ମୁଁ ତୁମକୁ ଭଲପାଏ
ମୁଁ ତୁମକୁ ଭଲପାଏ
ତୁମକୁ ଅପେକ୍ଷା କରିଛି।
ତୁମେ ଆସିବ ବୋଲି
ତୁମେ ଆସିଲେ ତୁମକୁ ଗୋଟେ କଥା କହିବି ବୋଲି
ତୁମେ କେବେ ଆସିବ ?
ସତରେ କେବେ ଆସିବ କି ତୁମେ ମୋ ପାଖକୁ ?
ତୁମକୁ ଖୁବ୍ ଭଲ ପାଉଥିଲି ବୋଲି ସେଦିନ ଫେରାଇ ଦେଇ ନ ଥିଲି।କେମିତି ଫେରାଇ ପାରିଥାନ୍ତି ? ତୁମେ ମନଦୁଃଖ କରି ନ ଥାନ୍ତ ? ମୋ ଉପରେ ରାଗି ନ ଥାନ୍ତ ? ମୋତେ ଖରାପ ଭାବି ନ ଥାନ୍ତ ? ତା' ଛଡା ତୁମେ ଆସିଛ,ତୁମେ।ମୋ ଇପ୍ସିତ ପୁରୁଷ।ସତରେ କେମିତି ଫେରାଇ ପାରିଥାନ୍ତି ତୁମକୁ ?
ମୋ ନିଜ ଇଚ୍ଛାରେ ମୁଁ ସେତିକି କରିଥିଲି।ମୁଁ ଯେମିତି ବାଧ୍ୟ ଥିଲି ସେଥିପାଇଁ।ହେଲେ ଏବେ ତୁମକୁ ବୁଝାଇ କହି ପାରିବିନି କାହିଁକି ମୁଁ ବାଧ୍ୟ ହୋଇଥିଲି ସେଦିନ।କହିଲେ ତୁମେ ବି ବୁଝି ପାରିବନି।ହୁଏ ତ ଓଲଟା ଭାବିବ।ମତେ ଭୁଲ୍ ବୁଝିବ।
ଛାଡ ସେକଥା।କେବଳ ଏତିକି ବୁଝ ଯେ ତୁମକୁ ଫେରାଇ ନ ଦେବାକୁ ମୁଁ ଚାହିଁଥିଲି।ସେଇଟା ମୋର ଗୋଟେ ସ୍ବତନ୍ତ୍ର ଇଚ୍ଛା ଥିଲା।
ମୋର ସେତେବେଳର ସେଇ ଅନୁଭବ ଆଜି ବି ମୋ ଭିତରେ ବଞ୍ଚିଛି।ଇଚ୍ଛା ନ ଥିଲେ ବି ବାରମ୍ବାର ମନେ ପଡୁଛି।ମୋତେ ଦୁଃଖ ଦେଉଛି।ଅକାରଣରେ ମୁଁ କଷ୍ଟ ପାଉଛି।ଲୁହରେ ଗାଧୋଉଛି।
ମନେ ପକାଅ।ତୁମେ ଆସିଥିଲ ସେଦିନ।ପ୍ରଥମ କରି ଆସିଥିଲ ମୋ ପାଖକୁ।ହସହସ ଦିଶୁଥିଲ।ଗୋଟେ ଆବେଗ ଲୁଚି ରହିଥଲା ତୁମ ଭିତରେ।ସତ କହିବାକୁ ଗଲେ ତୁମେ ମୋତେ ଗୋଟେ ପକ୍କା ପ୍ରେମିକ ଭଳି ଦିଶୁଥିଲ ସେଦିନ।
ତୁମକୁ ଘର ଭିତରକୁ ଆସିବାକୁ ଦେଲି।.....ଏକା ଥରକେ ମୋ ବେଡରୁମକୁ।ତୁମେ ଆସିଲ।ମୁଁ ତୁମକୁ ମୋ ବେଡ଼୍ ଉପରେ ବସାଇଲି।ତୁମ ପାଖରେ ବସିଲି।
ଇଏ ବୋଧହୁଏ ଆମପାଇଁ ଅପ୍ରତ୍ୟାଶିତ ଥିଲା।ମୋର ମନେଅଛି କେହି କାଳେ ଆଉ ଘର ଭିତରକୁ ପଶି ଆସିବ, ସେଥିପାଇଁ ଭିତରୁ କବାଟ ବନ୍ଦ କରି ଦେଇଥିଲି।
ମୋ ବେଡରୁମରେ ସୁସଜ୍ଜିତ ବେଡ଼୍ ଉପରେ ତୁମେ ଥିଲ।ତୁମ ପାଖରେ ମୁଁ।ସବୁଦିନ ପରି ନିଜକୁ ସଜେଇ ଥିଲି।ତୁମେ ଭଲ ପାଉଥିବା କବରୀ ବାନ୍ଧିଥିଲି।ମୋର ସେହି ବଡ କବରୀର ଚାରିପଟେ ଗୁଡାଇଥିଲି ମଲ୍ଲିଫୁଲ।ତା'ର ମୃଦୁ ମୃଦୁ ବାସ୍ନା ଖେଳୁଥିଲା ସାରା ବେଡରୁମରେ।
ତୁମେ ମୋ ସୌନ୍ଦର୍ଯ୍ୟର ବିହ୍ବଳତାରେ ମୋ ପାଖକୁ ଲାଗି ଆସିଲ।ମଲ୍ଲିଫୁଲରେ ହାତ ମାରୁ ମାରୁ ମୋ କବରୀ ଛୁଇଁଲ।ତାହା ଯେମିତି ଚାହିଁ ରହିଥିଲା ତୁମ ସ୍ପର୍ଶକୁ।ଖୋଲିଗଲା ମୋ ପିଠି ଉପରେ।ତୁମେ ମୋତେ ପଛରୁ ଭିଡି ଧରିଲ।ତା' ପରେ ସ୍ପର୍ଶ ଦେଲ ମୋ ଦେହରେ।ମୋ କୁଆଁରୀ ତନୁକୁ ତରଳାଇ ଦେଲ।ମୋତେ ଗୋଟେ ପ୍ରେମମୟ ପୃଥିବୀକି ନେଇଗଲ।
କ'ଣ ହେଉଛି କିଛି ଜାଣି ପାରୁ ନଥିଲି ମୁଁ।ତୁମକୁ ବାଧା ଦେଇ ପାରୁ ନଥିଲି।ଯାହା କରୁଥିଲ ତୁମେ ଖୁବ୍ ଶ୍ରଦ୍ଧା ଆଉ ଆଦରରେ କରୁଥିଲ।ବାଧା ଦେଇଥାନ୍ତି କାହିଁକି ? ଗୋଟିଏ ନାରୀ ମନରେ ପୁରୁଷର ଶ୍ରଦ୍ଧା ଆଉ ଆଦର ପାଇଁ ତ ବହୁତ ଇଚ୍ଛା ଥାଏ।ସେମିତି ଇଚ୍ଛା ମୋ ମନରେ ଥିଲା।ମୁଁ ମୋ ନିଜକୁ ହଜାଇଦେଲି ସେହି ଇଚ୍ଛାରେ।
ସ୍ବର୍ଗ ମୋ ହାତପାଆନ୍ତାରେ ଥିଲା ଭଳି ଲାଗୁଥିଲା।
ଆମେ ଦୁହେଁ ଧୀରେଧୀରେ ଏକ ହେଉଥିଲେ।
ଏମିତି ଏକ ନିରୋଳା ଓ ବାସ୍ନାୟିତ ମୁହୂର୍ତ୍ତରେ ଆମେ ଦୁହେଁ ଦୁଇରୁ ଏକ ହେବା ନିହାତି ସାଧାରଣ କଥା ନୁହେଁ।
ତୁମେ ମୋ ସହିତ ମିଶିବାକୁ ଚାହିଁଲ।ମୁଁ ବୁଝିପାରିଲି।ତୁମ ପାଇଁ ସୁଯୋଗ ସୃଷ୍ଟି କଲି।ତୁମେ ମୋ ସହିତ ମିଶିଗଲ।ଏମିତି ମିଶିଗଲ ଯେ ମୁଁ ମୋ ସତ୍ତା ହଜେଇ ଦେଲି।ମୋର ମନେଅଛି ସେଦିନ ଆମେ ଦୁହେଁ ବହୁ ସମୟ ଧରି ମିଶି ରହିଥିଲେ।
ରାତିର ବୟସ ବଢୁଥିଲା।ମୋ ପାଖରୁ ଫେରିବାକୁ ତୁମର ଇଚ୍ଛା ନ ଥିଲା।ତା' ସତ୍ତ୍ବେ ତୁମେ ଫେରିଗଲ।ତୁମେ ଯେମିତି ବାଧ୍ୟ ଥିଲ ସେଥିପାଇଁ।ସେଦିନ ଫେରିଗଲା ବେଳେ ଝାପ୍ସା ଆଲୋକରେ ମୁଁ ତୁମ ମୁହଁ ଦେଖିଛି।ତୁମେ ଖୁବ୍ ହସହସ ଆଉ ତୃପ୍ତ ଦିଶୁଥିଲ।କେବଳ ଏତିକି କହିଥିଲ - ' ମୁଁ ପୁଣି ଆସିବି।ତୁମକୁ ଭୁଲି ହେବନି। :
ମୋର ତାହା ମନେଅଛି।
ମୋତେ ସେଦିନ ଭଲ ଲାଗିଥିଲା ତୁମର ଏଇ କଥା।
ତୁମେ ଆଉ ଆସିଲ ନାହିଁ।
କିଏ ଜାଣେ କାହିଁକି ଆଉ ଆସିଲ ନାହିଁ ?
ତୁମକୁ ଚାହିଁ ଚାହିଁ ମୁଁ ଅନ୍ଧୁଣୀ ହୋଇଗଲି।ତୁମରି ବାସ୍ନା ମୋତେ ବିମୋହିତ କରିଦେଲା।ରାତି ହେଲେ ତୁମ ପାଇଁ ଉଲଗ୍ନ ହେଲି ମୁଁ।ତୁମରି ନିବିଡତା ଇଚ୍ଛା କଲି।ଦୁଆର ପାଖରେ କାହାର ପାଦ ଶଦ୍ଦ ଶୁଣିଲେ ତୁମେ ଆସୁଛ ବୋଲି ଭାବିଲି।କବରୀ ଖୋଲିଦେଇ ବିଛଣାରେ ଗଡିଲି।ଛଟପଟ ହେଲି।ପୁଣି ମନକୁ ବୁଝାଇ ଧୀରେଧୀରେ ଶାନ୍ତ କଲି ନିଜକୁ।
ଏହାପରେ ମୁଁ ସବୁଠି ତୁମକୁ ଖୋଜିବାକୁ ଲାଗିଲି।ତୁମ ପରି ଶ୍ଯାମଳ ରଙ୍ଗର ପୁରୁଷ ଦେଖିଲେ ଯାଇ ପାଖରେ ଠିଆ ହେଲି।ତା' ଭିତରେ ତୁମକୁ ଖୋଜିଲି।ନିରାଶ ହୋଇ ଲଜ୍ଜିତ ହେଲି।ନିଜକୁ ନିର୍ବୋଧ ମନେକଲି।ଥରେ ନୁହେଁ କି ଦୁଇ ଥର ନୁହେଁ, ଅନେକ ଥର ଏପରି କଲି ମୁଁ।ହେଲେ ତୁମକୁ କେଉଁଠି ପାଇ ନ ଥିଲି।ମୁଁ ସବୁଠି ସବୁବେଳେ ତୁମକୁ ହିଁ ଖୋଜୁଥିଲି।ଖୋଜିବାରେ ଲାଗିଥିଲି।
ମନର ମଣିଷ କେବଳ ଜଣେ, ଜଣେ ହୋଇପାରେ।
ଦିନ ବିତୁଥିଲା।ବିତୁଥିଲା ମାସ,ବର୍ଷ।ତୁମକୁ ପାଉ ନ ଥିଲି।ତୁମେ ବି ଆସୁ ନ ଥିଲ ମୋ ପାଖକୁ।
ଏବେ ମୋର କେବଳ କଷ୍ଟ ଆଉ କଷ୍ଟ।
ସୀମାହୀନ ଯନ୍ତ୍ରଣାରେ ଛଟପଟ ହେଉଥିଲି ମୁଁ।ହେଲେ ତା' ଭିତରେ ଗୋଟେ ସୁଖର କଥା ଥିଲା।
ସେହି ସୁଖର କଥାଟି କ'ଣ ଜାଣ ?
ମୁଁ ପ୍ରେଗନାଣ୍ଟ ହୋଇ ନ ଥିଲି।ମୋର ସୌଭାଗ୍ୟ
ଯଦି ମୁଁ ସେଦିନ ସେହି ରାତିର ମିଳାମିଶା କାରଣରୁ ପ୍ରେଗନାଣ୍ଟ ହୋଇ ଯାଇଥାନ୍ତି, ତେବେ ତ କଥା ସରିଥାନ୍ତା।ମୋର କଷ୍ଟ, ଯନ୍ତ୍ରଣା ଆହୁରି ବଢି ଯାଇଥାନ୍ତା।କ'ଣ କରିଥାନ୍ତି ମୁଁ ?
ଏବେ ହେଲେ କାହାକୁ ମୁହଁ ଦେଖାଇ ପାରୁଛି, କିନ୍ତୁ ସେପରି ଅବସ୍ଥା ହୋଇଥିଲେ କାହାକୁ ମୁହଁ ଦେଖାଇ ପାରି ନ ଥାନ୍ତି।ଝିଅପିଲା ମୁଁ।ଭିନ୍ନ ଉପାଦାନରେ ଗଢା ମୋ ଜୀବନ।କିଏ ମୋ ପିଠିରେ ପଡିଥାନ୍ତା।?
ଏବେ ଭଗବାନଙ୍କୁ ଧନ୍ୟବାଦ ଦେଉଛି।ମୋର ସେପରି ଅବସ୍ଥା ହୋଇନାହିଁ।ମୁଁ ଅନ୍ୟକୁ ମୁହଁ ଦେଖେଇ ପାରୁଛି।
ଜାଣେ ଏକଥା ଜଣା ନ ଥିବ ତୁମକୁ।ତୁମେ କେମିତି ଜାଣିବ।ମୋତେ ମୋ ଭାଗ୍ୟ ବଞ୍ଚେଇ ଦେଇଛି।ଦେଖା ହୋଇଥିଲେ ତୁମକୁ ନିଶ୍ଚେ ଏକଥା କହିଥାନ୍ତି।ହେଲେ କିଛି ଦିନ ଯାଏ ମୋ ଭିତରେ ଯେଉଁ ଡର ଥିଲା କ'ଣ କହିବି !ରକ୍ତରେ ଗାଧେଇବା ପରେ ସେହି ଡର ଚାଲିଗଲା।ମୋ ଭିତରେ ଥିବା ଦୀର୍ଘଶ୍ବାସ ଉତୁରିଗଲା।ମୁଁ ଟିକେ ଖୁସି ହେଲି।ଶାନ୍ତିରେ ନିଶ୍ୱାସ ନେଲି।
ତଥାପି ମୁଁ ତୁମକୁ ଖୋଜୁଛି।
ସତରେ ମୁଁ ତୁମକୁ ଭାରି ଖୋଜୁଛି।
କିଏ ଜାଣେ ତୁମ ସହିତ ମୋର ଆଉ ଦେଖା ହେବ କି ନାହିଁ।
ଏମିତି ହୁଅନ୍ତାନି ? ମୋ ପାଖରେ ଠିଆ ହୋଇଥିବା ମଣିଷଟି ତୁମେ ହୋଇଥାନ୍ତ ! ମୁଁ ତୁମକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାନ୍ତି।କୁଣ୍ଢେଇ ପକାନ୍ତି ପ୍ରବଳ ଆବେଗରେ।
ଏମିତି କ'ଣ ହୋଇପାରେ କେବେ !
କାହିଁ ଏମିତି ହେଉଛି କୋଉଠି !
ନା, ଏମିତି ଆଦୌ ହେଉନାହିଁ।
ତଥାପି ମୁଁ ତୁମକୁ ଖୋଜୁଛି।ଜାଣିଥାଅ ମୋର ଏଇ ଖୋଜିବା ଜାରୀ ରହିବ।ମୁଁ ତୁମକୁ ଖୋଜୁଥିବି। ........ଯେତେଦିନ ଯାଏ ମୁଁ ତୁମକୁ ପାଇନାହିଁ।
ଏବେ ଏହି ମୋର ଭାଗ୍ୟ।ଏହି ମୋର ଭବିଷ୍ୟତ।
ମୁଁ ଆଉ କ'ଣ କରିପାରିବି ଯେ !
ଆଉ କାହାର ହୋଇ ପାରିବି କ'ଣ ?
ତୁମେ କୁହ ତ ଦେଖି ।
ନା, ମୁଁ ଆଉ କେବେ ବି କାହାର ହୋଇ ପାରିବିନି।ହେବା ଉଚିତ ନୁହେଁ ବି।
ଏ ଜନ୍ମ ପାଇଁ ତୁମେ ମୋର, ମୁଁ ତୁମର।
ଏ ଜନ୍ମ କାହିଁକି, ସାତଜନ୍ମ ପାଇଁ ତୁମେ ମୋର, ମୁଁ ତୁମର।
ସେଥିପାଇଁ ତ ତୁମକୁ ଖୋଜୁଛି ମୁଁ।ତୁମକୁ ପାଇବା ପାଇଁ ଆଶାରେ ଅଛି।ଅପେକ୍ଷା କରିଛି।
ତୁମକୁ ପାଇ ପାରୁନି।ତେଣୁ ତୁମକୁ କିଛି କହି ପାରୁନି।ମନକଥା ମନରେ ରହି ଯାଉଛି।
କେଉଁଦିନ ଭେଟ ହେବ କି ତୁମେ ?
ସତ କହୁଛି ତୁମେ ଭେଟ ନ ହେବା ଯାଏ ତୁମକୁ କହିବାକୁ ଚାହୁଁଥିବା କଥା ମୋ ଭିତରେ ଅତି ଯତ୍ନର ସହିତ ସାଇତି ରଖିଥିବି ମୁଁ।ଭେଟ ହେଲେ ତୁମକୁ ସେସବୁ ନିଶ୍ଚୟ କହିବି।......କହିବି।
ସତରେ ସେସବୁ କଥା ତୁମ ଛଡା ଆଉ କାହାକୁ କହି ପାରିବି କ'ଣ !
ଦୁଇଟି ଦେହର ମିଳନ ଯେଉଁ କଥା ଓ କାହାଣୀ ତିଆରି କରେ ତାହା ଆଉ କାହାକୁ କହିହୁଏ କ'ଣ !
ତେଣୁ.........
ତୁମକୁ ଖୋଜୁଛି ମୁଁ।
ତୁମକୁ ଅପେକ୍ଷା କରିଛି।
ତୁମେ ଆସିବ ବୋଲି ଆଶା ବାନ୍ଧିଛି।
କେବେ ଆସିବକି ତୁମେ ?
ମନେରଖ........ ମୁଁ ତୁମକୁ ଭଲପାଏ।କେବଳ ତୁମକୁ।