ପାଗଳ
ପାଗଳ
ନମସ୍କାର ଆଜ୍ଞା....
ଆଜି ସାହସ ଯୋଗାଡ଼ି ଏତେ ବର୍ଷ ପରେ ଭାବିଲି ନିଜ ମନର ବ୍ୟାକୁଳତା, ବିଶୃଙ୍ଖଳତା ପ୍ରସଙ୍ଗ ରେ ଆପଣଙ୍କୁ ଭାଗି କରିବି...
କିଛି ଟା ଆରମ୍ଭ ପୂର୍ବରୁ ପରିଚୟ ତ ନିହାତି ଲୋଡ଼ା...
କହିବାକୁ ଗଲେ ସେମିତି କିଛି ଖାସ ମୁଁ ମୋ ସିଂଘ ରେ ଖୋଳିନୀ... ଦୁନିଆ ରେ ଅନେକ ସଫଳତା ହାସିଲ କରିବା ଲୋକ ମଧ୍ୟ ନିଜ ମନ କୁ ଚିନ୍ହି ନାହାନ୍ତି... ମୁଁ ବି ସେଇ ମଧ୍ୟରୁ..
ସେ ପାଇଁ ନିଜ କୁ ନ୍ୟୁନ ମନେକରିବା ସ୍ୱାଭାବିକ.... ଭାବିବାକୁ ଲାଗିଲେଣି ନା ସଖାଳୁ କାହା ମୁହଁ ଉଠି ଦେଖି ଥିଲେ ବୋଲି ଯେ ଏ ପାଗଳ ସହ ସାକ୍ଷାତ ହୋଇ ଗଲା.....
ହଁ ମୁଁ ସେଇ ପାଗଳ ମୋ ନା #ପ୍ରଦ୍ୟୁମ୍ନ ତ୍ରିପାଠୀ (#ପ୍ରଦୂ ), ପେସା ରେ ମୁଁ ଜଣେ #ଦର୍ଶନଶାସ୍ତ୍ରଜ୍ଞ (#philosopher)....
ହଁ......ଏ ଦିଗ ରେ ବେଶି ଉଲେଖ ଜୋଗୀୟ କାମ ହେଇନି... କାରଣ ଆଚାର, ବାସ୍ତବିକତା, ଅସ୍ତିତ୍ୱ ଏ ବିଷୟରେ କଥା, ଆଲୋଚନା ଆମର ସଂଭ୍ରମ ସମାଜ କରନ୍ତିନି.... ଯଦି ବା କିଏ କରେ ସେ ହଉଛନ୍ତି ମୋ ପରି କିଛି ପାଗଳ....
ହେଲେ ନିଜ କୁ ପାଗଳ କହିବାରେ ମୁଁ କେବେ ଲାଜ କରିନି... ଭିଡ ଭିତରେ ଅନ୍ୟ ମାନଙ୍କଠୁ ଅଲଗା ରହିବା ମତେ ଲାଗେ ସେଇଟା ଗୋଟେ ନିଜ ଭିତର ର ଟ୍ୟାଲେଣ୍ଟ...
ଆଉ ଅଯଥା କଥା, ଟିପ୍ପଣୀ ସେ ସବୁ କୁ ଅଶୁଣା କରି ଚାଲିବା ମୋ ମତ ରେ ଗୋଟେ ବଡ ପଦବୀ ହାସଲ କରିବା ସହ ସମାନ....
ପାଗଳ ବ୍ୟକ୍ତି ଅନ୍ୟ ମାନଙ୍କ ପାଇଁ କୌଣସି ମହତ୍ତ୍ୱ ରଖେନି, ସେ ପାଇଁ ତାକୁ ବହୁ ସମୟ ରେ ତାର ଏକାଗ୍ରତା ଭଙ୍ଗ କରିବାକୁ ଲୋକ ନଥାନ୍ତି....
ସେ ଅନେକ ସମୟ ରେ ଏମିତି କିଛି ଏକାଗ୍ରତା ସହ ଅଧୟନ କରି ପକେଇ ଥାଏ...
ମଣିଷ ଠାକୁରଙ୍କର ଗୋଟେ ଅଧବୁତ ଆବିଷ୍କାର.... କେତେ ଜଣ #ଶ୍ରେଷ୍ଠ ବି କୁହନ୍ତି...
କିନ୍ତୁ ମୁଁ ମାନେନି... ଏହା ପାଇଁ ଯୁକ୍ତି ମଧ୍ୟ ମୁଁ ବାନ୍ଧୀ ପାରିବି
ଯଦି ସେ ମଣିଷ ଶ୍ରେଷ୍ଠ ତାହାଲେ ତା ମନ ସଦା ବେଳେ ବିଚଳିତ କାହିଁକି?????
ସେ ନିଜର କର୍ମ ଛାଡି ଅନ୍ୟ ମାନଙ୍କର ଜୀବନରେ ଦଖଲ ଦିଏ କାହିଁକି?????
ସବୁ ଠୁ ଆଶ୍ଚର୍ଯ୍ୟ ଜିନିଷ ଯାହା ସେ ପ୍ରକୃତ ରେ ନୁହଁ ଅନ୍ୟ ଆଗରେ ସେ ତାହା ଦର୍ଶାଏ କାହିଁକି....?????
ନଥିବା ଜିନିଷ କୁ ପାଇବା କୁ ଚେଷ୍ଟା ଆଉ ଥିବା ଜିନିଷ କୁ ଅନାଦର କରେ କାହିଁକି????
ଗୋପାଳ ଚନ୍ଦ୍ର ପ୍ରହରାଜ ସଠିକ ଲେଖି ଯାଇଛନ୍ତି "ମଣିଷ ମନ କ୍ଷଣ କ୍ଷଣ କେ ଆନ "
କାଲି ର ଗୋଟେ ଆଖି ଦୃଶ୍ୟା ଘଟଣା ଟେ କହୁଛି....
ଭଦ୍ର ବ୍ୟକ୍ତି ଜଣକ ଦୂରରୁ ଗୋଟେ ଭିକାରି ଉପରେ ବକ୍ତବ୍ୟ ଦଉଥିଲେ ସତେ ଯେମିତି ଏ ଭିକାରି ମାନଙ୍କ ପାଇଁ ତାଙ୍କ ମନରେ କେତେ କୋହ କେତେ ବା କଷ୍ଟ ସେ ଅନୁଭବ କରୁନାହାନ୍ତି ତାଙ୍କ ଛାତି ଭିତରେ ... କିଛି କ୍ଷଣ ଗଲା ପରେ ଦେଖିଲି ସେ ଲୋକ ଟି ଭିକାରି ସହ ଯୁକ୍ତି କରୁଛି...
ଭିକାରି କୁ ପଚାରି ବୁଝିଲି କୁଆଡେ ଗୋଟେ ଅଜଣା ଲୋକ ର 100/- ଟଙ୍କା ଟି ସେ ଗୋଟାଉ ଗୋଟାଉ ଏ ଭଦ୍ର ବ୍ୟକ୍ତି ଝାମ୍ପି ଆସିଲେ କହିଲେ ସେ ପଇସା ତାଙ୍କର ଆଉ ସେ ଭିକାରି ଟେ ଚୋରି କରୁଥିଲା.....
କିଛି ଦିନ ଆଗର ଘଟଣା ହିଁ ଦେଖିନିଅନ୍ତୁ ଧାରା 377 କୁ ନେଇ ଅନେକ ବିବାଦ ଅନେକ ଯୁକ୍ତି ବାନ୍ଧିଲା ପରେ supreme କୋୖର୍ଟ ଏହା ସପକ୍ଷ ରେ ନିଜର ମନ୍ତବ୍ୟ ଦେଇଥିଲେ... ଏହା ପରେ ଅନେକ ଫିଲ୍ମ ଯେମିତି କି "ଶୁଭମଙ୍ଗଳ ଜ୍ୟାଦା ସାବଧାନ ", "fire", "ଏକ ଲଡକୀ କୋ ଦେଖା ତୋ ଏସା ଲଗା " ମଧ୍ୟ ଜଣ ମାଧ୍ୟମ ରେ ପାରିବେଷିତ ହୋଇ ଅନେକ ପ୍ରଶଂସା ସଂଗ୍ରହ କରିଥିଲା... ସେ ପ୍ରଶଂସା, ସେ ବକ୍ସ ଅଫିସ କଲେକ୍ସନ କାହା ଯୋଗୁ ହୋଇପାରିଛି????
ଏଇ ସମାଜ ରେ ଥିବା ମଣିଷଙ୍କ ପାଇଁ... କିନ୍ତୁ ସେହି ଲୋକ ସିନେମା ହଲ ରୁ ବାହାରି ଆସି ସେମିତି କିଛି ଯୁବକ, ଯୁବତୀ ଙ୍କ ଉପରେ ଅସଦାଚରଣ ବ୍ୟବହାର କରିବାକୁ ପଛାନ୍ତିନି....
ଆଉ କିଛି ବଡ ବିକୃତ କହିବାକୁ ଗଲେ ଅନେକ ସମୟ ରୁ ଚାଲି ଆସୁଥିବା ଯୁକ୍ତି,ଯେଉଁଟା ଆଜି ଯାଏଁ ମଧ୍ୟ ସୋସିଆଲ ମେଡ଼ିଆ ରେ ଯୁକ୍ତି ର ପ୍ରସଙ୍ଗ ହୋଇ ରହିଛି...
ବେଶ ଆପଣ ଜାଣିଛନ୍ତି ସେ ହଉଛି ସମାନ ହବାର ଓ ସମାନ ପେ ର ଯୁକ୍ତି.....
ସେ ପାଇଁ ବୋଧ ହୁଏ ଆଜି ଆମ ଭାରତ ରେ ଅନେକ ପ୍ରକାର quota (ମହିଳା, କାଷ୍ଟ, P. H) ଏମିତି ଆହୁରି କେତେ.... ବାହାରି ଚାଲିଛି.
ଆଉ ସେଇ ମଣିଷ ହିଁ ଓଲଟି ପଡି ସ୍ୱର ଉତ୍ତଳନ କରନ୍ତି ବହିଷ୍କାରଣ ପାଇଁ ଯେବେ ସେ ସେଥିରୁ କିଛି ଲାଭ ଉଠେଇ ପାରନ୍ତିନି......
ଶେଷରେ ଆଉ ଗୋଟେ ବଡ ଚିନ୍ତା କରିବାର ପ୍ରସଙ୍ଗ ଯେଉଁଟା ଲୋକମାନେ ଜାଣି ମଧ୍ୟ ଅଜଣା ହୋଇ ରୁହନ୍ତି... ବେଶି କିଛି ସେ ବିଷୟରେ କହିବିନି କାରଣ ଲେଖି ବସିଲେ କେତେ ଯେ ରାତି ପାହିବ... ହଁ ସେ ଲୋକଙ୍କର ଗୋଷ୍ଠୀ କୁ "ମନ୍ତ୍ରୀ " ବୋଲି କୁହନ୍ତି....
ତାଙ୍କର ନିୟମ କାନୁନ କିଛି ନଥାଏ... ଗୋଟେ ସ୍ଲୋଗାନ ସେମାଙ୍କର...
"ଜୋର ଯାହାର ମୂଳକ ତାହାର
ନିଜ ଉନ୍ନତି ପାଇଁ ଅନ୍ୟ କୁ ମାରି ପାର...
ସମ୍ମାନ, ପ୍ରତିଷ୍ଠା ଭାଡ଼ ମେ ଯାଏ
ଦେଶ କୋ ସ୍ୱାର୍ଥ କେ ଲିୟେ ଖାଏ..."
ଏତେ ସବୁ କହିବା ପଛରେ ଗୋଟେ କାରଣ ତାହା ହଉଛି ଏ "ବ୍ୟାକୁଳ ମନ "....
ଭଲ କୁ ଭେଲ ନ କହି ପାରିବାର ଅସମର୍ଥତା...
ଅନ୍ୟ ଜୀବନ ରେ ନ ପଶିବାର ଦୃଢ଼ତା..... ସମ୍ମାନ ହବାକୁ ହେଲେ ଉପଯୋଗୀତା....
କାହିଁ କେଜାଣି ଏ ସବୁ ମନ କୁ ମୋର ଚହଲେଇ ଦଉଛି....
ଅନ୍ୟ ଲୋକଙ୍କ ଠାରୁ ମତେ ଅଲଗା କରି ଦଉଛି...
ମତେ ଦେଖେଇ ହଉଥିବା ସଂଭ୍ରମ ସମାଜ ଆଗରେ ପାଗଳ ସଜେଇ ଦଉଛି.....
କିନ୍ତୁ ସତ କହିବି ପାଗଳ ହୋଇ ରହିବା କୁ ଆଜି କାଲି କାଇଁ ମତେ ଭଲ ଲାଗୁଛି...
ଅନ୍ୟ ର ଅଚାର, ନକଲି ବ୍ୟକ୍ତିତ୍ବ କୁ ମୁଁ ଦେଖି ପାରୁଛି, ବୁଝି ପାରୁଛି....
କିଛି ମାତ୍ରା ରେ ନିଜକୁ ଦୁରେଇ ପାରୁଛି...
ପାଗଳ ସାଜି ଅସ୍ଥାୟୀ ମନ କୁ ସ୍ଥାୟୀ କରି ପାରୁଛି...