STORYMIRROR

Sunita Kumari Pradhan

Tragedy

3  

Sunita Kumari Pradhan

Tragedy

କୁହୁଡି

କୁହୁଡି

2 mins
769

ପୌଷ ର ଏକ କାଉଁରୀ ସକାଳ।ପ୍ରବଳ ଜାଡ ଯୋଗୁଁ ସଭିଏଁ ଅସ୍ତବ୍ୟସ୍ତ।ଘନ କୁହୁଡି ସମଗ୍ର ଧରା ପୃଷ୍ଠ କୁ ଏମିତି ଆଚ୍ଛାଦିତ କରିଥାଏ ଯେ,ଧୂଆଁ ର ଏକ ବଳୟ ଭ୍ରମ ସୃଷ୍ଟି କରିଥାଏ।ମୁହଁ କୁ ମୁହଁ ଦେଖା ଯାଉ ନଥାଏ। ଗଛରୁ ଟୋପା ଟୋପା ହୋଇ କାକର ସବୁ ଛିଡି ପଡୁଥାଏ। ବର୍ଷକ ବାର ମାସ ମୋର ସକାଳ ଓ ସନ୍ଧ୍ୟା ବୁଲା ମୋର ଏକ ନିତି ଦିନିଆ ଅଭ୍ୟାସ।

ସବୁଦିନ ସକାଳେ ଘେରାଏ ବୁଲି ନ ଆସିଲେ ମନକୁ ମୋର ଶାନ୍ତି ଲାଗେନି।ସେଦିନ ବି ସକାଳୁ ସକାଳୁ ମୁଁ ବୁଲି ବାହାରିଥାଏ ମୋର ଚିର ପରିଚିତ ରାସ୍ତାରେ। ହଠାତ କେହି ଜଣେ ବାଡେଇ ହେଇଗଲା ମୋ ଦେହରେ। ଆଃ ! ମୋ ପାଟି ରୁ ସ୍ୱତଃସ୍ଫୁତ ଭାବେ ବାହାରି ଗଲା ଏକ କ୍ଷୀଣ ଚିତ୍କାର।

ହଲୋ ତୁମକୁ କଣ ଦେଖା ଯାଉନି।ସେପଟୁ ପାଲଟା ପ୍ରଶ୍ନ !

ମୁଁ ଅନେଇଲି ତା ମୁହଁ କୁ।ସମ୍ପୂର୍ଣ୍ଣ କାକର ରେ ଭିଜି ଯାଇଥାଏ ତା ସମ୍ପୂର୍ଣ ମୁହଁ ଟି।ମୁହଁ ସାରା କାକର ଟୋପା ଟୋପା ହୋଇ ଲାଗିଥାଏ।

ତାକୁ ଭଲ ଭାବେ ନିରିଖେଇଲି ମୁଁ।ତାକୁ ଦେଖି ମୁଁ ସ୍ତବ୍ଧ ହୋଇ ଗଲି।ଓଃ।କି ସୁନ୍ଦର ଚେହେରା।ଚଳ ଚଂଚଳ ବନ ହରିଣୀ ଟିଏ ଯେମିତି।ଗୋରା ମୁହଁ କୁ କଳା ଚଷମା ଟି ଖୁବ ସୁନ୍ଦର ମାନୁ ଥାଏ।ଅଙ୍ଗେ ଅଙ୍ଗେ ଅପୂର୍ବ ସୌନ୍ଦର୍ଯ୍ୟ ଝରି ପଡୁଛି।ତା ରୂପ ଲାବଣ୍ୟ ର ଉପମା ଦେବା ପାଇଁ ମୁଁ ଶବ୍ଦ ଶୁନ୍ୟ ହୋଇ ପଡୁଥିଲି।ସତେ ଯେମିତି କୋଉ ବିଧାତା ତାକୁ ଖୁବ ଫୁରସତ ରେ ଗଢ଼ିଛି ।ଘଡ଼ିଏ ଯାଏଁ ଚାହିଁ ରହିଲି ତା ମୁହଁ କୁ।

ସେ ମୋ ଆଡକୁ ନ ଚାହିଁ ଗୋଟେ ସ୍ୱର ରେ ସୋଧି ଚାଲି ଥାଏ।ତୁମେ କଣ ଅନ୍ଧ।ତୁମକୁ କଣ ଦେଖା ଯାଉନି।ଆହୁରି କେତେ କଣ। ତା ଚେହେରା ଭଳି ତା ସ୍ୱର ଟା ବି ଖୁବ ମିଠା ଥିଲା।ତା ଗାଳି ମଧ୍ୟ ମୋତେ ଖୁବ ଭଲ ଲାଗୁଥିଲା।

ଠିକ ଏହି ସମୟ ରେ କେହି ଜଣେ ଆସି ପହଁଚିଲା।ଆଉ କହିଲା,ଆରେ ତୁ ଏକା ଏକା କାହିଁକି ଚାଲି ଆସିଲୁ।ମୁଁ ତୋତେ ଖୋଜୁଛି।ତୋର କିଛି ଅସୁବିଧା ହେଇନି ତ ! ନା।

ଏ ଅଭଦ୍ର,ବଦମାସ ଟା ଲୋକ ଟା ଆସି ମୋ ଦେହରେ ପିଟି ହୋଇଗଲା ଯେ,ମୁଁ ମୋ ବାଡ଼ିଟିକୁ ଖୋଜି ପାଉନି।

ସେ ନିଜ ବାଡ଼ି ଟିକୁ ଅଣ୍ଡାଳୁ ଥିଲା ଚାରି ଆଡ଼େ।ତା ସାଙ୍ଗରେ ଆସିଥିବା ସେ ଭଦ୍ରବ୍ୟକ୍ତି ଜଣକ ତା ହାତକୁ ବାଡ଼ି ଟି ବଢ଼େଇ ଦେଇ କହିଲେ,"କ୍ଷମା କରିବେ ଆଜ୍ଞା।ତା କଥାକୁ ଧରିବେ ନାହିଁ।ବିଚାରୀ ଦୃଷ୍ଟି ହୀନ। ସେତିକି କହି ସେମାନେ ଆଗକୁ ଚାଳିବାରେ ଲାଗିଥିଲେ। ଏବେ ସମ୍ପୂର୍ଣ୍ଣ କୁହୁଡି ଅପସରି ଯାଇଥିଲେ ମଧ୍ୟ କାହିଁକି କେଜାଣି ମୋତେ ଚତୁର୍ଦ୍ଦିଗ ଝାପସା ଝାପସା ଦିଶୁ ଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy