STORYMIRROR

Soumya Shubhadarshinee

Drama

4  

Soumya Shubhadarshinee

Drama

ନିରୁଦ୍ଧିଷ୍ଟ

ନିରୁଦ୍ଧିଷ୍ଟ

2 mins
184


   

 


-- '' ଆରେ ଫୋନ୍ କରୁନ ତାଙ୍କୁ , ଜାଣି ପାରିବ ସେ କେଉଁଠି ? ''

 ମଳୟର ଅସ୍ତିତ୍ୱ ଅସହାୟତାର ହିମସ୍ନିଗ୍ଧ ବରଫ ଭିତରେ ଜମାଟ ବାନ୍ଧିଯାଇଥିଲା ! ଫୋନ୍ ଟି ସ୍ୱିଚ୍ ଅଫ୍ ଆସୁଥିଲା । ହୁଏତ ଚାର୍ଜ ସାରିଯାଇଥିବ । ବିଗତ ଦୁଇଦିନ ହେଲା ଚାର୍ଜରେ ବସି ନଥିଲା ।ସେମିତି ରଖା ହେଇଥିଲା ତା' ବ୍ୟାଗ ଭିତରେ । ହେଲେ କେମିତି ସେ ଚାଲିଗଲା କେହି ଦେଖିଲେ ନାହିଁ ଟିକେ ?କୌଣସି ଉତ୍ତର ନଥିଲା । ବୁଝି ପାରୁନଥିଲା ମଳୟ କୁଆଡେ ଯିବ ? କେଉଁଠି ଖୋଜିବ ବୋଉକୁ ?


 ଦୁଇଦିନ ତଳେ ଅସୁସ୍ଥତା ହେତୁ ବୋଉକୁ ସେମାନେ ହସ୍ପିଟାଲରେ ପହଞ୍ଚେଇ ଥିଲେ । ହସ୍ପିଟାଲରେ ସଲାଇନ୍ ଲାଗିଲା , ଦୁଇ ଚାରିଟା ଔଷଧ ଦରକାର ହେଲା । ସେ ସନ୍ଧ୍ୟା ବେଳକୁ ସୁସ୍ଥ ଅନୁଭବ କଲା । କିନ୍ତୁ ଆହୁରି ଗୋଟିଏ ଦିନ ଡାକ୍ତରଙ୍କ ଦେଖରେଖ ରେ ରଖିବାର ନିଷ୍ପତ୍ତି ନିଆଗଲା ଦୁର୍ବଳତା ହେତୁ। ମଳୟ ଆଉ ଆଶିକା ଘରକୁ ନେଇଯିବାର ଜିଦ କଲେ ନାହିଁ ଉପଯୁକ୍ତ ଚିକିତ୍ସାର ଦ୍ୱାହି ଦେଇ। ପ୍ରକୃତରେ ଆହୁରି ଗୋଟେ ଦିନ ଛୁଟି ନେବାକୁ ଇଚ୍ଛା ନଥିଲା ଦୁହିଁଙ୍କର। କର୍ତ୍ତବ୍ୟ ସାରିଦେଇ ମୁକ୍ତ ହେଇଯାଇଥିଲେ ଦୁହେଁ । 


 କିନ୍ତୁ ମଳୟକୁ ଏବେ ଫୋନ୍ ଆସିଛି ହସ୍ପିଟାଲରୁ ବୋଉ ନିରୁଦ୍ଧିଷ୍ଟ । ବିଶ୍ୱାସ ଆସୁନଥିଲା କାନକୁ ; ବୋଉ ଚାଲିଗଲା କିନ୍ତୁ କୁଆଡେ ?.....


   ଡ୍ୟୁଟି ନର୍ସ କହୁଛି ସେ କୁଆଡେ ଶୋଇପଡିଥିଲା , ଯିବାର ଦେଖିନି । ସିକ୍ୟୁରିଟି ଗାର୍ଡ ବି ଦେଖିନି ବୋଉକୁ । ସିସି ଟିଭିରେବି ଦିଶୁନି କିଛି । ବଡ଼ ବିଚିତ୍ର ବ୍ୟାପାର ! କ'ଣ କରାଯିବ ଏବେ ?......

ଗୋଟେ ବିରାଟ ପ୍ରଶ୍ନ ଆଗରେ ସର୍ବହରା ଭଳି ଠିଆ ହେଇଥିଲେ ଦୁଇଜଣ ; ମଳୟ ଆଉ ଆଶିକା ।


 ହସ୍ପିଟାଲ ମ୍ୟାନେଜମେଣ୍ଟ ଏବେ ପୋଲିସର ସହାୟତା ନେବାକୁ ଯାଉଥିଲା । ନିରୁଦ୍ଦିଷ୍ଟ ମଣିଷକୁ ଆଉ କିଏ ଖୋଜିବ ?..

ପୋଲିସ ଅଫିସର ପଚାରି ବୁଝୁଥିଲେ ବୋଉର ହୁଲିଆ । ଫଟୋ ଖୋଜା ପଡୁଥିଲା । ନଥିଲା କୌଣସି ଫଟୋ ମଳୟରେ କି ଆଶିକା ପାଖରେ । ସେମାନେ କେବେ ବୋଉର ଫୋଟଟେ ଉଠେଇ ନଥିଲେ ବୋଲି ଆଜି ଜାଣିଲେ । ପୋଲିସ ଆହୁରି ହଜାରେ ପ୍ରଶ୍ନ କରୁଥିଲା । ଆଉ ସେ ଦୁହେଁ ଉତ୍ତର ଦେବାକୁ ଥତମତ ହେଉଥିଲେ । ହଠାତ ମଳୟ ଆଖିରେ ଚିତ୍ର ଭଳି ଭାସି ଉଠିଲା ଗୋଟେ ପିଲାଦିନ କଥା । ବଡ଼ ନନା ରୁଷିକି ଲୁଚିଥିଲା ବାରିପଟ କଦଳୀ ବାଡ଼ି ଭିତରେ । ଜେଜୀଠୁ ନରେନଙ୍କ ପିଲାଦିନ ଗପ ଶୁଣି ଏମିତି କରିଥିଲା ସେ । ବିବେକାନନ୍ଦ ହନୁମାନଙ୍କୁ ଦେଖିବାକୁ କୁଆଡେ ଲୁଚୁଥିଲେ କଦଳୀ ବାଡ଼ିରେ । 


 ନନା ହଜିଯିବା ଘଟଣା କେମିତି ପାଗଳୀ କରିଥିଲା ବୋଉକୁ । କେମିତି ସାରା ଗାଁକୁ ଏକାଠି କରିଥିଲା ବୋଉ । ସବୁଠି ତନ୍ନତନ୍ନ

କରି ଖୋଜିଥିଲେ ସଭିଏଁ । କିନ୍ତୁ ଘର ବାଡି ଭିତରେ ଦେଖି ନଥିଲେ କେହି । 


 ବୋଉ ଆଉ ଘରକୁ ପଳେଇ ଯାଇନି ତ ?....




 ଦ୍ରୁତ ଗତିରେ ଧାଉଁ ଥିଲା ଗାଡି ଏବେ ଘରମୁହାଁ ଆକ୍ସିଡେଣ୍ଟ ହେଇଯିବାର ପ୍ରଛନ୍ନ ଭୟକୁ ପ୍ରତିହତ କରି ।


        



  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama