ନିରବ ହୃଦୟ
ନିରବ ହୃଦୟ
ଅନିତା ଯେ ସ୍ବପ୍ନ ଆଉ ଇଚ୍ଛା ମାନଙ୍କୁ ମାଡ଼ି ମକଚିହୃଦୟ ରକେଉଁ ନିଭୃତ କୋଣ ରେ ସାଇତି ଦେଇଛି କେବେଠାରୁ।
ଏବେ ଆଉ ତାକୁ ଖୋଜି କିଛି ଲାଭ ନାହିଁ।କଣ ମିଳିବ ସେ ପୁରୁଣା ସ୍ମୃତିକୁ ଉଖାରୀଲେ।ସବୁ ସ୍ମୃତି ତ ରୂପା ଜହ୍ନ ନୁହେଁ ନା।
କେତେ କଦର୍ଯ୍ୟ ଆଉ କୁ ରୂପ ତାର ସେଇ ସ୍ମୃତି, ମନେ ପଡ଼ିଲେ ଘୃଣା ଆଉ ବିତ୍ରୁଷ୍ଣା ରେ ହୃଦୟ ସିର୍ ସିର୍ ହୋଇ ଯାଉଛି।
ଝିଅ କୁ କଣ କହି ବୁଝେଇବ।ଯେ ଯେଉଁ ସ୍ବପ୍ନ କୁ ସାକାର କରିବା ପାଇଁ ସେ ବାପା ମା ଙ୍କ ସହ ଲଢ଼ି ଯାଇ ଥିଲା ସେଇ ସ୍ୱପ୍ନର ଉଡାଣ ଆରମ୍ଭ କରିବା ପୁର୍ବରୁ କିଏ ଜଣେ ତାର ପର କୁ ଟିକ୍ ଟିକ୍ କରି କାଟି ଦେଇଥିଲା।
ଇଚ୍ଛା ନ କରି ମଧ୍ୟ ସେଇ କଳାଦିନର ଛବି ତା ମାନସ ପଟରେ ବାରମ୍ବାର ଦିଶିଯାଉଛି...........
କଲେଜ ର ଲେଡିଜ କମନ ରୁମରେ ଲିଜର୍ ପିରିୟଡ଼ ହେଲା ତ ଜୁନିୟର ସିନିୟର ସବୁ ଝିଅ ଆସି ଗଦା ହୋଇ ଯାଉଥିଲେ।ଗୋଟେ ପରେ ଗୋଟେ ଗୀତ ଗାଇ ଚାଲୁଥିଲା ଅନିତା।
ସେ ସମୟର ଯେତେ ଫିଲ୍ମ ସେ ହିନ୍ଦୀ ହେଉ କି ଓଡ଼ିଆ
ତାର ଗୀତ ବେଶ ସୁନ୍ଦର ଭାବରେ ବୋଲେ ସେ।
ମନ୍ତ୍ରମୁଗ୍ଧ ହୋଇ ଶୁଣୁଥାନ୍ତି ସମସ୍ତେ, ଗୋଟେ ସରିଲେ ଆଉ ଗୋଟେ କହି ବସେଇ ଦିଅନ୍ତି ନାହିଁ।
ମନ ରେ ଅନେକ ଆଶା ବାନ୍ଧିଥିଲା ଗୀତ କୁ ନେଇ ସେ ଏକ ନୂଆ ଜୀବନ ଆରମ୍ଭ କରିବ, ଯେଉଁଠି ନ ଥିବ ତା ଅଭାବୀ ପରିବାରର ବାଧା ।
ବହୁତ କଷ୍ଟ ରେ ସଙ୍ଗୀତ ବିଦ୍ୟାଳୟ ରେ ନାଁ ଲେଖେଇ ଥିଲା ବାପା ପଇସା ଦେବାକୁ ମନା କରିଦେଇଥିଲେ ବୋଲି କେବେ ମାଗିନି ତାଙ୍କୁ। ସାହିର ଜଣେ ବୟସ୍କା ମହିଳା ଙ୍କୁ ଘରୋଇ କାମରେ ସାହାଯ୍ୟ କରିକିଛି ଟଙ୍କା ଆଣେ ସେଥିରେ ଗୀତ ଶିଖେ।
ଗୀତ ଶିଖିବା ଭିତରେ ସ୍କୁଲ ସରି କଲେଜ ରେ ଆଡ଼ମିସନ କଲା। କଲେଜରେ ପଢିବା ସମୟରେ ଅନେକ ପ୍ରୋଗ୍ରାମ ରେ ଭାଗ ନେଇ ପୁରସ୍କୃତ ହୋଇଥିଲା।
ସୁନ୍ଦର ଗଳା କୁ ଆକର୍ଷଣୀୟ ଚେହେରା ହେତୁ ସବୁ ପୁଅ ତାକୁ ପସନ୍ଦ କରୁଥିଲେ,ହେଲେ ତାର ଲକ୍ଷ୍ୟ ଥିଲା ଅଲଗା ଜୀବନରେ କିଛି କରି ଦେଖାଇବା ପାଇଁ ସେ ବଦ୍ଧପରିକର ଥିଲା।
ଏ ପ୍ରେମ ଭଲ ପାଇବା ପ୍ରତି ତାର ଆଗ୍ରହ ନ ଥିଲା।
ହେଲେ ବିଧି ର ବିଧାନ ଅଲଗା ଥିଲା ଅନିତା ର ସ୍ବପ୍ନ ସାକାର ହେବାକୁ ଭଗବାନ ଦେଲେ ନାହିଁ।
ଅନିତା ର ଜୀବନ ରେ ଗୋଟିଏ ଧୁମକେତୁ ପରି ଦେଖାଦେଲା ଆକାଶ।ମିଥ୍ୟା ପ୍ରତିଶୃତି ଦେଇ କଳେ ବଳେ ବିବାହ କରିଲାଅନିତାକୁ ।ତାକୁ ନେଇ ସଂଗୀତ ଜଗତରେ ପରିଚିତ କରାଇବାର ପ୍ରଲୋଭନ ରେ ଅନିତା ଆକାଶ କୁବିବାହ କରିଥିଲା।
ଆକାଶ ଯେତେବେଳେ ଜାଣିଲା ଅନିତା ଏ କ୍ଷେତ୍ର ରେ ତା ଠାରୁ ଅଧିକ ଲୋକ ପ୍ରିୟ ହେଉଛି ଈର୍ଷାରେ ଜଳି ବାକୁ ଲାଗିଲା।ନୀଚ୍ଚମନା ହେତୁ ଅନିତା ପ୍ରତି
ଅସୁୟା ଭାଵ ରଖି ତାକୁ ସେସ୍ଥାନ ରୁ ହଟେଇ ବାକୁ ଚିନ୍ତା କଲା।ଷଢଯନ୍ତ୍ର ର ଶିକାର ହୋଇ ଅନିତା ସଂଗୀତ ଦୁନିଆଁ ରୁ ସବୁଦିନ ପାଇଁ ବିଦା ହୋଇ ଗଲା।
ଧୀରେ ଧୀରେ ଲୋକ ମାନେ ଅନିତା କୁ ଭୁଲି ଗଲେ।
ତା ସ୍ଥାନ ରେ ନୂଆ କଳାକାର ମାନେ ନିଜର ଅସ୍ତିତ୍ବ ଜାହିର କଲେ।
ଏତେ ସବୁ ଘଟଣା ସମ୍ପର୍କରେ ଅନିତା କିଛି ବି ଜାଣି ପାରି ନଥିଲା।
ତାର ଏଇ ସ୍ବପ୍ନ ଭଙ୍ଗର ଅବସାଦ ରେ ସେ ନିଜକୁ ନିଜେ ଗୃହ ମଧ୍ୟରେ ଆବଦ୍ଧ କରିନେଇଥିଲେ।
କେବେ ଠାରୁ ତା ସ୍ୱର ନିରବି ଗଲାଣି ସେ ହିସାବ ରଖିନି।ଦିନେ ଯିଏ ସ୍ୱର ର ସାମ୍ରାଙ୍ଗୀଭାବରେ ପରିଚିତ ଥିଲା ସେ ଆଜି ତା ନିରବ ହୃଦୟରେ ବନ୍ଦୀ।
ହେଲେ ଆଜି କାହିଁକି ଆଉ ସେ ପୁରୁଣା କ୍ଷତକୁ ଉଖାରୀ
ଚାଲିଛି, କଣ ଝିଅ ଇଚ୍ଛାରେ.....
ନା ତା ଇଚ୍ଛାରେ,......
ଆକାଶ ର ବେପର୍ୱା ସମ୍ପର୍କର ଡୋର କେବେଠାରୁ ହୁଗୁଳା ହୋଇ ଗଲାଣି।
ଝିଅ ଦିନେ ଆବିଷ୍କାର କରି ଦେଇଛି ସେଇ ନିରବ ହୃଦୟ ମଧ୍ୟରୁ ଝରୁ ଥିବା ସ୍ୱରର ଗଙ୍ଗା କୁ।
ପୁଣି ହାତ ଧରି ବାଟ କଢ଼ାଇ ନେଇଛି ଅନ୍ଧାର ଭିତରୁ ଆଲୋକ ର ଦୁନିଆଁ କୁ।ପାରିବ କି ସିଏ ପୁଣି ଥରେ ନିଜକୁ ଖୋଜି ସେଇ ଆଲୋକର ଦୁନିଆଁ ରେ।
ହୁଏତ ଝିଅର ସାହାରା ରେ ପୁଣି ତା ସ୍ୱପ୍ନ ସାକାର ହେଇ ପାରିବ, ନୀଳ ଆକାଶ କୁ ଛୁଇଁ ପୁଣି ଉଡିଯିବ ତା ସ୍ବପ୍ନ ର ସହର କୁ........
ଝିଅର ଇଚ୍ଛା କୁ ସମ୍ମାନ ଜଣାଇ ନିଶ୍ଚୟ ପାରିବ ସେ
ତା ସ୍ବପ୍ନ କୁ ନୂଆ ରଙ୍ଗରେ ରଙ୍ଗ ଦେଇ।