STORYMIRROR

Sunita Kumari Pradhan

Romance

3.5  

Sunita Kumari Pradhan

Romance

ଅଭୁଲା ସେ ମୁହୂର୍ତ୍ତ କିଛି

ଅଭୁଲା ସେ ମୁହୂର୍ତ୍ତ କିଛି

6 mins
205


ଶୀତ ଆସେ ମାନେ ସେ ମନ ଭରି ଉପଭୋଗ କରେ ତା ଥଣ୍ଡା ଥଣ୍ଡା ସ୍ପର୍ଶକୁ । ତା କାଲୁଆ ହେମାଳ ବାଆକୁ । ତା ଶିଶିର ଭରା ମୁକ୍ତା ଗୁଡ଼ିକୁ । ଆଉ ଟପ୍ ଟପ୍ ପଡୁଥିବା କାକରକୁ । ଝାପସା ଝାପସା ଧୂଆଁଳିଆ ଆକାଶକୁ । ବେଳେ ବେଳେ ପଡୁଥିବା ତୁଷାର ପାତକୁ । 


 ସେଇଥି ପାଇଁ ତ ଶୀତ ଆସିଲା ମାନେ ବହୁତ ସମୟ ଯାଏ ରହିଯାଏ ତା ସହରରେ । ଜମା ଛାଡି ଯାଏନା । ତା ସହରର କଥା ହିଁ କିଛି ନିଆରା । ଯିଏ ଆସେ ସେ ପଡ଼ିଯାଏ ଏ ସହର ଆଉ ସେଇଠି ବାସ୍ କରୁଥିବା ଲୋକଙ୍କ ପ୍ରେମରେ । 

ଖାଲି ଶୀତ ନୁହଁ, ବର୍ଷା, ବସନ୍ତ, ବୈଶାଖ ବି ଭାରୀ ଭଲ ପାଆନ୍ତି ତା ସହରକୁ । ଆଉ ତାଙ୍କ ଭଲ ପାଇବାର ସନ୍ତକ ରୂପେ ଭେଟି ଦେଇ ଯାଆନ୍ତି କିଛି କିଛି ଉପହାର ।  


ସେ ବି ଭାରୀ ଭଲ ପାଏ ଏହି ଶୀତୁଆ ସକାଳକୁ । କାହିଁକି ନା ଏମିତି ଏକ ଶୀତ ସକାଳୁ ତ ତା ପ୍ରେମର ଶୁଭାରମ୍ଭ ହୋଇଥିଲା । 

ଏହି କାକର ଭରା ଶୀତ ସକାଳ ହିଁ ତା ପ୍ରେମର ସାକ୍ଷୀ । ଆଉ ଏମିତି ଏକ ଶୀତୁଆ ସକାଳୁ ପଡ଼ିଥିଲା ତାଙ୍କ ପ୍ରେମର ମୂଳଦୁଆ । 


ଫେରି ଯାଉଥିଲା ପ୍ରୀତି ଅତୀତକୁ । ସ୍ମୃତିର ଫରୁଆରୁ କିଛି କିଛି ନାଚି ଉଠୁଥିଲା ତା ମାନସ ପଟଳରେ ଠିକ୍ ଚଳଚ୍ଚିତ୍ରର ଦୃଶ୍ୟ ଭଳି । 


ଡିସେମ୍ବର ମାସର ଏକ ଶୀତୁଆ ସକାଳ । ବାହାରର ଥଣ୍ଡା ପବନ ଭିତରକୁ ଆସିବା ପାଇଁ ଯେମିତି ଠକ୍ ଠକ୍ କରୁଛି । ଆଉ ପ୍ରୀତି ସେଇ ପବନକୁ ନିଜ ଆଡକୁ ନ ଆସିବାକୁ ଦେବା ପାଇଁ ସେ ମଧ୍ୟ ପଣ କରିଛି । ଉଭୟେ ଉଭୟଙ୍କ ଜିଦରେ ଅଟଳ । 


ଠିକ୍ ଏତିକି ବେଳେ ରିଙ୍ଗ ହେଲା ଫୋନଟି । ନା ବାଜୁ । ସେ ଉଠେଇବ ନାହିଁ । 

ଆଦୌ ଉଠିବାକୁ ଇଛା ହେଉ ନଥିଲା ତାର ସେ ଉଷୁମ ରେଜେଇର ଆଲିଙ୍ଗନକୁ ଏଡେଇ ଉଠି ଆସିବାକୁ । ରିଙ୍ଗ ହୋଇ ହୋଇ କଟିଗଲା । କିଛି ସମୟ ପରେ ପୁଣି ଥରେ ରିଙ୍ଗ ହେଲା ଫୋନଟି । 


 ବିରକ୍ତିରେ ଉଠି ଫୋନଟି ଦେଖିଲା ବେଳକୁ ଲଗ୍ନାର ଫୋନ । ନିଶ୍ଚେ ବ୍ୟାଡମିଣ୍ଟନ୍ ଖେଳିବାକୁ ଡାକୁଥିବ । ଏବେ ଫୋନ ରିସିଭ୍ କଲା ମାନେ ବହେ ଶୋଧିବ । ତେଣୁ ତରତର ହୋଇ ଦୌଡିଲା ବାଥରୁମ୍ । ଫ୍ରେସ୍ ହୋଇ ସିଧା ଚାଲିଲା ଲଗ୍ନା ଘରକୁ । ତାଙ୍କ ଘର ପାଖରୁ ପାଞ୍ଚ ଛଅଟି ଘର ଛାଡ଼ି ଲଗ୍ନାର ଘର । 

 ଲଗ୍ନା ଘର ପାଖରେ ଏକ ଛୋଟ ପଡିଆ । ସେଇଠି ଖେଳନ୍ତି ସେମାନେ ବ୍ୟାଡମିଣ୍ଟନ । ସେ ପହଞ୍ଚିଲା ଲଗ୍ନା ଘରେ । ଏ କଣ ଲଗ୍ନା ତ କାହିଁ ଦେଖା ଯାଇନାହିଁ । ସିଧା ଚାଲିଲା ତା ରୁମକୁ । 


ଆରେ ୱାଆ!!!ମହାରାଣୀ ମୋତେ ଫୋନ କରି ଆରାମରେ ଶୋଇଚି ଘୋଡିଘାଡି ହୋଇ । ତା ବ୍ୟାଡମିଣ୍ଟନ ରାକେଟରେ ପକେଇଲା ଗୋଟେ ପାହାର । 


ଏ ମାଆ!!!ମରିଗଲି!!ମରିଗଲି!!!

 ବ୍ଲାଙ୍କେଟ୍ ଭିତରୁ ଶୁଭୁଥିଲା ଚିତ୍କାର । ଏ କଣ !!!ଏଇଟା ତ ଲଗ୍ନାର ସ୍ୱର ନୁହେଁ । 

କେହି ଜଣେ ପୁଅ ପିଲାର ସ୍ୱର । ସେ ପିଲାଟି ବ୍ଲାଙ୍କେଟ୍ ଫିଙ୍ଗି ରାଗିକି ପ୍ରୀତିକୁ ଚାହିଁ ଥିଲା । 

ଆହା!!!କି ସୁନ୍ଦର୍ ଚେହେରା!!! ପୁରା ଅମିର୍ ଖାନ୍ ଭଳି ହାଣ୍ଡ ସମ୍ ଚକ୍ଲେଟ୍ ବୟ୍ । 


ଏ ୟୁ ତୁମକୁ କଣ ଦେଖା ଯାଉନି???ପିଲାଟି ପଚାରୁ ଥିଲା ତାକୁ । 


ଠିକ୍ ଏତିକି ବେଳୁ ଲଗ୍ନାର ମାଆ, ଲଗ୍ନା, ତା ଭାଇ ସବୁ ପହଞ୍ଚିସାରିଥିଲେ । 


ଆଉ ପ୍ରୀତି ଦୋଷୀଟିଏ ପରି ମୁହଁ ପୋତି କହୁଥିଲା"ଆଇ ଏମ୍ ସରି" । ମୁଁ ଜାଣିନି ତମେ ବୋଲି । ମୁଁ ତ ଲଗ୍ନା ଭାବି ମାରି ପକେଇଲି । 


ପ୍ରୀତି, ସେ ମୋ ବଡ଼ ଭଉଣୀର ପୁଅ ଦୀପକ୍ । ସେ ଡକ୍ଟରୀ ପଢୁଛି । ଆଜି ହିଁ ଭୁବନେଶ୍ୱରରୁ ଭୋର ଭୋରରୁ ହିଁ ଆସି ପହଞ୍ଚିଛି । ଲଗ୍ନା ରୁମରେ ତାକୁ କେହି ଡିଷ୍ଟର୍ବ କରିବେ ନାହିଁ ଭାବି ମୁଁ ତାକୁ ସେଇଠି ଶୋଇବା ପାଇଁ କହି ଥିଲି । 


ଆଉ ଏପଟେ ଦୀପକକୁ ଚାହିଁ ମାଉସୀ କହୁଥିଲେ "ଦୀପକ୍ ସେ ଲଗ୍ନାର ସାଙ୍ଗ ପ୍ରୀତି । ତା କ୍ଲାସ୍ ମେଟ । ବ୍ୟାଡମିଣ୍ଟନ ଖେଳିବାକୁ ଡାକିବାକୁ ଆସି ଲଗ୍ନା ଭାବି ଆସି ତୋତେ ବାଡେଇଦେଲା" । ତୁ ଶୋଇପଡ଼ । ଆଉ ତମେ ଦୁହେଁ ଗଲ ଖେଳିବାକୁ । ଚାଲିଯାଉଥିଲେ ପ୍ରୀତି ଆଉ ଲଗ୍ନା୍ । 


କିନ୍ତୁ ସେ ପୁଅଟି କହିଲା କୁଆଡେ ଯିବ ରୁହ । ନିଜକୁ ତ ଝିଅ ସାଇନା ନେହ୍ୱାଲ୍ ବୋଲି ଭାବୁଛି । ସତେ ଯେମିତି ଇଣ୍ଟରନ୍ୟାସନାଲ ଵ୍ୟାଡମିଣ୍ଟନ ପ୍ଲେୟାର!!!


କଣ ହେଲା ଦୀପକ୍ । ସେ କଣ ଜାଣିକି ବାଡେଇଛି କି?? । ଛାଡେ ସେ କଥା । ଯାହା ହେବାର ହେଲାଣି । କହୁଥିଲେ ମାଉସୀ । 


ନା ମାଉସୀ ସେ ଝିଅକୁ ମୁଁ କିନ୍ତୁ ଛାଡିବିନି । ସେ କାହିଁକି ମୋତେ ମାରିବ । ତାକୁ ଏଇଥି ପାଇଁ ପନିସମେଣ୍ଟ ମିଳିବା ଦରକାର । 

ପ୍ରୀତି କହିଲା କଣ ପନିସମେଣ୍ଟ ଦେବେ??ବାଡେଇବେ ତ । ନିଅନ୍ତୁ କହି ବଢାଉଥିଲା ରାକେଟଟି । 


ଆରେ ଯାଆ ମୁଁ ଝିଅଙ୍କ ଉପରକୁ ହାତ ଉଠାଏନା । 

ତମ ପନିସମେଣ୍ଟ ହେଲା ତମେ ମୋ ସହ ଵ୍ୟାଡମିଣ୍ଟନ୍ ଖେଳି ମୋତେ ହରେଇବା । 

ଯୋଉ ଦିନ ଜାଏଁ ନ ହରେଇଚ ତୁମେ ମୋ ସହ ଖେଳିବ । 


କଣ ଯାଦୁଥିଲା କେଜାଣି ସେପିଲାଟି (ଦୀପକ୍)ର କଥାରେ ପ୍ର

ୀତିକୁ ଏଇ ଅଳ୍ପ ଦେଖାରେ ସେ ପିଲାଟି ଭଲ ଲାଗୁଥିଲା । ତେଣୁ ତା କଥାରେ ହଁ ଭରି କହିଲା ଓକ୍କେ ଡନ୍ । 


 ଉଭୟ ଖେଳିବାକୁ ଲାଗିଲେ ବ୍ୟାଡମିଣ୍ଟନ । ଆରେ ଏ କଣ ଏକ୍ ସେ ବଢ଼୍ କର୍ ଏକ ପ୍ଲେୟେର । କେହି କାହାରିକୁ ଊଣା ନାହାନ୍ତି । ପ୍ରାୟ ଏକ ଘଣ୍ଟା ପରେ ଲଗ୍ନା୍ କହିଲା ହେଲା,"ମାନିଗଲି ଦୁଇ ଜଣ ଯାକକୁ । ବୋଥ୍ ଆର ଟେରିଫିକ୍ ପ୍ଲେୟାର" । ତେଣୁ କମ୍ପିଟିସନକୁ ଏଇଠି ଶେଷ କରିବା । 


କିନ୍ତୁ ଏହି ଘଣ୍ଟାଏ ଭିତର ଦେଖା ଚାହାଁ ଭିତରେ ଦୁଇ ଜଣଙ୍କ ମନ ଭିତରେ କିଛି କିଛି ହେବାକୁ ଲାଗିଲା । 

ଦୀପକ୍ ପ୍ରାୟ ୧୫ଦିନ ଖଣ୍ଡେ ସେଇଠି ରହିଥିଲା । ୟାରି ଭିତରେ ପ୍ରୀତି ଆଉ ଦୀପକ୍ ଉଭୟେ ଅନୁଭବ କରୁଥିଲେ ଯେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଛନ୍ତି । କାରଣ ଦୀପକକୁ ଘଡ଼ିଏ ନ ଦେଖିଲେ କି କଥା ନହେଲେ ୟା ଆଖି ଖୋଜିବୁଲେ ଲଗ୍ନା ଘରର ଚତୁପାର୍ଶ୍ଵକୁ । ବାସ୍ ଟିକିଏ ଦେଖା ହେଇଗଲେ ପ୍ରୀତିକୁ ଅମୂଲ୍ୟ ନିଧି ମିଳିଲା ପରି ଲାଗେ । 


ଆଉ ଏଣେ ଦୀପକର ଅବସ୍ଥା ବି ସେଇୟା । ପ୍ରେମର ରଂଗ ଉଭୟଙ୍କ ଦେହରେ ବୋଳି ହୋଇ ସାରିଥିଲା । ବାକି ଥିଲା ନିଜ ନିଜ ପ୍ରେମକୁ ପ୍ରକାଶ କରିବା । 


ଆଉ ଦୁଇ ଦିନ ପରେ ଚାଲିଯିବ ଦୀପକ୍ । ପ୍ରୀତି ଆଖିରେ ନିଦ ନାହିଁ । କଣ କହିବ କେମିତି କହିବ ସେ ଚିନ୍ତାରେ । ଝିଅ ଟି ହୋଇ ପୁଅଟିକୁ କେମିତି ଆଗ ତୁରା ପ୍ରୋପଜ୍ କରିବ ଯେ!!!

କହିବ କି ଆଇ ଲଭ ୟୁ ଦୀପକ୍ । ମୁଁ ତୁମ ବିନା ଗୋଟିଏ ମୁହୂର୍ତ୍ତ ବଞ୍ଚିପାରିବି ନାହିଁ । 

ଧେତ୍!!!ଏସବୁ କହିବ କେମିତି ଯେ ତାକୁ ଲାଜ ମାଡିବ । 

କିନ୍ତୁ ନ କହିଲେ ତା ବିନା ବଞ୍ଚିବ କେମିତି??ଦୀପକ୍ ଯେ ଏବେ ତା ଦୁନିଆ । ଦୀପକ୍ ହିଁ ସବୁ କିଛି ତା ପାଇଁ । 


ନା ଆଜି ବ୍ୟାଡମିଣ୍ଟନ ଖେଳିବାକୁ ଗଲେ ଯେମିତି ହେଉ କହିବ ଯଦି ଆଉ ନ କହିବ ହୁଏତ ବହୁତ୍ ବିଳମ୍ବ ହୋଇଯିବ । 

ଏଇୟା ଭାବି ସେ ଚାଲିଲା ଲଗ୍ନା ଘରକୁ । 


 ଆଜି ଖେଳିଲା ବେଳକୁ ଜାଣି ଶୁଣି ହାରିଗଲା ଦୀପକ୍ ପାଖରୁ । ଆଉ ଦୀପକ୍କୁ ଜିତିବାର ବଧେଇ ଦେବାକୁ ଯାଇ ବଢ଼େଇଲା ଏକ ଲାଲ୍ ଗୋଲାପ । 


କହିଲା,"ଏଇଟା ତୁମ ଜିତିବା ଖୁସିରେ" । 


ଦୀପକ୍ ଖୁସିରେ ଗୋଲାପ ଟି ନେଉ ନେଉ ତା ହାତକୁ ବଢ଼େଇ ଦେଲା ଏକ ଚୋକଲେଟ୍ ଓ ଏକ ଚିଠି ଏଇୟା କହି ଯେ ଏଇଟା ଆମ ଦୁହିଁଙ୍କ ଜିତିବା ଖୁସିରେ । 

ବାସ୍ ପ୍ରୀତିର ଖୁସି ଦେଖିବା ଲାଇକ ଥିଲା । 


ଦଉଡ଼ି ଗଲା ସେ ତା ଘରକୁ । ଆଉ ଚୁପ୍ କିନା ଚିଠିଟି କାଢି ପଢିବାକୁ ଲାଗିଲା ବାରମ୍ବାର । 


ହାଏ ଜାନ୍,

ତୁମକୁ ପ୍ରଥମ ଦିନ ଦେଖିବା ପରେ ମୁଁ ଯେମିତି ନିଜକୁ ନିଜେ ଭୁଲି ଯାଇଛି । ମୋ ହ୍ରୁଦୟ କୋଠରୀରେ ତୁମେ ମୋ ଅଜାଣତରେ ଏକ ଛୋଟିଆ ଜାଗାଟିଏ ଅକ୍ତିଆର କରି ସାରିଛ । ଯେଉଁଠାରୁ କି ତୁମକୁ ବାହାର କରିବା ମୋ ପାଇଁ ଅସମ୍ଭବ । 

ମୋ ଶୟନେ, ସ୍ୱପ୍ନେ, ଜାଗରଣେ କେବଳ ତୁମେ ହିଁ ତୁମେ ନଜର ଆସୁଛ । ମୋ ମନ କାନ ଭାସ୍ରେ କେବଳ ତମର ହିଁ ଛବି । ମୋ ମନ ଅଗଣାରେ ତୁମେ ହିଁ ପ୍ରଜାପତି ସାଜି ଉଡି ବୁଲୁଛୁ । ଆଖି ଖୋଲିଲେ ଆଖି ବୁଜିଲେ କେବଳ ତୁମ ରି ହିଁ ପ୍ରତିଛବି । ଏ ହୃଦୟର ପ୍ରତିଟି ସ୍ପନ୍ଦନ କେବଳ ତୁମ ପାଇଁ ହିଁ ଧକ୍ ଧକ ହେଉଛି । ତୁମ ବିନା ହୁଏ ତ ଏ ଜୀବନର ମାନେ କିଛି ନାହିଁ । 


ମୁଁ ଜାଣେନା ତୁମ ମନରେ ମୋ ପାଇଁ କଣ ଫିଲିଂସ ଅଛି???କିନ୍ତୁ ଏତିକି ଅନୁମାନ କରୁଚି ଯେ ଏଇ ହୃଦୟରେ ଯେମିତି କିଛି କିଛି ହେଉଛି ତୁମ ହୃଦୟରେ ମଧ୍ୟ ମୋ ପାଇଁ କିଛି କିଛି ହେଉଛି । 


 

ଯଦି ତୁମ ମନରେ ବି ମୋ ପାଇଁ କିଛି ଥାଏ ତେବେ ତୁମେ ଥରେ ହସିଦେଲେ ମୁଁ ବୁଝିଯିବି । 

 ଲଭ୍ ୟୁ ଜାନ୍ । ତୁମ ପ୍ରେମରେ ପାଗଳ ଏକ ପାଗଳ ପ୍ରେମୀ

ଦୀପକ


ବାସ୍ ପ୍ରୀତିର ମନ ଆକାଶରେ ପ୍ରେମର ପକ୍ଷୀ ଉଡିବାକୁ ଲାଗିଲା । ଦୀପକ ପ୍ରେମରେ ସେ ଖାଲି ଉବୁଟୁବୁ ହେବାକୁ ଲାଗିଲା । 

ତା ପରଦିନ ସକାଳୁ ସକାଳୁ ଚାଲିଯିବ ଦୀପକ । ଲୋତକ ପୂର୍ଣ୍ଣ ଆଖିରେ ବଢ଼େଇ ଦେଲା ଏକ ଲାଲ୍ ଗୋଲାପ । ଆଉ ହସି ଦେଲା ଫିକ୍ କିନା । । 


ପରିବାର କେବେ ବି ସାଜି ନଥିଲେ ତାଙ୍କ ପ୍ରେମରେ କଣ୍ଟା । ଦୁଇ ବର୍ଷ ପରେ ସେ ଦୁହେଁ ବାନ୍ଧି ହୋଇଥିଲେ ବିବାହ ବନ୍ଧନରେ । ଆଉ ସାତ ଜନ୍ମ ପାଇଁ ହୋଇଥିଲେ ବଚନ ବଦ୍ଧ । 

*************************************

ସୂର୍ଯ୍ୟଙ୍କ କଅଁଳିଆ ସୁନେଲି କିରଣ ଝରକା ଫାଙ୍କ ଦେଇ ଆସି ପଡ଼ୁଥିଲା ଦୀପକ୍ ଉପରେ । ଯଦିଓ ଦୀପକକୁ ନିବିଡ ଆଲିଙ୍ଗନକୁ ଏଡେଇ ତାକୁ ଉଠିବାକୁ ଇଚ୍ଛା ନଥିଲା ତଥାପି ବାଧ୍ୟ ହୋଇ ଉଠି ଚାଲି ଆସିଲା ବେଳେ ଦୀପକ୍ ତା ହାତକୁ ଭିଡ଼ି ଧରି କହୁଥିଲେ,"

ଏ ପ୍ରୀତି କୁହନା ତୁମେ ମୋତେ ଭଲ ପାଅ କି ନାହିଁ । ଯଦି ଭଲ ପାଅ ତେବେ ଏମିତି ଏକ ରୋମାଣ୍ଟିକ ମୁଡରେ କେମିତି ଛାଡ଼ି ଚାଲିଯିବାକୁ ବସିଛ । ଦୀପକର ନିଦୁଆ ନିଦୁଆ ସ୍ୱର ଶୁଣି ପ୍ରୀତି ହସି କହିଲା ଧେତ୍ ବୁଦ୍ଦୁ । 

ଏକ ପ୍ୟାରା ସା ପପି ଆଙ୍କି ଦେଇ ଦୀପକ ଗାଲରେ ଅତି ନିବିଡ ଭାବେ ଜାବୁଡ଼ି ଧରିଲା ଦୀପକକୁ । 



Rate this content
Log in

Similar oriya story from Romance