ଭକ୍ତି ନୈବେଦ୍ଯ ନା ଅଳୀକ ଉତ୍ସାହ ?
ଭକ୍ତି ନୈବେଦ୍ଯ ନା ଅଳୀକ ଉତ୍ସାହ ?
ଅପ୍ରତିହତ ଏ ଜୀବନର ଧାରା “ପୁନରପି ଜନମମ୍ ପୁନରପି ମରଣମ୍” ବିଶ୍ବାସରେ ଏ ଅଳୀକ ଜୀବଦ୍ଦଶାରେ ଧର୍ମ କର୍ମର କୋଡିକୁ କୋଡି ହିସାବ ଟିପୁଥାଏ ଅନ୍ତର୍ମନର ରଫ୍ ଖାତାରେ। ହେଲେ ଜୀବନର ଚଲାବାଟ କଣ ଏତେ ସହଜ, ଯେତେ ଜଗି ଚାଲିଲେ ବି ପଙ୍କିଳ ମାର୍ଗରେ ଆପଣାଛାଏଁ ଖସିଯାଏ ପାଦ... ଗୋଟିଏ ସତ୍ ମନ ସହିତ ପୁଳାଏ ଖୁବ୍ ଆପଣାର ମନେହେଉଥିବା ବନ୍ଧୁ ପରିପାଟୀରେ ଘେରି ରହିଥାଆନ୍ତି ଅନେକ୍, ପଦୁଟିଏ ଅତିରଞ୍ଜିତ ପ୍ରଶଂସା,ଧାରୁଏ କୁଣ୍ଠିତ ହସ, ଆଉ ପିଠିଥାପୁଡା ବାହା ବାହା ପଛରେ ମହ ମହ ବାସୁଥାଏ ତାଙ୍କ ସ୍ବାର୍ଥ ସର୍ବସ୍ବ ଉଚ୍ଚାଟ ଉଦ୍ଦେଶ୍ଯ। ସ୍ଥୂଳ ସୁଖ ସୁବିଧାର ସମ୍ମୋହନ ଭାରୀ ପଡେ ନିଜସ୍ବ ସୂକ୍ଷ୍ମ ମୂଲ୍ଯବୋଧ ଉପରେ। ଜୀବନ ଜୀବିକାର ଦ୍ବନ୍ଦରେ ହେଉ ଅବା କୁତ୍ସିତ ମାନସିକତାର ଶୀକାର ହେଉ, ଶେଷରେ ନିଜର ମୈଳିକତା ଟିକକକୁ ବି ବିକିଦେଇ ଅନ୍ଧ ଅନୁକରଣ ଓ ତୋଷାମଦି ଜିନ୍ଦାବାଦ୍ ପକାଇବାକୁ ନିଃସଂକୋଚରେ ବାହାରିପଡୁ ବଳିପଡେ ସ୍ବାଧୀନତା, ବ୍ଯକ୍ତିତ୍ବ ଓ ସର୍ବୋପରି ଆସ୍ଥା ଓ ବିଶ୍ବାସ। ଦିନ କେତୋଟି ବିତିଛି କି ନାହିଁ, ପ୍ରଭୁଙ୍କର ପ୍ରାଣପ୍ରତିଷ୍ଠାରେ ଉନ୍ମୁଖତା ଏବେ ଖୁବ୍ ମାମୁଲି ମନେହୁଏ ଭକ୍ତି ଓ ଭାବଧାରାକୁ ନେଇ ନିରୁତା ବିଜ୍ଞାପନ ପ୍ରବଣତା କେତେଦୂର ଚେତନାଶୀଳତାକୁ ଜାହିର୍ କରେ? ଆଜିର ସଂଧ୍ଯା ଭ୍ରମଣ ବେଳେ ନିକଟସ୍ଥ ଜନପଦମାର୍ଗରେ ଆଖିରେ ପଡିଲା ବ୍ଯଥିତ କଲା ଭଳି ଏହି ଦୃଶ୍ଯ ।
