STORYMIRROR

Manas Ranjan Nayak

Classics Inspirational

3  

Manas Ranjan Nayak

Classics Inspirational

ମୁକ୍ତିର ସ୍ବଗୋତକ୍ତି

ମୁକ୍ତିର ସ୍ବଗୋତକ୍ତି

2 mins
212

ଧର୍ମ ଅଧର୍ମ, ପାପ ପୁଣ୍ଯ, ଭଲ ମନ୍ଦ ର ଝିମିଟି ଖେଳରେ ଜୀବନୋତ୍ତର ପରିଧି ଆମ ଖିଆଲି ଦିମାଗ୍ ର ବହିର୍ଭୂତ ମନେହୁଏ। ଚିକିମିକି ସ୍ବପ୍ନିଳ ଭବିଷ୍ଯତ ଓ ଉଲ୍ଲସିତ ବର୍ତ୍ତମାନର ଛାଇତଳେ ଜୀବନ କେତେବେଳେ କଡଲେଉଟାଏ ଜଣାପଡେ ନାହିଁ,ଉପନୀତ ହୁଏ ଜୀବନ ରାସ୍ତାର ଶେଷ ଦୋଛକି ଗୋଟିଏ ଲମ୍ବିଥାଏ ମାୟା ସଂସାରର ଅପୂରଣୀୟ ଭୋଗବିଳାସ ଆଡକୁ ଏବଂ ଆରଟି ଅନ୍ତଃକରଣରୁ ନିଃସୃତ ଭଗବତ୍ ପରାଣୟତାର ତୃଷ୍ଣା ସାଗର ଆଡକୁ। ବିକଳ ହୋଇଉଠେ ଆତ୍ମା ପକ୍ଷୀଟି ତାର ଏକାନ୍ତ କାମ୍ଯ,ମୁକ୍ତିର ରାହା ଅନ୍ବେଷଣରେ..... ପଶ୍ଚାତାପ କରେ ମୂଲ୍ଯବାନ ସମୟ ରାଶିକୁ ସାଂସାରିକ ମୃଗତୃଷ୍ଣା ପଛରେ ଅଚିରେ ବ୍ଯୟ କରି ଆସିଥିବାରୁ । ତୃପ୍ତିହୀନ ତୃଷ୍ଣାଟି ବିଭୁ ପ୍ରେମର ଆଶ୍ରାରେ ଚିରୁଡାଏ ପ୍ରତ୍ଯୟକୁ ଜନ୍ମ ଦିଏ..... ମୁକ୍ତିର ସ୍ବର୍ଣ୍ଣାଭ ଆଭା ଦୂର ଦିଗନ୍ତରେ ଉଦ୍ଭାସିତ ହୋଇଉଠେ। ଜୀବନ ଯବନିକାର ଉଦଘୋଷଣା ପୂର୍ବରୁ ଚେନାଏ ସ୍ବର୍ଗୀୟ ସନ୍ତୋଷର କାମନା ଅସ୍ତବ୍ୟସ୍ତ କରିପକାଏ ରକ୍ତ ମାଂସର ଅବୟବରେ ବନ୍ଦୀଥିବା ସୁକ୍ଷ୍ମ ଆତ୍ମାଟିକୁ। ଜୀବନର ଶେଷ ଗୋଧୂଳିରେ ଶୁଭିଯାଏ ମୁରଲୀର ମନ୍ତ୍ରମୁଗ୍ଧ ଧ୍ବନି..... ସତେ ଅବା ମାନବୀୟ ମୁକ୍ତିର ସ୍ବଗୋତକ୍ତି। 


ସ୍ଥୂଳ ସୁଖ ସମୃଦ୍ଧି ସବୁ ଅଚିରେ ପାଣିଫାଟିଯାଏ ତା'ର ତେଲ ଲୁଣର ସଂସାର ତିଅଣରେ। ଆତ୍ମା କୌସ୍ତୁଭର ସୁଗନ୍ଧ ଏବେ ବେସ୍ ମହମହ ବାସିଉଠେ ତାର ନାସେନ୍ଦ୍ରିୟରେ। ଅନ୍ତଃକରଣରୁ ଉର୍ଦ୍ଧ୍ବଗାମୀ ହୁଏ ଚେତନାର ବଳୟ। ଭିଷଣ ଅନ୍ତର୍ଯୁଦ୍ଧ ଆରମ୍ଭ ହୋଇଯାଏ ସ୍ଥୂଳମନ ଓ ସୂକ୍ଷ୍ମ ଚେତନା ମଧ୍ଯରେ, ଧିକ୍କାର କରି ଉଠେ ନିଷ୍ପେସିତ ସୂକ୍ଷ୍ମମନଟି ଉଭୟ ପ୍ରତିଦ୍ବନ୍ଦୀଙ୍କୁ ସେମାନଙ୍କର ଅଜ୍ଞତା ଓ ଅପାରଗତାକୁ ଆକ୍ଷେପକରି। ରଡନିଆଁ ରେ ପାଣି ପଡିଲା ପରି ଆତ୍ମଜ୍ଞାନର ଶେଷ ସ୍ପୁଲିଙ୍ଗଟି କ୍ଷଣିକେ ତେଜମୟ ହୋଇଉଠେ ପରିଶେଷରେ ଏକ କ୍ଷୀଣ ସମାପ୍ତି ର ଧୂଆଁ ହୋଇ ମହାଶୂନ୍ୟରେ ସତ୍ତା ହରାଇବା ପାଇଁ। 


ଶେଷରେ ଆରମ୍ଭ.....ଆରମ୍ଭରେ ଶେଷ,ଏହାହିଁ ଜୀବନଚକ୍ରର ଜନ୍ମ ଜନ୍ମାନ୍ତରର କୁହୁକଖେଳ। ସହଜ ନୁହେଁ ମୁକ୍ତି ଅବା ନିର୍ବାଣର ମାର୍ଗ.... ହାରିବାରେ ପାଇବା ପୁଣି ପାଇବାରେ ହରାଇବାର ମହାର୍ଘ ଅନୁଭବ। ମହା ମାନବୀୟତାର ନିରବଛିନ୍ନ କ୍ରମବିକାଶ ଧାରା, ଚେତନା ସ୍ତରରେ ଖୁବ୍ ଶୀଘ୍ର ମୁକ୍ତିର ପଥ ପ୍ରଶସ୍ତ କରିବ......... ବସ୍ତୁବାଦୀ ଆଛନ୍ନତା କ୍ରମଶଃ ଅପସରିଯିବ, ଦିଗନ୍ତରେ ଆଉଏକ ଅମାୟିକ, ଅମୃତ, ଅମ୍ଲାନ ଚେତନାର ଉଦୟହୋଇ ଜଡ ମାନବୀୟତାରୁ ଅତିମାନବୀୟତାକୁ ରୂପାନ୍ତରିତ ହେବ। ଚତୁର୍ଦିଗରୁ ପ୍ରତିଧ୍ଵନିତ ହେବ ଓମକାର ର ମୃଦୁ ଗୁଞ୍ଜନ, ତାହାହିଁ ବୋଧହୁଏ ମାନବୀୟ ମୁକ୍ତିର ସ୍ବଗୋତକ୍ତି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics