Saroj Kumar Jena

Drama Tragedy

2.6  

Saroj Kumar Jena

Drama Tragedy

ଫାଶୀ

ଫାଶୀ

10 mins
441


            

    ୨୦୧୧ ମସିହା ରିତେଶ ନୂଆ ନୂଆ କରି +୩ରେ ନାମ ଲେଖାଇ ଥାଏ ବିଡାନାସୀ କଲେଜରେ ପାଠ ପଢୁଥାଏ । ତାର ଘନିଷ୍ଟ ବନ୍ଧୁ ବିଜୟ ଏକ ମାତ୍ର ସାଙ୍ଗ କଲେଜରେ ସାଥି ହୋଇ ପାଠ ପଢୁଥାନ୍ତି । କାହିଁକି ନା ଏହି ଦୁଇ ଗାଉଁଲି ମଫସଲ ପିଲା । ରିତେଶ ଘର ଥିଲା ସାଲେପୁର ଏବଂ ବିଜୟ ଘର ଥିଲା ବାଙ୍କି । ଉଭୟ ଉଭୟଙ୍କ ପାଇଁ ଜୀବନ ଦେବା ଭଳି ବନ୍ଧୁ ଥିଲେ ।


   ଏମିତିରେ କିଛି ଦିନ ବିତିଗଲା ପରେ କଲେଜ ନୂଆ ଖୋଲିଥାଏ । କିନ୍ତୁ କଲେଜ ଫିଟିବାର ସାତ ଦିନ ପରେ ହଠାତ୍ ଏକ ସୁନ୍ଦରୀ ଝିଅରେସେମା ନାମକ ତରୁଣୀ ତାଙ୍କରି କଲେଜରେ ତାଙ୍କ ବ୍ୟାଚରେ ଯୋଗଦେଲା ବିଡାନାସୀ କଲେଜରେ ।


   ହଠାତ୍ ଗୋଟିଏ ଦିନ ରିତେଶ ଓ ବିଜୟ କଲେଜକୁ ଆସିଥିଲେ ମଧ୍ୟ ଉଭୟଙ୍କର ସକାଳୁ ସକାଳୁ କଲେଜ ଆରମ୍ଭ ରୁ ଭେଟ ହୋଇ ନଥିଲା । କାହିଁକି ସେ ଦିନ ପ୍ରଥମେ ରିତେଶ କଲେଜକୁ ପଳାଇ ଆସିଥିଲା ଏବଂ କ୍ଲାସ୍ କରୁଥିଲା । ହଠାତ୍ ସେ ଦିନ ବିଳମ୍ବରେ ବିଜୟ ଆସିଥିଲା ଆଉ ନିଜ ସାଇକେଲ ଧରି କଲେଜ ଗେଟ୍ ଠାରେ ଠିଆ ହୋଇଥିଲା । ଏହି ସମୟରେ ହଠାତ୍ରେସେମା ବୋଲି ଝିଅଟି ତାର ସ୍କୁଟି ଧରି ଦୃତ ଗତିରେ କଲେଜ ଗେଟ୍ ମୁହଁ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ । ସେହି ବିଜୟ ଦେହରେ ଧକା ଦେଇଥିଲା । ହଠାତ୍ ବିଜୟ ପଡ଼ିଗଲା ଏବଂ ସେହି ଝିଅରେସେମା ବି ପଡ଼ିଗଲା । ଉଭୟ ଙ୍କ ଖଣ୍ଡିଆ ଖାବରା ହେଲା କିନ୍ତୁରେସେମା ସ୍କୁଟି ପଡ଼ି ଯାଇଥିବାରୁ ଘେସେରା ଦାଗ ହୋଇଯାଇଥିଲା । ଏଥିରେରେସେମା କ୍ରୋଧାନିତ ହୋଇ ବିଜୟ କୁ ପ୍ରବଳ ଗାଳି ଗୁଲଜ କରିବା ସହିତ ଗୋଟିଏ ଚଟକଣା ମଧ୍ୟ ବାଡ଼େଇ ଥିଲା ଏବଂ କହିଥିଲା ମୋର ଏହି ଗାଡ଼ିର ଦାମ କେତେ ହଜାର ଜାଣିଛୁ ୮୦,୦୦୦ ଟଙ୍କା ଆଉ ଆଜି ତୋର ଯୋଗୁ ମୋ ଗାଡ଼ିଟି ଦାଗ ହୋଇଗଲା ପଡ଼ି ଏବଂ ରାଗ ତମ ତମ ହୋଇ କହିଥିଲା ମୋ ବାପା ଙ୍କୁ ଚିହ୍ନିଚୁ । ମୋ ବାପା ହେଉଛନ୍ତି ଏହି କଟକ ମଙ୍ଗଳ ବାଗ ଥାନାରେ ଆଇ .ଆଇ . ସି । ମୁଁ ଏଇନୁ ଚାହିଁବି ବୋଲେ ତୋତେ ସାଙ୍ଗେ ସାଙ୍ଗେ ଥାନାରେ ଭର୍ତ୍ତି କରିଦେବି ।


   ଠିକ୍ ଏହି ସମୟରେ ରିତେଶ ଏହି ଖବର ପାଇ ଆସି ସେହି ଗଣ୍ଡୋଗଳ ସ୍ଥାନରେ ପହଞ୍ଚିଥିଲା । ଆଉ ସବୁ କଥା ଶୁଣି ସାରିଲା ପରେ । ରିତେଶ ସେ ଝିଅକୁ କହିଥିଲା ଶୁଣନ୍ତୁ ଆପଣ ଭୁଲ କରି ମୋ ସାଙ୍ଗ ଉପରକୁ ହାତ ଉଠାଇ କିଛି ଭଲ କାମ କଲେନି । ଏହା ସହିତ ତାକୁ ଧମକାଉଛନ୍ତି ଥାନାରେ ଭର୍ତ୍ତି କରିବା ପାଇଁ କହୁଛନ୍ତି ଏହା କଣ ଠିକ୍ ।


  ପ୍ରତି ଉତ୍ତରରେରେସମା କହିଲା ଠିକ୍ ଭୁଲର କୈଫତ ମୁଁ ଦେଇ ପାରିବିନି । ମୁଁ ଯାହା ଚାହେଁ ତାହା କରେ । ହଠାତ୍ ରିତେଶ ଏହି କଥା ଶୁଣି ରାଗିଯାଇରେସମା ଗାଲକୁ ଗୋଟିଏ ଚାପୁଡ଼ା ବାଡ଼େଇ କହିଥିଲା ତୁମେ ବଡ଼ ଲୋକ ଝିଅ ବୋଲି ଯାହା ମନ ତାହା କରିବ । ଆଉ ଶୁଣ ତୁମ ଭଳି ଧନୀ ଝିଅ ମାନଙ୍କୁ ମୁଁ ଭଲ ଭାବରେ ଚିହ୍ନିଚି ।ତୁମ ମାନଙ୍କର କାମ ହେଲା ବାପା ମାଆ ଙ୍କ ଅର୍ଥରେ ବଳିଆନ ହୋଇ ନିଜର ସଉକ ପାଇଁ ଅନ୍ୟକୁ ବଳି ପକାଇବାକୁ ବି ପଛ ଘୁଂଚା ଦେବନି । ଏହି କଥାରେସମା ରିତେଶ ମୁଖରୁ ଶୁଣି ସାରିବା ପରେ ରାଗିଯାଇ ରିତେଶ କୁ କହିଥିଲା ଶୁଣୁ ଏହି ଚାପୁଡ଼ା ମୋତେ ତୁ ମାରିଲୁନୁ ଯେ ଏହା ଭବିଷ୍ୟତରେ ତୋ ପାଇଁ ବହୁତ ମାହାଙ୍ଗା ପଡ଼ିବ ,ଆଉ ତୁ ଦେଖିବୁ ମୁଁ ଏହାର ପ୍ରତି ବଦଳରେ କଣ କରି ପାରେ । ରିତେଶ ମଧ୍ୟ ସେ ଝିଅ ଠାରୁ ଏହି କଥା ଶୁଣି କହିଥିଲା ଯା ଯା ତୁମ ଭଳି ମୁଁ କେତେ ଝିଅ ଦେଖିଛି । ଯା ମୋର କଣ କରିବା କଥା କରିବ ।


  ଏମିତିରେ କିଛି ଦିନ ବିତିଗଲା ପରେରେସେମା ର ରାଗ ସେ ପର୍ଯ୍ୟନ୍ତ ରିତେଶ ଉପରେ ଥାଏ । ଏହାର ପ୍ରତିଶୋଧ କିପରି ନେବ ମନେ ଭାବୁଥାଏ । ଏମିତିରେରେସେମା ଚକ୍ରାନ୍ତ ଖେଳେଇଲା । ଆଉ ତାର ବୟ ଫ୍ରେଣ୍ଡ ଓମ୍ କୁ ଏହି କଥା କହିଲା । ଓମ୍ ତାକୁ ସେଦିନ ଗୋଟେ ପ୍ଲାନ ଦେଲା । ପ୍ଲାନ ମୁତାବକ କେହି ନ ଜାଣିବାକୁରେସମା 

ର ସାଙ୍ଗ ରୋଜାଲିନ କୁ ମିଛି ମିଛିକା ଭଲ ପାଇବା ପାଇଁ ବିଜୟ ସହିତ କହିଥିଲା । ଆଉ ଏହି ମଉକାରେ ଆମେ ଆମ ଫାଇଦା ହାସଲ କରି ପାରିବା । ରିତେଶ ଠୁ ମଧ୍ୟ ପ୍ରତିଶୋଧ ନେଇ ପାରିବା । ଏହି କଥା ଶୁଣିରେସେମା ବହୁତ ଖୁସି ହୋଇଯାଇଥିଲା ଏବଂ ତାର ସାଙ୍ଗ ରୋଜାଲିନ ସବୁ କଥା କହିଥିଲା ତୁ ବିଜୟ କୁ ମିଛ ମିଛିକା ପ୍ରେମ ଜାଲରେ ଫସାଇ ଦିଏ । ଏହି କଥା ଶୁଣି ରୋଜାଲିନ ସେ ଦିନରେସେମା ଠୁ ଶୁଣି କହିଲା ଇଏ ଗୋଟିଏ କଥା ଏହା ମୋ ବାମ ହାତର ଖେଳ । ମୁଁ କଣ ମୋ ସାଙ୍ଗ ପାଇଁ ଏତିକି କରି ପାରିବିନି । ମୁଁ ନିଶ୍ଚିତ କରିବି ।

  ଏମିତିରେ କିଛି ଦିନ ବିତିଗଲା ରିତେଶ ଅଜାଣତରେ ରୋଜାଲିନ ବିଜୟକୁ ପ୍ରେମ ଜାଲରେ ଫଶାଇ ଦେଲା ଏବଂ ଏହି କଥା ରିତେଶ କୁ ନ ଜଣାଇବା ପାଇଁ କହିଥିଲା । ଆଉ ବିଜୟ କୁ ମଧ୍ୟ କହିଥିଲା ମୋ ରାଣ ଦେଇ କୁହ । ବିଜୟ ମଧ୍ୟ ପ୍ରତିଶୃତି ଦେଇଥିଲା । ଆଉ କହିଥିଲା ଆମ ଭଲ ପାଇବା କଥା କେହି ଜାଣିବେନି । ତୁମର ମୋର ବ୍ୟତୀତ ।

  ଏମିତିରେ ଆଉ କିଛି ଦିନ ବିତିଗଲା ଏବଂ ଉଭୟ ରୋଜାଲିନ ଏବଂ ବିଜୟ ଙ୍କ ମିଛ ପ୍ରେମ ଚାଲୁଥାଏ କିନ୍ତୁ ଛଳ ପ୍ରୟୋଗ କରି ବିଜୟ ଠାରୁ ରିତେଶ କୁ ଅଲଗା କରିବା ପାଇଁ ଉଦ୍ୟମ କରୁଥାଏ ରୋଜାଲିନ ।

  କିନ୍ତୁ ସେପଟେରେସେମା ବୟ ଫ୍ରେଣ୍ଡ ର ଉଦ୍ଦେଶ୍ୟ ଥିଲା କିଛି ଅଲଗା । ସେ ଚାହୁଁଥିଲା ରେସେମା କାମ ସହିତ ସେ ବି କିଛି ସ୍ବାର୍ଥ ହାସଲ କରିନେବ ଏବଂ ରୋଜାଲିନ କୁ ଉପଭୋଗ କରିବା ତାର ଥିଲା ମୁଖ୍ୟ ଉଦ୍ଦେଶ୍ୟ ।


  ଏମିତିରେ କିଛି ଦିନ ବିତିଗଲା ପରେରେସେମା ଓମ୍ କୁ କହିଲା ଏବେ କଣ କରିବା । ଓମ୍ କହିଥିଲା ତୁମେ ଚିନ୍ତା କରନି । ଆମେ ଗୋଟେ କାମ କରିବା । ଗୋଟେ ନିରୋଳା ଜାଗା ଦେଖି ବିଜୟକୁ ରୋଜାଲିନ ଦ୍ଵାରା ଡାକିବା । ଆଉ ରୋଜାଲିନ କୁ କହିଥିଲେ ତୁ ତାକୁ ଡାକିବୁ । ଆଉ ସେ ଆସିଲା ପରେ ବହି କଣ ହେଉଛି ତା ପରେ ମୁଁ କଣ କରିବା କଥା କରିବି । ଏହି ପ୍ଲାନ୍ରେ ସମସ୍ତେ ସହମତି ପ୍ରକାଶ କଲେ । ପରେ ରୋଜାଲିନ କୁ ନ ଜଣେଇ ଓମ୍ରେସେମା କୁ କହିଥିଲା ତୁମେ ସେହି ସ୍ଥାନ କୁ ଯିବନି । ରେସେମା ମଧ୍ୟ ରାଜି ହୋଇ କହିଥିଲା ହଉ ଠିକ୍ ଅଛି । କିନ୍ତୁ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓମ୍ ର ଗୋଟିଏ ଗୁଳିରେ ଦୁଇଟି ଶିକାର କରିବ । ଏହି କାମକୁ ସଫଳ କରିରେସେମା ଆଗରେ ସବୁଦିନ ପାଇଁ ତାକୁ ବହାହୋଇ ତାର ସମ୍ପତି ଉପଭୋଗ କରିବା ସହିତ ବିଳାସ ପୂର୍ଣ୍ଣରେ ରହିବ । ଦ୍ଵିତୀୟରେ ରୋଜାଲିନ କୁ ଉପୋଭୋଗ କରି ପାରିବ ।


   ଏମିତିରେ ହଠାତ୍ ଗୋଟିଏ ଦିନ ଓମ୍ ପ୍ଲାନ୍ ମୁତାବକ ଅନୁସାରେ ରୋଜାଲିନ ବିଜୟ କୁ କହିଥିଲା ଚାଲୁନ ଆଜି କେଉଁ ଆଡେ ବୁଲିଯିବା ବିଜୟ କହିଲା ହଉ ଠିକ୍ ଅଛି ତୁମେ କୁହ କୁଆଡେ଼ ଯିବା । ରୋଜାଲିନ କହିଥିଲା ଚାଲ ଆଜି ମୁଁ ତୁମକୁ ଗୋଟିଏ ଭଲ ଜାଗା ବୁଲାଇ ନେବି । ବିଜୟ କହିଲା ହଉ ଠିକ୍ ଅଛି । ଓମର ପ୍ଲାନ୍ ମୁତାବକ ଗୋଟିଏ ଘଞ୍ଚ ଜଙ୍ଗଲ କୁ ବିଜୟ କୁ ନେଇ ଗଲା ଯାହାଥିଲା ଚନ୍ଦକା ଅଭାରଣ୍ୟର କିଛି ସଂରକ୍ଷଣ ଜଙ୍ଗଲ ।

  କିନ୍ତୁ ସେଠି ଓମ୍ ପ୍ଲାନ୍ ଖେଳିଥିଲା । କିଛି ଗୁଣ୍ଡା ମାନଙ୍କୁ ଟଙ୍କା ଦେଇ କହିଥିଲା । ଏହି ସ୍ଥାନକୁ ଯେତେବେଳେ ରୋଜାଲିନ ଆଉ ବିଜୟ ଆସିବେ । ମୁଁ ସେଠୁ ଲୁଚିଯିବି କାରଣ ରୋଜାଲିନ ମୋତେ ଫୋନ୍ କରିବ ମୁଁ ତାକୁ କିଛି କାମ ଅଛି କହି ଟିକିଏ ବିଳମ୍ବରେ ଯିବି ବୋଲି କହିବି । କିନ୍ତୁ ମୁଁ ଛପି ରହିବି । ଆଉ ସେମାନେ ଆସିଲା ପରେ ତୁମେ ମାନେ ରୋଜାଲିନ କୁ ବାନ୍ଧି ନେବ । ଆଉ ବିଜୟ କୁ ନିସ୍ତୋକ ମାଡ଼ ମାରି ବିଜୟ କୁ ସେଠୁ ଆଣିବ ହେରି । ଏହି କଥାରେ ଗୁଣ୍ଡା ମାନେ ରାଜି ହୋଇ ଯାଇଥିଲେ ।

  ଏହା ପରେ ସେହି ସ୍ଥାନ କୁ କିଛି ସମୟ ପରେ ଉଭୟ ରୋଜାଲିନ ଆଉ ବିଜୟ ଆସି ପହଞ୍ଚି ଥିଲେ । ଆଉ ବିଜୟ ଠୁ ଟିକିଏ ଦୂରେଇ ରୋଜାଲିନ ଓମ୍ କୁ ଫୋନ୍ କରିଥିଲା ଓମ୍ ଏଠିକି ଆସ । କିନ୍ତୁ ଏହି ସବୁ ପ୍ଲାନ୍ ବିଷୟରେ ବିଜୟ କିଛି ଜାଣି ନଥିଲା । ରୋଜାଲିନ ର ଫୋନ୍ କଲ୍ ଶୁଣି ଓମ୍ କହିଥିଲା ମୋର ଟିକିଏ କାମ ଅଛି ଟିକିଏ ବିଳମ୍ବରେ ଯିବି । କିନ୍ତୁ ତୁମେ ଦୁଇ ଜଣ ବସି କଥା ହେଉଥାଅ । ରୋଜାଲିନ କହିଥିଲା ହଉ ଠିକ୍ ଅଛି । କିନ୍ତୁ ଓମ୍ ସବୁ ଲୁଚିକରି ଜଙ୍ଗଲ ଭିତରେ ସବୁ ଦେଖୁଥାଏ ।

 ଏମିତି ୧୦ରୁ ୧୫ ମିନିଟ୍ ପରେ ରୋଜାଲିନ ଏବଂ ବିଜୟ ବସି କଥା ହେଉଥିଲେ । ଅଚାନକ ଗୁଣ୍ଡାମାନେ ଆସି ତାଙ୍କୁ ବିଭିନ୍ନ ଗାଳି ଗୁଲଜ କହିଥିଲ ଓମ୍ ର ପ୍ଲାନ୍ ମୁତାବକ । ଆଉ କହିଥିଲେ ଏଠି କଣ ନିରୋଳାରେ ରାସ ଲୀଳା କରୁଛ । ଏହି କଥା ଶୁଣି ବିଜୟ ତାଙ୍କ ସହ ଯୁକ୍ତି ତର୍କ କରିଥିଲା ଏହା ଶୁଣି ଗୁଣ୍ଡାମାନେ ସଙ୍ଗେ ସଙ୍ଗେ ତାକୁ ନିସ୍ତୋକ ମାଡ଼ ମାରି ରୋଜାଲିନ କୁ ଗୋଟିଏ ଗଛରେ ବାନ୍ଧି ଦେଇ ସେଠାରୁ ବିଜୟ କୁ ନେଇ ଆସିଥିଲେ ।

    କିନ୍ତୁ ଗୋଟେ ଗଛରେ ରୋଜାଲିନ କୁ ବାନ୍ଧି ଦେଇଥିଲେ । ଏହି ସମୟରେ ଓମ୍ ଆସି ସେହି ଜାଗାରେ ପହଞ୍ଚିଲା । ସେତିକି ବେଳକୁ ସେଠି ଖାଲି ରୋଜାଲିନ ଏକା ଥାଏ । ରୋଜାଲିନ ଓମ୍ କୁ ଦେଖି ଖୁସି ହୋଇ ଯାଇଥିଲା ।

ଆଉ କହିଥିଲା କିଛି ଦୃର୍ବୁତ୍ତ (ଗୁଣ୍ଡା ମାନେ) ଆସି ମୋତେ ବାନ୍ଧି ଦେଇ ଆଉ ବିଜୟ କୁ ନେଇ ଗଲେ । ଓମ୍ ନ ଜାଣିଲା ଭଳି କହିଲା ଏମିତି କଥା ହୋଇଛି । ହଉ ଆମ ପ୍ଲାନ୍ ତାହାଲେ ଭଣ୍ଡୁର ହୋଇଗଲା ।କିନ୍ତୁ ସତ କହିବି ରୋଜାଲିନ ତୁମେ ଆଜି ବହୁତ ସୁନ୍ଦର ଦେଖା ଯାଉଛି । ଆଜି ମୁଁ ତୁମକୁ ଛାଡ଼ିବିନି । ମୁଁ ମନ ଭରି ତୁମକୁ ଏଠି ଦୁଷ୍କର୍ମ କରିବି । ଏହା ଶୁଣି ରୋଜାଲିନ କହିଲା ଛି ଛି ତୁମକୁ ଲାଜ ଲାଗୁନି । ମୁଁ ଭାବିଥିଲି ତୁମେ ଜଣେ ଭଲ ପିଲା । ତୁମ କଥା ମାନି ମୁଁ ଏତେ କଲା ପରେବି ? ହଠାତ୍ ଓମ୍ ବଳ ପ୍ରୟୋଗ କରି ଓମ୍ ରୋଜାଲିନ କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କଲା ବେଳେ ରୋଜାଲିନ ଓମ୍ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲା । ଏଥିରେ ଓମ୍ ରାଗିଯାଇ । ଓମ୍ ଜବର ଦସ୍ତ ବଳ ପ୍ରୟୋଗ କରି ଦୁଷ୍କର୍ମ କରିଥିଲା ଏବଂ ରୋଜାଲିନ ର ଚରିତ୍ର ସବୁଦିନ ପାଇଁ ମାଟିରେ ମିଶାଇ ଦେଇଥିଲା । ଏମିତି ଅଶ୍ରୁ ଭରା ଆଖିରେ ରୋଜାଲିନ କହିଥିଲା ଏହି କଥା ମୁଁ ପୋଲିସ କୁ କହିଦେବି । ଆଉ ତୁମ ନାମରେ କେସ ଦେବି । ହସି ହସି ଓମ୍ କହିଥିଲା ହା ହା ହା । ବାଉଁଶ ରହିଲେ ସିନା ବଇଁଶୀ ବାଜିବ । ମୁଁ ତୋତେ ମାରିଦେବି । ହଠାତ୍ ଅତି ନୃଶଂସ ଭାବରେ ରୋଜାଲିନ କୁ ତାର ଡ୍ରେସ ଓଢ଼ଣାରେ ତଣ୍ଟି କୁ ଯାପି ମାରିଦେଲା ଏବଂ ତାକୁ ତାହାର ଓଢଣାରେ ଗୋଟିଏ ଗଛରେ ଟାଙ୍ଗି ଦେଲା ।

    ଏହା ପରେ ପ୍ଲାନ୍ ମୁତାବକ ସେଠାରୁ ଓମ୍ ଭାଗି ଗଲା ଆଉ ଗୁଣ୍ଡା ମାନଙ୍କୁ ଫୋନ୍ କରି ବିଜୟ କୁ ସେହି ଜାଗା ମୁଣ୍ଡରେ ଛାଡ଼ି ଦେଇ ସମସ୍ତ ଗୁଣ୍ଡା ଭଗିଗଲେ ସେଠାରୁ । ବିଜୟ ହଠାତ୍ ଦେଖେତ ଗୋଟିଏ ଗଛରେ ଗୋଟିଏ ଝିଅ ଝୁଲୁଛି । ଗଛ ମୂଳକୁ ଯାଇ ଦେଖେତ । ଏହା ରୋଜାଲିନ ର ଶବ ଝୁଲୁଛି । ରୋଜାଲିନ କୁ ଦେଖି ବହୁତ କାନ୍ଦିଲା ବିଜୟ । ଆଉ ଭାବିଲା ନିମିଷକ ମଧ୍ୟରେ ସବୁ କଣ ହୋଇଗଲା ।

   ହଠାତ୍ ବିଜୟ ମୁଣ୍ଡରେ କିଛି ବୁଦ୍ଧି ଜୁଟିଲା ନାହିଁ । କଣ କରିବ ସଙ୍ଗେ ସଙ୍ଗେ ତାର ବନ୍ଧୁ ରିତେସ କୁ ଫୋନ୍ କଲା ଏହି କଥା ଶୁଣି ତତକ୍ଷଣାତ୍ ସେହି ଜାଗାରେ ରିତେସ ପହଞ୍ଚି ଥିଲା ଆଉ ଏ ସବୁ ଦେଖି କହିଲା ଏତେ ସବୁ ଘଟଣା ଘଟି ଯାଇଛି । ରିତେସ ବିଜୟ କୁ ପଚାରିଲା ଏମିତି କେମିତି ହେଲା । ବିଜୟ କହିଲା ମୋତେ ବିଶ୍ୱାସ କରେ ରିତେସ ମୁଁ କିଛି ଜାଣିନି ସେ କେମିତି ମଲା ।

  ସଙ୍ଗେ ସଙ୍ଗେ ଓମ୍ ଆସି ପହଁଚିଲା । ଆଉ କହିଲା ଆରେ ବିଜୟ ଏବଂ ରିତେସ ତୁମେ କଣ କରୁଛ । ଆଉ ରୋଜାଲିନ କୁଆଡେ ଗଲା । ବିଜୟ ସେ ଗଛକୁ ଠାରି କହିଲା ଅଶ୍ରୁ ଭରା ଆଖିରେ ସେ ଆଉ ଏହି ଦୁନିଆରେ ନାହିଁ 

ଏହା ଦେଖି ଓମ୍ ପଚାରିଲା ଏ ସବୁ କେମିତି ହେଲା । ବିଜୟ କହିଲା ମୁଁ ସତ କହୁଛି ମୁଁ କିଛି ଜାଣିନି ମୋତେ କିଛି ଗୁଣ୍ଡା ମାଡ଼ ମାରି ଏହି ସ୍ଥାନରୁ ଉଠାଇ ନେଇଥିଲେ । ଆଉ ପୁନଶ୍ଚ ଏଠି କିଛି ସମୟ ପରେ ଛାଡ଼ି ଦେଇ ଗଲେ । ଆସି ଦେଖେତ ଏତେ ସବୁ ଘଟଣା ଘଟି ଯାଇଛି ।


  ଏହା ଶୁଣି ଓମ୍ କହିଲା । ଏତେ ସବୁ ଘଟଣା ଘଟିଛି ମାନେ । ଏହା କିଏ କରିଛି ? ତୁମର କାହା ପ୍ରତି ସନ୍ଦେହ ଲାଗୁଛି । ବିଜୟ କହିଲା ମୋର ସେମିତି କାହା ପ୍ରତି ସନ୍ଦେହ ନାହିଁ । ସେଠୁ ଓମ୍ କହିଲା ତା ହେଲେ ଏହି ସବୁ କାମ ଏହି ରିତେସ କରିଛି । ରିତେସ କହିଲା ଆରେ ମୋତେ ବିଶ୍ୱାସ କର ମୁଁ ଏଥିରେ ସଂପୃକ୍ତ ନାହିଁ ।ଓମ୍ କହିଲା କେତେ ଦୂର ତୁ ଠିକ୍ କହୁଛୁ ନା ଭୁଲ କହୁଛୁ ତାହା ପୋଲିସ ଷ୍ଟେସନରେ ଜଣା ପଡ଼ିବ । ଆଉ କେସ ରୁଜୁ ହୋଇ କୋର୍ଟ ର କାଠ ଗଡ଼ାରେ ସବୁ ସତ କଥା ଗୁଡାକ ଆପେ ଆପେ ବାହାରି ଆସିବ । ଓମ୍ କହିଲା ମନେରଖ ବିଜୟ ଏହି କାମ କେବେବି କରି ନଥିବ । କାରଣ ସେ ରୋଜାଲିନ କୁ ଭାରି ଭଲ ପାଉଥିଲା । ସେ କେବେବି ତାକୁ ମାରି ନଥିବ । ଯିଏ ଯାହାକୁ ଭଲ ପାଏ ସିଏ ତାକୁ କେମିତି ମାରିବ ! ତାହାଲେ ତୁ ନିଶ୍ଚିତ ମାରିଛୁ ପ୍ଲାନ୍ କରି ଆଉ ଏଠି ଭଲ ଦେଖେଇ ହେଉଛୁ । ଏହା ଶୁଣି ବିଜୟ ମନରେ କିଛି ସନ୍ଦେହ ସୃଷ୍ଟି ହେଲା । ଆଉ ରିତେସ କୁ କହିଥିଲା ଏତେ ତଳକୁ ତୁ ଖସିଗଲୁ । ରିତେସ ସେଠୁ କହିଲା ଆରେ ମୋତେ ବିଶ୍ୱାସ କରେ ବିଜୟ । ମୁଁ ଏହା କରିଥିବି ବୋଲି ତୋର କଣ ବିଶ୍ୱାସ ହେଉଛି । ବିଜୟ କହିଲା କିଏ ଜାଣେ ତାହା କୋର୍ଟ କହିବ ।

   ହଠାତ୍ ଏହି କଥା ଓମ୍ରେସେମା କୁ ଫୋନ୍ କରି 

କହିଲା ଆଉ ସେହି ଜାଗାକୁ ଦକିଥିଲା । ରେସେମି ଆସି କିଛି ସମୟ ପରେ ପହଞ୍ଚିଥିଲା । ଆଉ ଆସି ସବୁ ନିଜ ଆଖିରେ ଦେଖି ସାରିବା ପରେ । ରିତେସ କୁ କହିଥିଲା ତୁମେ କେଉଁ ଭଳି ପୁରୁଷ ଆଜି ଜଣା ପଡ଼ିଗଲା । ମୋର ସାଙ୍ଗ ରୋଜାଲିନ ଅତି ସରଳ ଥିଲା ଆଉ ତାକୁ ବିଜୟ ଭଲ ପାଉଥିଲା । ଆଜି ତୁମେ ନିଜ ସାଙ୍ଗର ଭଲ ପାଇବାକୁ ଶେଷରେ ମାରି ପାରିଲ । ଏହାର ପରିଣାମ ବହୁତ ଭୟଙ୍କର ହେବ । ଏହା କହି ନିଜ ବାପାଙ୍କ ପାଖକୁ ଫୋନ କଲା ଆଉ ସବୁ କଥା କହିଲା ।

  ଏହା ପରେ ସେଠି ପୋଲିସ ଆସି ପହଞ୍ଚି ଥିଲା ଆଉ ରିତେସ କୁ ଆରେଷ୍ଟ କଲା ସମସ୍ତ ଙ୍କ ବୟାନରେକର୍ଡ କଲା 

   ତୁରନ୍ତ ଶବ ବ୍ୟବଚ୍ଛେଦ ପାଇଁ ରୋଜାଲିନ କୁ ମେଡିକାଲ୍ ପଠାଇଦେଲେ । ସେଠାରେ କିନ୍ତୁ ଓମ୍ ଡାକ୍ତର ବାବୁଙ୍କୁ କିଛି ପଇସା ମେଣ୍ଢାଇ ଦେଇଥିଲା । ଏହା ଅନୁସାରେ ଡାକ୍ତର ବାବୁ ପ୍ରମାଣ ପତ୍ର ଦେଲା ବେଳେ ରିତେସ ର ସଂପୃକ୍ତ ଅଛି ବୋଲି ଦେଲା । ଏହା ସହିତରେସମା ବାପା ଙ୍କୁ ପ୍ଲାନ୍ କରାଇ ପୋଲିସ ସାଇଣ୍ଟି - ଫିକ୍ ଙ୍କ ଠାରୁ ରିତେସ ଫିଙ୍ଗର ପ୍ରିଣ୍ଟ ଏହି ମର୍ଡର କେସରେ ସଂପୃକ୍ତ ଅଛି ବୋଲି ଯୋଗାଡ଼ କରାଇଥିଲା ।


   ଏହା ପରେ ରିତେସକୁ କୋର୍ଟ ଚାଲାଣ କରାଗଲା 

କୋର୍ଟ ତାରିଖ ମୁତାବକ ନିର୍ଦ୍ଦୋଷ ଲୋକଟି ରିତେସ କାଠ ଗଡ଼ାରେ ଠିଆ ହୋଇଥାଏ । ଅନ୍ୟ ପାଶ୍ୱର୍ରେ ସବୁ ସାକ୍ଷୀ ପ୍ରମାଣ ଓମ୍ ପ୍ଲାନ୍ କରି ରୋଜାଲିନ ପକ୍ଷରେ କରିଥିଲା ନିଜ ଓକିଲ କୁ ଧରି । ସେ ପର୍ଯ୍ୟନ୍ତ ରିତେସ ଜାଣୁ ନଥାଏ ଏ ସବୁ କଣ ହେଇଯାଉଛି । କିନ୍ତୁ କଣ ହେବ ଭାଗ୍ୟ ଯେତେବେଳେ ଦାଉ ସାଜିବାର ଥିବ କେହି ରକ୍ଷା କରି ପାରିବେନି । ସେୟା ମଧ୍ୟ ରିତେସ କ୍ଷେତ୍ରରେ ହେଲା । ଆଉ ସବୁ ସାକ୍ଷୀ ଏବଂ ପ୍ରମାଣ କୁ ଭିତ୍ତି କରି ଉଚ୍ଚତମ ନ୍ୟାୟଳୟ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଏହା ଶୁଣି ସେ ଦିନରେସେମା ବହୁତ ଖୁସି ହୋଇଥିଲା ।

   ଶେଷରେ ୨୦୧୧ ମସିହା ମାର୍ଚ୍ଚ ଦୁଇ ତାରିଖ ଦିନ ଅପରାହ୍ନ ୨ ଘଟିକା ସମୟରେ ରୀତେସ ପରିବାର ଲୋକଙ୍କ ସମ୍ମୁଖରେ ଛିଡ଼ା ହୋଇ ସମସ୍ତଙ୍କୁ ଶେଷ ଦର୍ଶନ କଲା ବେଳେ । ନିଜ ସାଙ୍ଗ ବିଜୟ କୁ କହିଥିଲା ଶୁଣୁ ସାଙ୍ଗ ମୁଁ ଆଜି ନିର୍ଦ୍ଦୋଷ ହୋଇ ଦଣ୍ଡ ପାଉଛି । କିନ୍ତୁ ତୁ ମୋତେ ଚିହ୍ନି ପାରିଲୁନୁ । କିନ୍ତୁ ସମୟ ଆସିବ ଏହାକୁ ତୁ ନିଶ୍ଚୟ ଜାଣିବୁ ସେତେବେଳକୁ କିନ୍ତୁ ମୁଁ ତୋ ପାଖରେ ତୋର ଏହି ବନ୍ଧୁ ଆର ପାରିକୁ ଚାଲିଯାଇଥିବ । ଏମିତି କହି ସାରିଲା ଭିତରେ ହଠାତ୍ ଜେଲର ବାବୁ ରିତେସ କୁ କହିଲେ ସମୟ ହୋଇଗଲା । ଏବଂ ତୁରନ୍ତ ରିତେସ କୁ ଫାଶୀ ଖୁଣ୍ଟ ପାଖକୁ ନିଆଗଲା ଏବଂ ମୁଣ୍ଡରେ କଳା କପଡ଼ା ଢାଙ୍କି ଦେଲେ । କିନ୍ତୁ ସେ ପର୍ଯ୍ୟନ୍ତ ରିତେସ ର ପରିବାର ଲୋକ ଅସ୍ପଷ୍ଟ କଣ ଆମ ପୁଅ ଏ କଥା ସତରେ କରିଛି ? ଭଗବାନ ଙ୍କୁ ଡାକୁଥିନ୍ତି । ଠିକ୍ ଏହି ସମୟରେ ରିତେସ ର ଛଟ ପଟ ଗର୍ଜନ ସୁବିଲା ଆଉ ସବୁଦିନ ପାଇଁ ରିତେସ ଆର ପାରିକୁ ଚାଲିଗଲା ।

   ଆଉ ସବୁଦିନ ପାଇଁ ସମାଜ ଆଖିରେ ପାଲଟି ଗଲା ଖୁନି ଏବଂ ରିତେସ ପାଇଲା ଫାଶୀ ।

  ବାର୍ତ୍ତା - ଏହି ଗଳ୍ପଟିରେ ସମାଜ ପାଇଁ ଏକ ବାର୍ତ୍ତା ବହନ କରୁଛି ଆଜିବି ସମାଜରେ ଏହି ପରି ନିର୍ଦ୍ଦୋଷ ଲୋକ ଦଣ୍ଡ ପାଉଛନ୍ତି । ତେଣୁ ସଚେତନ ହୋଇ ଚଳନ୍ତୁ ।


   



Rate this content
Log in

Similar oriya story from Drama