ନାସ୍ତିକ
ନାସ୍ତିକ
ରୂପା ଆଧୁନିକ ଯୁଗର ନାରୀ।ସେ ବିଜ୍ଞାନକୁ ବିଶ୍ବାସ କରେ ଭଗବାନଙ୍କୁ ନୁହେଁ। ଯାହାକୁ କେହି ଦେଖିନାହିଁ ତାକୁ ବିଶ୍ବାସ କରିବ କୋଉ ପ୍ରମାଣରେ। ସେ ସୂର୍ଯ୍ୟ ଚନ୍ଦ୍ରମାନଙ୍କୁ ଦେବତା ବୋଲି ମାନେନି। ଏସବୁତ ପୃଥିବୀ ପରି ଗ୍ରହ ନକ୍ଷତ୍ର।ସେ ଭଗବାନଙ୍କ ଭରଷାରେ ରହେନି ନିଜ ହାତ ଓ କର୍ମ ଉପରେ ଭରଷା କରେ।ନିଜେ କିଛି ନକଲେ ଭଗବାନ ଆସି କିଛି ଦିଅନ୍ତିନି ବୋଲି ତାର ଦୃଢ ବିଶ୍ବାସ।ତାକୁ କେହି ମନ୍ଦିର ଯିବା ଦେଖିନି।ସେ ତା ଜନ୍ମଦିନରେ ମନ୍ଦିର ଯାଇ ପୂଜାପାଠରେ ଖର୍ଚ୍ଚ କରିବା ଅପେକ୍ଷା ଗରିବ ଲୋକଙ୍କୁ ଖୋଜି ସାଧ୍ୟ ମୁତାବକ ଭୋଜନ ବାଣ୍ଟେ।
ସାଙ୍ଗମାନେ ତାକୁ ନାସ୍ତିକ କୁହନ୍ତି।ଅଥଚ ସେ ସମସ୍ତଙ୍କ କାମରେ ସାହାଯ୍ୟକରେ।
ସେ ପୋଲିସ ଇଣ୍ଟରଭିଉ ପାଇଁ ଦିନେ କଲିକତା ବାହାରିଲା।ଟ୍ରେନଷ୍ଟେସନରେ ବସିଥିବା ବେଳେ।ବାବାଟିଏ ଆସି ତାକୁ ଏକ ସିକ୍କା ବା ଭଗବାନଙ୍କ ଚିତ୍ରଅଙ୍କାହେଇଥିବା ଏକଟଙ୍କା ଦେଲା।ସେ ନେବା ପାଇଁ ମନାକରୁଥିଲା।ଭାବୁଥିଲା ଏବାବା ମାନଙ୍କ ଟଙ୍କା ଉପାର୍ଜନର ଏହା ଏକ ଉପାୟ।ଭଗବାନଙ୍କ ଟଙ୍କାଟେ ଦେଇ ଲୋକକୁ ମାନସିକ ବୁଧୁ ବନାନ୍ତି ଓ ପଇସା ମାଗନ୍ତି।ହେଲେ ଲୋକଟା କହିଲା ଏ ସିକ୍କା ଆଜି ତୋ ପାଇଁ ବଡ ଜରୁରୀ।ରୂପା ପ୍ରାୟ ପୁଅଙ୍କପରି ସାର୍ଟପେଣ୍ଟ ପିନ୍ଧେ।ସେଦିନ ବି ସେମିତି ଡ୍ରେସରେ ଯାଉଥିଲା ଇଣ୍ଟରଭିଉ ପାଇଁ।ସେ ଟଙ୍କାଟିକୁ ନିଜ ଛାତି ପକେଟରେ ପୁରେଇ ଦେଲା।ସେତେବେଳକୁ ତା ଟ୍ରେନ ଲାଗିଲା ଷ୍ଟେସନରେ।ସେ ଉପରକୁ ଚଢି ନିଜ ସିଟ୍ ଖୋଜିନେଲା।ସିଟ୍ ରେ ବସି ତାର ବହିଟେ ବାହାର କରି ପଢିବାରେ ଲାଗିଥାଏ।ପରୀକ୍ଷା ପାଇଁ ପସ୍ତୁତି କରୁଥାଏ।ଟ୍ରେନ ଏବେ ଅନେକ ଦୂର ଚାଲି ଆସିଲାଣି।ସେତେବେଳେ ଦୁଇଜଣ ଯୁବକ ତାଙ୍କ ବଗିକୁ କୁଆଡୁ ଚାଲି ଆସିଲେ।ସେମାନେ ତନ୍ନ ତନ୍ନ କରି ସବୁ ସିଟ୍ ଖୋଜୁଥାନ୍ତି।ରୂପା ତା ବ୍ୟାଗ ରଖିବାକୁ ସିଟ୍ତଳକୁ ଝାଙ୍କିଲାବେଳେ ସେଠି ଚଉଦ ପନ୍ଦର ବର୍ଷର କିଶୋରୀଟେ ଜାକି ଜୁକି ଶୋଇଥିବାର ଦେଖିଲା।ଝିଅଟି ତାକୁ ଇସାରାରେ ଚୁପ୍ ରହିବାକୁ କହିଲା।ସେ ଜାଣି ପାରିଲା ଝିଅଟି କାହାଠୁ ଲୁଚିଛି।ନିଶ୍ଚୟ ବିପଦରେ ପଡିଛି।ସେ ବ୍ୟାଗଟି ଏମିତି ରଖିଲା ଯେମିତି କେହି ତାକୁ ଦେଖି ପାରିବେନି। ସେତେବେଳେ ସେ ଯୁବକ ଦୁଇଜଣ ଖୋଜି ଖୋଜି ତା ଜାଗାରେ ପହଞ୍ଚିଲେ।ତାକୁ ପଚାରିଲେ ଝିଅଟେ ଏଠି ଆସିଛି କି? ରୂପା କହିଲା ଏଠିତ କେହି ନାହିଁ।ତାପରେ ସେ ଯୁବକ ଦୁଇଜଣ କୋଉ ଆଡେ ଚାଲିଗଲେ।କିଛିସମୟ ପରେ ରୂପା ଏବେ ନିରାପଦ
ଜାଣି ଝିଅଟିକୁ ବାହାରକୁ ଆଣିଲା।ତା ବିଷୟରେ ପଚାରିଲା।ସେକହିଲା ତାକୁ ଠକି ଏମାନେ ବାହାରକୁ ଚାଲାଣ କରିବାକୁ ନେଉଥିଲେ।ସେ ବାଥରୁମ ଯିବା ବାହାନାରେ ଖସି ଆସିଛି।ଏବେ ରୂପା ତାକୁ ଏକ ସାଲରେ ଘୋଡେଇ ରଖିଲା।ତାକୁ ବିସ୍କୁଟ ପେକେଟ ଟେ ଖାଇବାକୁ ଦେଲା।ପାଣି ବୋତଲଟେ ଦେଲା।ଝିଅଟି ଅନେକ ଦିନୁ ବୋଧହୁଏ ଖାଇନଥିଲା।ତରତରରେ ସବୁ ଖାଇଗଲା। ଏବେ ଝିଅକୁ ସିଟତଳେ ଶୋଇବାକୁ କହି ସେ ବସିରହିଲା।ଆଗ ଷ୍ଟେସନ ଆସିଲା ବେଳେ ସେ ଯୁବକ ଦୁଇଜଣ ପୁଣି ଆସିଲେ।ଝିଅଟି ଶୋଇଥିଲା।ରୂପା ଲୁଚାଇବାକୁ ସମୟ ପାଇଲାନି।
ଏବେ ସେ ଯୁବକଙ୍କ ସହ ଲଢିବାକୁ ସାହସ ଜୁଟାଇଲା।ଯାହେଲେ ବି ଝିଅଟିକୁ ବଞ୍ଚାଇବ। ସେ ସେମାନଙ୍କୁ ଝିଅକୁ ଛୁଇଁବାକୁ ବି ଦେଲାନି।ଝିଅ ଆଗରେ ଢାଲଟିଏ ହୋଇ ଠିଆ ହେଲା।ସେ ବି ପୋଲିସ ଚାକିରି ପାଇଁ ପ୍ରାକ୍ ପ୍ରସ୍ତୁତି କିଛି କରିଛି।ଯୁଡୋ କରାଟେ ବକ୍ସିଂର ଜ୍ଞାନ ଅଛି ତାର।ପିଲାମାନେ ତାକୁ ହାତରେ ନ ପାରିବାରୁ ପିସ୍ତଲ ବାହାରକଲେ।ତଥାପି ସେ ଝିଅ ସାମନାରେ କାନ୍ଥପରି ଅଟଳ ରହିଥାଏ।ଜଣେ ଯୁବକର ପିସ୍ତଲରୁ ଗୁଳିଟିଏ ବାହାରି ଆସି ତା ଛାତିରେ ଲାଗିଲା।ଗୁଳିଶବ୍ଦରେ ସବୁ ଯାତ୍ରୀ ଉଠି ହୋ ହଲ୍ଲା ଚିତ୍କାର କରିବାକୁ ଲାଗିଲେ।ରେଳର ପୋଲିସମାନେ ସେଠାକୁ ଦଉଡି ଆସିବାଦେଖି ସେ ବଦମାସ ଯୁବକ ଦୁଇଟା ଗାଡିରୁ ଡେଇଁ ଚାଲିଗଲେ।
ଜୀବନ ପ୍ରତି ତାଙ୍କର ତିଳେ ବି ଡର ନଥିଲା।କୋଉ ମାଆ ବାପାର ସନ୍ତାନ ସେମାନେ । ମରିଗଲେ ତାଙ୍କ ମାଆବାପାଙ୍କ କେତେ ମନ ଦୁଃଖ ହେବ ସେକଥା କେବେ ଭାବନ୍ତିନି ବୋଧହୁଏ।ସେଥିପାଇଁତ ଏମିତି କାମରେ ହାତ ଦେଇଛନ୍ତି।ଝିଅଟି ଉଠି ଭୟରେ ଥରୁଥିଲା।ରୂପା ଝିଅଟିକୁ ରେଲଓ୍ବେ ପୋଲିସର ଜିମାରେ ଦେଲା ତାକୁ ସୁରକ୍ଷିତରେ
ତାଘରେ ପହଞ୍ଚାଇବା ପାଇଁ।ସେଦିନ ତାର ବଡ ପରିବର୍ତ୍ତନ ହେଇଥିଲା।କାରଣ ବାବା ଦେଇଥିବା ସେ ପିତଲ ସିକ୍କା ପାଇଁ ସେ ବଞ୍ଚି ଯାଇଥିଲା।ତାର ବାହାଦୂରିର ଘଟଣା ପରଦିନ ପେପରରେ ଛପିଥିଲା।ଇଣ୍ଟରଭିଉରେ ତାର ସାହସିକତା ପାଇଁ ପ୍ରାଧାନ୍ୟ ଦେଇ ଚାକିରି ମିଳିଯାଇଥିଲା।ଏବେ ସେ ନାସ୍ତିକରୁ ଆସ୍ତିକ ବନିଯାଇଥିଲା।