ଫୁଲଗଛ
ଫୁଲଗଛ
ଫୁଲଗଛଟିଏ ନଥାଇ ଫୁଲ ଦିଟା ମିଲେନା ସ୍ୱାତୀଙ୍କୁ ଠାକୁରଙ୍କୁ ଦେବାକୁ ତ ପୂଜାରେ ଅସନ୍ତୁଷ୍ଟତା ଲାଗି ରହେ। ଛୁଟିରେ ଝିଅ ଘରକୁ ଆସିଥାନ୍ତି ସ୍ଵାତୀ। ଝିଅ ବଡ ସୁନ୍ଦର ଭାବେ ଘରକୁ ସଜାଇଥାଏ, ଆଉ ସୋଫା ପାଖାପାଖି ଗୋଟେ ପାତ୍ରରେ କିଛି ନାଲି, ନେଳି, ଆଦି ସାତରଙ୍ଗି ଗୋଡି ଭରି ତରାଟ ଗଛଟିଏ ରଖିଥାଏ। ବିନା ମାଟି ବିନା ସୂର୍ଯ୍ୟକିରଣ ରେ ମଧ୍ୟ ପ୍ରତିଦିନ ମେଞ୍ଚାଏ ଧଳା ଧଳା ପାଖୁଡ଼ା ପୂର୍ଣ୍ଣ ତରାଟ ଗୁଡ଼ିକ ଫୁଟି ସୁନ୍ଦର ଓ ଚମତ୍କାର ଦେଖାଯାଏ। ସ୍ଵାତୀଙ୍କ ଆଗ୍ରହ ଦେଖି ଝିଅ ଦେଖାଇ ଦେଇଥିଲା କ୍ଵାଟର ବାହାରେ ତାରାଟ ଫୁଲ ଭରା ଭରା ତରାଟ ଗଛ, ତ ସ୍ଵାତୀ ଚମତକୃତ୍ ହେବାସହ ଗଲାବେଳେ ଡାଳ ଦି ଚରିଖଣ୍ଡ ନେଇ ଯିବାକୁ ଇଚ୍ଛାକରି ନେଇଆସିଥିଲେ ମଧ୍ୟ l ଆଜି ସେହି ତରାଟ୍ ଗଛ ମୂଳେ ବସି ସ୍ମୃତି ରୋମନ୍ଥନ କରୁଥିଲେ ସ୍ଵାତୀ। ଝିଅ କେତେ ଡାକିଲେ ବି ଯିବାକୁ ଏତେଦୂର ସକ୍ଷମ ନଥିଲେ ସ୍ଵାତୀ ମାନସିକ ବା ଶାରୀରିକ ସ୍ତରରେ, କିନ୍ତୁ ଠାକୁର ପୂଜା ପାଇଁ ସଜ ତରାଟ ଦିଟା ପାଇ ମନେପକାଉଥିଲେ ସେ ଦିନର କଥା ସବୁ। ପ୍ରକୃତରେ ସମୟ ର ବୟସ ବଢିଯାଏ କି ନିଜ ବୟସ ସମୟ ସହିତ ତାଳ ଦେଇ ଚାଲିପାରେ ନାହିଁ ବୁଝିବାକୁ ଚେଷ୍ଟା କରୁ କରୁ ତରାଟଗଛ କୁ ଚାହିଁ, ସମୟର ବି ବୟସ ଥାଏ ବୋଲି ମନେହେଲା, କାରଣ ଆଗରୁ ବସ ବା ଟ୍ରେନରେ ଝିଅ ପାଖକୁ ଯାଇହେଉଥିଲା, ହେଲେ ସମଚକ୍ରରେ ପ୍ଲେନରେ ଉଡ଼ିବା ପାଇଁ ତାଙ୍କ ସମୟ ସାଥ ଦେଉନଥିଲା ।
