STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ନନ୍ଦୀ ଭୃଙ୍ଗୀ

ନନ୍ଦୀ ଭୃଙ୍ଗୀ

2 mins
355


  ନୀଳକଣ୍ଠେଶ୍ଵର, ଶିବ ମନ୍ଦିର, ପ୍ରତ୍ୟେକ୍ଷ ଠାକୁର l ବର୍ଷ ଆରମ୍ଭରୁ ଯିବାକୁ ସ୍ଥିର କଲି ସପ୍ତାହର ସବୁ ଶନିବାର l କୋଉ ଶନିବାର ସଂକ୍ରାନ୍ତି ତ କୋଉ ଶନିବାର ଜାଗର ତ ଭିଡ଼ ପ୍ରବଳ, ପୁଣି ଧାଡି ତ ବାହାରେ ଥିବା ଭାଇନାଙ୍କୁ ବଢ଼େଇ ଦିଏ କଦଳୀ, କର୍ପୁର, କେଶର ନବାତ ଥିବା ଖଲିପତ୍ର ଠୋଲା ଓ ଦଶ ଟଙ୍କା ମାତ୍ର l କହିଦିଏ ସ୍ୱାମୀଙ୍କ ନାମ ଓ ଗୋତ୍ରରେ, ସପରିବାର ପାଣି ଲାଗି କରି ନନ୍ଦୀ ଭୃଙ୍ଗୀଙ୍କ ଆଗରେ ଭୋଗ ଥୋଇଦେବେ ତ ଭାଇନା ଆଶ୍ଚର୍ଯ୍ୟ ହୋଇ ଚାହାଁନ୍ତି ବିଶାଳ କାୟ ପଥର ମୂର୍ତ୍ତି ଦୁଇଟିକୁ ତ ମୁଁ କହେ ନାହିଁ ଏମାନଙ୍କୁ, ବୁଲିକି ଭାଇନା ଦେଖନ୍ତି କଳା ଓ ଧଳା ରଙ୍ଗର ଜୀବନ୍ତ ଷଣ୍ଢ ଦୁଇଟିଙ୍କୁ ଆଉ ହସି ହସି ମୋ କାମ କରିଦେବେ କୁହନ୍ତି ତ ମୁଁ ଆମ ଗ୍ରାମର ଦୀପ ବାଲାଙ୍କଠୁ ଦୀପ ଦୁଇଟି କିଣି, ପଥର ନନ୍ଦୀ ଭୃଙ୍ଗୀ ଙ୍କ ଠି ବସେଇ ତାଙ୍କ କାନରେ କହେ ଅନେକ ମନୋବାଞ୍ଛା ଓ ମନୋସ୍କାମନା l ତା ପରେ ପାର୍ବତୀଙ୍କ ପାଖେ ଦୀପ ବସେଇ, ଦୂରରୁ ଠାକୁରଙ୍କୁ ଦର୍ଶନ କରି ଫେରେ. ଓଃ କି ଶାନ୍ତି ଓ ପବିତ୍ରତା l

  ଯୋଉଦିନ ଭିଡ଼ ନଥାଏ, ଗମ୍ଭୀରାକୁ ଯାଇ ଗୋଟି ଗୋଟି ନାମ କହି ପାଣି ଲାଗି କରେ, ଦୀପ ବସାଇ ନନ୍ଦୀ ଓ ଭୃଙ୍ଗୀଙ୍କ କାନରେ ମୋ ମନୋବାଞ୍ଛା କହି ଜୀବନ୍ତ ନନ୍ଦୀ ଭୃଙ୍ଗୀଙ୍କ ପାଖେ କଦଳୀ ଭୋଗ ଥୋଇ ଶାନ୍ତିରେ ପୂର୍ବପ୍ରକାରେ ଘରକୁ ଫେରେ l

   ସେଦିନ ଷଣ୍ଢ ଦୁଇଟି ନଥିଲେ l ଏଣିକି ତେଣିକି ଚାହିଁ କେତେ ଖୋଜିହେଲି କିନ୍ତୁ ନଥିଲେ ଦୁହେଁ ତ ଭୋଗ ନେଇ ବାହାରକୁ ଆସି ଖୋଜୁଥାଏ ମୋ ଆଖି ସେ ଦୁହିଁଙ୍କୁ, ଦେଖିଲି ପିଲା ଦୁଇଟି ମନ୍ଦିର ଆଡକୁ ଯାଉଛନ୍ତି ପିଲାଙ୍କୁ ଅନୁରୋଧ କଲି ପିଲେ, ଷଣ୍ଢ ଦୁଇଟିଙ୍କୁ ଦେଖୁ ନାହିଁ l ତୁମେ ଥିବା ଭିତରେ ଯଦି ଦେଖିବ ଦେଇଦେବ l ପିଲା ଦୁହେଁ ପଚାରିଲେ କାହାକୁ ଦେବୁ ଭୋଗ, ନନ୍ଦୀଙ୍କୁ ନା ଭୃଙ୍ଗୀଙ୍କୁ ?ଯାହାକୁ ବି ଦିଅ କହି ସ୍ୱାମୀଙ୍କ ବାଇକ ପଛରେ ବସି ବୁଲିକି ଚାହିଁଲି ପିଲା ଦୁହିଙ୍କି, କିଛି ଅସୁବିଧାରେ ପକାଇ ଦେଲିକି ଦୁହିଁଙ୍କୁ ?

  ହଠାତ ଚମକି ପଡିଲି l ସେମାନେ କେମିତି ଜାଣିଲେ ମୁଁ ସେ ଦୁଇ ଷଣ୍ଡଙ୍କୁ ନନ୍ଦୀ ଭୃଙ୍ଗୀ ଡାକେ ? ତା ଛଡା ପିଲା ଦୁଇଟି ଜଣେ କଳା ଜଣେ ଗୋରା l ଜଣେ ଧଳା ସାର୍ଟ ପିନ୍ଧିଥିଲା ଜଣେ କଳା l ରୁହ ରୁହ ଗାଡି ରଖ କହି ଦଉଡିଲି ମନ୍ଦିରକୁ, ପିଲାଦୁହେଁ ଉଭାନ ହୋଇଗଲେ ଯେପରି, କିନ୍ତୁ ଷଣ୍ଢ ଦୁଇଟି ଥିଲେ l ଦୁଇଟି କଦଳୀ କିଣି ଦୁହିଁଙ୍କୁ ଦେଇ ପଥର ନନ୍ଦୀ ଭୃଙ୍ଗୀଙ୍କୁ ମନୋସ୍କାମାନା ପରିବର୍ତ୍ତେ କ୍ଷମା ମାଗି ଫେରିଥିଲି l ସ୍ୱାମୀ କହୁଥିଲେ କଣ ହେଲା, ମୁଁ କହିଲି ନାହିଁ ନନ୍ଦୀ ଭୃଙ୍ଗୀଙ୍କୁ ଖୋଜୁଥିଲି, ସେ କହିଲେ ଏଁ କଣ ?


Rate this content
Log in

Similar oriya story from Classics