Aliva Lenka

Drama Tragedy Classics

4.6  

Aliva Lenka

Drama Tragedy Classics

ମାଆ

ମାଆ

4 mins
309


ଘରେ ବହୁତ ଭିଡ଼ ମୁଁ ଚୁପ ଚାପ ଗୋଟେ କୋଣ ରେ ବସିଛି ସମସ୍ତଙ୍କୁ ଦେଖୁଛି ବଡ଼ ପୁଅ ବୋହୂ ଆସିଯାଇଛନ୍ତି ସାନ ପୁଅ ଆସୁଛି, ରାସ୍ତା ରେ ଅଛି ଦୁଇ ଝିଅ ବି ଆସିଛନ୍ତି ତାଙ୍କ ପରିବାର ସହ ମୋ ଭାଇ ଭାଉଜ, ଭଣଜା, ଭାଣିଜୀ, ଝିଆରୀ, ପୁତୁରା, ମୋ ଦିଅର ଓ ତା ପରିବାର ସବୁ ବଙ୍ଗଳାରେ ବସିଛନ୍ତି

ବଡ଼ ନାତି ମୋର ଏବେ ଏବେ ନୂଆ ଚାକିରୀ ପାଇଛି ବହୁତ ଦାମୀ ଚାକିରୀ ଏତେ ଦାମୀ ଯେ କିଛି ସମୟ ଶାନ୍ତିରେ ବସି ପାରୁନି ଗୋଟେ ମିନିଟରେ ଚାରିଥର ତା ଫୋନ୍ ବାଜୁଛି ଆଉ ସାନ ନାତି ସେ ଛଅ ଇଞ୍ଚିଆ ଯନ୍ତ୍ର ମାନେ ସ୍ମାର୍ଟ ଫୋନ ଭିତରେ ଏମିତି ପଶି ଯାଇଛି ଯେ ତା ଚାରି ପାଖରେ କଣ ଘଟୁଛି ସେ ଜାଣିପାରୁନି ଆଉ ବାକି ନାତି ନାତୁଣୀ ସହ ମୋର ବେଶି ସ୍ନେହ ଶ୍ରଦ୍ଧା ହେଇ ପାରିନି କାରଣ ସେମାନେ ଏଇ ଘରକୁ ବହୁତ କମ ଆସନ୍ତି ମୋତେ ବହୁତ ଡାକନ୍ତି ସେମାନଙ୍କ ପାଖକୁ ଯେ ମୁଁ କିନ୍ତୁ ଯାଏନି ମୋର ଦୁଇ ଝିଅ ବାହାଘର ପରଠୁ ସେମାନଙ୍କ ସଂସାରରେ ଏତେ ବ୍ୟସ୍ତ ଯେ ଖାଲି କର୍ତ୍ତବ୍ୟ ବାହାନାରେ ଯାହା ସବୁ ମୋ କଥା ବୁଝନ୍ତି ସେମାନଙ୍କ ହିସାବରେ ମୋ ବୋହୂ ମାନଙ୍କର ଦାୟିତ୍ୱ ହେଲି ମୁଁ କିନ୍ତୁ ଛାଡ଼ ସେ କଥା ସାନ ପୁଅ ଆସି ପହଁଚିଲା ସେ ସବୁ ଭାଇ ଭଉଣୀରେ ସାନ ବାହା ହବ ହବ ବୋଲି କହି ଏବେ ଯାଏଁ ବାହା ହଉନି ।

ତା ମୁହଁ ଦେଖି ମୋର ଇଚ୍ଛା ହେଲା ତାକୁ କୁଣ୍ଡେଇ ଦେବି, ଆଉଁସି ଦେବି, ମୋ କୋଳ ରେ ଥାପୁଡ଼େଇ ଶୋଇ ପକେଇବି କିନ୍ତୁ ଆଉ କଣ ଏସବୁ ସମ୍ଭବ ସେ ହିଁ ଜଣେ ମଣିଷ ଯିଏ ମୋତେ ବୁଝି ପାରେ ମୁଁ ନ କହିଲେ ବି ସେ ମୋତେ ପଢ଼ି ନିଏ ସେ ମୋତେ କଥା ଦେଇଥିଲା କି ମୋ ସହ ରହିବ ବୋଲି କିନ୍ତୁ ତା ବାପାଙ୍କ ଦେହାନ୍ତ ପରେ ତା ବଡ଼ ଭାଇ ହିଁ ତାକୁ ପଢ଼େଇଛି ସେ ପାଇଁ ତା ଭାଇ ର ସମ୍ମାନ ରଖିବା କୁ ଯାଇ ସେ ବାଧ୍ୟ ହୋଇ ବାହାର କୁ ଗଲା ଚାକିରୀ ପାଇଁ. ନ ଯାଇ ବି ତା ପାଖେ ଅଲଗା କିଛି ରାସ୍ତା ନଥିଲା. ବଡ଼ ବୋହୂ ର ସବୁ ଥିରେ ଖୁଣ୍ଟା କି " ଦେଖ ଶୁଭ, ତୁମ ଭାଇ ଦିନ ରାତି ଏକ କରି କାମ କରୁଛନ୍ତି ତିନି ଜଣ ଙ୍କ ଭବିଷ୍ୟତ ପାଇଁ. ତୁମେ ମାଆ ସୁହାଗ ଆଉ ଗାଁ ପ୍ରେମ ରେ ଯେମିତି ଏଇଠି ନ ରହିଯାଅ. ନହେଲେ ତୁମ ଭାଇ ଙ୍କ ସମ୍ମାନ ତଳେ ପଡ଼ିଯିବ ". ସେ ସବୁ ଶୁଣେ କିଛି କୁହେନି.ଯେଉଁଦିନ ସେ ଚାକିରୀ ପାଇଲା ସେଦିନ ସେ ସବୁଠୁ ଅଧିକା ଦୁଃଖୀ ଥିଲା. ମୁଁ ତାକୁ ବୁଝେଇଥିଲି. ଆଉ ମୋର ସବୁକଥା ଶୁଣି ସେ ମୋତେ ପଚାରିଲା "ମାଆ ତୁ ଏତେ ବଡ଼ ଘର ଟା ରେ ଏକା କେମିତି ରହିବୁ ଯେ, ମୋ ସହ ପଳେଇ ଚାଲେ. ".

କିନ୍ତୁ ମୁଁ ବି ମୋ ସ୍ୱାର୍ଥ ରେ ରହିଲି. ସ୍ୱାର୍ଥ ନୁହଁ ଯଦିଓ, ଏଇ ଘରେ ଏତେ ସ୍ମୃତି, ଏଇ ଗାଁ ମୋର ଏତେ ନିଜର, ମୋ ସ୍ୱାମୀ ଙ୍କର ସବୁ ସ୍ମୃତି ଏଇ ଘର ଅନୁକୋଣ ରେ ଅଛି. ମୁଁ କେମିତି ଏଇ ଘର କୁ ଛାଡ଼ି ଦେଇ ପଳେଇଥାନ୍ତି ଯେ.

ଗଲା କାଇଁ କେତେ ବର୍ଷ ରୁ ବଡ଼ ପୁଅ ତା ପରିବାର ସହ ସହର ରେ. ସେଠି ଛୁଆ ଙ୍କ ପାଇ ଭଲ ସ୍କୁଲ ବି ଅଛି ଏଇଠି ତ ସେ ସବୁ ନାହିଁ. ଆଉ ବୋହୂ ମୋର ସହର କୁ ହିଁ ଭଲ ପାଏ. ସେ ପାଇଁ ମୁଁ କିଛି କହି ନଥିଲି.

..........

ସାନ ପୁଅ ଆସିଲା ମୋ ପାଖେ ବସିଲା. ମୋ ହାତ କୁ ଜାବୁଡ଼ି ଧରି ବହୁତ କାନ୍ଦିଲା. ମୋ ହାତ ତା ଆଖି ଲୁହ ରେ ଭିଜିଗଲା. ଅଥଚ ମୁଁ ତାକୁ ଏତିକି କହିପାରିଲିନି କି " ଥାଉ ଥାଉ ଆଉ କାନ୍ଦେନି, ମୁଁ ପରା ଅଛି ".

ସେ ମୋ ଥଣ୍ଡା ନିର୍ଜୀବ ହାତ କୁ ବାର ବାର ତା ମୁଣ୍ଡ ଉପରେ ରଖୁ ଥାଏ. କିନ୍ତୁ ସେ ହାତ ରେ ଆଉ କଣ ଜୀବନ ଥାଏ ଯେ ତାକୁ ଆଶୀର୍ବାଦ ଦେଇପାରିବ.

..............

ମୁଁ ଏଇ ସବୁ ଦେଖୁଛି ଦୂର ରେ ବସି. ମୋ ଆତ୍ମା ଜାଣିଛି ମୋ ପୁଅ ମୋତେ କେତେ ଝୁରୁଛି. କିନ୍ତୁ ସମୟ ର ଖେଳ ଯେ ମୁଁ ଆଉ ତାକୁ କୋଳେଇ ପାରିବିନି.

ସାନ ପୁଅ ପାଖ ରେ ବଡ଼ ପୁଅ ଆସି ବସିଲା. ତା ପିଠି କୁ ଆଉଁସି ଆଉଁସି କହିଲା ଆଉ କାନ୍ଦେନା. ମାଆ ଆମ ସହ ସବୁ ସମୟ ଅଛି ରେ. ମାଆ ର ଆଶୀର୍ବାଦ ବି ଅଛି.

ସବୁ କୋହ କୁ ଭିତରେ ଚାପି ରଖି ଶୁଭ କହିଲା

"ଭାଇ, ମାଆ ର ଆଶୀର୍ବାଦ ଆମ କୁ ଦରକାର କି??. ତୁମେ ନିଜେ ନିଜ କୁ ପଚାର କେତେ ଦିନ ତଳେ ମାଆ କୁ ଦେଖିଥିଲ. ଓଃ ହଁ ହଁ ମାସ କୁ ଥରେ ଭିଡ଼ିଓ କଲ ରେ ଦେଖ ପରା. ତୁମେ ଜାଣିଛ ମାଆ କୁ ଏଇ ଘରେ କେତେ କଷ୍ଟ ହଉଥିବ ଯେବେ ସେ ସବୁ ପର୍ବ ପର୍ବାଣୀ ରେ ଏକା ଏକା ବସି ରହୁଥିବ. ତୁମେ ତ ରଜ ରେ ବି ଘର କୁ ଆସନି. ଆଉ ତୁମ କଥା କୁ ରଖିବା କୁ ଯାଇ ମୁଁ ବି ଏମିତି ଗୋଟେ ଚାକିରୀ କରିଲି ଯେ ମାଆ ଠୁ କେତେବେଳେ ଦୂରେଇ ଗଲି ଜାଣିନି. ମୁଁ ବି ଆସ୍ତେ ଆସ୍ତେ ଏତେ ବ୍ୟସ୍ତ ରହିଗଲି ଯେ ଦୁଇ ତିନିଦିନ ପଳାଏ ଆଉ ମାଆ କଥା ମୋର ମନେ ପଡ଼େନି.

ଶେଷ ଥର ଯେବେ କଥା ହେଇଥିଲି ସେ ମୋତେ କହିଥିଲା.

ଶୁଭ ଶୁଣେ " ମୁଁ ମରିଗଲେ, କାଇଁ ଆଉ ଛୁଟି ନେଇ ଏଇଠି କୁ ଆସିବ କାହାକୁ ଗୋଟେ କହିବ ସେ ଫୋନ ରେ ମୋ ଫଟୋ ଉଠେଇଦବ ଆଉ ସେଇ ଯଉ ଭିଡ଼ିଓ କଲ ମୋତେ ଶିଖେଇ ଥିଲୁ ସେଥିରେ ଦେଖିଦବ. ହଁ ମୁଁ ତ ନଥିବି କିଏ ଆଉ ସବୁ ଏଇଠି ଥିବେ ଗାଁ ଲୋକ ସେମାନେ କରିଦେବେ. ".

ଆଉ ଆଜି ସେ ନାହିଁ । କହି ଶୁଭ ବହୁତ ଜୋର ରେ କାନ୍ଦିଲା. ବଡ଼ ପୁଅ ଚୁପ ହୋଇ ବସିରହିଥିଲା.ସମୟ ଗଡ଼ି ଯାଉଛି ।

ଶ୍ମଶାନ ଯିବା ର ବେଳ ଆସିଗଲା. ମୁଁ ବି ଉଠିଲି. ମୋ ଦେହ ଆଉ ରହିବନି ତ ଏଇ ଘରେ କେତେ ଦିନ ମୁଁ ଏକା ଏକା ଆଉ ଘୁରି ବୁଲିବି. ମୋତେ ବି ମୋ ରାସ୍ତା ଦେଖିବା କୁ ହବ.

ରାମ ନାମ ସତ୍ୟ ହେ ସହିତ ମୋତେ ନବା କୁ ବାହାରିବା ସମୟ ରେ ବଡ଼ ନାତି ଗୋଟେ ଫୋଟୋ ଉଠେଇଲା.

ଆଉ ପରେ ପରେ ଫେସବୂ୍କ ରେ ଲେଖିଲା.

ଆଜି ଭଳି ଦିନ ରେ ମୋ ଜେଜେମା ମୋତେ ଛାଡ଼ି ଚାଲିଗଲା ।

   



Rate this content
Log in

Similar oriya story from Drama