STORYMIRROR

Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

ଶିଶୁର ଭାବଭକ୍ତିର ଶକ୍ତି

ଶିଶୁର ଭାବଭକ୍ତିର ଶକ୍ତି

2 mins
0


ସେଦିନ  ଗଳ୍ପ କହୁ କହୁ ନାତି ନାତୁଣୀ ଙ୍କୁ ପୂଜା ଘରକୁ ବାହାରି ପୂଜା କରିବାକୁ ଚାଲିଗଲେ ଅରକ୍ଷିତ ଜେଜେ।ରବିବାରଟିରେ ଗଳ୍ପ ଶୁଣାଉ ଶୁଣାଉ ଆଜି ଏତେ ଡେରି ହୋଇଗଲାଣି। ତରବର ହୋଇ ନିତ୍ୟ କର୍ମ ବଢ଼େଇ ଅରକ୍ଷିତ ଜେଜେ ଠାକୁର ଘରେ ପୂଜା ସାରି ଦେଖନ୍ତି ତ ଲଡ଼ୁ ଗୋପାଳ ଙ୍କ ହାତରେ ଥିବା ସୁନା ବଇଁଶୀଟି ନାହିଁ। ସେ ଭାବିଲେ ଛଡା ଫୁଲ ସହ ବଇଁଶୀଟି ନିଶ୍ଚୟ କୋଉଠି ପଡିଯାଇଛି। ଯେତେ ଖୋଜିଲେ ମଧ୍ୟ ତାହା ମିଳିନଥିଲା। ସତେ ଯେମିତି ପ୍ରଭୁଙ୍କ ମାୟାରେ କୋଉଠି ଅଦୃଶ୍ୟ ହୋଇ ଯାଇଥିଲା ବଇଁଶୀଟି। ଆଖିରୁ ଧାର ଧାର ଅଶ୍ରୁ ନିଗିଡି ପଡିଲା ଅରକ୍ଷିତ ଜେଜେଙ୍କର। ଏବେ ସୁନାର ମୂଲ୍ୟ ଯାହା ଥିଲା ଆଉ ଗୋଟେ ବଇଁଶୀ କରିବା ସମ୍ଭବ ନଥିଲା ଅରକ୍ଷିତ ଜେଜେଙ୍କ ପକ୍ଷେ। ଜେଜି ବୁଢ଼ୀ ର ମଧ୍ୟ ସ୍ବର୍ଗବାସ ହେଲାଣି। କାହାକୁ କହିବ? ପୁଅ ଦୁହେଁ ସଫା ସଫା କହିବେ ଯେ ତୁମର ସବୁ ଭୁଲ ବାପା। ତୁମେ ଲଡ଼ୁ ଗୋପାଳଙ୍କ ହାତରେ ଲଡ଼ୁ ଦେଇ ସେତିକିରେ ସନ୍ତୁଷ୍ଟ ନରହି ସୁନା ବଇଁଶୀ ତିଆରି କରିବା ଉଚିତ ନଥିଲା।ସ୍ତ୍ରୀ ମରିଯିବା ପରେ ତାଙ୍କ ଗହଣା ସବୁ ତିନିଭାଗ ହୋଇ ବଣ୍ଟା ଯାଇଥିଲା। ଅରକ୍ଷିତ ଜେଜେ ଦୁଇ ପୁଅକୁ ଦୁଇଭାଗ ଦେଇ ନିଜ ଭାଗ ସୁନା ରେ ଏହି ବଇଁଶୀଟିକୁ ଗଢ଼ାଇ ଲଡ଼ୁ ଗୋପାଳ ଙ୍କ ପାଇଁ ସୁନା ବଇଁଶୀ କରିବା ନିଶ୍ଚୟ ଉଚିତ ହୋଇନାହିଁ ଭାବି ସେ କଇଁ କଇଁ ହୋଇ କାନ୍ଦୁଥାଆନ୍ତି। ଏହି ସମୟରେ ସାନ ନାତି ବୁଲୁ ଆସି ସବୁ ଶୁଣି ଜେଜେଙ୍କୁ ତୁନି ହେବାକୁ କହି ସେ ଖୋଜିଦେବ ଲଡ଼ୁଗୋପାଳ ଙ୍କ ବଇଁଶୀ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲା। ଜେଜେ ଲଡ଼ୁ ଗୋପାଳ ଗଳ୍ପ ର ଶିଶୁ ରଘୁ କଥା ମନେପକାଇ ତୁନି ପଡିଲେ।
     ଜେଜେ ଖାଇ ପିଇ ଶୋଇପଡ଼ିଲା ପରେ ବୁଲୁ ଯାଇ ଠାକୁରଙ୍କୁ ସବୁକଥା ଜଣେଇ ତାଙ୍କୁ ଅନୁରୋଧ କରିଥିଲା ଯେ ନିଜ ଜିନିଷ ନିଜେ ଖୋଜିଦେବାରେ ସହାୟ ହୁଅ ପ୍ରଭୁ। ଏହି ପ୍ରଭୁ ଏବେ ନିଷ୍ଠୁର ହୋଇଯାଇଥିଲେ ଯେମିତି।
   ସେଦିନ ରାତିରେ ବୁଲୁ ସ୍ବପ୍ନ ଦେଖିଥିଲା। ଠାକୁର ତାକୁ ସ୍ୱପ୍ନରେ କାଠର ବଇଁଶୀ ଦେବାକୁ କହୁଥିବାର  ଶୁଣି ଜେଜେଙ୍କୁ କହିଥିଲା ଶିଶୁ ବୁଲୁ।ଅରକ୍ଷିତ ଜେଜେ ସଙ୍ଗେ ସଙ୍ଗେ ଟାଙ୍ଗିଆ ପଜେଇ ବାରି ଆଡକୁ ଯାଇ ଜେଜେମାଆ ଲଗାଇଥିବା ଲିମ୍ବ ଗଛଟିକୁ କାଟି ତା ଡ଼ାଳ ରେ ବଇଁଶୀଟିଏ ଓ ବାକି କାଠରେ ଠାକୁରଙ୍କ ପାଇଁ ସିନ୍ଦୁକଟିଏ କରିବାକୁ ଭାବି ଯେମିତି ଚୋଟ ପକାଇବାକୁ ଉଦ୍ୟତ ହୁଅନ୍ତି ଦୌଡ଼ି ଆସିଲା ବୁଲୁ। ଗଛ କାଟିବାକୁ ମନା କରି ଗଛର ଉପକାରିତା ବିଷୟ ରେ କହିବା ସହ ଲିମ୍ବ ଗଛ କେମିତି ତୁଳସୀ ଗଛ ପରି ଅଧିକ ଅମ୍ଳଜାନ ଦେଉଛି ଓ ମଣିଷକୁ ନିରୋଗ ଓ ସୁସ୍ଥ ତଥା ଜୀବନ ଦାନ କରୁଛି ସେକଥା ସବୁ କହିଥିଲା।ଜେଜେ କହିଲେ ଯେ କୌଣସି ବୃକ୍ଷ ହାଣିବା ମଧ୍ୟ ଉଚିତ ନୁଁହଁ. ମୂର୍ତ୍ତିକା ସରଂକ୍ଷଣ ତଥା ଜଙ୍ଗଲ ରକ୍ଷଣ ସହିତ ପାଣି,ପବନ ଓ ଛାଇ ସହିତ ବିଶ୍ୱାସୀ ଗଛ ମଣିଷ ସମାଜକୁ ନିଶ୍ୱାସ ଯୋଗେଇ ଚାଲିଛି. ଗଛ ନକାଟି ପାରି ଗଭୀର ମାନସ୍ତାପ ରେ ଜେଜେଙ୍କ ନିଦ ସକାଳୁ ଡେରିରେ ଭାଙ୍ଗିଲା ବୁଲୁ ଡାକରେ. ବୁଲୁ କହୁଥିଲା ଦେଖ ଜେଜେ ଏଇ ତୁମ ଲଡ଼ୁ ଗୋପାଳ ମତେ ତାଙ୍କ ସୁନା ବଇଁଶୀଟିକୁ ଫେରାଇ ଦେଇଛନ୍ତି. ଜେଜେ ଆଖି ମଳି ମଳି ଉଠୁ ଉଠୁ ବୁଲୁକୁ କୁଣ୍ଢେଇ ପକେଇ କହୁଥିଲେ ପ୍ରକୃତରେ ଶିଶୁଙ୍କୁ ପ୍ରଭୁ ଦେଖାଦେବା ସହ ଶିଶୁଙ୍କ ଡାକ ଶୁଣନ୍ତି.


Rate this content
Log in