STORYMIRROR

Aliva Lenka

Children Stories Drama

3  

Aliva Lenka

Children Stories Drama

ଭୁଲ କାହାର

ଭୁଲ କାହାର

3 mins
395

"ଆରେ ଏ ରଘୁ, ପୁଅ କୁ ଆଉ ବାନ୍ତି ହେଇଛି କି?".....

ଦୂର ରୁ ଚିଲେଇ ଚିଲେଇ ଆସିଲେ ପ୍ରତିଭା.

"ନାଇଁ ନାଇଁ ମା,... କହି ଦୌଡ଼ି ଆସିଲା ରଘୁ.

ଘଡି ରେ ବାଜିଛି ସକାଳ ଛଅ. ଚାକର ସବୁ କାମ ରେ ବ୍ୟସ୍ତ.ବଡ଼ ବୋହୁ ପୁଅ କୁ ଜଗି କି ବସିଛି.

କାଲି ରାତି ଠୁ ସାନ ନାତି କୁ ବାନ୍ତି. ଚାରି ବର୍ଷ ର ପିଲା, କେଜାଣି କଣ ଖାଇଦେଇଥିବ. ଗୋଟେ ବୋଲି ନାତି ତ ସେ ପାଇଁ ଜେଜେମା ର ସବୁଠୁ ଅଧିକା ପ୍ରିୟ ଓ ଅତ୍ୟଧିକ ଗେଲ୍ହା. ନାତୁଣୀ ବି ଅଛନ୍ତି କିନ୍ତୁ ନାତି ସରାଗ ଟିକେ ଅଧିକା. ନାତି ଟିଏ ଦେଇ ପାରିଛି ବୋଲି ବଡ଼ ବୋହୁ ର କାହିଁ ରେ କଣ ଗର୍ବ, ଆଉ ସେ ହିଁ ହଉଛି ଶାଶୁ ର ପ୍ରିୟ ବୋହୁ. କିନ୍ତୁ ଘର ର ସବୁ କାମ ରେ ଖୋଜା ପଡେ ସାନ ବୋହୁ କୁ.ଯେହେତୁ ନାତି ର ଦେହ ଖରାପ, ପ୍ରତିଭା ଙ୍କୁ ଆଉ ନିଦ ନାହିଁ. ସବୁ ଚାକର ଙ୍କୁ ଅନବରତ ଗାଳି ପଡୁଛି."ତୁମେ ମାନେ କଣ କରୁଛ, ଛୋଟ ପିଲା ଟା ଏଆଡୁ ସେୟାଡୁ କଣ ପାଟି ରେ ପୁରାଉଥିବ, ଟିକେ ନଜର ରେ ରଖି ପାରିବନି. ନା ଖାଲି ପୁଳାଏ ପୁଳାଏ ଖାଅ ଆଉ ବାପ ସମ୍ପତ୍ତି ପାଇଲା ଭଳି ଶୋଇଯାଅ "

ତାପରେ ଡାକ ପଡିଲା ଶାନ୍ତି ମାଉସୀ ଙ୍କୁ. ସେ ଜାଣିଥିଲେ ଏବେ ସବୁ ଦୋଷ ତାଙ୍କର.

ଶାନ୍ତି ମାଉସୀ ବୁଢ଼ୀ ଲୋକ, ସ୍ୱାମୀ ନାହିଁ ଆଉ ଝିଅ ତିନି ବର୍ଷ ତଳେ ଆରପାରିକୁ ଚାଲିଗଲା. ତା'ର ପାଞ୍ଚ ବର୍ଷ ର ଝିଅ. ନିଜ ନାତୁଣୀ କୁ ନେଇ ମାଉସୀ ଏଇଠି ରୁହନ୍ତି. ଘର କାମ କରନ୍ତି କିଛି କିଛି, କିନ୍ତୁ ସେ ଏଇ ଘରେ ଅଛନ୍ତି ସାନ ନାତି ପାଇଁ. ତାକୁ ଖାଇବା ଖୁଏଇବା, ଶୋଇଦେବା,ଗାଧୋଇଦେବା ମାନେ ଧାଇ ମା ର ଯାହା ସବୁ କାମ ସେ କରନ୍ତି।

କାହିଁକି ନା ଘର ର ବଡ଼ ବୋହୁ ବହୁତ ବ୍ୟସ୍ତ, କଣ ପାଇଁ ଜଣା ନାହିଁ. ବାସ ଏମିତି ହିଁ ଶାନ୍ତି ମାଉସୀ ନାତି ପୁଅ ର ଯତ୍ନ ରେ କେବେ ହେଳା କରନ୍ତିନି କିନ୍ତୁ ଟିକେ କିଛି ଭୁଲ ହେଲେ ଘର ର ମାଲିକାଣୀ ମାନେ ବହୁତ ଗାଳି ଦିଅନ୍ତି ବିଶେଷ କରି ବଡ଼ ବୋହୁ ଆଉ ନାତି ପ୍ରିୟ ଜେଜେମା ମାଉସୀ ଙ୍କ ନାତୁଣୀ ସହ, ତାଙ୍କର ସାନ ନାତି ବହୁତ ଖେଳେ. ଛୋଟ ପିଲା ଙ୍କୁ କିଏ ବି ଅଟକେଇବ. ନାତି କୁ ଯେତେ ନାଲି ଦେଖେଇ ତା ମା କହିବେ " ବାବୁ ମନା କରିଲିନା ପୂଜା ସହ ଖେଳନ୍ତିନି, ଜର୍ମସ ଆସିଯିବେ ତୁମ ପାଖ କୁ. ଜ୍ୱର ହେଲେ ଡ଼କ୍ଟର ଅଙ୍କଲ ଆସିବେ ଆଉ ବଡ଼ ଛୁଞ୍ଚି ଫୋଡିବେ ". ସେ କିଛି ବୁଝିପାରେନି, କିଛି ସମୟ ପାଇଁ ଏକା ଏକା ଖେଳେ କିନ୍ତୁ ଯେମିତି ତା ମା ପଳାନ୍ତି ସେ ଯାଇ ପୂଜା ସହ ଖେଳେବଡ଼ ପୁଅ ଡ଼କ୍ଟର କୁ ଫୋନ କରି ଡାକିସାରିଥିଲେ, ଡ଼କ୍ଟର ବି ଆସିଗଲେ. ନାତି କୁ ଦେଖିଲା ପରେ ପଚାରିଲେ "କେତେ ଟା ବାନ୍ତି ହେଲାଣି?? ପ୍ରତିଭା କହିଲେ "କାଲି ରାତି ରେ ସାତ ଥର କି ଆଠ ଥର , କିଛି ଖାଉନି....ପାଣି ପିଇଲେ ବି ବାନ୍ତି ହେଉଛି ".


 କିଛି ସମୟ ପରେ ଡାକ୍ତର କହିଲେ "severe food poison " ହେଇଛି. କିଛି ବାସି nonveg ଖାଇବା ଖାଇଥିଲା କି?"

ସମସ୍ତେ ପରସ୍ପର କୁ ଅନେଇଲେ ।


ରାଗ ରେ ଲାଲ ହେଇ ପ୍ରତିଭା ଡାକିଲେ

"ଏ ଶାନ୍ତି, ଆସିଲୁ ଜଲଦି ".


ମାଉସୀ ଆସି କବାଟ ପାଖ ରେ ଛିଡା ହେଲେ.

ବଡ଼ ବୋହୁ ରାଗ ରେ ମାଡ଼ି ଆସିଲା କହିଲା "ତୁମେ କ'ଣ ପାଇଁ ଏଇଠି ଅଛ, ପଇସା ନବା ସମୟ ରେ ଭଲ ସେ ନେଉଛ କିନ୍ତୁ କାମ ରେ ଢିଲା ଆଉ ତୁମ ନାତୁଣୀକୁ ହଜାରେ ଥର କହିଲିଣି ଆମ ପୁଅ ସହ ନ ମିଶିବା କୁ କିନ୍ତୁ ସେ ମାନିବାର ନାହିଁ "


ଏତେ କଥା ଶୁଣି ମାଉସୀ ଆଖି ରେ ଆଖିଏ ଲୁହ ଭରି କହିଲେ 'ଦେଖ ମା, ଏତେ ଯଦି ଅସୁବିଧା ହଉଛି, ମୋତେ ଆଉ କାମ ରେ ରଖନି. ମୁଁ ସବୁବେଳେ ପୁଅ ଙ୍କୁ ହିଁ ଦେଖୁଥାଏ ସବୁ କାମ କରୁଥାଏ, ମଣିଷ ମନ କେତେବେଳେ ଭୁଲ ହେଇଯାଏ.

 ଆଉ ଗତ କାଲି ପୁଅ ତ କିଛି ବି ସେମିତି ଖାଇ ନାହାନ୍ତି."


 ମାଉସୀ ଙ୍କ କାନି ଧରି ପଛରେ ଲୁଚି ଥିବା ପୂଜା ଆଗ କୁ ଆସି କହିଲା,.

 'ବଡ଼ ଅପା କାଲି ଯଉ ତୁମେ ମୋତେ ମାଛ ଭଜା ଦେଇଥିଲ ଖାଇବା କୁ, ସେ ବି ଖାଇଥିଲା ମୋ ସହ, ମୁଁ ମନା କରିଲି ଯେ ତଥାପି ସେ ଖାଇଲେ.କିନ୍ତୁ ମୋ ପେଟ ତ ଠିକ ଅଛି" କହି ପେଟ ରେ ହାତ ବୁଲେଇନେଲା '.


ଏତିକି ଶୁଣି ବଡ଼ ପୁଅ ପଚାରିଲେ "ୟାକୁ ମାଛ ଭଜା କିଏ ଦେଇଥିଲା ? ".....

ସେପଟୁ ରଘୁ କହିଲା " ବାବୁ, ରବିବାର ର ମାଛ ଭଜା କୁ ବଡ଼ ବୋହୁ ମା ଫ୍ରିଜ ରେ ରଖିବା କୁ ଭୁଲିଯାଇଥିଲେ. ତ କାଇଁ ନଷ୍ଟ ହବ ବୋଲି ଭାବି ସେ ପୂଜା କୁ ଦେଇଦେଇଥିଲେ

ଖାଇବା କୁ ".

ଆଜି ହେଲାଣି ବୁଧବାର.... ଡ଼କ୍ଟର ମନେ ମନେ କହିହେଲେ ।


ସମସ୍ତେ ଚୁପ ଥାନ୍ତି. ନୀରବତା ଭାଙ୍ଗି ଡାକ୍ତର କହିଲେ "ମୁଁ ଗୋଟେ ଇଞ୍ଜେକ୍ସନ ଦେଇଦେଉଛି ଆଉ ମେଡ଼ିସିନ ଲେଖିଦେଇଛି, ନେଇ ଆସନ୍ତୁ ସେ ଠିକ ହେଇଯିବ"।


ପୂଜା ଚୁପ ଚୁପ ତା ଜେଜେମା ଙ୍କ କାନ ରେ କହୁଥାଏ " ଜେଜୀମା, ମୁଁ ବହୁତ ଶକ୍ତି ଶାଳୀ ନା ! ମୋର ତ କାଇଁ ସେ ମାଛ ଖାଇ କିଛି ହେଲାନି !


Rate this content
Log in