Aliva Lenka

Drama Tragedy Classics

4  

Aliva Lenka

Drama Tragedy Classics

ନିଃସ୍ୱାର୍ଥପର ଭଲ ପାଇବା

ନିଃସ୍ୱାର୍ଥପର ଭଲ ପାଇବା

3 mins
224


ରୋଷେଇ ଘର କାମ ସବୁ ସାରି, ତୁଳସୀ ଆସି ସୋଫାରେ ବସି ଦୀର୍ଘ ନିଶ୍ୱାସ ଟେ ଛାଡ଼ିଲା କେତେ କାମ ସତ ରେ! ଜଣା ପଡ଼େନି ସିନା ଭାତ ରେ ପାଣି ଠିକ ମାପ ରେ ଦବା, ସବୁ ଥିରେ ହଳଦୀ, ଲୁଣ, ଲଙ୍କା, ତେଲ ସଠିକ ମାତ୍ରା ରେ ଦବା ସେଥିରେ ପୁଣି ବାସନା ଧୁଆ ଓଃ! ଏଇ ରୋଷେଇ ଘରେ ହିଁ ପୁରା ଦିନ ଟା ସରିଯାଉଛି.

 ପାଖ ରେ ପଡ଼ିଥିବା ଖବରକାଗଜ କୁ ଆଣି ଟିକେ ନଜର ବୁଲେଇଆଣିଲା ତୁଳସୀ ସମ୍ପାଦକ ଲେଖା ରେ କଛି ଶବ୍ଦ ଉପରେ ତା ଆଖି ଅଟକି ଗଲା 'ନିଃସ୍ୱାର୍ଥପର ଭଲ ପାଇବା' ।

ବୋଧେ କିଛି କାହାଣୀ ଭଳି ଲେଖା ଯାଇଥିଲା. ତୁଳସୀ ଭାବୁଥିଲା, ତାକୁ କିଏ ବିନା ସ୍ୱାର୍ଥ ରେ ଭଲ ପାଏ?

ସମସ୍ତଙ୍କ ର କାମ ହେଲେ ହିଁ ସବୁ ଭଲ. ସ୍ୱାମୀ ଙ୍କର ଖାଇବା, ପିଇବା, ଛୁଆ ଙ୍କର ଯତ୍ନ, ଶାଶୁ ଶଶୁର ଙ୍କ ଯତ୍ନ ସେପଟେ ମା ବାପା ଙ୍କ ର ବି. ଯଦି ସେ କିଛି କାହା ପାଇଁ କରିବନି ? ଯେତିକି କରିଛି ସେତିକି ରେ ସନ୍ତୁଷ୍ଟ ହେଇ କେହି କଣ ତାକୁ ଆଜୀବନ ଭଲ ପାଇବା ଦବ? ଏଇ ସବୁ ଭାବନା ଭିତରେ ସେ କିଛି ବର୍ଷ ପଛ କଥା କୁ ମନେ ପକେଇଲା.

ସେତେବେଳେ ତୁଳସୀ ଗର୍ଭବତୀ ଥିଲା. ସାନ ଝିଅ ଥିଲା ପେଟ ରେ. ଘରେ ବଡ଼ ଝିଅ ସହ ଏକା ରହୁଥିଲା ତୁଳସୀ. ଅନୁରାଗ ତ ସବୁ ବେଳେ ବାହାରେ, ତାଙ୍କର କର୍ମମୟ ଜୀବନ ହିଁ ଘର ଠୁ ଦୂର ରେ ରହି ରହି କଟି ଯାଇଛି. ଏତେ ବଡ଼ ଘର ଟା ରେ ସେ ଦୁଇ ଜଣ ଙ୍କ ଛଡ଼ା, ଆଉ ଜଣେ ବି ଥିଲା. 'କାଳୁ '. କଉଠୁ ଆସିଲା, କେମିତି ଆସିଲା ଜଣା ନାହିଁ. ସବୁ ଦିନ ତାକୁ ଦୁଇ ଦୁଇ ମୁଠା ଖାଇବା ଦେଇ ଦେଇ ତା ମନ ଜିଣି ନେଇଥିଲା ତୁଳସୀ. ସବୁଦିନ ସନ୍ଧ୍ୟା ରେ କାଳୁ ଆସେ, ଲାଙ୍ଗୁଡ଼ ଜାକି ଦୁଇ ଗୋଡ଼ ଉପର କୁ ଟେକି ତୁଳସୀ ର କାନି କୁ ଟାଣେ. ରୁଟି କି ମୁଢ଼ି କିଛି ଖାଇଲା ପରେ ସେଇଠି ବାରଣ୍ଡା ରେ ଗୋଟେ କୋଣ ରେ ଶୋଇ ଯାଏ. କିଛି ଶବ୍ଦ କି ଅଜଣା ବ୍ୟକ୍ତି କୁ ଦେଖିଲେ ଏତେ ଜୋରସେ ଭୋକେ ଯେ, ଯେତେ ଯାଏଁ ତୁଳସୀ ଚିଲେଇ ଚିଲେଇ ନ କହିଛି "କାଳୁ ରହ, ମୁଁ ଯାଉଛି ସେତେ ଯାଏଁ ସେ ଚୁପ ହୁଏନି. କେବେ ଏମିତି ଆସି ତୁଳସୀ କୋଳ ରେ ମୁହଁ ଗୁଂଜି ଦିଏ ତ କେବେ ରାତି ରେ ତୁଳସୀ ଯେବେ ଏକା ବସିଥାଏ ବାରଣ୍ଡା ରେ, ତା ପାଖରେ କାଳୁ ବି ସେମିତି ବସିଥାଏ. ଧୀରେ ଧୀରେ ଏମିତି ସମୟ ବିତିଗଲା, ଆଉ ସେଦିନ ରାତି, ଯେବେ ସାନ ଝିଅ ପ୍ରଥମ କରି ଏଇ ଦୁନିଆ କୁ ଆସିଲା ଅକ୍ଟୋବର ୯ ତାରିଖ. ସେ ଦିନ ଏକ ଅଭୁଲା ଦିନ ତା ପାଇଁ. ପ୍ରସବ ଯନ୍ତ୍ରଣା ରେ ଘର ଭିତରେ ଏକା ଏକା ନିଜ ସହ ଲଢ଼ୁ ଥାଏ ତୁଳସୀ, ପାଖରେ ଆହା ବୋଲି କହିବା ପାଇଁ କେହି ନଥାନ୍ତି. ସେତେବେଳେ ହସ୍ପିଟାଲ କୁ କିଏ ବା ନବ, ଗାଁ ରୁ ଧାଇ ମା ଜଣେ ଆସିବାର ଥାଏ. ଚିତ୍କାର ଉପରେ ଚିତ୍କାର କରୁଥାଏ ସେ. ଝରକା ସେପଠୁ ଶୁଭୁ ଥିଲା, ଆଉ ଗୋଟେ କାନ୍ଦିବାର ଶବ୍ଦ, କାଳୁ ର. ସେମିତି ଜଗି ବସିଥିଲା ସେପଟେ ଆଉ ମଝିରେ ମଝିରେ ଏମିତି ଜୋରସେ ଭୋକି ଦେଉଥାଏ.  ତୁଳସୀ ଲାଗୁ ଥାଏ ସେ ଏକା ନାହିଁ, କେହି ଜଣେ ଅଛି ତା ପାଖରେ.

ଝିଅ ଜନ୍ମ ହେଲା, ଧାଇ ବି ସେତେବେଳକୁ ଆସି ସାରିଥିଲା କିନ୍ତୁ ତୁଳସୀ ର ଚେତା ନଥିଲା. ସକାଳ ହେଲା, ତୁଳସୀ ର ହୋସ ଆସିଲା. ପାଖରେ ରେ ଶୋଇଥିଲା କୁନି ଝିଅ ଟେ, ଆଖି ଦୁଇ ଟି ଭାରି ସୁନ୍ଦର ହେଇଛି, ତା ମୁଣ୍ଡ ରେ ଧୀରେ ଧୀରେ ହାତ ବୁଲେଇ କପାଳ ରେ ଚୁମ୍ବନ ଟେ ଦେଲା. ଓ ତା ସହିତ ତୁଳସୀ ର ଆଖି ରୁ ଦି ବୁନ୍ଦା ଗରମ ଲୁହ ର ଧାର ବି ବହି ଆସିଲା. ବହୁ ସମୟ ପରେ, ଯେବେ ତୁଳସୀ ର ଚାଲିବା କୁ ବଳ ପାଇଲା ଖଟ ରୁ ଉଠି ସେ ଯାଇ ବାରଣ୍ଡା ରେ ଦେଖିଲା, କାଳୁ କୁଆଡ଼େ ଗଲା ବୋଲି. କାଲି ଠୁ କିଛି ଖାଇ ନଥିବ ବୋଲି ଭାବି ସେ ଝରକା ପାଖ କାନ୍ଥ ରେ ଦେଖିଲା ଲମ୍ବା ଲମ୍ବା ଗାର ଟଣା ହେଇଛି. ଭଲ ସେ ଦେଖିଲା, ଜାଣିପାରିଲା କି କାଲି ରାତି ରେ ତା ଯନ୍ତ୍ରଣା ସହ କାଳୁ ବି କଷ୍ଟ ରେ ଝରକା ଏପଟୁ ଡହଳ ବିକଳ ହଉଥିଲା. ତା ନଖ ରେ ଟଣା ହୋଇଥିବା ଗହରିଆ ଗାର ହିଁ ଜଣେଇ ଦଉଥିଲା କି ସେ ବି କେତେ ଯନ୍ତ୍ରଣା ରେ ଥିଲା. ତୁଳସୀ ସବୁ ଜାଗା ଖୋଜିଲା, କାଳୁ କାଳୁ ବୋଲି ବି ଡାକିଲା କିନ୍ତୁ କଉଠୁ ବି ସେ ଆଗ ଭଳି ଡେଇଁ ଡେଇଁ ତା ଆଡ଼ କୁ ଆସିଲାଣି. ତୁଳସୀ ଡରିଗଲା, କାହିଁକି କେଜାଣି

ତା ମନକୁ ପାପ ଛୁଇଁଲା. ଘର ଆଗରେ ରେଳ ଧାରଣା, "ଛି ଛି ମୁଁ ୟେ କଣ ଭାବୁଛି ବୋଲି ନିଜକୁ ନିଜେ ଗାଳି କଲା. ସେଦିନ ରାତି ରେ ବି କାଳୁ ଆସିଲାନି କି ତା ପର ଠୁ ସେ କେବେ ବି ଫେରିଲାନି. ଜଣା ନାହିଁ କୁଆଡ଼େ ଗଲା, ଯେମିତି ଆସିଥିଲା ସେମିତି ପଳେଇଲା.

ଆଜି ଯାଏଁ ବି ତୁଳସୀ ତାକୁ ଝୁରେ. ଚାରି ଗୋଡ଼ିଆ ଜନ୍ତୁ ଟେ ସିନା କଥା କହି ପାରେନି, କିନ୍ତୁ ମଣିଷ ଠୁ ବି ଅଧିକା ବୁଝେ ସେ ଏଇଟା ହିଁ ତ ବିନା କିଛି ସ୍ୱାର୍ଥ ରେ ଭଲ ପାଇବା ଏଇ ମଣିଷ ତ ସେଇଟା ଶିଖିନି, ସ୍ୱାର୍ଥ ଯେଉଁଠି ଭଲ ପାଇବା ବି ସେଇଠି ।


Rate this content
Log in

Similar oriya story from Drama