STORYMIRROR

Sunanda Mohanty

Abstract Children Stories Thriller

4  

Sunanda Mohanty

Abstract Children Stories Thriller

ପାସୱାର୍ଡ

ପାସୱାର୍ଡ

4 mins
2

ଦାମ ଭାବୁଥିଲା ଆସନ୍ତା କାଲିର ଜୋତା ସିଲେଇ ରୋଜଗାର ଯାହା ହେବ ସେସବୁରୁ କିଛି ଏହି ଲୋକଟି ପାଖକୁ ପଠେଇଦେବ କିନ୍ତୁ ଆଜି ସେ ତାକୁ କିଛି ସାହାଯ୍ୟ କରିପାରିବ ନାହିଁ. ବରଂ ଲୋକଟି ର ପାସ ୱାର୍ଡ ନମ୍ବର ମାଗିନେଇ, ଟଙ୍କା ପଠେଇଦେବ ନିଶ୍ଚୟ. ଲୋକଟିକୁ ନିଶ୍ଚୟ ପ୍ରବଳ ଥଣ୍ଡା ଓ ଭୋକ ହେଉଛି ବୋଲି ଦାମ ଅନୁଭବ କରିପାରିଥିଲେ ମଧ୍ୟ ଆଜି ତାକୁ ପଶମ କୋର୍ଟ ଟି କିଣିବାକୁ ପଡିବ ନଚେତ ଏ ଜାଡ଼ ରେ ସେ କାଲି ଜୋତା ସିଲେଇ କାମକୁ ଯାଇପାରିବ ନାହିଁ.ଆଜି ସରାଗାତ ଭାଙ୍ଗି ଆଣିଲା ବେଳେ ତାର ଜନ୍ମିତ ଦୁଇ ପୁଅ ଓ ଗୋଟେ ବୋଲି ସାନ ଝିଅ ତାକୁ ଚାହିଁ ରହିଥିଲେ ବିକଳରେ. ସେ ସରାଗାତ ରେ ପୁଅ ଝିଅଙ୍କ ମାଆ ତଥା ଦାମ ର ସ୍ତ୍ରୀ ଆଶା ସବୁଦିନ ପାଞ୍ଚଟଙ୍କା ଲେଖାଏଁ ରଖିଲା ବେଳେ ଦାମ ତାକୁ କେତେ ପାଟି କରେ ଓ କହେ ସେହି ପଇସାରେ ଅନ୍ତତଃ ଶୁଖୁଆ ଟିକେ କିଣି ଆଣିଥାଆନ୍ତୁ ଯେ ସନ୍ଧ୍ୟା ଗଡି ରାତ୍ରି ଭୋଜନ ସୁସ୍ୱାଦୁ ହୋଇପାରିଥାନ୍ତା. ବାପା ଦାମ ର ସେକଥା ଶୁଣି ଆମିଷ ପ୍ରିୟ ଝିଅଟା ଓଠରେ ଜିଭ ବୁଲେଇ ଆଣେ କିନ୍ତୁ ପୁଅ ଦୁହେଁ ମାଆ ର ହାତଲଗା ଲଟା ଜହ୍ନି,ଭେଣ୍ଡି, ବାଇଗଣ, ପୋଇ, କଲରା ରେ ସନ୍ତୁଷ୍ଟ ରହି ଭାବୁଥାଆନ୍ତି ଆଗକୁ ଆସୁଥିବା ଜାଗର ବ୍ରତ ଦିନ ତାଙ୍କୁ ଏହି ପଇସାରୁ କିଛି ମିଳିଲେ ସେ ଦୁହେଁ ଶିବ ଙ୍କ ଭୋଗ ଚୁଡାଘସା କିଣି ଖାଇବା ସହ ଏକମାତ୍ର ଭଉଣୀ ପାଇଁ ଗୋଟେ ସୁନ୍ଦର ଝିଅ କଣ୍ଢେଇ କିଣି ତାକୁ ଉପହାର ଦେଇପାରନ୍ତେ. ଆଉ ମାଆ ମନ ନେଇ ଆଶା ଭାବୁଥିଲା ଝିଅ ପାଇଁ ଆମିଷ ଟିକେ ନକିଣି, ଦୁଇ ପୁଅଙ୍କୁ ସ୍କୁଲ ବ୍ୟାଗ କିଣିଦେଇ ନପାରି ସେ କେବଳ ସଞ୍ଚୟ କରେ ଆଗକୁ ଆସୁଥିବା ଦୁର୍ଦ୍ଦିନ ପାଇଁ ସଞ୍ଚିତ ପଇସା ଖର୍ଚ୍ଚ ହେବା ସହ ଭଡା ଦେଇନପାରି ଯୋଉ ଲାଜ ଲାଗୁଛି ସେଥିରୁ ଅନ୍ତତଃ ରକ୍ଷା ପାଇଁ ସେ କୃଷକ ଙ୍କୁ ତାଙ୍କ ମାସିକ ଘରଭଡା ଦେୟ ଠିକ ସମୟରେ ଦେଇପାରିବ. ସମ୍ମାନ ବଡ଼ କଥା. ଏମିତିରେ କୃଷକ ପରିବାର ମଧ୍ୟ ତାର ବହୁତ ଉପକାର କରନ୍ତି. ଧାନ, ମୁଗ,ବିରି, କୋଳଥ, ମାଣ୍ଡିଆ ଇତ୍ୟାଦି ସବୁ ଦେଇ ୠଣୀ କରିପକାଇଲା ବେଳେ ଆଶା କେବଳ ରାକ୍ଷୀ ପୂର୍ଣ୍ଣମୀ ଦିନ ଡୋରଟିଏ ମାତ୍ର ବାନ୍ଧି କୃଷକଭାଇଙ୍କର ଭଉଣୀର ପରିଚୟ ଦେଇପାରିଛନ୍ତି. ସବୁଦିନ ସେହି ଗୃହସ୍ଥ ଙ୍କ ବାରି ଘର ଖରକି, କୁଅ ମୂଳରୁ ଶିଉଳି ଛଡେଇ ଓ ଧାନ ବେଙ୍ଗଳା ପକାରେ ସାହାଯ୍ୟ କରି ଋଣ ପରିଶୋଧ କରିବାକୁ ତତ୍ପର ହେଲାବେଳେ ଭାବନ୍ତି ଏହି ସଞ୍ଚିତ ସରାଗାତ କଥା. ଏକଥା ଭାବି ଉଲ୍ଲସିତ ହୁଅନ୍ତି ଯେ ଏଣିକି ମାସକୁ ଅନ୍ତତଃ ଘରଭଡା ଟା ଠିକ ସମୟରେ ଦେଇ ଆତ୍ମସମ୍ମାନ କିଣି ହେବ.
    ପିଲାଙ୍କର ଓ ସ୍ତ୍ରୀ ର ଉଦେଶ୍ୟ ଜାଣେ ଦାମ ମୋଚି. ଏ ଜାଡ଼ ରେ କିନ୍ତୁ ବିନା କୋର୍ଟ ରେ ହାତ ତାର ଚମଡା ଭିତରକୁ ସୁଇ ବା ଛୁଞ୍ଚି ଭରିପାରେନା ଜୋତା ସବୁରେ ତ କିଏ କାହିଁ ଆସିବ ତା ପାଖକୁ ଜୋତା ସିଲେଇ ପାଇଁ!  ଯୋଉ ଗରୀବ ଶ୍ରେଣୀର ଲୋକେ ସବୁ ଆସିବେ କାହା ପାଦ ଚାଲି ଚାଲି ବିଣ୍ଡି ହୋଇସାରିଥିବ ତ କାହା ପାଦ ଫୋଟକା.ପୁଣି କେହି କେହି ଆଣିଥିବା ଚପଲ ମେଳକ ଖାଉନଥିବ ଏପଟ ସହିତ ଆରପଟକର ତ ପଇସା ମାଗିବ କଣ ଲୁହ ନିଗିଡି ପଡେ ଦାମ ମୋଚି ଆଖିରୁ. ନିଜ ଚପଲ ଅବସ୍ଥା ଯାହା ହେଉନା କାହିଁକି କୋର୍ଟଟିଏ ତାର ନିହାତି ଆବଶ୍ୟକ ବୋଲି ତ ଘରଣୀ ର ସଞ୍ଚିତ ଟଙ୍କା ସବୁକୁ ଭାଙ୍ଗି ସେ ଆସିଛି ପିଲାଙ୍କ ସ୍ବପ୍ନ ସବୁକୁ ସାର୍ଥକ କରିବାକୁ ହେଲେ ପ୍ରତିଦିନ କିଛି ରୋଜଗାର କରିପାରିବା ପାଇଁ କୋର୍ଟ କିଣିନେବ. ବାଟରେ ପଡୁଥିବା ଚର୍ଚ୍ଚ ପାଖରେ କିନ୍ତୁ ଏ କୋଟରଗତ ଲୋକଟି ଭୂତ ନା ପ୍ରେତ ନା ଚୋର କି ଖଣ୍ଟ ଜଣାଅପଡୁନି. ହୁଏତ ଭୋକିଲା ଵ୍ୟକ୍ତି କେହି ଭୋକ ପେଟରେ ଆଉଜି ପଡିଛି ଚର୍ଚ୍ଚ କାନ୍ଥକୁ ତେଣୁ ଆସନ୍ତା କାଲି ର ରୋଜଗାର ତା ପାଖକୁ ପଠେଇବା ପାଇଁ ତା ପାସ ୱାର୍ଡ ହୁଏତ ତାର ନିଶ୍ଚିନ୍ତ ମୃତ୍ୟୁ ହୋଇପାରେ. ଏହିପରି ଦୃଢ଼ ବିଶ୍ୱାସ ହେଉ ହେଉ ଦାମ ମୋଚି କୋର୍ଟ କିଣିବା ପରିବର୍ତ୍ତେ ଆଗେଇ ଗଲା ଲୋକଟି ଆଡ଼େ. ହାତରେ କିଛି ପାଉଁରୁଟି ଓ ପାଣିଆ ଡାଲି ଧରି. ଲୋକଟି ପାଖରେ ପାଣି ବୋତଲ ସହ କିଛି ବଳକା ଟଙ୍କା ଥୋଇ ଦେଇ ଫେରିପଡିଲା ବେଳେ ଦାମ ଭାବୁଥିଲା କିଛି ଭୁଲ କରିଦେଲା କି ସେ. ଲୋକଟିକୁ ଖୁଆଇ ଦେଇଥିଲେ ହୁଏତ ଠିକ ହୋଇଥାନ୍ତା ଭାବି ଘରେ ପହଁଚିଲା ବେଳେ ଦେଖିଥିଲା ଘର ମାଲିକ ଆସନ୍ତା କାଲି ଜାଗର ବ୍ରତ ପାଇଁ ଆଜି ନିଜ ଘରର କିଛି ବୟସ୍କ ସଦସ୍ୟଙ୍କ ପାଇଁ କରିଥିବା ଆମିଷଖାଦ୍ୟ ଦେବା ସହ ଦୁଇ ପୁଅଙ୍କୁ ଜାଗର ଖର୍ଚ୍ଚ ଦେଇଥିଲେ. ଝିଅ ଓ ଦୁଇ ପୁଅ ଙ୍କ ସହ ଖାଉଥିବା ବେଳେ ଦାମ ଡାକୁଥିଲା ଆଶାକୁ ତୁମେ ମଧ୍ୟ ଆମ ସଙ୍ଗେ ଖାଇବ ଆସ ତ କେଜାଣି କାହିଁକି ଆଶା ଖୁବ ସନ୍ତୁଷ୍ଟି ଭିତରେ କହୁଥିଲା ମୁଁ ପେଟେ ପଖାଳ ଖାଇସାରିଛି. ଆଉ ଭୋକ ନାହିଁ. ଦାମ ଭାବୁଥିଲା ତା କୋର୍ଟ କଥା ପଚାରିଲେ ସେ କି ଉତ୍ତର ଦେବ!ଆଶା କହୁଥିଲା ଘରମାଲିକ, କୃଷକ ଭାଇ ତାଙ୍କ କୋର୍ଟଟିକୁ ତୁମ ପାଇଁ ଦେଇଛନ୍ତି ନିଅ. ତାଙ୍କର କୋର୍ଟ ଦରକାର ହେଉନି କହୁଥିଲେ କାରଣ ଶ୍ରମ ହିଁ ତାଙ୍କୁ ଗରମ ରଖେ ଏ ଜାଡ଼ରେ. ଆଖିରୁ ଅଜଣାତରେ ଦୁଇଟୋପା ଅଶ୍ରୁ ନିଗିଡି ଆସୁଥିବା ବେଳେ ଦୁଇ ପୁଅ ତା ପରଦିନ ଜାଗର ଯାତ୍ରା ରୁ କିଣିଥିବା ଝିଅ କଣ୍ଢେଇଟିକୁ ଧରି ଝିଅ କୁନି କଣ୍ଢେଇ ଧରି ଖେଳିଲାବେଳେ ପଚାରୁଥିଲା ତୋ ପାସ ୱାର୍ଡ କଣ କହ କଣ୍ଢେଇ!ଦାମକୁ କିନ୍ତୁ କେହି ତା କୋର୍ଟ ବିଷୟରେ କିଛି କାହିଁକି ପଚାରୁନଥିଲେ ଦାମ ବୁଝିପାରୁନଥିଲା ବେଳେ କାନ୍ଥରେ ଝୁଲୁଥିବା ଘରମାଲିକଙ୍କ କୋର୍ଟ ଟି ର ଛାଇ ଦିଶୁଥିଲା ଠିକ ସେହି ଚର୍ଚ୍ଚ ପାଖେ ବସିଥିବା ଲୋକଟି ପରି. ରାତିରେ ଆଶା ଯେବେ କହୁଥିଲା ଭଲ କଲ କୋର୍ଟ ନକିଣି କରଜ ଶୁଝିଦେଲ. ତୁମେ କେମିତି ଜାଣିଲ? ଜାଣିଲି କଣ ମ ସେ ପରା ନିଜେ ଆସି ତାଙ୍କ ପାସ ୱାର୍ଡ ଦେଇ ଯାଇଛନ୍ତି. ଦେଖି ଦେଖି ଦେଲ କହିବାରୁ ଆଶା ଖୋଜି ଖୋଜି ନିରାଶ ହେଲାପରେ ଦାମ କହୁଥିଲେ ହଉ ପରେ ଖୋଜି କି ଦେବ ନିଶ୍ଚୟ.



Rate this content
Log in

Similar oriya story from Abstract