Aliva Lenka

Tragedy

4.0  

Aliva Lenka

Tragedy

ଅସହ୍ୟ

ଅସହ୍ୟ

4 mins
305


" କିଛି ଭୁଲ ମୋର ଥିଲା କିଛି ତାଙ୍କର କିନ୍ତୁ ମୋ ଭୁଲ ର ହିସାବ ବେଶି କରା ଯାଏ କାହିଁକି? "

ଦୋଷ ମୋର ବି ଥିଲା, ତାଙ୍କର ବି କିନ୍ତୁ ମୁଁ କରିଥବା ଦୋଷ ଏବେ ବି ମୋ ବର୍ତ୍ତମାନ ରେ ବାର ବାର ଉପସ୍ଥିତି ହୁଏ କାହଁକି? "

ଏମିତି ବହୁତ କିଛି ପ୍ରଶ୍ନ ମନ ରେ ଭାବୁଥାଏ ପ୍ରଣତି. ସେ ନିଜ କୁ ପ୍ରଶ୍ନ କରୁଥାଏ, ' ସତ ରେ କଣ ତାର ସବୁ ଦୋଷ, ଆଉ ଯଦି ହଁ ତେବେ ବି ଏବେ ସେ ସବୁ କହିବା କଣ ନିହାତି ଜରୁରୀ '!!!.

ଡୋର ବେଲ ର ଶବ୍ଦ ରେ ସେ ନିଜ ଭିତର କୁ ଫେରି ଆସିଲା.

ଆଦିତ୍ୟ ଆସିଥିବେ. ହଁ, ସେ ହିଁ.

ଆଦିତ୍ୟ ବହୁତ ଖୁସ ମିଜାଜ ର ପିଲା. ସବୁ ସମୟ ରେ ହସ ହସ ମୁହଁ, ଆଉ ଯଦି କିଛି ଦୁଃଖ କଷ୍ଟ ର ସମୟ ଚାଲିଛି ତେବେ ତ ତାଙ୍କ ମୁହଁ ରୁ ହିଁ ଜଣା ପଡ଼ିଯାଏ. ଏତେ ବର୍ଷ ର ସମ୍ପର୍କ ଆଉ ବିବାହ ପରେ ପ୍ରଣତି ଆହୁରି ଭଲ ସେ ଜାଣିଗଲା ତାଙ୍କୁ.

ସେ ସବୁ ସମୟ ରେ ଚେଷ୍ଟା କରେ ଆଦିତ୍ୟ କୁ ଖୁସି ରଖିବା ପାଇଁ. ତାଙ୍କ ମନ ପସନ୍ଦ ର ଖାଇବା, ପିନ୍ଧିବା ସବୁ. ତାଙ୍କ ଛୁଆଳିଆମି ରେ ସେ ବହୁତ ଖୁସି ହେଇଯାଏ. କିନ୍ତୁ ଆଦିତ୍ୟ ରାଗିଗଲେ କି ତାଙ୍କ ମନ ମୁତାବକ ସବୁ ନହେଲେ, ସେ କିଛି ବି କହି ଦିଅନ୍ତି. ପୁରୁଣା କଥା କୁ ନେଇ ଶୁଣେଇ ଦିଅନ୍ତି କି କିଛି କଷ୍ଟ ଭରା କଥା କହି ଦିଅନ୍ତି. ପରେ ଅବଶ୍ୟ ନିଜ ଭୁଲ ବୁଝି ପାରନ୍ତି. ପ୍ରଣତି କୁ ମନେଇବା ପାଇଁ ଚେଷ୍ଟା କରନ୍ତି. ପ୍ରଣତି ବି ଜାଣିଛି ସେ ତାକୁ ବହୁତ ଭଲ ପାଆନ୍ତି. ହଁ କିଛି କିଛି କଥା ରେ ବୁଝିପାରନ୍ତିନାହିଁ.


ପ୍ରଣତି ସବୁ ସହିଯିବ କିନ୍ତୁ ସେ ଯାହା କରିନଥିବ ସେଥିରେ ତାକୁ ଦୋଷ ଦେଲେ ସେ ସହିପାରେନି. କେଜାଣି କାହିଁକି ତା ମନ ଭିତରେ ଭାରି କଷ୍ଟ ହୁଏ. ତାକୁ ଶ୍ୱାସ ରୁଦ୍ଧ ହେଇଗଲା ପରି ଲାଗେ. ବିନା କିଛି ଦୋଷ ରେ ଦୋଷ ମୁଣ୍ଡେଇବା ହେଉଛି ତା ପାଇଁ ଅସହ୍ୟ. ଆଉ ଆଦିତ୍ୟ ସବୁ ସମୟ ରେ ଥଟ୍ଟା ରେ ହଉ କି ରାଗ ରେ ପ୍ରଣତି କୁ ଦୋଷ ଦେଇ ଦିଅନ୍ତି.

ସମୟ ସହ ଧୀରେ ଧୀରେ ଏଇ ସବୁ କଥା ପ୍ରଣତି ଭିତରେ ବୁଢିଆଣୀ ଜାଲ ଭଳି ବସା ବାନ୍ଧୁଥିଲା.

ସେଦିନ ସକାଳୁ ଉଠି ପ୍ରଣତି ଛାତ କୁ ପଳେଇଲା, ତାକୁ ସୂର୍ଯ୍ୟ ଉଦୟ ଦେଖିବା କୁ ଭାରି ଭଲ ଲାଗେ. କିଛି ସମୟ ପରେ ଆସି ନିତିଦିନିଆ କାମ ରେ ଲାଗି ପଡିଲା. ମଝିରେ ଯାଇ ଆଦିତ୍ୟ ଙ୍କୁ ଉଠେଇବା କୁ ଚେଷ୍ଟା କରିଲା. ସେ ସେତେବେଳେ ପ୍ରଣତି ଫୋନ ରେ କଣ ଦେଖୁଥିଲେ କେଜାଣି, ତାଙ୍କର କଣ ପାଇଁ ମନ ଖରାପ ଥିଲା ଜଣା ନାହିଁ, ସେ କିଛି ପୁରୁଣା କଥା କୁ ନେଇ ପ୍ରଣତି କୁ ପଦେ ଦିପଦ ଶୁଣେଇଦେଲେ. ପ୍ରଣତି କୁ ବହୁତ ଖରାପ ଲାଗିଲା. ଚୁପଚାପ ଉଠିଯାଇ କାନ୍ଦି ଦେଲା. କିଛି ସମୟ ପରେ ପୁଣି ଘର କାମ ରେ ଲାଗିଗଲା. ଆଦିତ୍ୟ ବୋଧେ ନିଜର ଭୁଲ ଜାଣିପାରିଲେ, ପ୍ରଣତି କୁ ହସେଇବା ପାଇଁ ତା ସହ ଟିକେ ମଜା କରିଲେ , ଛୁଆ ଙ୍କ ପରି ହେଲେ. ପ୍ରଣତି ସବୁ ବୁଝିଗଲା କିନ୍ତୁ ସେ ଚୁପ ଥାଏ.

ଆଦିତ୍ୟ କାମ ରେ ବାହାର କୁ ପଳେଇଲେ. ତାଙ୍କ ପାଇଁ ରନ୍ଧା ରନ୍ଧି କାମ ସାରି ପ୍ରଣତି ଯାଇ ଟିକେ ବାଲକୋନୀ ବସି ପଡିଲା. କେଜାଣି କାହିଁକି ତା ମନ ରେ ବହୁତ କିଛି ଚାଲିଥାଏ. ଆଦିତ୍ୟ ଙ୍କର ସେଇ ପଦେ ଦି ପଦ କଥା ତା ମନ ଭିତରେ ଛନ୍ଦି ହେଇ ଯାଇଥାଏ ଆଉ ସେ ଶ୍ୱାସରୁଦ୍ଧ ଭଳି ଅନୁଭବ କରୁଥାଏ. ସବୁ ସମୟ ରେ ସେ ଏମିତି କଥା କୁ ଭୁଲିଯାଏ, ହଁ କଷ୍ଟ ହୁଏ ବହୁତ ଆଖି ରୁ ଲୁହ ବି ବହିଯାଏ. ମନ ବୁଝିଯାଏ. କିନ୍ତୁ ଆଜି ମନ ଆଉ ବିବେକ ଏକାଠି ହେଇ ଯାଇଛନ୍ତି. ନା ମନ ବୁଝୁଛି ନା ବିବେକ ମାନୁଛି. ଏତେ ଅସହ୍ୟ ଯନ୍ତ୍ରଣା." ଆଦିତ୍ୟ କାହିଁକି ଏମିତି କହି ଦିଅନ୍ତି? ମୋତେ କଷ୍ଟ ଦେବା ପାଇଁ? ଏଇଟା କଣ ଭଲ ପାଇବା? ମୋ ଆଖି ର ଲୁହ ଦେଖି ସେ ରହି ପାରନ୍ତି କେମିତି? ଏଇ ସବୁ ଅକୁହା କଷ୍ଟ କୁ ଚାପି ଚାପି ପ୍ରଣତି ଯାଇ ଷ୍ଟୋର ରୁମ ରେ ବସିଗଲା.


ଦ୍ବିପ୍ରହର ସମୟ ଆଦିତ୍ୟ ତର ତର ହେଇ ଘର କୁ ଆସିଲେ. ଧୁଆ ଧୋଇ ହେଇଗଲେ. ପ୍ରଣତି ର କଣ ଦେଖା ନାହିଁ, କୁଆଡ଼େ ଗଲା କି? ସବୁ ଘରେ ଦେଖିଲେ ସେଠି ବି ନାହିଁ. ଭାବିଲେ ଛାତ ଉପରେ ହିଁ ଥିବ, ଆଜି ଆକାଶ ଟା ଧଳା ଧଳା ମେଘ ରେ ବେଶି ସୁନ୍ଦର ଦିଶୁଛି ତ, ଆଉ ପ୍ରଣତି କୁ ମେଘ ବହୁତ ପସନ୍ଦ. କିନ୍ତୁ ନା! ସେ ଛାତ ରେ ବି ନାହିଁ, କୁଆଡ଼େ ଗଲା ଯେ. ସେ ତ ଆଖ ପାଖ କାହା ଘର କୁ ଯାଏନି. ଆଦିତ୍ୟ ଟିକେ ବ୍ୟସ୍ତ ହୋଇ ଯାଉ ଯାଉ ଦେଖିଲେ ଷ୍ଟୋର ରୁମ ରେ ଗୋଟେ କୋଣ ରେ ପ୍ରଣତି ଚେୟାର ରେ ବସିଛି. ଆଦିତ୍ୟ ଯାଇ ଗେଲ ରେ କହିଲେ " କଣ କରୁଛ, ହଁ! ମୁଁ ଆସିଲିଣି ପରା ଜଲଦି ଆସ ଖାଇବା କୁ ଦବ ". ପ୍ରଣତି କିଛି ଉତ୍ତର ଦେଲାନି, ସେ ଜାଣିଲେ କି ସକାଳ କଥା ରୁ ସେ ଏବେ ବି ରାଗିଛି. ତା ପାଖ କୁ ଯାଇ ପଛ ପଟୁ କହିଲେ " ରାଗନି, ଭୁଲ ହେଇଯାଇଛି ଜାଣିଛ ନା ମୁଁ ଏମିତି ଟିକେ କହିଦିଏ କିଛି ବି, ଆସ ଖାଇବା ". ଆଦିତ୍ୟ ତା ର ହାତ ଧରି ଟାଣିଲେ ତ ପ୍ରଣତି ର ନିଶ୍ଚଳ ଥଣ୍ଡା ପଡିଯାଇଥିବା ହାତ, ତାଙ୍କ ହାତ ରୁ ଖସି ଗଲା. ଆଉ ପ୍ରଣତି ର ଗୋଡ଼ ପାଖ ରେ ପଡି ରହି ଥିଲା ହାତ ତିଆରି ପୁରୁଣା କାର୍ଡ ତା ଉପରେ ଲେଖା ଥିଲା Happy Birthday Aditya. ଆଉ ସେ କାର୍ଡ ଉପରେ ବୁନ୍ଦା ବୁନ୍ଦା ହେଇ ଝରି ପଡୁଥାଏ ରକ୍ତ. ଆଉ ଲିଭି ଆସୁ ଥାଏ କିଛି ଅକ୍ଷର "ମୁଁ ତୁମର "..


Rate this content
Log in

Similar oriya story from Tragedy