ବିବାହ ବେଦୀରେ
ବିବାହ ବେଦୀରେ
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପରେଶ ଏବଂ ଲଳିତା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୁଇ ପରିବାର ଭାରି ଖୁସି ମନାଉ ଛନ୍ତି। ବର ଯେମିତି କନ୍ୟା ବି ସେମିତି। ରୂପ, ବିଦ୍ୟା ଓ ଗୁଣରେ କେହି କାହାକୁ ବି କମ୍ ନୁହନ୍ତି। ଉଣିଶ ବିଶ ହେବ। କନ୍ୟା ଲଳିତାଙ୍କୁ ବଧୂ ବେଶରେ ଆଣିବା ପାଇଁ ପରେଶଙ୍କୁ ପାଟଦେଇପୁର ଯିବାକୁ ହିଁ ପଡ଼ିଥିଲା। ସାଥିରେ ଥାଟ, ବାଜା, ରୋଷଣୀ ଓ ଆହୁରି ଅନେକ ପଟୁଆର। ବର ବେଶରେ ପରେଶ ଙ୍କୁ ଏକ ଗଡ ଜିଣି ଲଳିତାଙ୍କୁ ଙ୍କୁ ନିଜି ଗାଆଁ ମାଧପୁର ଫେରି ଆସିବାକୁ ହେବ। ପରେଶ ଙ୍କ ପରିବାର କହିଲେ ସେ ନିଜେ, ଦୁଇଟି ବଡ ଭଉଣୀ,ଯେଉଁ ମାନଙ୍କ ବିବାହ ବହୁ ଆଗରୁ ସରି ଯାଇଛି, ପରେ ପରେ ବାପାଙ୍କ ଦେହାନ୍ତ ଘଟି ଥିଲା ଏକ ମାମୁଲି ସଡ଼କ ଦୁର୍ଘଟଣାରେ। ଏହି ଘଟଣାର ପ୍ରାୟ ପାଞ୍ଚ ବର୍ଷ ପରେ ଏହି ବିବାହ ଅନୁଷ୍ଠିତ ହେଉଛ। ସୁତରାଂ ନିଜର ମାଆ ଙ୍କ ବ୍ୟତୀତ ପରେଶ ଙ୍କ ଘରେ ଆଉ କେହି ନାହାଁନ୍ତି।
ଗାଆଁ ରେ କିଛି ଚାଷ ଜମି ଅଛି। ଗୋଟିଏ ଆମ୍ବ ବଗିଚା ସହିତ କିଛି କାଜୁ ବଗିଚା ବି ରହିଛି। ସେଥିପାଇଁ ଜଣେ ନିୟମିତ ଚାଷ ବାସ ପାଇଁ ଜଣେ ହଳିଆ ରହିଛନ୍ତି। ସାଇ ପଡ଼ିଶାର ଜନୈକ ମହିଳା ଘର କାମରେ ବି ନିୟୋଜିତ ଅଛି। ପରେଶ ଙ୍କ ଚଳଣୀ ଏକ ମଧ୍ୟ ବିତ୍ତ ଚାଷୀ ଘରର ଚଳଣୀ କହିଲେ କିଛି ଭୁଲ ହେବ ନାହିଁ। ଲଳିତା ଙ୍କ ଘର କୌଣସି ଗୁଣରେ ପରେଶ ଙ୍କ ଠାରୁ କମ୍ ନୁହେଁ। ଯ ତିପାତରେ ଏ ବିବାହ ସମ୍ପନ୍ନ ହେବାକୁ ଯାଉଛି। ବୃତ୍ତିରେ ପରେଶ ଜଣେ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ହେଲେହେଁ ଅନ୍ୟ ମାନଙ୍କ ପାଇଁ ସେବାରେ ତାଙ୍କ ର ସମସ୍ତ ସମୟ ସମର୍ପିତ। ପରର ସେବା ହେଉଛି ତାଙ୍କର ନିଶା।
ପରେଶ ଓ ବରଯାତ୍ରୀ ଦଳ ପାଟ ଦେଇ ପୁର ଠାରେ ରାତ୍ର ବାରଟା ପାଖା ପାଖି ବେଳକୁ ପହଞ୍ଚି ସାରିଲେଣି। ବିଧି ମୁତାବକ ସବୁ କଥା ବିଧାନରେ ଶେଷ ହେବା ଉପରେ, କେବଳ ହାତ ଗଣ୍ଠି ପଡ଼ିବାର କଥା। ହାତ ଗଣ୍ଠି ପଡ଼ିବା ପୂର୍ବରୁ ପରେଶ ହଠାତ୍ ବେଦୀ ନିକଟରେ ଛିଡା ହୋଇ କହିବାକୁ ଲାଗିଲେ, ପୁରୋହିତେ, ଲଳିତାଙ୍କୁ ପଚାର ସେ ଯଦି ତିନୋଟି ସର୍ତ୍ତରେ ରାଜି ହେବେ, ତେବେ ଏ ବାହାଘର ହେବ, ନଚେତ ନୁହେଁ। ବେଦୀ ନିକଟରେ ଉପସ୍ଥିତ ଥିବା ସମସ୍ତ ଲୋକେ ଏହା ଶୁଣି ବଡ ଆବାକାବା ହୋଇ ପଡିଲେ। କାଳ ନାହିଁ ବେଳ ନାହିଁ ବେଦୀ ଉପରେ ଏ କି ଅଜବ ପ୍ରସ୍ତାବ। ସମସ୍ତେ ପରସ୍ପରକୁ ପଚରା ପଚରି ହେଲେ ଯେ ଏ ଭଳି ଘଟଣା କେବେ କେଉଁଠି ଘଟିବାର ନଜିର ନାହିଁ। କିଛି ସମୟ ପରେ ଲଳିତା ନିଜର ସମ୍ମତି ପ୍ରଦାନ କରିବାରୁ ପରେଶ ତିନୋଟି ସର୍ତ୍ତ ପ୍ରକାଶ କଲେ।
ପ୍ରଥମ ସର୍ତ୍ତ ଥିଲା, ଲଳିତା ପରେଶ ଙ୍କ ମାଆ ବା ତାଙ୍କର ଶାଶୁ ଙ୍କ ସେବା କରିବେ ଓ ଏହି ସେବା ସମ୍ପୂର୍ଣ ସମର୍ପିତ ଭାବରେ।
ଦ୍ଵିତୀୟ ସର୍ତ୍ତ ଥିଲା, ଆମ ରୋଜଗାରରେ ଆମେ ଚଳିବା ଓ ଆମ ଚଳଣୀ ସହିତ ଆଉ କାହା ଚଳଣୀ କୁ ତୁଳନା କରିବା ନାହିଁ।
ତୃତୀୟ ସର୍ତ୍ତ ଥିଲା, ଆମ ଗାଆଁ, ପାଣି ପବନ ରେ ଚଳି ଗାଆଁ ର ସେବା କରିବା ଉଦ୍ଦେଶ୍ୟରେ ଧ୍ୟାନ ଦେବା ଇତ୍ୟାଦି।
ଏହି ତିନୋଟି ସର୍ତ୍ତ କୁ ଲଳିତା ବିନା ପ୍ରତିବାଦରେ ମାନି ନେଲେ ଓ ହାତ ଗଣ୍ଠି ପଡ଼ିବା ଭିତରେ ଦୁଇଟି ଆତ୍ମା ଯୁଗଳ ବନ୍ଦୀ ହୋଇ ଏ ବିବାହ କୁ ମୁଖରିତ କରି ଥିଲେ।
ବହୁ ବର୍ଷ ପର୍ଯ୍ୟନ୍ତ ପାଟ ଦେଇ ପୁରରେ ଲୋକେ କଥା ହେଉଥିଲେ କେଡେ ସୁନ୍ଦର ବିବାହ ଓ କେଡେ ମହନୀୟ ସେ ବିବାହ ପରମ୍ପରା।
