Sunita Kumari Pradhan

Horror Others

1.9  

Sunita Kumari Pradhan

Horror Others

ସେଇ ରାତି

ସେଇ ରାତି

4 mins
149


ସେଇ ....... ରାତି......

ଶୀତଋତୁ ଆସିଲେ ମନେ ପଡେ ସେଇ ଭୟଙ୍କର କାଳ ରାତ୍ରୀର ଘଟଣା।ସେକଥା ମନେ ପଡିଲେ ଏବେ ବି ଲୋମମୁଳ ଟାଙ୍କୁରି ଉଠେ।


ମୁଁ ସେତେବେଳେ କୋରାପୁଟ ଜିଲ୍ଲାର ଏକ ssd dept. ସ୍କୁଲରେ ଶିକ୍ଷକତା କରୁଥାଏ।ଆମ ସ୍କଲରେ ୬ଠାରୁ ୧୦ଯାୟେଁଶ୍ରେଣୀ ଥିଲା।ଆମେ ପାଖାପାଖି ୧୨ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଥିଲୁ।ପ୍ରାୟ ୫ ଜଣ cca ଥିଲେ। ଜଣେ ପିଅନ ଓ   ଜଣେ ରାତ୍ରି ଜଗୁଆଳି ଥାଆନ୍ତି।ପ୍ରାୟ ୫୦୦ ରୁ ଅଧିକା ପିଲା ପଢୁଥିଲେ।ସମସ୍ତେ ଅନ୍ତେବାସୀ ।


        ଗାଆଁ ଠାରୁ ସ୍କୁଲର ଦୂରତା ପାଖାପାଖି ୩ କିଲୋମିଟର ହେବା।୧/୨କି.ମି ଦୂରରେ ଏକ ଛୋଟିଆ ବସ୍ତି। ସ୍କୁଲଟି ଏକ ଶୁନଶାନ୍ ଅଞ୍ଚଳ ରେ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ।

    ସେହି ଅଞ୍ଚଳଟି ଏକ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ଥିଲା। ଆମ school  ପାଚେରୀ ବାହାର ରାସ୍ତା ଥିଲା ମାଓବାଦୀଙ୍କ ଦୈନଦିନ ଜୀବନର ଚଲା ପଥ। ଆମ ସ୍କୁଲର ପ୍ରାୟ ସବୁ ପିଲା ମାଓବାଦୀଙ୍କ କାର୍ଯ୍ୟକଳାପ ସହ ଉନାଧିକେ ପରିଚିତ। କାରଣ ସେମାନଙ୍କ ଗାଁ କୁ ଯାଇ ସେମାନେ ଜୋର୍ ଜବରଦସ୍ତି ସେମାନଙ୍କ ଗୋଷ୍ଠୀରେ ମିଶିବାକୁ ବାଧ୍ୟ କରନ୍ତି।ଯେଉଁମାନେ ନ ମାନନ୍ତି,ସେମାନଙ୍କୁ ନିସ୍ତୁକ ମାଡ଼ ମାରନ୍ତି।ବେଳେବେଳେ ତୋ ଜୀବନ ନେଇଯାଆନ୍ତି।

କିନ୍ତୁ ଆମେ ଏସବୁ ବିଷୟରେ ସମ୍ପୂର୍ଣ ଅଜ୍ଞ ଥିଲୁ।


ସେଇଠାରେ ଆମେ ସମସ୍ତ ଶିକ୍ଷାର୍ଥୀ ଓ ଷ୍ଟାଫ ଏକ ପରିବାର ଭଳି ଚଲୁଥାଉ।ସମସ୍ତ କର୍ମଚାରୀ,

ଶିକ୍ଷକ ,ଶିକ୍ଷୟିତ୍ରୀ ଛାତ୍ରୀମାନଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଥାଏ।

ନିଜ ଛୁଆଙ୍କ ଯତ୍ନ ନେଲା ଭଳି ଶିକ୍ଷାର୍ଥୀଙ୍କର ସବୁ ଶୈଖିକ ଓ ଅଣ ସୈଖିକ ଦିଗ ପ୍ରତି ଦୃଷ୍ଟି ଦିଆଯାଉଥାଏ।

ହଷ୍ଟେଲର ସମସ୍ତ ଦାୟିତ୍ବ ଆମେ ୩ ଜଣ ଶିକ୍ଷୟତ୍ରୀଙ୍କ ଉପରେ ନ୍ୟସ୍ତ ଥାଏ।ପ୍ରତି ମାସରେ ଜଣେ ହଷ୍ଟେଲ ଦାୟିତ୍ବରେ ରହୁ।

ପିଲାଙ୍କର ସବୁ ଭଲମନ୍ଦ କଥା ଭାବିବା ସହ ଆଉ କଣ କଲେ ସେମାନଙ୍କର ଆହୁରି ଉନ୍ନତି ହେବ ସେଦିଗରେ ସମସ୍ତେ ଯତ୍ନ ବାନ୍ ଥାଆନ୍ତି।

ଡିସେମ୍ବର ମାସର ରବିବାରଟିଏ।ବାହାରେ ପ୍ରବଳ ଜାଡ।ପ୍ରବଳ ଜାଡ ଯୋଗୁଁ ମଣିଷ କଣ ଗଛପତ୍ର ମଧ୍ୟ ଶୀତରେ କାଙ୍କୁରା,କାଙ୍କୁରି ହୋଇ ଯାଉଥାନ୍ତି।ଦାନ୍ତକୁ ଦାନ୍ତ ବାଜୁଥାଏ।


ସେଦିନ ରାତି ୮ ଟା ହେବ।ଆମ ପିଲାଙ୍କ ଖାଇବା ବେଲ୍ ବାଜିଲା।ସେହି ଥର ଆଉ ଜଣେ ଦିଦୀଙ୍କର ମେସ duty ଥାଏ।

ଯାହାର ମଧ୍ୟ duty ଥାଉଁ ନା କାହିଁକି ଆମେ ୩ଜନ ଶିକ୍ଷୟତ୍ରୀ ସେମାନଙ୍କ ଖାଇବା ଶେଷ ହେବା ଯାଏ ସେମାନଙ୍କୁ ଜଗିଥାଉ।ସେମାନଙ୍କ ଖାଇବା ଶେଷ ହେଲେ ହିଁ ଆମେ ନିଜ ନିଜ ରୁମ୍ କୁ ଆସୁ। ରୁମ୍ ମାନେ ସେହି ହଷ୍ଟେଲ ମଧ୍ୟରେ ହିଁ ଆମକୁ ଗୋଟିଏ ଗୋଟିଏ ରୁମ୍ ଦିଆ ଯାଇଥିଲା।

ଶିକ୍ଷକ ମାନଙ୍କ ପାଇଁ ହଷ୍ଟେଲ ଠାରୁ ୧୦୦ମିଟର ଦୂରରେ ଷ୍ଟାଫ କ୍ୱାର୍ଟର ଥାଏ।

ହଁ ସେହି ଦିନ ରାତି କଥା କହୁଛି।ଖାଇବା ବେଲ ବାଜିବାରୁ ସବୁ ପିଲା ଓ ୨ ଜଣ ଦିଦି ତଳେ ଥାଆନ୍ତି।ସେଦିନ ମୋ ଦେହ ଟିକେ ଅସୁସ୍ଥ ଥିବାରୁ ମୁଁ ତଳକୁ ଯାଇନଥା ଏ। ୫_୧୦ମିନିଟ୍ ପରେ ଜଣେ ଝିଅ ଆସି ମୋତେ ଡାକିଲା କହିଲା ଦିଦି ଜଲଦି ତଳକୁ ଆସନ୍ତୁ, ଆନ୍ନା ମାନେ ଆସିଛନ୍ତି।

"ଆନ୍ନା"ମାନେ ସେମାନେ ମାଓବାଦୀଙ୍କୁ ଆନ୍ନା ବୋଲି ସମ୍ବୋଧନ କରୁଥିଲେ।ଏତିକି ଶୁଣିବା ମାତ୍ରେ ଦେହରୁ ଗମ୍ ଗମ ହୋଇ ଝାଳ ବୋହିଗଲା। ଆଉ କାଳବିଳମ୍ବ ନକରି ତଳକୁ ଚାଲିଲି।

ଯାହା ଦେଖିଲି ମୋ ଦେହରୁ ଯମ ଝାଳ ବୋହିଗଲା।ଜଣେ କଳା ମୁଖା ଧରୀ ମାଓବାଦୀ ,କାନ୍ଧରେ ବଡ ବନ୍ଧୁକଟିଏ ଧରିଛି। କଳା ମଚ ମଚ ବୁଟ୍ ଆଣ୍ଠୁ ଜାୟେଁ ପିନ୍ଧିଛି।

ହାତରେ ତାର ଏକ ଚିଠି। ଇଶାରାରେ କହିଲା ସବୁ ଷ୍ଟାଫଙ୍କୁ ଡାକିବା ପାଇଁ ।cca ମାନେ ଯାଇ ଅନ୍ୟ ଷ୍ଟାଫଙ୍କୁ ଡାକିଲେ।ସମସ୍ତଙ୍କୁ ଦେଖିଲା ପରେ ସେ ସେହି ସ୍ଥାନ ଛାଡି ଚାଲିଗଲ। ଯିବା ପୂର୍ବରୁ ହଷ୍ଟେଲ ବାରଣ୍ଡାରେ ଚିଠିଟି ଛାଡ଼ିଗଲା। ୟା ପୂର୍ବରୁ ଆମେ କେହି ମାଓବାଦୀଙ୍କୁ ଦେଖିନଥିଲି।

ଡରି ଡରି ଚିଠିଟି ଆଣି ଜଣେ ଷ୍ଟାଫ ପଢିଲେ।

ଚିଠିର ବିଷୟ ବସ୍ତୁ ଥିଲା _

ଲାଲ୍ ସଲାମ।

ଆମ ପିଲାମାନଙ୍କର ଠିକ୍ ସେ ଯତ୍ନ ନିଆଯାଉନାହିଁ। ପିଲାଙ୍କୁ ଠିକ୍ ଭାବେ ଖାଦ୍ୟ ଦିଆଯାଉନାହିଁ ।ଅଶହାୟ ବିଧବା ଓ ଆଦିବାସୀ ମହିଳାଙ୍କୁ cca ରୂପେ ନିଯୁକ୍ତି କରାଯାଉ।ଆମେ ଆସନ୍ତା ୧୯ତାରିଖରେ ଆସିବୁ।ଯଦି କୌଣସି ପ୍ରକାର ବିଶୃଙ୍ଖଳା ଦେଖୁ ତାହେଲେ ପ୍ରଜାକୋର୍ଟରେ ଦଣ୍ଡ ବିଧାନ କରାଯାଇ ଉପଯୁକ୍ତ ଶାସ୍ତି ଦିଆଯିବ ।ପୋଲିସକୁ ଖବର ଦେଲେ ମୃତ୍ୟୁ ଦଣ୍ଡ ସୁନିଶ୍ଚିତ।

ମାଓ କମାଣ୍ଡର ,ବଂଶଧାରା ଡିଭିଜନ।

ଚିଠିଟି ପଢ଼ିବା ମାତ୍ରେ ସବୁ ଗୋଟା ପଣେ ଭୟରେ ଥରିଲୁ।କଣ କରିବୁ,ପୋଲିସକୁ ଖବର ଦେଇପାରିବୁନି ଓ ଏପଟେ ଜୀବନ ପ୍ରତି ଭୟ।ଏକ ଅଜଣା ଆଶଙ୍କାରେ ସବୁ ଭୟଭୀତ ହୋଇ ଥାଉ।

ତାପରେ ଆସିଲା ସେହି ୧୯ତାରିଖ କାଳରାତ୍ରି।ସେଦିନ ବି ଥଣ୍ଡାର ପ୍ରକୋପ ଜାରି ରହିଥିଲା।କିନ୍ତୁ ଅତ୍ୟଧିକ ଭୟ ଯୋଗୁଁ ଅବା ସବୁ ଛୁଆଙ୍କ ମେଳି ଯୋଗୁଁ,କାହିଁକି କେଜାଣି ଆଦୌ ଶୀତ ଲାଗୁ ନଥିଲା।

ଭୟରେ ସମସ୍ତେ ଜଡ ପାଲଟି ଯାଇଥାଉ।କେଉଁ ମୁହୂର୍ତ୍ତରେ ମଧ୍ୟ ଆସି ପହଞ୍ଚିଯିବେ।କଣ ହେବ ପରିଣାମ।

 ମନେ ମନେ ସମସ୍ତେ ଭଗଵାନଙ୍କୁ ଡ଼ାକୁଥାଉ।ହେ ଠାକୁର ଯଦି ଆମ ଭିତରୁ ଜଣେ ମଧ୍ୟ କେହି ଏ ଛୁଆଙ୍କ ଅମଙ୍ଗଳ କଥା ଚିନ୍ତା କରିଥିବୁ ତାହେଲେ ଆମକୁ ଦଣ୍ଡ ଦିଅ।ନହେଲେ ଏ ବିପଦରୁ ଉଦ୍ଧାର କର।

ଆମ ପିଲାମାନେ ଆମର ସାହସ ବଢାଉଥାନ୍ତି।ଯଦି ସେମାନେ ଆମ ଭିତରୁ କାହାରି କିଛି ଅସୁବିଧା କରିବେ ତାହେଲେ ପିଲା ଓ ମାଓବାଦୀଙ୍କ ଭିତରେ ଏକ ଛୋଟ ଯୁଦ୍ଧ ଘଟିବ ବୋଲି ସେମାନେ ଆମକୁ ସାହସ ଯୋଗାଉଥାନ୍ତି।

ଆପଣ ମାନଙ୍କ ପୂର୍ବରୁ ସେମାନଙ୍କୁ ଆମ ମର ଶରୀର ଉପରେ ଚାଲିବାକୁ ପଡ଼ିବ ଏହିଭଳି ସାନ୍ତ୍ଵନା ଦେଉଥାନ୍ତି।

ପିଲାମାନଙ୍କ କଥା ଶୁଣି ମନରେ କିଛି ସାହାସ୍ ବସା ବାନ୍ଧୁଥା ଏ। କିନ୍ତୁ ପ୍ରବଳ ଡର ମଧ୍ୟ।


        ପିଲାମାନେ ଆମର ସମସ୍ତ ଟଙ୍କା, ସୁନା ଅଳଙ୍କାର,ମୋବାଇଲ ଫୋନ ସବୁ ନିଜ ହେପାଜତରେ ରଖିଥାନ୍ତି, କାଳେ ମାଓବାଦୀ ମାନେ ଛଡାଇ ନେଇଯିବେ ବୋଲି। କାରଣ ସେମାନେ ଛୁଆଙ୍କର କିଛି କ୍ଷତି କରିବେ ନାହିଁ ବୋଲି ସମସ୍ତେ ଜାଣିଥାନ୍ତି।

ରାତି ଯେତେ ବଢୁଥିଲା ଆମ ମନର ଭୟ ସେତେ ବଢୁଥିଲା।ହଠାତ୍ ରାତି ୧୦ ଟା ବେଳକୁ current ଚାଲିଗଲ।ସମସ୍ତଙ୍କ ମନରେ ଛନକା ପଶିଲା।ବାହାରେ କିଟି କିଟି ଅନ୍ଧାର।ପବନର ସୁ ସୁ ଶବ୍ଦ।ଆମର ଡରକୁ ଦ୍ଵିଗୁଣିତ କରୁଥିଲା।

     ହଠାତ୍ ଧଡ୍ ଧାଡ ପଥର ପଡ଼ିବା ଭଳି ଶବ୍ଦ ସବୁ ହେଲା।ଭୟରେ ଆମେ ସବୁ କାଠ ପଥର।କିନ୍ତୁ ହଷ୍ଟେଲ ଗେଟ୍ ବାହାରେ ଲୋକଙ୍କ ଚାପା କଥାବାର୍ତ୍ତା, ବୁଟ ଶବ୍ଦ ଇତ୍ୟାଦି ଶୁଭୁଥାୟେ।ମାନେ ମନେ ମନେ ଆମେ ସମସ୍ତେ ବୋଧ ହୁଏ ସବୁ ଦେବଦେବୀଙ୍କୁ ଡାକୁଥାଉ। 

ଭଗଵାନଙ୍କ ଅପାର କରୁଣା କିମ୍ବା ମାଓବାଦୀଙ୍କ ମନରେ ଅମପ୍ରତି ମାନବିକତା ଜାଗ୍ରତ ହେଲା ଜନ ନାହିଁ କିନ୍ତୁ ସେମାନେ ଆଉ ଭିତରକୁ ଆସିଲେ ନାହିଁ।

ଏହିପରି ସାରା ରାତି ଭୟ ଆଶଙ୍କାରେ କଟିଗଲା।କାହା ଆଖିରେ ନିଦ ନାହିଁ।ଏକ ଅଜଣା ଭୟରେ ଆମେ ସବୁ ଭୟଭୀତ ହୋଇ ଥାଉ।ଭଗଵାନଙ୍କ ଅପାର କରୁଣାରୁ ସେଦିନ ସେମାନେ ଆମ ଗେଟ୍ ପାଖକୁ ଆସି କାହାରି କିଛି କ୍ଷତି ନକରି ଚାଲିଗଲେ।ସେଦିନର ସେହି ଘଟଣା ପାଇଁ ଆମେ ସମସ୍ତେ ଭଗଵାନଙ୍କ ନିକଟରେ ଚିରରୁଣୀ ହୋଇ ରହିଲୁ।

ଏହାର କିଛିଦିନ ପରେ ଗ୍ରୀଷ୍ମ ଛୁଟି ଅବସରରେ ଏକ ଛୋଟ ଧରଣର ବୋମା ବିସ୍ଫୋରଣ ସ୍କୁଲ ମଧ୍ୟରେ କରିଥିଲେ।କାହାରି କିଛି କ୍ଷତି ହୋଇନଥିଲେ ମଧ୍ୟ ଆମେ ସବୁ ସମୟରେ ଆତଙ୍କିତ ହୋଇ ରହୁଥିଲୁ।


କିନ୍ତୁ ତାପରେ ଆଉ କେବେ ମଧ୍ୟ ଏଭଳି ଘଟଣାର ସମ୍ମୁଖୀନ ହୋଇନଥିଲୁ।

କିନ୍ତୁ ମାନିବାକୁ ପଡ଼ିବ ସେହି ନିଷ୍କପଟ ,ନିରୀହ,ସରଳ ପିଲାଙ୍କୁ ଯେଉଁମାନେ ଆମ ପାଇଁ ଜୀବନ ଦେବାକୁ ଆଗଭର ହୋଇଥିଲେ।ସତରେ ପିଲାମାନଙ୍କୁ ଟିକିଏ ସ୍ନେହ ଆଦର ଦେଲେ ସେମାନେ ଆମ ପାଇଁ ସେମାନଙ୍କ ଜୀବନ ଉତ୍ସର୍ଗ କରିବାକୁ ପଛାନ୍ତି ନାହିଁ।

ସେହି ପିଲାମାନଙ୍କ ନିକଟରେ ମୁଁ ସଦା ସର୍ବଦା ଚିର ରୁଣି ହୋଇ ରହିଯାଇଛି।

କିନ୍ତୁ ସେଦିନର ସେହି କାଳ ରାତ୍ରି କଥା ଯେତେବେଳେ ମଧ୍ୟ ମନେ ପଡ଼ିଯାଏ,ଏକ ଅଜଣା ଭୟରେ ଏବେ ବି ଲୋମ ଟାଙ୍କୁରି ଉଠେ।


Rate this content
Log in

Similar oriya story from Horror