ନିଷ୍କର୍ଷ
ନିଷ୍କର୍ଷ
ବାସନ୍ତୀ କହୁଥିଲା ଜାଣିଛ ମାଆ. ସେଦିନ ଆମ ଲିସା ଦେଇଙ୍କୁ ଯିଏ ଦେଖିବାକୁ ଆସିନଥିଲେ, ତାଙ୍କର ଆଜି ଆର ପଡା ରଘୁନନ୍ଦନ ବାବୁଙ୍କ ଝିଅ ସାରାଙ୍କୁ ଦେଖିବାକୁ ଆସିଛନ୍ତି. ସେମାନେ ତ ଚଖା କୁଆଡେ ରାଜି ହେବେ? ଲିସା ଦେଇ ଭଳି ତାଙ୍କ ଝିଅ ଏତେ ସୁନ୍ଦର ନୁହଁ କି ତୋଫା ନୁହଁ. ଚିଡି ଉଠିଲେ ବି ବୁଝେଇ କହିଲେ ମାଆ ସରସ୍ବତୀ,ବାହାଘର ମର୍ତ୍ତ୍ୟରେ ନୁହେଁ ଲୋ ବାସନ୍ତୀ. ସ୍ବର୍ଗରୁ ବରପତ୍ରକୁ ଓସ୍ତପତ୍ର ସଙ୍ଗେ ଖଞ୍ଜି ଠାକୁର ଛାଡିଛନ୍ତି. ବାସନ୍ତୀ କହୁଥିଲା ହଁ ସେୟା ନୁହେଁ ଆଉ କଣ ଯାହା ହାଣ୍ଡିରେ ଯିଏ ଚାଉଳ ପକେଇଥିବ ସେ ହିଁ ତା ଘରକୁ ଯିବ. ଦେଖୁନ ମୋ ପୁଅ କାହାକୁ ଗୋଟେ ଭଲପାଇ ନେଇଆସିଲା ଯେ ଦଶଟା ଯାଏଁ ଶୋଇ ରହୁଛି. ବାସି ପାଇଟି କରି ତା ବାପାକୁ ଚା ଜଳଖିଆ ଦେଇ ଆସିଲା ବେଳକୁ ତୁମ ଘରକୁ ସବୁଦିନ ଉଛୁର. ଯେତେ ଯାହା କହିଲେ କଣ ହେବ ମାଆ ସେ ହିଁ ତ ମୋ ଘରେ ଚାଉଳ ପକେଇଛି. ହସୁଥିଲେ ସରସ୍ବତୀ. ପୁଣି କିଛି ଦିନ ପରେ ଶୁଣିଥିଲେ ସାରାର ବାହାଘର ସେହି ପୁଅ ସହ ଠିକ ହୋଇଗଲା. ବାସନ୍ତୀ କହୁଥିଲା ଲୋଭୀ ଲୋକ ଗୁଡା ମାଆ, ସାରା ଦିଦିର ଚାକିରୀ ଦେଖି ରଙ୍ଗ ଊଣାକୁ ଖାତିର କଲାନି.ଭଲ ହୋଇଛି ଲିସା ଦିଦି ଆମର ସେ ଲୋଭୀ ପରିବାରରେ ଚଳି ପାରିନଥାନ୍ତା. ହଉ ତୁ ଆଉ ବଡ଼ ପାଟି କରନା ବାବୁ ଚିଡ଼ିବେ କହି ଠାକୁର ଘରକୁ ସରସ୍ବତୀ ପଶୁଥିଲେ ସିନା କିନ୍ତୁ ଛାତି ଭିତରଟା ଚିରି ହେଇଯାଉଥିଲା.
ସାରା ବାହାଘରକୁ ପରିସ୍ଥିତି ବଦଳି ଯାଇଥିଲା ସମ୍ପୂର୍ଣ୍ଣ .ଲିସା ସେତେବେଳକୁ ଓ. ଏସ. ଏ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସାରିଥିଲା. ନିଃସକୋଞ୍ଚରେ ଲିସା ଘରର ପରିବାର ଲୋକ ସାରାର ବାହାଘର ନିମନ୍ତ୍ରଣ ରଖିଥିଲେ ବି ଲିସା ଟ୍ରେନିଂରେ ଥିଲା. ଟ୍ରେନିଂ ରୁ ଫେରି ଲିସା ଯୋଉଦିନ ଅଫିସରେ ଜଏନ କଲା ତା ସୌନ୍ଦର୍ଯ୍ୟ, ଜ୍ଞାନ, ଗୁଣର ଭୁରି ଭୁରି ପ୍ରଶଂସା ଭିତରେ, ସେହି ଅଫିସର ତଳିଆ କର୍ମଚାରୀ ବିଭୁଦତ୍ତ ପାଦ ତଳୁ ମାଟି ଖସି ଯାଇଥିଲା.ଲିସା ମିଶ୍ରକୁ ନୀଳିମା ମିଶ୍ର ବୋଲି ଜାଣି ଓ ମୋବାଇଲର ଫେସବୁକ ଆକାଉଣ୍ଟରୁ ବୟସ ଅଧିକ ଭାବି ସେ ଯେଉଁ ଭୁଲ କରିଥିଲେ ଆଜି ପସ୍ତେଇହେଉଥିଲେ ମଧ୍ୟ ନେଡି ଗୁଡ଼ କହୁଣୀକୁ ବୋହି ଗଲା ପରେ ଆଉ ଚାଟି ହୁଏନି ବୋଲି ସେ ବୁଝି ସାରିଥିଲେ.
କଥାଟା ସେଇଠି ସରିନଥିଲା. ବିଭୁଦତ୍ତ ଗୋଟେ ଶିକ୍ଷା ପରେ ମଧ୍ୟ ଚେତି ନଥିଲେ. ତାଙ୍କ ନାମରେ ଫେକ ଆକାଉଣ୍ଟ ଖୋଲି ଜଣେ କେହି ଅସାଧୁ ବ୍ୟକ୍ତି ବ୍ୟାଙ୍କ ଠକେଇର ଖୋଳତାଡ଼ ରେ ବିଭୁଦତ୍ତ ହିଁ ଆରେଷ୍ଟ ହୋଇଥିଲେ. ବିଭୁଦତ୍ତଙ୍କୁ ଲିସା ସାହାଯ୍ୟ ସହଯୋଗର ହାତ ବଢ଼ାଇ ନିଜ ଅଫିସର ଷ୍ଟାଫଙ୍କ ପ୍ରକୃତ ବୟସ ପ୍ରମାଣପତ୍ର ସହ କୋର୍ଟରେ ଲଢ଼ି ସେହି ଠକ ବ୍ୟକ୍ତିକୁ ଧରାଇ ଦେବା ପରେ ବିଭୁଦତ୍ତ ଓ ସାରା ଲିସା ଘରକୁ ଆସି, ଲିସାଙ୍କୁ ବଧାଇ ଜଣାଇବା ସହ ସାମାଜିକ ଗଣମାଧ୍ୟମରେ ବ୍ୟକ୍ତି ନିଜର ବ୍ୟକ୍ତିଗତ କଥା ସବୁ ଠିକ ଠିକ ଦେବା ବେଳେ ଟିକେ ଆଗପଛ ଚିନ୍ତା କରିବା ଉଚିତ ବୋଲି ହୃଦୟଙ୍ଗମ କରିଥିଲେ. ମାଆ ସରସ୍ବତୀ ଏଣିକି ତାଙ୍କ ଝିଅର ବୁଦ୍ଧିକୁ ତାରିଫ କରୁଥିଲେ. ବିଭୁଦତ୍ତଙ୍କ ଉଦ୍ୟମ ଫଳରେ ଜଣେ ଆଈ. ଏସ ଅଫିସରଙ୍କ ସହିତ ଲିସାର ବାହାଘର ଧୁମଧାମରେ ପାଳିତ ହୋଇଥିଲା. ବାସନ୍ତୀ ସମ୍ବଲପୁରୀ ପାଟ ପିନ୍ଧିଥିଲା ଓ ଟୁନା ଏବେ ଅଳ୍ପ ବଡ଼ ହୋଇ ଭଲ ମନ୍ଦ ବିଚାର ଶକ୍ତି ବଢ଼ାଇ, ନାନୀ ଠାରୁ ମୋବାଇଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା ସତ ହେଲେ, ମାଆ ସରସ୍ବତୀ ହାକ ହେଇଯିବାର ଡର ଦେଖାଉଥିଲେ ତ ନାନୀ କହୁଥିଲା ମୋ ଭାଇ ଏବେ ସମଝଦାର ହେଇଗଲାଣି. ମୋବାଇଲର ଉପକାରିତା ଓ ଅପକାଅରିତା ବିଷୟରେ ରଚନା ଲେଖି ରାଜ୍ୟସ୍ତରୀୟ ପୁରସ୍କାର ପାଇଥିବା ଟୁନା ଆଉ ମୋବାଇଲ ବ୍ୟବହାର କରିବାରେ ଠପ ଲାଗିବା ଜରୁରୀ ନଥିଲା ବୋଲି ସମସ୍ତେ ବୁଝି ସାରିଥିଲେ.ଟୁନା, ଲିସା ଦିଦିଠୁ ମୋବାସିଲ ଶିକ୍ଷା ପାଇ ନାନୀକୁ ମୋବାଇଲ ଗୁରୁ କହୁଥିବାରୁ ସମସ୍ତେ ହସିଥିଲେ ।
