STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ନିଶି ଗନ୍ଧା

ନିଶି ଗନ୍ଧା

1 min
10


ରାତ୍ର ପ୍ରାୟ ଏକ ଘଟିକା ସମୟ ହେବ। ବାହାରେ ନିଶା ଗରଜୁଛି, ମେଘୁଆ ରାତି, ବିଜୁଳି ଚମକୁଛି। ଶେଯରେ ଶୋଇ ଥିଲେ ବାବୁ ଧିରେନ୍ୟ କୁମାର। ହଠାତ୍ ଉଠି ପଡ଼ି ନଶିଗନ୍ଧା ନିଶିଗନ୍ଧା ବୋଲି ବଡ ପାଟିରେ ଚିତ୍କାର କଲେ। ପାଖ କୋଠରୀରୁ ପୁଅ ଓ ବୋହୂ ଧାଇଁ ଆସି ବାପାଙ୍କ ପାଖରେ ବସି ମୁଣ୍ଡ ଓ ପିଠି ଆଉଁସି ଦେଉ ଦେଉ ପଚାରିଲେ, ବାପା, କଣ ହେଲା? 

     କିଛି ସମୟ ପରେ କହିଲେ, ନାହିଁରେ ପୁଅ, ତୋ ମାଆ କଥା ଏବେ ମୋ ସ୍ୱପ୍ନରେ ଦେଖିଲି ଓ ଦୁଇ ପଦ କଥା ହେଉଥିଲି, ତ, ବଡ ପାଟି କରି ଉଠି ପଡ଼ିଲି। ହଁ, ତେବେ ବୋଉ କଣ କହିଲେ କି ବାପା?

    ନାଇଁରେ ପୁଅ ସେ କିଛି ନୁହେଁ। ତୋ ବୋଉ କେବଳ ଏତିକି କହିଲେ, ରାତିରେ ଶୋଇବା ବେଳେ ପାଣି ବୋତଲ ଟିଏ ପାଖରେ ରଖିବ। ପୁଅ ବୋହୂଙ୍କୁ ବେଶୀ ରାତିରେ ଡାକିବ ନାହିଁ। ଶୋଷ ହେଲେ ନିଜେ ପିଇ ନେବ। କାହାକୁ କଟୁ ଭାଷାରେ କିଛି କହିବ ନାହିଁ। ଆଉ କଣ କହିଲେ ବୋଉ?

   ହଁ, ମନେ ପଡୁଛି, ନିଶିଗନ୍ଧା, ତୋ ବୋଉ, କହିଲେ, ତୁମେ ପ୍ରତି ମାସରେ ମୋତେ କିଛି ଟଙ୍କା ଘର ଖର୍ଚ୍ଚକୁ ଦେଉଥିଲ। ତାହାକୁ ଜମା କରି ପନ୍ଦର ଲକ୍ଷ ଟଙ୍କା କରିଛି। ସେଥିରୁ ଝିଅକୁ ପାଞ୍ଚ ଲକ୍ଷ ଦେବ, ପୁଅ ବୋହୁଙ୍କୁ ଦଶ ଲକ୍ଷ ଦେବ ଏବଂ ପ୍ରତିମାସରେ ପେନସନ ଟଙ୍କାରୁ ଅଳ୍ପ କିଛି ଟଙ୍କା ରଖି ବାକି ପୁଅ ଓ ବୋହୂ ହାତକୁ ଦେଇ ଦେବ। ତମର ଆଉ କିଏ ଅଛି। ମୁଁ ତ ତୁମକୁ ଛାଡ଼ି ଆସିବାର ବର୍ଷ ଟିଏ ହେଲାଣି। ଜମାରୁ ଲୋଭ କରିବ ନାହିଁ। ଯେତିକି ସମୟ ବଞ୍ଚିବ ଭଲରେ ବଞ୍ଚିବ, ମୋତେ ଆଦୌ ଝୁରି ହେବ ନାହିଁ।

   ସବୁ କଥା ଶୁଣି ସାରିବା ପରେ ପୁଅ ବୋହୂ ଙ୍କ କଥାରେ ଧୀରେନ୍ୟ ସାମାନ୍ୟ ହାଲକା ଅନୁଭବ କରି ଶୋଇବାକୁ ଚେଷ୍ଟା କରୁଥିଲା ବେଳେ ନିଶିଗନ୍ଧାଙ୍କ ଅଶରୀରୀ ଆତ୍ମା ବଡ ତୃପ୍ତି ଲାଭ କରୁଥିଲେ।



Rate this content
Log in

Similar oriya story from Action