶୀଳ । ଆୟୁ ସୁଖୀ ହେଉ , ସ୍ୱଇଚ୍ଛା ରେ ଘର ଗଢୁ , ପୌଷାଳୀ ସହ ଜିଉଁ କିଛି ମନା ନାହିଁ । କିନ୍ତୁ ଏଇ ଘରେ ରହିବ ନାହିଁ । ରାଧା ମାଧବ , ଶାଳଗ୍ରାମ , ବୃନ୍ଦାବତୀ ମାରା ହେଇଯିବେ । ଅଜ୍ଞାତ କୁଳଶୀଳ ର ଏଠି ସ୍ଥାନ ନାହିଁ ।


 ଆୟୁ ଆଉ ସହି ପାରିଲେ ନାହିଁ ଭୋ ଭୋ କାନ୍ଦି ଗୋଡ଼ ଧରିନେଲେ ଜେଜୀ ର । ପୌଷାଳୀ ମଧ୍ୟ ସେଇଆ କଲା ଆୟୁ ଙ୍କ ସହ । ଏସବୁ ଦେଖି ବଡ଼ କଷ୍ଟ ହେଲା ଜେଜେଙ୍କୁ । ହଠାତ ଛାତିରେ ପ୍ରବଳ ଯନ୍ତ୍ରଣା ହେଲା ଆଉ ଗଛ କାଟିଲା ଭଳି ଟଳି ପଡିଲେ ଜେଜେ । ନିଜ ଠାରୁ ଅଧିକ ଭଲ ପାଆନ୍ତି ସେ ନିଜ ଏକମାତ୍ର ନାତି କୁ । ଏମିତି ହିନୀମାନ ସ୍ଥିତି ରେ ଆୟୁକୁ ଦେଖି ପାରିବେ ନାହିଁ ସେ । 


 ଜେଜେଙ୍କ ଏଭଳି ସ୍ଥିତି ଦେଖି ପରିବର୍ତ୍ତିତ ହେଇଗଲା ପରିବେଶ । ସଭିଏଁ ଏବେ ଜେଜେଙ୍କ ଚାରିପାଖରେ ଘେରିଗଲେ । ପୌଷାଳୀ ସଙ୍ଗେ ସଙ୍ଗେ ଭିଡ଼ ଠେଲି ଜେଜେଙ୍କ ନିକଟକୁ ଆସି ଦେଖିଲା ପଲ୍ସ ରେଟ୍ । ଆଉ ହସ୍ପିଟାଲ ନେଵାର ବନ୍ଦୋବସ୍ତ କଲା । 


 ଡାକ୍ତରାଣୀ ବୋହୁ ର ଚିକିତ୍ସା ଆଉ ସେବା ପର୍ଯ୍ୟାପ୍ତ ଥିଲା ଜେଜେଙ୍କ ସୁସ୍ଥତା ପାଇଁ । ଅଭିଭୂତ ହେଉଥିଲେ ସଭିଏଁ ଏଭଳି ଝିଅଟିର ସହଚାର୍ଯ୍ୟ ପାଇ । ଜେଜୀ ମଧ୍ୟ ତରଳି ଯାଇଥିଲେ ପରିସ୍ଥିତି ର ପ୍ରଭାବରେ ।


 ଜେଜେ ସୁସ୍ଥ ହେଇ ଘରକୁ ଫେରିବା ଦିନ ଜିଦ କଲେ ଆୟୁ ଆଉ ବୋହୂକୁ ସାଥିରେ ଧରି ଯିବାକୁ । ଜେଜୀଙ୍କ ପ୍ରତିରୋଧ ର ସ୍ୱର ଏବେ ଦୁର୍ବଳ ହେଉଥିଲା । ଆଉ ନୂଆ ପିଢ଼ି ର ଆକର୍ଷଣ ସବଳ ହେଉଥିଲା । ତଥାପି ଜେଜୀଙ୍କ ମନ ଭିତରେ ଥିଲା କିନ୍ତୁ "ଏଇ ଝିଅଟି ସିନା ଡାକ୍ତରାଣୀ ହେଇପାରେ କିନ୍ତୁ କୁଳୀନ

କି ?."


   କାର୍ତ୍ତିକ ମାସର ପଞ୍ଚୁକ ପାଳନ ସବୁ କୁଳୀନ ବ୍ରାହ୍ମଣ ପରିବାରର ପରମ୍ପରା । କାଲିଠୁ ଆରମ୍ଭ ହେବାକୁ ଅଛି ନିଷ୍ଠାର ପର୍ବ । ସାରା ମାସର ପୁଣ୍ୟ ପ୍ରାପ୍ତି ଏଇ ପଞ୍ଚୁକ ପାଞ୍ଚ ଦିନର ପୂଜାପାଠ ଉପରେ ନିର୍ଭର କରେ ।

  ଜେଜୀ ବଡ଼ି ଭୋରୁ ଉଠି ଶିବ ଦର୍ଶନ , ବୃନ୍ଦାବତୀ ପୂଜା , ମୁରୁଜ ଲେଖା କରି ଆସୁଛନ୍ତି ଅନାଦି କାଳୁ । ଗୋଟେ ଭିନ୍ନ ଉନ୍ମାଦନା ଏଇ ପୂଜା ବିଧିର । ପବିତ୍ରତା ଭିତରେ ଈଶ୍ବରଙ୍କ ନିକଟବର୍ତ୍ତୀ ହେବାର ସୁଯୋଗ ଏଇଠି ।


  ଜେଜୀ କିନ୍ତୁ ଏଥର ବଡ଼ ଦ୍ଵିବିଧା 

ଭିତରେ । ଜ୍ଵର ହେଇଛି ତାଙ୍କୁ । ଉଠି ପାରୁନାହାନ୍ତି ଶେଯରୁ । ବୋହୁ ନିଳିମା ଭଲ ମୁରୁଜ ଲେଖି ପାରେନି । ସଭିଙ୍କୁ ସବୁ କାମ ଆସିବ ମାନେ ନାହିଁ । ବଡ଼ ଚିନ୍ତାରେ ଜେଜୀ କିଏ ଆଉ ଲେଖିବ ଜଗନ୍ନାଥ ,ବଳଭଦ୍ର , ସୁଭଦ୍ରାଙ୍କ ମୁରୁଜ । ଆହାଃ ! ଏଥର କ'ଣ ପଞ୍ଚକ ପର୍ବ ପାଳିତ ହେବନି ?

 ନିଦ ନାହିଁ ଆଖିରେ ତାଙ୍କର । ସବୁ ପ୍ରକାର ଔଷଧ ପତ୍ର ଖାଇ ମଧ୍ୟ ସୁସ୍ଥ ହେଇନି ଦେହ ତାଙ୍କର । 


  ସକାଳୁ ଟିକେ ନିଦ ଲାଗିଯାଇଛି ଆଖିରେ ଜେଜୀ ର । ଏତିକି ବେଳକୁ କୋଳାହଳ ଶୁଣି ନିଦ ଭାଙ୍ଗିଗଲା । କାନପାତି ଶୁଣିଲେ ସେ ବାହାରୁ ଶୁଭୁଛି ଶଙ୍ଖ ଧ୍ୱନି । କିଏ କରୁଛି ପୂଜା ବୃନ୍ଦାବତୀଙ୍କ ପାଖରେ ? ବୋହୁ ? ହେଲେ ତାକୁ ଶଙ୍ଖ ବଜେଇ ଆସେନି ଯେ !

  ଦୁର୍ବଳ ଦେହକୁ ଟାଣି ବଲକୋନି କୁ ଆସିଲେ ଜେଜୀ । ଆଖିକୁ ଵିଶ୍ଵାସ ଆସୁନି କି ସୁନ୍ଦର ହେଇଛନ୍ତି ଜଗନ୍ନାଥ , ବଳଭଦ୍ର , ସୁଭଦ୍ରା , ଶଙ୍ଖ , ଚକ୍ର , ଗଦା , ପଦ୍ମ । ଆଃ! ମନ ପବିତ୍ର ହେଇଗଲା । ଆଖିରେ ଲୁହ ଆସିଗଲା । ପୌଷାଳୀ ଆଜି ଠିକ ତାଙ୍କ ଭଳି ଲାଗୁଛି । 

 ବୁଝି ପାରୁନଥିଲେ ପୂର୍ବ ପିଢ଼ି ଉତ୍ତର ପିଢ଼ିର ଅନାଥ ଝିଅଟା କେତେବେଳେ ଆଉ ଶିଖିଲା ଏତେ ସଂସ୍କାର !


  


Rate this content
Log in

More oriya story from Soumya Shubhadarshinee

Similar oriya story from Classics