STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଦରମା

ଦରମା

2 mins
0

ଅଫିସ ର ଗୋଟେ ଦିନର କଥା. ସବୁ ଷ୍ଟାଫ ଏକାଠି ବସି ଲଞ୍ଚ କରୁଥିବା ବେଳେ ପରସ୍ପର ମଧ୍ୟରେ ବାକ୍ୟ ସାଙ୍ଗକୁ ଆପୋଷ ଖାଦ୍ୟ ବିନିମୟ ହୋଇଥାଏ. ସେଦିନ କୌଣସି କାରଣରୁ ଅଖିଳ ବାବୁ ଖାଦ୍ୟ ଖାଇନପାରି ଅର୍ଦଳୀ କୁ ଡାକି ଫୋପାଡି ଦେବାକୁ କହିଥିଲେ ତ ବାନାମ୍ବର ମଉସା ଟିଫିନ ରେ ଥିବା ଖାଦ୍ୟ ସବୁକୁ ପଲିଥିନ ରେ ରଖି ଟିଫିନଟିକୁ ଧୋଇ ଅଖିଳ ବାବୁଙ୍କୁ ଦେଇଦେବା ପରେ ଜରି ପଲିଥିନ ରେ ଥିବା ସବୁ ଖାଦ୍ୟ ବାନାମ୍ବର ମଉସା ନେଇଗଲେ. ମଉସାଙ୍କର ଏପରି ଖାଦ୍ୟ ନେଇ ଅନ୍ୟ କୌଣସି ସ୍ଥାନରେ ଦେଇଆସିବା ବା ଫୋପାଡିଦେବା କଥାଟା ନୂଆ ନୂଆ ଅଫିସରେ ଜଏନ କରିଥିବା ଦୁଇ ଯୁବ ସହକର୍ମୀଙ୍କୁ ପସନ୍ଦ ହେଲନାହିଁ ତ ସେ ବାନାମ୍ବର ମଉସା ଙ୍କୁ ଏଠା କୁକୁର ଙ୍କୁ ନଦେଇ କାହିଁକି ଅନ୍ୟ ଆଡ଼େ ନେଇ ଫିଙ୍ଗିଲ ପଚାରିବାରୁ ବାନାମ୍ବର ମଉସା କିଛି କହିନଥିଲେ.କଥା ସତ କିନ୍ତୁ ଏଣିକି ସେହି ନୂଆ ଯୁବକ ସହକର୍ମୀ ଦ୍ବୟ ନିଜ ଟିଫିନ ରେ କିଛି କିଛି ଖାଦ୍ୟ ବଳକା ରଖି ବାନାମ୍ବର ମଉସାଙ୍କୁ ଫୋପାଡି ଦେବାକୁ କହୁଥିଲେ ତ ଦେଖାଗଲା ପୂର୍ବ ପରି ସେସବୁ ଖାଦ୍ୟ କୁ ପଲିଥିନ ରେ ବାନ୍ଧି ବାନାମ୍ବର ମଉସା ଅନ୍ୟଆଡେ ଚାଲିଯାଉଥିଲେ. ସରୋଜ ଓ ବିଜୟ ଦୁଇ ନୂଆ କର୍ମଚାରୀ ବାନାମ୍ବର ମଉସାଙ୍କ ଏହି କାର୍ଯ୍ୟ ଦେଖି ସନ୍ଦେହ ରେ ପଡିଲେ. ସେଦିନ ସେ ଦୁହେଁ ବଡ଼ବାବୁଙ୍କ ଆଗରେ ଏକଥା କହିବେ ଭାବି ଦେଖିଲା ବେଳକୁ ବଡ଼ବାବୁ ଯାଇ ପାଖ ବଡ଼ ହୋଟେଲ ରେ ଖାଉଥିଲେ.ସରୋଜ ବାବୁ ଓ ବିଜୟ ବାବୁ ଏହା ପ୍ରକୃଷ୍ଠ ସମୟ ଭାବି ସେହି ହୋଟେଲ କୁ ଯାଇ ବଡ଼ବାବୁଙ୍କ କାନରେ କଥାଟା ପକେଇବାକୁ ଚାହିଁଥିଲେ.
     ସରୋଜ ବାବୁ ଓ ବିଜୟ ବାବୁ ନିଜ ନିଜର ଟିଫିନ ରେ ଥିବା ଖାଦ୍ୟକୁ ବାନାମ୍ବର ମଉସାଙ୍କୁ ଫୋପାଡି ଦେବାକୁ କହି ଦେଇ ହୋଟେଲ ରେ ପହଁଚିଲେ ବଡ଼ବାବୁ ଙ୍କ ଉଦେଶ୍ୟରେ. ବାନାମ୍ବର ମଉସା ଙ୍କ କଥା କହି ତାଙ୍କ ଦରମା ବଢେଇବାକୁ କହିବେ ବୋଲି ଭାବି କାଉଣ୍ଟର ପାଖରେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ. ବଡ଼ ବଡ଼ିଆ ଅଫିସରମାନେ ବହୁ ଦାମୀ ଜିନିଷ ମଗାଇ ଅଧା ଖାଉଛନ୍ତି କି ନାହିଁ ମୁଠା ମୁଠା ଟଙ୍କା ଦେଇ କିଣି ଖାଉଥିବା ଅଧା ପ୍ଲେଟରେ ପଡିରହୁଥିବା ଖାଦ୍ୟ ସବୁକୁ ଆଧାଦାମ ଦେଇ ବଡବାବୁ କିଣି ନେଇ ଗରୀବ ଲୋକମାନଙ୍କୁ ବାଣ୍ଟି ଚାଲିଛନ୍ତି ତ କାହାକୁ ଟେବୁଲ ଉପରେ ବସେଇ ସତ କଥା କହି ଖାଇବାକୁ ଦେଉଛନ୍ତି. ବିନା ସଂକୋଚ ରେ ଦାତା ଓ ଗ୍ରହୀତା ଏପରି ଦୁର୍ମୁଲ୍ୟ ଖାଦ୍ୟ ସହ ସାଲିସ କରିଚାଲିଥିବା ବେଳେ ବାହାରେ, ଅଳ୍ପ ଟିକେ ଦୂରରେ ବାନାମ୍ବର ମଉସା ପୂର୍ବ ବନିତ ସେହିସବୁ ପଲିଥିନ ର ଖାଦ୍ୟ କୁ ବସ୍ତିର ପିଲାଙ୍କୁ ଭୋଜନ ରେ ଆପାୟିତ କରୁଛନ୍ତି. ତା ପରଦିନ ସରୋଜ ବାବୁ ଓ ବିଜୟ ବାବୁ ଦୁହେଁ ବଳିପଡିଥିବା ନିଜ ରୁଟି ଭଜା ନିଜ ଅଫିସ ପାଖେ ଥିବା ବୁଲାକୁକୁରଙ୍କୁ ଦେଇ ଆତ୍ସନ୍ତୋଷ ପ୍ରକାଶ କଲାବେଳେ ଦୂରରୁ ପାଗଳ ଲୋକଟି କୁକୁର ଖାଦ୍ୟରୁ ଭାଗ ହେଉଥିବା ଦେଖି ଦୁହେଁ କାନ୍ଦି ପକେଇଥିଲେ. ଭାବୁଥିଲେ ପ୍ରକୃତରେ କାହାର ଦରମା ବଢିବା ଉଚିତ!



Rate this content
Log in

Similar oriya story from Abstract