ମୁକ୍ତ ବିହଙ୍ଗ(ଦ୍ଵିତୀୟ ଭାଗ )
ମୁକ୍ତ ବିହଙ୍ଗ(ଦ୍ଵିତୀୟ ଭାଗ )
ପ୍ରଦର୍ଶନୀରୁ ଘରକୁ ଫେରି ମମତା ବହୁତ ଆଶ୍ବସ୍ତି ମନେ କରୁଥିଲା. ସେ କେବେ ଭାବି ନଥିଲା ଯେ ଏବେ ଏହି ବୟସରେ ସେ ଗୋଟିଏ ମୁକ୍ତ ବିହଙ୍ଗ ପରି ହସି ହସି ନିଜ ଖୁସିରେ ନିଜ ଇଚ୍ଛା କୁ ପୂରଣ କରି ପାରିବ. ସବୁଠାରୁ ତାକୁ ବହୁତ ଖୁସି ଦେଉଥିଲା ତା ସ୍ୱାମୀ ଅଵିନାଶଙ୍କର ପ୍ରେରଣା ଦାୟକ ଶବ୍ଦ ଓ ବ୍ୟବହାର. ସେ ଭାବିଥିଲା ତାର ପିଲାଦିନର ସବୁ ଇଚ୍ଛା ସବୁ ସ୍ବପ୍ନ ତା ମନରେ ଉଙ୍କି ମାରି ସେହି ମନରେ ଦବି ମରିଯିବ ବୋଲି. ନିଜ ବାପଘରେ ସେ ଦେଖିଥିଲା ତାର ସ୍ବପ୍ନ ସବୁକୁ ଯେମିତି ଏହି ସମାଜର କୁସଂସ୍କାର ଓ ମିଥ୍ୟା ଘୃଣିତ ପରମ୍ପରା ଗୋଟିଏ ପରେ ଗୋଟିଏ କରି ହତ୍ୟା କରିବାରେ ଲାଗିଥିଲା. ସେ ଭୟଭୀତ ହେଇଯାଇ ତାକୁ ମନରେ ଲୁଚାଇ ରଖିବାକୁ ସବୁବେଳେ ଚେଷ୍ଟା କରୁଥିଲା. ସେଥିପାଇଁ ତାର ବାହାଘର ପରେ ବି ସେ ସବୁକୁ ଖୋଲିକରି ଅବିନାଶ ଆଗରେ ପ୍ରକାଶ କରିବାକୁ ସାହସ କରି ପରି ନଥିଲା. କିନ୍ତୁ ତାର ଅତି ଆପଣାର ପିଲାଦିନର ସାଙ୍ଗ ସଙ୍ଗୀତା ତାକୁ ଏବେ ସବୁ ସମ୍ଭବ କରାଇ ପାରିଲା. ମନେ ମନେ ସେ ସଙ୍ଗୀତା କୁ ବହୁତ ଧନ୍ୟବାଦ ଦେଉଥିଲା. ବେଶି ରାତି ହେଇ ଯାଇଥିବାରୁ ସେ ତାକୁ ଫୋନ କରି କଥା ହେବାକୁ ଚାହିଁଲା ନାହିଁ, ଭାବିଲା ଆସନ୍ତା କାଲି କଥା ହେଇଯିବ. ଘରେ ସମସ୍ତେ ଖାଇସାରି ଏବେ ଶୋଇବାକୁ ବାହାରିଲେଣି. ସେ ବି ଘରର ସବୁ କବାଟ କୁ ବନ୍ଦ କରି ଗଲା ଶୋଇବାକୁ. ଦେଖିଲା ଅବିନାଶ ଶୋଇ ପଡିଲେଣି. ସେ ଯାଇ ଚୁପ ଚାପ ଶୋଇବାକୁ ଚେଷ୍ଟା କଲା.ଆଜିର ଖୁସି ଓ ଆନନ୍ଦ ତାକୁ ଶୋଇବାକୁ ଯେମିତି ଦେଉ ନଥିଲେ. ସେ ଆଖି ବନ୍ଦକରି ଶୋଇବାକୁ ଲାଗିଲା.
ପୂର୍ବଦିନ ଟିକେ ଡେରିରେ ସୋଇଥିବାରୁ ମମତାର ନିଦ ଟିକେ ଡେରିରେ ଭାଙ୍ଗିଲା. ସେ ଧଡ଼ ପଡ଼ ହେଇ ଉଠି ଦେଖିଲା ସମୟ ସକାଳ ଆଠଟା ବାଜିଲାଣି. ଶୀଘ୍ର ନିଜ ନିତ୍ୟକର୍ମ ସାରି ରୋଷେଇ ଘରକୁ ଗଲା. ଦେଖିଲା ଭାତ ବସିଛି. ଚାହା କରି ବୋଧେ ଅବିନାଶ ନିଜେ ପିଇ ନେଇଛନ୍ତି. ଭାତ ବି ବୋଧେ ସେ ବସାଇ ଦେଇଥିବେ. ଖାଇବା ଟେବୁଲୁ ରେ ଦେଖିଲା ତିନୋଟି ଖାଲି ପ୍ଲେଟ ରହିଛି. ସବୁ ତାକୁ ଆଶ୍ଚର୍ୟ୍ଯ ଲାଗୁଥିଲା. ଭାବିଲା ଅବିନାଶ ଓ ପିଲାମାନେ ଜଳଖିଆ ବି ବୋଧେ ଖାଇ ନେଇଛନ୍ତି. ସେ ଯାଇ ଆରତୀ କୁ ପଚାରିବ ବୋଲି ଭାବୁଥିଲା, ଆରତୀ କହିଲା, "ମାମା ଆମେ ସବୁ ଜଳଖିଆ ଖାଇ ଦେଇଛୁ. ତୁମ ପାଇଁ ବାବା ରୋଷେଇଘରେ ରଖିଛନ୍ତି. ବାବା ଏବେ ସେ ଆର ଘରେ ଅଛନ୍ତି. "ମମତା କିଛି ବୁଝି ପାରୁ ନଥିଲା ଯେ ଗୋଟିଏ ଦିନରେ କେମିତି ତାର ଜୀବନଶୈଳୀ ରେ ପରିବର୍ତ୍ତନ ଆଣିଲା. ଆରତୀ ଯେଉଁ ଆର ଘର କହୁଥିଲା, ସେଇଟା ଗୋଟିଏ ଘର ଯେଉଁଠି ଅବିନାଶ ତାଙ୍କର ପୁରୁଣା ବହି ଓ କାଗଜ ପତ୍ର ରଖିଥିଲେ. ମମତା ସେହି ଘରକୁ ଗଲା, ଦେଖିଲା ଅବିନାଶ ସବୁ ସଫା କରି ବହି ଓ କାଗଜକୁ ପେଟୀରେ ପୁରାଇ ବାନ୍ଧି ଦେଇଛନ୍ତି. ସେ ଘର ପୁରା ଫାଙ୍କା ହେଇ ଯାଇଛି. ମମତାକୁ ଦେଖି ଅବିନାଶ କହିଲେ, "ମୋର ଏଇଠି କାମ ସରି ଗଲାଣି. ଏବେ ଟିକେ ଝଡା ଝଡି କରି ମୁଁ ଗାଧୋଇବି. ତୁମେ ଯାଇ ରୋଷେଇ କାମ ସାରି ଦିଅ. "ମମତା କିଛି ବୁଝି ପାରୁ ନଥିଲା. ସେ ରୋଷେଇ ଘରକୁ ଯାଇ ତା କାମ କରିବାକୁ ଲାଗିଲା. ଆକାଶ ଓ ଆରତୀ ଖାଇସାରି ତାଙ୍କ ବିଦ୍ୟାଳୟ କୁ ବାହାରି ଗଲେ. ଅବିନାଶ ବି ଗାଧୋଇ ଆସି ଖାଇଲେ ଓ ତାଙ୍କ କାମରେ ବାହାରିଲେ. ଗଲାବେଳେ କହିଲେ, "ଆଜି ସନ୍ଧ୍ୟାରେ ଆସିଲେ ବଜ଼ାର ଯିବା, ତୁମେ ପ୍ରସ୍ତୁତ ହୋଇ ଥିବ. " ସମସ୍ତେ ବାହାରି ଗଲା ପରେ ମମତା ତାର ବାକି କାମ ସବୁ ସାରି ବୈଠକ ଘରେ ବସିଲା ଓ ସଙ୍ଗୀତା କୁ ଫୋନ କଲା. ସଙ୍ଗୀତା ବହୁତ ଖୁସିରେ ମମତା କୁ କହିଲା, "ମୁଁ ତୋ ପାଇଁ ବହୁତ ଖୁସି. ମୁଁ ଜାଣିଥିଲି ଦିନେ ନା ଦିନେ ତୋର ପ୍ରତିଭାକୁ ସମସ୍ତେ ବୁଝିବେ. କିନ୍ତୁ ଏବେ ଆଉ ପଛକୁ ଫେରି ଚାହିଁବାର ନାହିଁ. ତୋତେ ଆହୁରି ବହୁତ କିଛି କରିବାକୁ ଅଛି. "ମମତା ତା ସାଙ୍ଗ ସଙ୍ଗୀତା ର କଥା ଶୁଣି ବହୁତ ଭାବ ବିହ୍ଵଳ ହେଇ ପଡି କହିଲା, "ଏ ସବୁ କିଛି ତୋର ପ୍ରେରଣା ପାଇ ମୁଁ କରି ପାରିଲି. ମୁଁ ମୋର ସବୁ ସ୍ବପ୍ନ, ସବୁ ଇଚ୍ଛା କୁ କେବେଠାରୁ ମନର ଗୋଟିଏ କୋଣରେ ଲୁଚାଇ ରଖି ଦେଇଥିଲି. ସାହସ କରୁ ନଥିଲି କାହାକୁ କହିବାକୁ. ତୋତେ ବହୁତ ବହୁତ ଧନ୍ୟବାଦ. ମୁଁ ତୋ ପାଇଁ ଆଜି ବହୁତ ଖୋଲା ହସ ହସି ପାରୁଛି. ତୁ ମୋ ସ୍ୱାମୀଙ୍କୁ ଯେମିତି ଜଣାଇଲୁ ମୁଁ ଡରି ଯାଇଥିଲି, କିନ୍ତୁ ସବୁ ଠିକ ଭାବରେ ସେ ବି ନେଲେ. ଅବିନାଶ ବି ବହୁତ ଖୁସି. ତୁ ସମୟ ଦେଖି ଆସିବୁ. "ଏତକ କହି ମମତା ଫୋନ ରଖି ଟିକେ ଶାନ୍ତିରେ ବିଶ୍ରାମ ନେଲା.
ସନ୍ଧ୍ୟା ସମୟ ରେ ପିଲାମାନେ ଆସିଲେ ଓ ଅବିନାଶ ବି ଆସିଲେ. ମମତା ପ୍ରସ୍ତୁତ ହେଇ ଥିଲା. ଆକାଶ ଓ ଆରତୀ କୁ ଜଳଖିଆ ଓ କ୍ଷୀର ପିଇବାକୁ ଦେଲା. ଅବିନାଶ ଓ ସେ ନିଜେ ଚାହା ଓ ଜଳଖିଆ ଖାଇଲେ. ଅବିନାଶ ସେଠାରୁ ଉଠି ଆକାଶ ଓ ଆରତୀ କୁ କହିଲେ, "ମୁଁ ଓ ମାମା ଏବେ ବଜାରକୁ ଯାଉଛୁ. ତୁମେ ବସି ପଡ଼ୁଥିବ. "ତାପରେ ଅବିନାଶ ଓ ଆରତୀ ବାହାରିଗଲେ. ଅବିନାଶ ଗାଡି ନେଇ ସହର ର ସବୁଠାରୁ ବଡ଼ କଳା ସାମଗ୍ରୀ ବିକ୍ରି ହେଉଥିବା ଦୋକାନରେ ଲଗାଇଲେ. ସେ ଦୋକାନ ରେ ପସୁ ପସୁ ଅବିନାଶ କହିଲେ, "ତୁମେ ତୁମ ପସନ୍ଦର ତୁଳି, ରଙ୍ଗ, କ୍ୟାନଭାସ ଓ ଅନ୍ୟ ସରଞ୍ଜାମ ଯାହା ଛବି ଅଙ୍କିବା ପାଇଁ ଲାଗିବ ସବୁ ଦେଖି ନିଅ. "ମମତା କାବା ହୋଇ ଅବିନାଶ କୁ ଚାହିଁଲା. ସେ ଅବିନାଶ ର ମନକୁ ପଢିବାକୁ ଚେଷ୍ଟା କରୁଥିଲା. ଅବିନାଶ ଜୋର ଦେବାରୁ ମମତା ସବୁ କିଛି ଦେଖିଲା ଓ ସେ ସବୁକୁ ଅବିନାଶ କିଣି ତାଙ୍କ ଗାଡ଼ିରେ ରଖିଲେ. ବାଟରୁ ବଡ଼ ମିଠାଈ ଦୋକାନରୁ ମିଠା ଓ ଗୋଟିଏ ବଡ଼ କେକ ନେଇ ଘରକୁ ଗଲେ. ଘରେ ପହଞ୍ଚି ସେ ସବୁ କିଣିଥିବା ଜିନିଷ କୁ ସଫା କରିଥିବା ଘରେ ରଖିଲେ. ସେ ଘରେ ଗୋଟିଏ ବଡ଼ ଟେବୁଲ ଓ ଚୌକି ଥିଲା. ଆଣିଥିବା କେକ କୁ ଟେବୁଲ ଉପରେ ରଖିଲେ. ସେ ଆକାଶ, ଆରତୀ ଓ ମମତାଙ୍କୁ ଡାକିଲେ. ସେମାନେ ଆସିଲା ପରେ ଅବିନାଶ କହିଲେ, "ଆଜିଠାରୁ ଏହି ଘରଟି ମମତା ତୁମର ଛବି ଆଙ୍କିବାର ଘର. ଏବେ ଏହି କେକ କାଟି ଏହାର ଉଦଘାଟନ କର. "ଉଭୟ ଆକାଶ ଓ ଆରତୀ ବହୁତ ଖୁସିରେ ତାଳି ମାରି ମମତାଙ୍କୁ ସେହି କେକ ପାଖକୁ ନେଇଗଲେ. ଖୁସିର ଲୁହ ମମତାର ଆଖିରୁ ବୋହୁଥିଲା. ତାକୁ ପୋଛି ସେ କେକ କାଟିଲା ଓ ପ୍ରଥମେ ଅବିନାଶ କୁ ଖୁଆଇଲା ଓ ପରେ ପିଲାଙ୍କୁ ଦେଲା. ଅବିନାଶ ଗୋଟିଏ କାଗଜରେ ନିଜେ ବଡ଼ ବଡ଼ କରି ଲେଖିଥିବା "ମୁକ୍ତ ବିହଙ୍ଗ "କୁ ଆଣି ଘର ବାହାରେ ମାରିଦେଲେ. ସେ କହିଲେ ଦୁଇଦିନ ପରେ ଫଳକ ଲେଖା ହୋଇ ଆସିଲେ ମାରିଦେବା. ମମତା ଏବେ ଜାଣିଲେ ଯେ ତା ଠାରୁ ଅଧିକ ଖୁସି ଓ ଆନନ୍ଦ ତାର ସ୍ୱାମୀ ଅବିନାଶ, ଆକାଶ ଓ ଆରତୀ. ସେ ଯାଇ ସମସ୍ତଙ୍କୁ ଏକାଠି କୁଣ୍ଢାଇ ଧରିଲା. ଆକାଶ ତା ମାମା ଆଖିରୁ ଲୁହ ପୋଛୁ ପୋଛୁ କହିଲା, "ମାମା ଏବେଠାରୁ ତୁମେ ଆହୁରି ଅଧିକ ଯେତେ ପାରୁଛ ସେତେ ଛବି ଆଙ୍କି ଚାଲ. ଆମେ ବି ତୁମ ଠାରୁ ଶିଖିବୁ. ଆଜି ମୋ ସାଙ୍ଗମାନେ ତୁମ ଖବର ଓ ଛବି ସମ୍ବାଦପତ୍ର ରେ ଦେଖି ମୋତେ ମିଠା ମାଗୁଥିଲେ. ମୁଁ କହିଛି ତାଙ୍କୁ ଦେବି. ମୁଁ ବହୁତ ଖୁସି ମାମା. "ଆରତୀ କହିଲା, "ହଁ ଆମ ଶ୍ରେଣୀ ଶିକ୍ଷକ ଓ ସାଙ୍ଗମାନେ ବି ମୋତେ ଅଭିନନ୍ଦନ ଜଣାଇ ମିଠା ମାଗୁଥିଲେ ତୁମ ସଫଳତା ପାଇଁ ମାମା. ମୋ ଛାତି ବହୁତ ବଡ଼ ହେଇଗଲା ସବୁ ଶୁଣି. ମୁଁ ବହୁତ ବହୁତ ଖୁସି. "ପିଲାଙ୍କର କଥା ଶୁଣି ଅଭିଷେକ କହିଲେ ଠିକ ଅଛି ମୁଁ ଏବେ ଯାଇ ନେଇ ଆସୁଛି. ତୁମେ ଦୁଇଜଣ କାଲି ସାଙ୍ଗରେ ନେଇକରି ଯାଇ ବାଣ୍ଟିବ. "ଏତକ କହି ଅବିନାଶ ବଜାରକୁ ଗଲେ. ମମତା ନିଜ କକ୍ଷ କୁ ଯାଇ ପିଲାଙ୍କ ଭଳି ନାଚିବାକୁ ଲାଗିଲା. ସତେ ଯେମିତି ସବୁ ଆକଟ, କଟକଣା, ଦୁଃଖ ଓ ଭୟରୁ ସେ ମୁକ୍ତ ହେଇ ଯାଇଛି. ସେ ଏବେ ଏସବୁର ପଞ୍ଜୁରୀ ରୁ ବାହାରି ଗୋଟିଏ "ମୁକ୍ତ ବିହଙ୍ଗ "ପରି ନିଜକୁ ମନେ କଲା. ଏବେ ପଇଁଚାଳିଶ ବର୍ଷ ବୟସରେ ସେ ନିଜକୁ ପାଞ୍ଚ ବର୍ଷର ପିଲା ବୋଲି ମନେ କରୁଥିଲା. ଆଋଷି ଆଗରେ ଠିଆ ହୋଇ ଦୁଇ ହାତକୁ ଡେଣା ପରି ମେଲାଇ ଲୁହ ମିଶା ହସ ରେ ନିଜକୁ ଦେଖୁଥିଲା.
