STORYMIRROR

Aliva Lenka

Tragedy

3  

Aliva Lenka

Tragedy

ନେଇ ଯା ରେ ମେଘ ମୋତେ

ନେଇ ଯା ରେ ମେଘ ମୋତେ

1 min
192


ସେ ସେଦିନ ବି ଆସିଥିଲା l ପାଦରେ ପାଉଁଜି, ହାତରେ ଚୁଡ଼ି, କାନରେ ଝୁମୁକା ପିନ୍ଧି l ସବୁଦିନ ଭଳି ସେଦିନ ସେ ଆଉ ଟିକେ ଅଧିକା ସୁନ୍ଦର ଦେଖା ଯାଉଥିଲା l ନଦୀ କୁଳର ତୁଠରେ ବସି ରହି, "ନେଇ ଯାରେ ମେଘ ମୋତେ " ... l ଗାଉଥିଲା l ଆଉ ଥରକୁ ଥର ପାଖରେ ଥିବା ବୁଢା ବରଗଛକୁ ଅନାଉଥିଲା l ସେ ଜାଣିଥିଲା, ତାକୁ ଡରେଇବା ବାହାନାରେ ମାଧବ "ହୋ "କହି ଗଛ ସେ ପାଖରୁ ଦୌଡ଼ି ଆସିବ l ଆଉ ତା ପାଖରେ ବସି ବହେ ଗପିବ l ବଣରୁ ଆଣିଥିବା ଫୁଲକୁ ତା ଖୋସାରେ ଲଗେଇଦେବ l କିନ୍ତୁ ... ଆଜି କାଇଁ କେଜାଣି ସେ ଆସୁନି l ସଞ୍ଜ ହେଇଗଲା, ମାଧବ ଆଉ ଆସିବନି ଭାବି ସେ ଫେରି ଗଲା ... 

ତାର ଏଇ ଫେରି ଯିବାଟା ଆଜି ନୂଆ ନୁହଁ, ଯେବେଠୁ ଗଲା ବରଷର ମହାମାରୀରେ ମାଧବ ଆର ପାରିକୁ ଯାଇଛି, ସେବେଠୁ ସବୁଦିନ ସେ ଆସେ, ନଦୀ କୁଳରେ ଏମିତି ବସେ ...

"ନେଇ ଯାରେ ମେଘ ମୋତେ " ଗୀତ ଗାଇ ଗାଇ ସଞ୍ଜ ବେଳେ ଏକା ଏକା ଘରକୁ ଫେରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy