ମୁଁ କାହିଁକି ଲେଖେ?
ମୁଁ କାହିଁକି ଲେଖେ?
ସକାଳ ଠାରୁ ସଂଜ ପର୍ଯ୍ୟନ୍ତ ଆମେମାନେ ବିଭିନ୍ନ ପ୍ରକାରର ଲୋକଙ୍କ ସଂସ୍ପର୍ଶରେ ଆସୁ। ଲୋକଙ୍କ ବହୁବିଧ କାର୍ଯ୍ୟର ଆମେ ସାକ୍ଷୀ ଅଟୁ। କିଛି ଲୋକଙ୍କୁ ଭଲ ପାଉ, କିଛି ଲୋକଙ୍କୁ ବି ନୁହେଁ। ଅର୍ଥାତ୍ କିଛି ଲୋକଙ୍କ କାର୍ଯ୍ୟ କଳାପ ଆମକୁ ଭଲ ଲାଗୁଥିବା ବେଳେ କିଛି ଲୋକଙ୍କ କାର୍ଯ୍ୟଧାରା ଭଲ ଲାଗେ ନାହିଁ। ଅବଶ୍ୟ ଏହା ନିଜ ଗୃହରେ ଅବା ନିଜ କର୍ମ କ୍ଷେତ୍ରରେ କିମ୍ବା ସର୍ବ ସାଧାରଣ ସ୍ଥାନ ମାନଙ୍କରେ ହୋଇ ପାରେ। ସବୁ ଲୋକ ଆମମାନଙ୍କ ପରି, ସେମାନଙ୍କ ନିଜସ୍ଵ ପସନ୍ଦ ଓ ଅପସନ୍ଦ ମଧ୍ୟ ଠିକ୍ ଆମ ପରି। ସମସ୍ତଙ୍କ ସେହି ଏକା ପଦ ଯାତ୍ରା ଓ ଚିହ୍ନ ଅଟେ। ପ୍ରତ୍ୟେକ ବ୍ୟକ୍ତି ପୁରୁଷ ହୁଅନ୍ତୁ ଅବା ନାରୀ ହୁଅନ୍ତୁ କାର୍ଯ୍ୟ କରୁଥିବା ବେଳେ ନିଜସ୍ଵ ଆଭିମୁଖ୍ୟ ରଖନ୍ତି ଏବଂ ଅନ୍ୟ ମାନଙ୍କ କାର୍ଯ୍ୟରେ ବି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି। ଏହି ସବୁ କାର୍ଯ୍ୟ କଳାପକୁ ଏକ ପ୍ରଶସ୍ତ ହୃଦୟରେ ଲକ୍ଷ୍ୟ କଲେ ଜଣା ପଡ଼େ ଓ ବୁଝା ପଡେ ଯେ ପ୍ରତ୍ୟେକ ବ୍ୟକ୍ତି ହିଁ ଠିକ୍ ଅଟନ୍ତି।
ଅନେକ ସମୟରେ ଏହି ସବୁ କାର୍ଯ୍ୟ ଗୁଡ଼ିକୁ ଅବଲୋକନ କରି ଆମେ ପ୍ରଶ୍ନ ପଚାରିବାକୁ ଉତ୍ତେଜିତ ହୋଇ ପଡୁ। ଯଦି ଆମେ ବୁଝି ପାରୁ ଯେ ଏକ ଖରାପ କାର୍ଯ୍ୟ ଘଟିବାକୁ ଯାଉଛି ବା ଘଟୁଛି ଏବଂ ଯଦି ଆମେ ଚିନ୍ତା କରୁ ଯେ ଆମେ ଏଥିରେ ହସ୍ତକ୍ଷେପ କରିବା ନାହିଁ କିମ୍ବା ଏହାର ସଂଶୋଧନରେ ପ୍ରଭାବ ପକାଇବା ନାହିଁ, ତେବେ ସଠିକ୍ ମାର୍ଗ ହେଉଛି ତାହା ଯିବାକୁ ଦିଅ ନୀତିକୁ ଆପଣାଇବା। ସମ୍ଭାବନା ରହିଛି _ଆମେମାନେ ଅନ୍ୟ ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ମାର୍ଗରେ ସମାନ ବ୍ୟବହାର ପ୍ରଦର୍ଶନ କରନ୍ତୁ , ଅନ୍ୟ ମାନେ ଆମ ମାନଙ୍କ କଥା ଶୁଣିବା ଉଚିତ, ଅନ୍ୟ ମାନେ ଆମକୁ ସମ୍ମାନ ଦିଅନ୍ତୁ ଏବଂ ଏହିପରି ଅନେକ କଥା। ମନରେ କ୍ରୋଧ , ଅହଙ୍କାର, ଲୋଭ ଓ ପ୍ରଚଣ୍ଡ ଅନୁରକ୍ତି ଥିଲେ କେହି କେବେ ସୁଖୀ ହୋଇ ପାରିବେ ନାହିଁ। ଏହି ପ୍ରକାରର ପରିସ୍ଥିତିରେ ଆମେମାନେ ଆମର ମନୋବୃତ୍ତିରେ ସଂଶୋଧନ ଆଣିବା ଆବଶ୍ୟକ ଏବଂ ଅନ୍ୟ ବ୍ୟକ୍ତି ବିଶେଷଙ୍କ ସ୍ଵାଧୀନତା କୁ ସମ୍ମାନ ଦେବା ଉଚିତ।
ଆମେମାନେ ନିଜକୁ ମୁକ୍ତ ଓ ସ୍ଵାଧୀନ ଅନୁଭବ କରି ପାରିବା ଯେତେବେଳେ ଆମେ, ଯିବାକୁ ଦିଅ ନୀତିର ଅନୁବର୍ତ୍ତୀ ହେବା ଏବଂ ନିଜକୁ ସୁଖୀ ଅନୁଭବ କରିବା।ମନରେ ବହୁତ ଭଲ ଭଲ ଇଚ୍ଛା ପୋଷଣ କରିବା ସହିତ ଏହି ସମୟରେ ଶୁଦ୍ଧ ଅନୁଭବରେ ଶାଣିତ ହେବା ବାଞ୍ଛନୀୟ। ଧରି ନେବାକୁ ପଡ଼ିବ ଯେ ସମୟ ପରିସ୍ଥିତିରେ ସୁଧାର ଆଣିବ କିମ୍ବା କୁପ୍ରବୃତିରେ ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଥିବା ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବ। ଏହା ମଧ୍ୟ ସମ୍ଭବପର ଯେ କିଛିଟା ପରିସ୍ଥିତି କିମ୍ବା ଲୋକଙ୍କ ବ୍ୟବହାର _ଏକୁଟିଆ ଏକୁଟିଆ ଛାଡି ଦେବାକୁ ହେବ । ସୁତରାଂ ଏ କ୍ଷେତ୍ରରେ ଆମେମାନେ 6ସେହି କାର୍ଯ୍ୟ ଧାରାକୁ ହେବାକୁ ଦିଅ ନୀତିରେ ଗ୍ରହଣ କରିବାକୁ ହେବ। ଯଦି କିଛି ଭୁଲ ଭଟକା ରହେ, ସମୟ ହିଁ କୃତବ୍ୟକ୍ତିଙ୍କୁ ଶିକ୍ଷା ଦେବ ଏବଂ ସମୟ ଅନୁଯାୟୀ ସେହି ବ୍ୟକ୍ତି ମାନେ ଭଲ ବାଟକୁ ଆସିବେ ଏବଂ ନିଜର ମନୋବୃତ୍ତି କୁ ବଦଳାଇ ପାରିବେ। ଆସ, ଅନ୍ୟ ମାନଙ୍କୁ ଆମ ମାନଙ୍କର କାର୍ଯ୍ୟ କଳାପ ଶିକ୍ଷାପ୍ରଦ, ପ୍ରେରଣା ଦାୟକ, ଅନୁସରଣୀୟ , ଆଗ୍ରହଜନକ ଓ କଲ୍ୟାଣ ଦାୟକ ହେବା ଉଚିତ। ଆନନ୍ଦତା ଓ ମଧୁରତା ଉଭୟ ହିଁ ସଂକ୍ରମିତ। ଆମମାନଙ୍କର ମଧୁର ଓ କୋମଳ ବଚନ ଅନ୍ୟ ମାନଙ୍କ ହୃଦୟକୁ ସାନ୍ତନା ଓ ପ୍ରଶମିତ କରିବ। ସେହିପରି ଆମ ମାନଙ୍କର ପ୍ରତିକ୍ରିୟା ଗୁଡ଼ିକ ମଧ୍ୟ ମଧୁର, ଜୀବନ୍ତ ଓ ପ୍ରେମ ପୂର୍ଣ୍ଣ ହେବା ଆବଶ୍ୟକ। ଆମ ମାନଙ୍କର ଏହି ମଧୁର ଆଚରଣ ଓ ବ୍ୟବହାର ପରସ୍ପର ମଧ୍ୟରେ ଆଦାନ ପ୍ରଦାନ ପୂର୍ବକ ସମଗ୍ର ବିଶ୍ୱରେ ଏଭଳି ଏକ ବାତାବରଣ ସୃଷ୍ଟି କରିବା ଯେଉଁଠି କେବଳ ଥିବ ଆମ ଭିତରେ ମୈତ୍ରୀ, ପ୍ରୀତି, ସଂହତି ଓ ଭାଇଚାରାର ପର୍ବ ଏବଂ ସମସ୍ତେ ମିଳି ମିଶି ସୁଖ ଶାନ୍ତି ରେ ସହାବସ୍ଥାନ କରି ପାରିବା।
ଏହି ଜୀବନ ହେଉଛି
ମୂଲ୍ୟବାନ। ଜୀବନକୁ କେବେହେଁ ବୋଝ ବୋଲି ଭାବିବା ନାହିଁ। ଜୀବନକୁ ଭଲ ପାଇବା। ଆସନ୍ତୁ, ଏକ ମଧ୍ୟବର୍ତ୍ତି ପନ୍ଥା ବାଛି ନେବା ଯାହା ଜୀବନକୁ ସନ୍ତୁଷ୍ଟ କରିବ , ନିଜର ଯାହା କିଛି ସମ୍ବଳ ଅଛି ତାହାକୁ ଉପଯୋଗ କରି ଖୁସିରେ ରହିବା। ମନେ ରଖନ୍ତୁ, କୌଣସି ବ୍ୟକ୍ତି ଏ ବିଶ୍ଵର ଅଧୀଶ୍ୱର ବା ମାଲିକ ହୋଇ ପାରିବ ନାହିଁ। କିନ୍ତୁ ଆମେମାନେ ଏହି ବିଚାର ସମ୍ବଳ ଗୁଡ଼ିକୁ ବିନିଯୋଗ କରି ବଞ୍ଚି ପାରିବା, କିନ୍ତୁ ମାଲିକ ହୋଇ ପାରିବା ନାହିଁ। ପ୍ରତ୍ୟେକଟି କର୍ମ ଆମ ହାତକୁ ପରିବର୍ତ୍ତନ କରାଏ। ଆମେମାନେ ମଧ୍ୟ ଏହାକୁ ଆମ ଉତ୍ତରପିଢି ମାନଙ୍କୁ ପ୍ରଦାନ କରିବାକୁ ହିଁ ହେବ। ତେଣୁ ବିଶ୍ବରେ କଣ ହେଉଛି, କଣ ଘଟୁଛି ତାହା ନଜରରେ ନ ଆଣି ନିଜର ସୀମିତ ପରିସର ରେ ଖୁସିରେ ରହି ଅନ୍ୟ ମାନଙ୍କୁ ନିଜ ଖୁସି ବଣ୍ଟନ କଲେ ମଙ୍ଗଲାଦାୟଜ ହୋଇ ପାରିବ। ଆମକୁ ଏକ ସୁନ୍ଦର ଓ ମହତ୍ତ୍ଵପୂର୍ଣ୍ଣ ମନୁଷ୍ୟ ଜୀବନ ମିଳି ଥିବାରୁ ଇଶ୍ଵର ଙ୍କୁ ଧନ୍ୟବାଦ ଅର୍ପଣ କରିବା ଆବଶ୍ୟକ।
ପ୍ରତ୍ୟେକ ବ୍ୟକ୍ତି ଏହି ପ୍ରତିଜ୍ଞା ନିଜ ଠାରୁ ଆରମ୍ଭ କରିବା ଉଚିତ। ମୁଁ ମୋର ଜୀବନକୁ ଅତ୍ୟଧିକ ଭଲ ପାଏ ଓ ପସନ୍ଦ କରେ। ଅନ୍ୟ ମାନଙ୍କର ଉତ୍ତମ ଗୁଣ ଓ ଦାନ କୁ ମୁଁ ପସନ୍ଦ କରେ ତଥା ଗ୍ରହଣ କରେ। ମୋର ଯାହା କିଛି ସମ୍ବଳ ଅଛି ତାହାକୁ ଯଥାର୍ଥ ବିନିଯୋଗ କରି ମୁଁ ସୁଖ ପ୍ରଡ ଜୀବନ ଯାପନ କରିବି। ମୋର ମାଆ, ସହଧର୍ମିଣୀ ଓ ସମସ୍ତ ସନ୍ତାନ ସନ୍ତତୀ ମାନେ ଅତ୍ୟନ୍ତ ଭଲ ଅଟନ୍ତି। ସେମାନଙ୍କ ପରି ବିଶ୍ବରେ ଅନ୍ୟ କେହି ନାହାଁନ୍ତି। ଏହି ଧାରଣାରେ ବଶବର୍ତ୍ତୀ ହୋଇ ସମସ୍ତ ଲୋକେ ଚଳ ପ୍ରଚଳ ହୋଇ ପାରିଲେ ଧରା ସୁଖ ସମୃଦ୍ଧି ରେ ପରିପୂର୍ଣ ହୋଇ ସ୍ଵର୍ଗରେ ପରିଣତ ହେବ, ଏହା ନିଃସନ୍ଦେହ ଏବଂ ଫଳତଃ ମୁଁ କାହିଁକି ଲେଖେ, ଯଥାର୍ଥ ମନେ ହେବ।
