STORYMIRROR

Lokanath Rath

Drama Romance Tragedy

3  

Lokanath Rath

Drama Romance Tragedy

ଓଢଣୀ ସାଇତି ରଖିଛି

ଓଢଣୀ ସାଇତି ରଖିଛି

6 mins
380


ଅବିନାଶ ବାବୁ ଜଣେ ଅବସର ପ୍ରାପ୍ତ କର୍ମଚାରୀ । ଏବେ ତାଙ୍କୁ ବୟସ ପାଖା ପାଖି ୬୨ ହେବ ।ସେ ନିଜେ ସୁସ୍ଥ ଅଛନ୍ତି ଏବଂ ତାଙ୍କ ପୁଅ ଅଶୋକ ,ବୋହୁ ଆରତୀ ଓ ନାତି ଅରୁଣ ସହିତ ରହୁଛନ୍ତି । ସେ ଏବେବି ନିଜକୁ ନିଜ କବିତା ଓ କାହାଣୀ ଲେଖାରେ ବ୍ୟସ୍ତ ରଖିଛନ୍ତି ।ତାଙ୍କର ସାହିତ୍ୟ ପ୍ରତି ଭଲପାଇବା ପିଲାଦିନରୁ ଅଛି । ତାଙ୍କ ବୋଉ ବହୁତ ବହି ପଢୁଥିଲା ,ତେଣୁ ତାର ପ୍ରଭାବ ବି ଅବିନାଶ ବାବୁଙ୍କ ଉପରେ ପଡିଛି । ତାଙ୍କର ଲେଖିବାର ଅଭ୍ୟାସ ଆହୁରି ବଢି ଯାଇଥିଲା ଯେବେଠାରୁ ଅନିତା ତାଙ୍କ ଜୀବନରେ ଆସିଥିଲା ।


କଲେଜରେ ପଢିବାବେଳେ ଅନିତା ସାଙ୍ଗରେ ତାଙ୍କର ପ୍ରଥମ ଦେଖା ହୋଇଥିଲା । ସେହି ଦେଖା ଧୀରେ ଧୀରେ ବଢିବାକୁ ଲାଗିଲା । ସେହି ଦେଖା ସାକ୍ଷାତ ଭିତରେ ଉଭୟ ଉଭୟଙ୍କୁ କେତେବେଳେ ଭଲ ପାଇଁ ବସିଲେ ଜାଣି ପାରିଲେ ନାହିଁ । ସବୁବେଳେ ଅବିନାଶ ତାଙ୍କର ଲେଖା କବିତା ଓ କାହାଣୀ ଅନିତାକୁ ପ୍ରଥମେ ପଢି ଶୁଣାଉଥିଲେ ,ସେ ବହୁତ ଖୁସି ହେଉଥିଲା ଓ ଅଵିନାଶନକୁ ପ୍ରେରଣା ଦେଉଥିଲା କିଛି ନୂଆ ନୂଆ ଲେଖିବାକୁ । ଅବିନାଶ ବି ତାର ପ୍ରେରଣା ପାଇ ଲେଖି ଚାଲିଥିଲେ ।ଅନିତାର ମନ ଓ ହୃଦୟ ବହୁତ ନିର୍ମଳ ଥିଲା । ସେ ଅଵିନାଶଙ୍କ ଠାରୁ ଦୁଇ ବର୍ଷ ବୟସରେ ଛୋଟ ଥିଲା । ତାର ସେଇ ସାଧାରଣ ବେଶ ଭୁଷା ସହିତ ସବୁବେଳେ ତା ବେକରେ ଓଢଣୀ ତାକୁ ଆହୁରି ସୁନ୍ଦର କରି ଦେଉଥିଲା ।


ଅବିନାଶ ବାବୁଙ୍କର ପ୍ରିୟାର ଓଢଣୀ କବିତା ଶୁଣି ଅନିତା ବହୁତ ଖୁସି ହୋଇଥିଲା ଓ ଲାଜେଇ ବି ଯାଇଥିଲା ।ଅବିନାଶ ତାକୁ କହୁଥିଲେ ,''ତୁମର ଏହି ଓଢଣିକୁ ସବୁବେଳେ ଦେହରେ ପକାଇ ରଖୁଥିବ,ସେ ତୁମକୁ ବହୁତ ସୁନ୍ଦର କରୁଥିବା ସହିତ ତାକୁ ଘୋଡାଇ ବି ରଖୁଛି ।'' ଅନିତା ଏହି କଥା ଶୁଣି ଟିକେ ମିଛ ଅଭିମାନରେ କହୁଥିଲା ,''ଆଛା ,ମୋ ଠାରୁ ତୁମକୁ ମୋର ଏହି ଓଢଣୀ ବହୁତ ପସନ୍ଦ ! ସତରେ ତୁମେ ମୋତେ ନ ମୋ ଓଢଣିକୁ ଭଲ ପାଉଚ ?'' ଅବିନାଶ ହସି ହସି କହୁଥିଲେ ,'' ଆରେ ତୁମେ ତ ସବୁବେଳେ ମୋ ମନ ଓ ହୃଦୟରେ ଅଛ ,କିନ୍ତୁ ତୁମର ଏହି ଓଢଣୀ ସବୁବେଳେ ମୋ ଆଖି ଆଗରେ ନାଚି ଯାଏ । ଏବେ କୁହ ମୁଁ କାହାକୁ କେମିତି ଭଲ ପାଇବା ଛାଡ଼ିବି ?'' ଅଵିନାଶଙ୍କର ଏହି ମାଦକତା ଭରା କଥାରେ ଅନିତା ହସିଦେଇ ତା ମୁହଁକୁ ଅଵିନାଶଙ୍କ ଛାତିରେ ଲୁଚାଇ ଦିଏ ।'' ଅଵିନାଶଙ୍କ ପାଠ ପଢା ସାରିବା ପରେ ସେ ଚାକିରୀ କଲେ ,ଅନିତାର ପାଠ ପଢା ସାରି ନଥାଏ ।


 ସେତିକିବେଳେ ଦିନେ ଅନିତା ହଟାତ ଦିନେ ଆସି କାନ୍ଦି କାନ୍ଦି କହିଲା ତାର ବାହାଘର କରିବାକୁ ଘର ଲୋକେ ଏବେ ଲାଗିଛନ୍ତି ,ତେଣୁ ଅଵିନାଶକୁ କିଛି କରିବାକୁ ହେବ ।ସେ ଅଵିନାଶକୁ ଛାଡି ରହି ପାରିବ ନାହିଁ । ଅବିନାଶ ବି ବହୁତ ଦୁଖୀ ହେଇଗଲା ,କାରଣ ସେ ଅନିତାକୁ ବହୁତ ଭଲ ପାଏ । ଅବିନାଶ ତାଙ୍କ ବୋଉକୁ ଅନିତା ବିଷୟରେ କହିଲେ । ତାଙ୍କ ବୋଉ ସୁଜାତା ଅଵିନାଶକୁ ବହୁତ ଭଲ ପାଉଥିଲେ ।ଅଵିନାଶଙ୍କ ବାପା ଅବନୀ ଦାସ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଥିଲେ ଓ ସେ ସମାଜର ରୀତିକୁ ବହୁତ ସମ୍ମାନ ଦେଉଥିଲେ । ସୁଜାତାଙ୍କ ଠାରୁ ଅଵିନାଶର ଭଲ ପାଇବା ବିଷୟରେ ଶୁଣି ବହୁତ ରାଗି ଯାଇଥିଲେ ଓ ସିଧା ମନ କରି ଦେଇଥିଲେ ଅନିତାକୁ ବୋହୁ କରିବାକୁ ,କାରଣ ଅନିତା ତାଙ୍କ ଜାତିର ନଥିଲା ।ଅବନୀ ବାବୁ ନିଜ ବଂଶର ସମ୍ମାନକୁ ନଷ୍ଟ କରିବାକୁ କେବେ ବି ଚାହାନ୍ତି ନାହିଁ । ଶେଷରେ ଅବିନାଶ ଆଉ କିଛି ଭାବି ପାରିଲେ ନାହିଁ ,ଦିନେ ଅନିତାକୁ ନେଇ ସେ ମନ୍ଦିରରେ ବିବାହ କରିଲେ ଓ ସେହି ବିବାହକୁ ସରକାରଙ୍କ କାର୍ଯ୍ୟାଳୟରେ ପଞ୍ଜିକରଣ ବି କଲେ ।


ଏହି ବାହାଘରରେ ଅନିତା ଓ ଅବିନାଶ ଦୁଇଜଣଙ୍କ ପରିବାରର ସହମତି ନଥିଲା । ସେଥିପାଇଁ ସେମାନେ ଦୁହେଁ ଏକ ଭଡା ଘରେ ରହିଲେ ନିଜ ଘରଠାରୁ ଦୂରରେ । ସେମାନଙ୍କୁ ବହୁତ କଷ୍ଟ ଲାଗୁଥିଲା ,କିନ୍ତୁ ଆଉ କିଛି କରିବାର ରାସ୍ତା ନଥିଲା । ଯେତେବେଳେ ଅବିନାଶ ବାବୁ ଟିକେ ଉଦାସ ହୋଇ ବସୁଥିଲେ ,ସେତେବେଳେ ଅନୀତାତାର ଓଢଣିକୁ ପକାଇ ପାଖରେ ଆସି ବସୁଥିଲା ।ଅନିତାକୁ ଓ ତାର ଓଢଣିକୁ ଦେଖି ଅବିନାଶ ବାବୁ ସବୁ ଭୁଲି ଯାଉଥିଲେ । ଏମିତି ସେମାନଙ୍କର ସଂସାର ଚାଲିଲା ଓ ବାହାଘରର ଦୁଇ ବର୍ଷ ପରେ ଅଶୋକ ଜନ୍ମ ହେଲା । ଅଶୋକକୁ ଉଭୟ ବହୁତ ଯତ୍ନର ସହିତ ସ୍ନେହ ଦେଇ ବଡ଼ କଲେ ।ଅଶୋକ ଯେତେବେଳେ ଦଶମ ଶ୍ରେଣୀରେ ପଢୁଥିଲା ,ସେତେବେଳେ ଅବନୀ ବାବୁ ଓ ସୁଜାତା ଦେବୀ ଅଵିନାଶଙ୍କ ପାଖକୁ ଆସି ବହୁତ କାନ୍ଦିଥିଲେ ଓ ସମସ୍ତଙ୍କୁ ନେଇ ଘରକୁ ଯାଇଥିଲେ । କିଛି ଦିନ ପରେ ଅବିନାଶ ଜାଣିବାକୁ ପାଇଲେ ଯେ ତାଙ୍କ ବାପା ଅବନୀ ବାବୁଙ୍କ ମନକୁ ବଦଳାଇବାରେ ଅନିତା ର ବ୍ୟବହାର ହିଁ ଅଛି ।ସୁଜାତା ଅନିତାକୁ ମନ୍ଦିରରେ ବହୁତ ଥର ଦେଖିଥିଲେ ଓ ତାକୁ ଅବନୀ ବାବୁଙ୍କ ଅଜାଣତରେ ସବୁବେଳେ ଆଖିରୁ ଲୁହ ଝରାଇ ଆଶୀର୍ବାଦ ଓ ସ୍ନେହ ଦେଉଥିଲେ ।


ଯେତେବେଳେ ଅଶୋକ ବଡ଼ ହେଲା ତାକୁ ପ୍ରଥମେ ମନ୍ଦିରରେ ଦେଖି ସୁଜାତା କୁଣ୍ଢେଇ ବହୁତ ଗେହ୍ଲା କରିଥିଲେ ,ତାକୁ କହିଥଏ ତାଙ୍କୁ ଠାରେ ଜେଜେମା ଡାକିବାକୁ ।ସୁଜାତାଙ୍କ ଏହି ଦୁଃଖ ଅନିତା ଦେଖି ନପାରି ଅଶୋକକୁ କହିଥିଲା ଯେ ସୁଜାତା ହିଁ ତାର ଜେଜେମା । ସେହିଦିନ ଠାରୁ ପ୍ରାୟ ସୁଜାତା ଅଶୋକ କୁ ଦେଖିବାକୁ ଲୁଚି ଲୁଚି ମନ୍ଦିର ଓ ତା ବିଦ୍ୟାଳୟକୁ ଯାଆନ୍ତି। ଏବେ ବର୍ଷକ ତଳେ ଥରେ ବଜାରରେ ଅବନୀ ବାବୁଙ୍କ ମୁଣ୍ଡ ବୁଲାଇଲା ଓ ସେ ବେହୋସ ହୋଇଗଲେ ।


ସେତେବେଳେ ଅନିତା ତାଙ୍କୁ ସେଠାରେ ଦେଖିଲା । ସେ ସୁଜନକୁ ଖବର ଦେଲା ଓ ନିଜେ ତାର ଓଢ଼ଣୀକୁ ପାଣିରେ ଓଦା କରି ଅବନୀ ବାବୁଙ୍କ ମୁହଁରେ ଆଣି ଛିଂଚିଲା,ଆଉ ସେଇ ଓଢଣିରେ ତାଙ୍କ ମୁହଁ କୁ ପୋଛିଦେଇ ଏକ ଛାଇ ଜାଗାରେ ନେଇ ବସାଇଲା ।ସେହି ସମୟରେ ସୁଜାତା ଆସିଗଲେ ଓ ଅନିତାର ସବୁ ସେବା ନିଜେ ଦେଖିଲେ । ଅନିତା ଜିଦ କରିବାରୁ ଉଭୟ ଅବନୀ ବାବୁଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଗକେ ଓ ଚିକିତ୍ସା କରାଇଲେ .ଜଣାପଡିଲା ଅବନୀ ବାବୁଙ୍କ ରକ୍ତଚାପ ବଢି ଯାଇଛି । ତାଙ୍କର ଔଷଧ ନେଇ ସୁଜାତା ଅବନୀ ବାବୁଙ୍କ ସହିତ ଘରକୁ ଗଲେ ।ଅଵିନାଶନକୁ ଅନିତା ଆସି ଅବନୀ ବାବୁଙ୍କ ଦେହ ଖରାପ ହୋଇଥିବା କଥା କହିଲା । ଅବିନାଶ ଦୁଃଖ କଲେ ଓ ବୋଉ ସୁଜାତାକୁ ଫୋନ କରି ତାଙ୍କ ବାପାଙ୍କ ବିଷୟରେ ବୁଝିଲେ ।ଯେହେତୁ ଅବନୀ ବାବୁ ଅଵିନାଶକୁ ଘରୁ ବାହାରିଯିବାକୁ ଓ ତାଙ୍କୁ ମୁହଁ ନ ଦେଖାଇବାକୁ କହିଥିଲେ ,ସେଥିପାଇଁ ଅବିନାଶ ଘରକୁ ଯାଇ ତାଙ୍କୁ ଦେଖି ପାରୁ ନଥିଲେ ।ତାପରେ ଦୁଇଥର ଅନିତାର ଅବନୀ ବାବୁଙ୍କ ସହିତ ଭେଟ ହୋଇଛି ଓ ଅନିତା ସବୁବେଳେ ତାଙ୍କୁ ସହର ଦେଇଛି ।


ଥରେ ମନ୍ଦିର ଭିତରେ ଅବନୀ ବାବୁଙ୍କ ଗୋଡ଼ ଖସି ଯାଇଥିଲା ,ପଛରୁ ଅନିତା ତାଙ୍କୁ ଧରି ପକାଇ ପାହାଚରେ ବସିଥିଲା ଓ ତାଙ୍କ ପାଦକୁ ତା ଓଢଣିରେ ପୋଛି ସଫା କରିଥିଲା । ସୁଜାତା ଆସି ଅନିତାକୁ ଦେଖି ଧନ୍ୟବାଦ ଦେଇଥିଲେ । ଆଉଥରେ ଅବନୀ ବାବୁ ସୁଜାତାକୁ ନେଇ ପାରିବ କିଣିବାକୁ ଆସିଥିଲେ ,ସେତେବେଳେ ଜଣଙ୍କ ଧକ୍କାରେ ପରିବା ବ୍ୟାଗ ଛିଣ୍ଡି ଯାଇ ସବୁତକ ତଳେ ପଡି ଯାଇଥିଲା ।ଅନିତା ସେତେବେଳେ ସବୁ ପରିବାକୁ ଉଠାଇ ତା ଓଢ଼ଣୀରେ ଏକାଠି କରି ଆଣି ଅବନୀ ବାବୁଙ୍କ ଗାଡିର ବାକ୍ସରେ ରଖିଥିଲା ।ସେଦିନ ଅବନୀ ବାବୁ ଅନିତା ମୁଣ୍ଡରେ ହାତ ବୁଲାଇ ଆଶୀର୍ବାଦ ଦେଇଥିଲେ ଓ ସୁଜାତାଙ୍କ କହିଥିଲେ ,'' ଯଦି ଏମିତି ଗୋଟିଏ ମୋର ବୋହୁ ହୋଇଥାନ୍ତା ମୁଁ ଧନ୍ୟ ହେଇ ଯାଇଥାନ୍ତି । ମୋ ଭାଗ୍ୟ ଖରାପ ।'' ଅନିତା ସବୁ ଶୁଣି ଦୁଃଖରେ କାନ୍ଦି କାନ୍ଦି ଫେରଥିଲା । ଯେତେବେଳେ ଘରେ ପହଂଚି ସୁଜାତା ଅବନୀ ବାବୁଙ୍କୁ ଅନିତାର ପରିଚୟ ଦେଇଥିଲେ ,ଅବନୀ ବାବୁ ଚମକି ପଡ଼ିଥିଲେ ।ବଡ଼ ଦୁଃଖରେ କହିଥିଲେ ,'' ସତରେ ମୁଁ ବହୁତ ବଡ଼ ଭୁଲ କରିଛି । ଏତେ ସୁନ୍ଦର ଗୁଣର ମୋ ବୋହୂକୁ ଦୁରେଇ ଦେଇଛି । ସୁଜାତା ତୁମେ କିଛି କର । ଅବିନାଶ ଓ ବୋହୂକୁ ଆଁ ,ହଁ ତୁମେ ସିନା ନାତିକୁ ଦେଖିଚ ,କିନ୍ତୁ ଏବେ ମୁଁ ତାକୁ ଆଉ ପାଖରୁ ଛାଡିବାକୁ ଦେବିନି ।'' ସେଥିପାଇଁ ଉଭୟ ଅବନୀ ବାବୁ ଓ ସୁଜାତା ଆସି ସେମାନଙ୍କୁ ଘରକୁ ନେଇ ଆସିଲେ । ଏସବୁ ବିଷୟରେ ସୁଜାତା ଦିନେ ଅଵିନାଶକୁ କହିଥିଲେ ।ସେହିଦିନ ଠାରୁ ଅନିତାର ଓଢଣୀ କୁ ଅବିନାଶ ଆହୁରି ଭଲ ପାଇବାକୁ ଲାଗିଥିଲେ ,ଯେଉଁ ଓଢଣୀ ତା ବାପାଙ୍କ ସେବା କରି ତାଙ୍କ ଅସୁବିଧା ଦୂର କରିଲା ଓ ତାଙ୍କ ବାପାଙ୍କୁ ବଦଳାଇ ଦେଇ ପାରିଲା । ସେମାନେ ଘରକୁ ଆସିବାର ଦୁଇ ବର୍ଷ ପରେ ଅବନୀ ବାବୁ ଓ ଚାରି ବର୍ଷ ପରେ ସୁନିତା ,ଉଭୟଙ୍କ ଦେହାନ୍ତ ହୋଇଗଲା ।ସେତେବେଳେ ଅଶୋକ ଡାକ୍ତରୀ ପଡୁଥିଲା । ଅଶୋକ ଡାକ୍ତରୀ ପାସ କରି ନିଜେ ଭଲ ପାଉଥିବା ଆରତିକୁ ବିବାହ କଲା । ଆରତୀ ବି ଡାକ୍ତର । ଅରୁଣ ଜନ୍ମ ହେବାର ଦୁଇ ବର୍ଷ ପରେ ଅନିତା ହଟାତ ହୃଦଘାତ ରେ ସବୁଦିନ ପାଇ ଅଵିନାଶନକୁ ଚଡି ଚାଲିଗଲା । ଏବେ ନାତି ଅରୁଣ ସପ୍ତମ ଶ୍ରେଣୀରେ ପଢୁଛି ।


ଅବିନାଶ ଏବେଯାଏଁ ଅନିତାର ଓଢ଼ଣୀକୁ ସବୁ ସାଇତି ରଖିଛନ୍ତି ।ପ୍ରାୟ ସବୁଦିନ ସେ ସେହି ଓଢ଼ଣୀକୁ ଦେଖନ୍ତି ଓ ନିଜ ଲେଖା ଆରମ୍ଭ କରନ୍ତି । ଅଶୋକ ଓ ଆରତୀ ଜାଣିଛନ୍ତି ଯେ ଅବିନାଶ କେତେ ଅନିତାଙ୍କ ଭଲ ପାଉଥିଲେ ଓ ଏବେବି ତାଙ୍କ ଓଢ଼ଣୀକୁ ସାଇତି ରଖିଛନ୍ତି । କିନ୍ତୁ ନାତି ଅରୁଣ ସବୁଦିନ ତାର ଜେଜେ ଅବିନାଶ ବାବୁଙ୍କୁ ଓଢଣୀ ସହିତ ବସି କିଛି କଥା ହେଉଥିବାର ଦେଖି ଆଶ୍ଚର୍ଯ୍ୟ ହୁଏ ,ସେ ବୁଝି ପାରେନା ଅଵିନାଶଙ୍କର ଏହି ସ୍ଵଭାବକୁ । ଥରେ ଅଵିନାଶଙ୍କ ଖଟ ଉପରେ ଗୋଟିଏ ଓଢଣୀ ପଡିଥିଲା ,ତାକୁ ଆରତୀ ଉଠାଇ ଧରୁ ଧରୁ ଅବିନାଶ କହିଥିଲେ .'' ମା ତୁ ଯାହା ନେବାର ଅଛି ନେଇଯା ,କିନ୍ତୁ ଏହି ଓଢ଼ଣୀକୁ ମୁଁ ଦେଇ ପାରିବି ନାହିଁ । ଅନିତାର ଓଢଣୀ ସାଇତି ରଖିଛି ,ସେଥିରେ ମୁଁ ତାକୁ ଦେଖୁଚି ।'' ଆରତୀ ବୁଝି ପାରିଥିଲା ଅବିନାଶ ବାବୁଙ୍କ ପାଇଁ ପ୍ରିୟାର ଓଢଣୀ କେତେ ମୂଲ୍ୟବାନ । ଯେବେ ଆଜି ନାତି ଅରୁଣ ଆସି ଅଵିନାଶନକୁ ପଚାରିଲା ,''ଜେଜେ ତୁମେ ସବୁଦିନ ଏହି ଓଢଣୀ କୁ ସବୁ ଦେଖା ଓ କଥା ହୁଅ ,ମୁଁ କିଛି ବୁଝି ପାରେନା ।କଣ ପାଇଁ ?'' ଅବିନାଶ ଅରୁଣକୁ କୋଳେଇ ନେଇ ହସିଦେଇ କୁହନ୍ତି ,ଏସବୁ ତୋ ଜେଜେ,''ଏହି ଓଢଣୀ ସାଇତି ରଖିଛି ,ଏସବୁ ତୋ ଜେଜେମା ର । ମୁଁ ତୋ ଜେଜେମା ଓ ତାର ଓଢ଼ଣୀକୁ ବହୁତ ଭଲପାଏ । ସେଥିପାଇଁ ମୁଁ ସବୁଦିନେ ତୋ ଜେଜେମା କୁ ମାନେ ପକାଇ ଓଢଣୀ ସହିତ କଥା ହୁଏ ।ଏବେ ବୁଝି ପାରିଲୁ ।'' ଅରୁଣ ଏତକ ଶୁଣି ସେଇ ଓଢଣୀ କୁ ମୁଣ୍ଡିଆ ମାରି କହିଲା .''ତୁମେ ଓଢଣୀ ସାଇତି ରଖିଛ,ଭଲ କରିଛ । ମୁଁ ସବୁଦିନ ତାଙ୍କୁ ମୁଣ୍ଡିଆ ମାରିଲେ ମୋ ଜେଜେମା ମୋତେ ଆଶୀର୍ବାଦ ଦେବେ ।''



Rate this content
Log in

Similar oriya story from Drama