ପବିତ୍ର ପ୍ରେମ
ପବିତ୍ର ପ୍ରେମ
ପ୍ରୀତିଶ୍_ଆଉ କେତେଦିନ ଏମିତି ଲୁଚି ଛପି ଦେଖା କରୁଥିବା। ମୋ ବାହାଘର ପାଇଁ ଘରେ ବ୍ୟସ୍ତ ହୋଇପଡିଲେଣି। ତୁମେ ଘରେ ଆମ ଦୁହିଁଙ୍କ କଥା ଅଙ୍କଲ ଆଣ୍ଟିଙ୍କୁ କୁହ।ଏହାଛଡା ନିଜ ପାଇଁ ଗୋଟିଏ ଚାକିରି ଟିଏ ଖୋଜ।......
ସୁଲଗ୍ମାର କଥା ଶୁଣି ଟିକିଏ ହସି କହିଲା ପ୍ରୀତିଶ୍ ତମେ ଆଦୌ ଚିନ୍ତା କରନି ସୁଲଗ୍ନା। ମମି ପାପା ମୋ କଥାକୁ ନିଶ୍ଚୟ ମାନିବେ କାରଣ ମୁଁ ତାଙ୍କର ଏକମାତ୍ର ଗେହ୍ଲା ପୁଅ। କାଲି ମମ୍ମି ପାପା ତୁମ ଘରକୁ ଆମ ବିବାହ ପ୍ରସ୍ତାବ ନେଇ ଯିବେ।
ତମେ ସତ କହୁଚ ପ୍ରୀତିଶ୍।ଖୁସିରେ ଗଦ୍ ଗଦ ହୋଇ କହିଲା ମୁଁ ତା ହେଲେ ଏବେ ଆସୁଛି।କାଲି ସନ୍ଧ୍ୟାରେ ପୁଣି ଦେଖା ହେବ କହି ଚାଲିଗଲା ସୁଲଗ୍ନା।
ମମି _ମୁଁ ଗୋଟିଏ କଥା କହିବାକୁ ଚାହୁଁଚି।
ପ୍ରିତିଶ୍ ର କଥା ଶୁଣି ତା ମମି କହିଲେ କଣ କହିବୁ କହ। ଆଜି ଯାଏଁ ତୋର କୋଉ କଥାକୁ କଣ ପୂରଣ କରାଯାଇନି ?
ମମି - ମୁଁ ସୁଲଗ୍ନାକୁ ଭଲ ପାଏ।ତାକୁ ବିବାହ କରିବାକୁ ଚାହେଁ।
କୋଉ ସୁଲାଗ୍ନା ?ତୋ ବାବାଙ୍କ ଅଫିସର ଚପରାଶି ସୁଦାମର ଝିଅ।!ମମିଙ୍କ ମୁହଁର ରଙ୍ଗ କେମିତି ଘୃଣାରେ ଭରି ଉଠିଥିଲା।ସେଥି ପ୍ରତି ନିଘା ନଥିଲା ପ୍ରିତିଶ୍ ର।
ମମି - କାଲି ତାଙ୍କ ଘରକୁ ଯାଇ ମୋ ବିବାହ କଥା ପକାଇ ଆସ। ହଉ ତୋ ପାପା ଆସିଲେ ମୁଁ ତାଙ୍କ ସହ କଥା ହୋଇ ତାଙ୍କ ଘରକୁ କାଲି ଯିବୁ।
ଓଃ ମୋ ସ୍ଵୀଟ ମମି କହି ମମିକୁ ଖୁସି ରେଉଠେଇ ପକାଇଲା ପ୍ରୀତିଶ୍।
ତା ପରଦିନ ସକାଳୁ ସୂଳଗ୍ନା ଘରେ ପହଞ୍ଚିଲେ ପ୍ରିତିଶର ମମି ପାପା।
ବାବୁ ମା ଆପଣ ଏଇଠି! ଆଶ୍ଚର୍ଯ୍ୟ ହୋଇ ପଚାରୁଥିଲେ ସୁଦାମ ବାବୁ।କିଛି କାମ ଥିଲା ଯଦି ମୋତେ ଡକେଇ ଦେଲେନି ମୁଁ ଆସିଯାଇଥାନ୍ତି।ଆପଣ କାହିଁକି କଷ୍ଟ କଲେ।
ସୁଦାମର କଥା ଶୁଣି ପ୍ରିତୀଶ୍ ର ମମି କହିଲେ ,ଦେଖେ ସୁଦାମ ତୋ ଝିଅକୁ ବୁଝେଇ ଦେ। ବାମନ ହୋଇ ଚନ୍ଦ୍ରକୁ ହାତ ବଢାଇବାର ଭୁଲ୍ ନ କରୁ ଯେମିତି।ସାଧାରଣ ଚାକରର ଝିଅ ମୋ ଘରେ ବୋହୂ ହେବ!
ଯଦି ଭଲ ଦଶା ଅଛି ମୋ ପୁଅ ଜୀବନରୁ ସବୁଦିନ ପାଇଁ ଚାଲି ଯାଉ ତୋ ଝିଅ ନ ହେଲେ ମିଛ କେଶ୍ ରେ ଫସେଇ ତୋ ଚାକିରି ନେଇଯିବି।
ନାହିଁ ମା ସେମିତି କରନ୍ତୁ ନାହିଁ,ମୋ ଝିଅକୁ ମୁଁ ବୁଝେଇ ଦେବି।ମୋ ଚାକିରୀ ଚାଲିଗଲେ ଆମେ ପାଞ୍ଚ ପ୍ରାଣୀ ଭୋକରେ ମରିଯିବୁି ମା।
ହଉ ଠିକ୍ ଅଛି ତା ହେଲେ, ପ୍ରୀତିଶ୍ କୁ କିନ୍ତୁ ଏ ବିଷୟରେ କିଛି ଜଣେଇବ ନାହିଁ।ତାକୁ ମୁଁ ବୁଝେଇ ଦେବି।କହିଲେ ପ୍ରୀତିଶ ର ମମି।
ଏସବୁ କଥା ଶୁଣି ସୁଲଗ୍ମା ମୁଣ୍ଡ ଉପରେ ଯେମିତି ବଜ୍ରପାତ ହେଲା।କଣ କରିବ ଭାବି ପାରୁନଥିଲା ସେ। ନିଜ ଖୁସିକୁ ବଳି ଦେଇ ନିଜ ପରିବାରକୁ ବଞ୍ଚେଇବାକୁ ନିଷ୍ପତି ନେଲା ସେ ।ସେ ପ୍ରେମ କରେ।କିନ୍ତୁ ପ୍ରେମ କରିବା କଣ ପାପ ?ଗରିବ ପରିବାରରେ ଜନ୍ମ ନେବା ପାପ ନା ବଡ ଘରର ପୁଅକୁ ଭଲ ପାଇବା ପାପ।
ସୁଲଗ୍ନା ଘରୁ ଫେରିବା ପରେ ପ୍ରୀତିଶ ଖୁବ ଉତ୍କଣ୍ଠାର ସହ ପଚାରିଲା,"ମମି ,କଣ କହିଲେ ସେମାନେ"?
ପ୍ରିତିଶର କଥା ଶୁଣି ତା ମମି କହିଲେ ସେମାନେ ଆମ ପ୍ରସ୍ତାବରେ ରାଜି ହେଲାନାହିଁ।କହିଲେ ଗୋଟିଏ ବେକରିଆ ପୁଅକୁ କିଏ ଝିଅ ଦେବା।ମୋ ଝିଅ ପାଇଁ ଖୁବ୍ ଧନୀ ଘରୁ ପ୍ରସ୍ତାବ ଆସିଛି।ପୁଅଟି ଗୋଟିଏ କମ୍ପାନୀରେ ବଡ଼ ଅଫିସର।ସେମାନେ ଖାଲି ମୋ ଝିଅର ସୁନ୍ଦରତା ଦେଖି ତାକୁ ବିନା ଯୌତୁକ୍ ରେ ବାହା କରିବାକୁ ରାଜି ଅଛନ୍ତି।ଏତେ ଭଲ ପ୍ରସ୍ତାବକୁ ଛାଡ଼ି ଗୋଟିଏ ବେକାର ସହ ମୋ ଝିଅର ହାତ ମୁଁ କେବେ ଛନ୍ଦି ବାକୁ ଚାହିବିନି।
ସୁଦାମ ସାମାନ୍ୟ୍ ଚପରାସି ହୋଇ ଆମର ଖୁବ୍ ବେଜିତ୍ କଲା। ସୁଲଗ୍ନା ମଧ୍ୟ ତା ବାପା ହଁ ରେ ହଁ ମିଶାଇ ଆମକୁ ଖୁବ୍ ଅପମାନ ଦେଲା।
କହି ପ୍ରିତିଶ ଯେଉଁ ଝିଅ ତୋ ଭଲ ପାଇବାକୁ ହତାଦର କରି ତୋ ମମି ପାପାକୁ ଅପମାନ ଦେଲା ତୁ ସେଇ ଝିଅକୁ ବାହା ହେବୁ ବୋଲି ଜିଦ୍ କରୁଛୁ।
କିନ୍ତୁ ସୁଲଗ୍ନା ଏମିତି କରିଥିବ ମୋର କାହିଁକି ବିଶ୍ୱାସ ହେଉନି ମାମି। .....
ତା ମାନେ ତୋ ପାପା ଓ ମୁଁ ମିଛ କହୁଛୁ।ଗୋଟିଏ ସାଧାରଣ ଝିଅ ପାଇଁ ତୁ ତୋ ଜନ୍ମ କଲା ବାପା ମାକୁ ଅବିଶ୍ବାସ କରୁଛୁ।
ନା ମମି ଯଦି ଏମିତି କଥା ,ତାହେଲେ ମୁଁ ସୁଲଗ୍ନାକୁ ଭୁଲିଯିବି।ଯିଏ ମୋ ବାପା ମାକୁ ସମ୍ମାନ ଦେଲା ନାହି ସେ ଭବିଷ୍ୟତରେ କଣ ନ କରିବ।
ଏହି ଘଟଣାର ସପ୍ତାହେ ପରେ ସୁଲଗ୍ନା୍ ବାପାର ବଦଳି ହୋଇଯାଇଥିଲା କେଉଁ ଏକ ମାଳ ଅଞ୍ଚଳକୁ।ଏହାପରେ ପ୍ରିତୀଶ ଚାଲିଯାଇଥିଲା ସୁଦୂର ବେଙ୍ଗାଲୁରୁ।
*****
ଏହାର ଠିକ୍ ୧୦ବର୍ଷ ପରେ ହଠାତ୍ ଦେଖା ହୋଇଗଲା ସୁଲଗ୍ନା ଓ ପ୍ରୀତିଶର ଏକ ମଲ୍ ରେ। ସୁଲଗ୍ନା ସାଥୀ \ରେ ଗୋଟିଏ ୪ବର୍ଷର ଝିଅଟିଏ ଥିଲା। ସୁଲଗ୍ନାର ଝିଅ ହୋଇଥିବ ବୋଧେ।ସୁଲଗ୍ନା ତୋ ଟିକେ ମଧ୍ୟ ବଦଳିନି ଯେମିତି ଥିଲା ସେମିତି ଅଛି। ଖାଲି ଫରକ୍ ଏତିକି ଯେ ହାତରେ ଦୁଇ ପଟ ଚୁଡି ଓ ମଥାରେ ସିନ୍ଦୂର ଥିଲା।
ସୁଲଗ୍ନାକୁ ଏତେ ବର୍ଷ ପରେ ଦେଖି ଥରେ ପଚାରିବାକୁ ଇଛା ହେଉଥିଲା ତାର ସେ ଏମିତି କାହିଁକି କଲା।?
ସୁଲଗ୍ନା ସୁଲଗ୍ନା ହଠାତ୍ ଏକ ପରିଚିତ ସ୍ୱର ଶୁଣି ଆଶ୍ଚର୍ଯ୍ୟ ହେଲା ଏପରି ଏକ ଅଜଣା ସ୍ଥାନରେ ତା ନା ଧରି କିଏ ଡାକୁଛି।
ପଛକୁ ବୁଲି ଦେଖିଲା ଆରେ ଏଇ ତୋ ପ୍ରୀତିଶ। ତା ପ୍ରଥମ ଅଭୁଲା ପ୍ରେମ।......
ସୁଲଗ୍ନା ତମେ ଏଇଠି। ଆଉ ଏହି ଛୁଆ !ପଚାରିଲା ପ୍ରୀତିଶ।
ହଁ ଏଇଠି ମୋ ସ୍ବାମୀ ରୁହନ୍ତି ।ଆଉ ଏଇ ମୋ ଝିଅ ପ୍ରୀତିଲଗ୍ନା।
ପ୍ରିତିଲଗ୍ନା ନା ଟି ଶୁଣି ଚମକି ପଡ଼ିଲା ପ୍ରିତିଶ।କାରଣ ଥରେ ସୁଲଗ୍ନାକୁ କହିଥିଲା ସେ ଆମର ଯଦି ଝିଅ ହୁଏ ତା ନା ପ୍ରିତିଲଗ୍ନା ରଖିବା।ଖୁବ୍ ହସିଥିଲା ସେଦିନ ସୁଲଗ୍ନା।
ଚାଲ୍ ଏହି କଫି ଶୋପ ରେ ଟିକେ ବସିବା ତୁମ ସହ ମୋର କିଛି କଥା ଅଛି। ପ୍ରିତିଶ କଥା ଶୁଣି ସୁଲଗ୍ନା କହିଲା ନାହିଁ ମୋତେ ଜଲଦି ଘରକୁ ଯିବାକୁ ହେବ ମୋର କିଛି କାମ ଅଛି।
କୋଉଠି ରହୁଛି ତୁମେ?ଚାଲ୍ ମୁଁ ତୁମକୁ ଛାଡ଼ିଦେବି।ଆଉ କିଏ ସେ ଭାଗ୍ୟବାନ ବ୍ୟକ୍ତି ତାଙ୍କ ସହ ମଧ୍ୟ ମୋର ଦେଖା ହୋଇ ଯିବ,
ଯାହା ପାଇଁ ତୁମେ ମୋତେ ରିଜେକ୍ଟ କଲ।
ନା ନା ଆମେ ଚାଲିଯିବୁି।ତମେ ଅଯଥା କାହିଁକି କଷ୍ଟ କରିବ। ମନା କରୁଥିଲା ସୁଲଗ୍ନା।
କିନ୍ତୁ ପ୍ରୀତିଶ୍ ର ଜିଦି ଆଗରେ ମୁଣ୍ଡ ନୁଆଇଁଲା।ବାଧ୍ୟ ହୋଇ ତାକୁ ନିଜ ଫ୍ଲାଟ୍ କୁ ଆଣିଲା।
ଆଛା ପ୍ରିତୀଶ ତମ ଖବର କଣ। ବାହା ସାହା ହେଲଣି କି ନାହିଁ।
ସୁଲଗ୍ନା କଥା ଶୁଣି ଏକ ଦୀର୍ଘ ନିଃଶ୍ୱାସ ନେଇ କହିଲା ମମି ପାପାଙ୍କ ପସନ୍ଦରେ ଏକ ଧନୀ ଘରର ଉଦ୍ଧତ୍ ଝିଅକୁ ବାହା ହେଲି।ତା ସହ ମୋର ଜମା ପଡ଼ିଲା ନାହିଁ। ଯୌତୁକ ପାଇଁ ନିର୍ଯାତନା ଦେଉଛନ୍ତି ବୋଲି କେଶ୍ କଲା ଆମ ନାଆରେ। ଏହା ପରେ ମୁଁ ତାକୁ ଡିଭୋର୍ସ ଦେଲି ।
ମମି ପାପା ଖୁବ୍ ଭାଙ୍ଗିପଡିଲେ ଏହି ଦୁଃଖରେ।ବର୍ଷେ ଭିତରେ ଦୁଇ ଜଣ ଯାକ ଶେଷ ନିଃଶ୍ୱାସ ତ୍ୟାଗ କଲେ।
ଏବେ ଏତେ ବଡ଼ ଦୁନିଆରେ ମୁଁ ଖୁବ୍ ଏକା।......ଇତି ମଧୟରେ ସୁିଲଗ୍ନାର ଫ୍ଲାଟ୍ ରେ ପହଞ୍ଚି ସାରିଥିଲେ ସେମାନେ।
ଘର ଭିତରକୁ ପଶୁ ପଶୁ ଏକ ଫୋଟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲା ସେ।ଆରେ ଏ କଣ!
ଏଇଟା ଯେ ତାର ଆଉ ସୁଲଗ୍ନାର ଫୋଟୋ
ପ୍ରାୟ ୧୦ବର୍ଷ ତଳର ।
ଆଶ୍ଚର୍ଯ୍ୟ ଚକିତ ହୋଇ ଅନେଇଲା ସୁଲଗ୍ନାକୁ।
ଶୁଣ ପ୍ରୀତିଶ, ସେଦିନ ତମ ମମି ଯାହା କହିଥିଲେ ସବୁ ମିଛ। ଆମୂଳଚୁଳ ସବୁ ବର୍ଣ୍ଣନା କଲା ସେ ।ଆମେ ସେ ଜାଗା ଛାଡିବା ପରେ ମୁଁ ବେଙ୍ଗାଲୁରୁ ଚାଲି ଆସିଲି ଚାକିରି କରିବା ପାଇଁ
ଆଉ ତମ ସ୍ବାମୀ କଣ କରନ୍ତି। କୋଉଠି ସେ।?
ଖୁବ୍ ହସିଲା ସେ,ମୋ ସ୍ବାମୀ !ସେ ପରା ମୋ ସାମନାରେ!
କିଛି ବୁଝି ପାରିଲିନି ସୁଲଗ୍ନା।କଣ କହିବାକୁ ଚାହୁଁଛି ତମେ?
ହସ ବନ୍ଦ କରି ସୁଲଗ୍ନା କହିଲା ମୁଁ ବିବାହ କରିନାହିଁ। ମୋ ହୃଦୟରେ ସବୁବେଳେ ତୁମେ ହିଁ ଥିଲ।ତମ ସ୍ଥାନ ମୁଁ କାହାକୁ ଦେଇପାରିବିନି କି ଆଉ କାହାକୁ ବାହା ହୋଇ ତା ସହ ପ୍ରତାରଣା କରିବାକୁ ଚାହୁଁ ନଥିଲି। ତେଣୁ ଆଜୀବନ ଅବିବାହିତା ରହିବାକୁ ନିଷ୍ପତି ନେଇଥିଲି।
ହେଲେ ଏ ଛୁଆ।! ତମ ମଥାରେ ଏ ସିନ୍ଦୂର!.....
ମୁଁ ଅନାଥ ଆଶ୍ରମରୁ ଏ ଛୁଆକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛି । କାରଣ ଏକା ଏକା ଏ ସମାଜରେ ବଞ୍ଚିବା ଭାରି କଷ୍ଟ। ଏବଂ ସମାଜର ଲୋକଙ୍କ ଖରାପ୍ ଦୃଷ୍ଟିରୁ ବଞ୍ଚିବା ପାଇଁ ଏ ଶଙ୍ଖା ସିନ୍ଦୁର।ମୋ ମନ ମନ୍ଦିରରେ ଆଜି ମଧ୍ୟ ତୁମେ ହିଁ ପୂଜା ପାଉଛ ପ୍ରିତୀଶ।ମୁଁ ଆଜି ମଧ୍ୟ ସେତିକି ଭଲ ପାଏ ଯେମିତିକି ସେତେବେଳେ ପାଉଥିଲି।
ସୁଲଗ୍ନାର କଥା ଗୁଡ଼ିକ ତାକୁ କୌଣସି ସିନେମାର କାହାଣୀ ଭଳି ଲାଗୁଥିଲା ।
ମୋତେ ବାହା ହେବ ପ୍ରୀତିିଶ?
ଖୁବ୍ ସୁନ୍ଦର୍ ଭାବେ ମୁଣ୍ଡ ହଲାଇ ସମ୍ମତି ପ୍ରକାଶ କରି ନିବିଡ ଭାବେ ଆଲିଙ୍ଗନ କରି ପକାଇଲା ସୁଲଗ୍ନାକୁ।
ମାମା ଏ କିଏ?ପ୍ରୀତିଲଗ୍ନାର ଏ ପ୍ରଶ୍ନ ଶୁଣି ସୁଲଗ୍ନା କହିଲା , ଏ ହେଉଛନ୍ତି ତୋ ପାପା।
ଆରେ ୱାଆ ଏତେଦିନ ପରେ ମୋା ପାପାଙ୍କୁ ଦେଖିଲି ।ପ୍ରିତିଲଗ୍ନାକୁ କୋଳେଇ ନେଇ ପ୍ରୀତିଶ ଗେଲ କରି କହୁଥିଲା ମୋ ଗେଲ୍ହି ଝିଅ।
ଏକ ପବିତ୍ର ପ୍ରେମର ବିଜୟ ଘଟିଥିଲା।....

