STORYMIRROR

Lokanath Rath

Action Others

3  

Lokanath Rath

Action Others

ମୁକ୍ତ ବିହଙ୍ଗ (ତୃତୀୟ ଭାଗ )

ମୁକ୍ତ ବିହଙ୍ଗ (ତୃତୀୟ ଭାଗ )

6 mins
132


ମମତା ଟା କକ୍ଷରେ ବସି ବହୁତ ଖୁସିରେ ନିଜକୁ ହଜାଇ ଦେଇଥିଲା l ନିଜ ଆଲମାରି ରୁ ସେ ଗୋଟିଏ ଫଟ କାଢିଲା, ଯେଉଁଟି ତା ପିଲାଦିନର l ସେ ନବମ ଶ୍ରେଣୀରେ ପଢିଲା ବେଳେ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମୟରେ ଯେଉଁ ସବୁ ପୁରସ୍କାର ପାଇଥିଲା ଖେଳ ପାଇଁ, ଚିତ୍ରାଙ୍କନ ପାଇଁ, ସେ ସବୁ ସହିତ ସେ ନିଜ ପରିବାର ର ସମସ୍ତଙ୍କ ସହିତ ଉଠାଯାଇଥିବା ଫଟ l ସେଥିରେ ତା ବାପା ବିକାଶ ବାବୁ, ମା ସୁଜାତା ଓ ଭାଇ ମାନସ ତା ସହିତ ଅଛନ୍ତି. ସେ ଫଟଟି ବହୁତ କଷ୍ଟରେ ତା ମା ସୁଜାତା ଜିଦି ଧରିବାରୁ ସମସ୍ତେ ରାଜି ହୋଇଥିଲେ ଉଠାଇବାକୁ l ତାକୁ ଧରି ମମତା କାନ୍ଦିବାକୁ ଲାଗିଲା l ସେ ଭାବୁଥାଏ ଆଜି ପୁରା ସହର ଓ ରାଜ୍ୟରେ ତା ଚିତ୍ରକଳା କୁ ନେଇ ପ୍ରଶଂସା ର ସୁଅ ଛୁଟୁଛି l ଏ ଖବର ତ ନିଶ୍ଚୟ ତା ବାପା, ମା ଓ ଭାଇ ବି ପାଇଥିବେ, କିନ୍ତୁ କେହି ତାକୁ ସେଥିପାଇଁ ଥରେ ଫୋନ କରି କଥା ହେଲେ ନାହିଁ l ସତରେ କଣ ତା ବାପା ତା ଉପରେ ଏବେବି ରାଗିଛନ୍ତି ?ଠିକ ସେତିକି ବେଳେ ଘର କବାଟର ଘଣ୍ଟି ବାଜିଲା l ଆଖିର ଲୁହକୁ ପୋଛି ମମତା କବାଟ ଖୋଲିବାକୁ ଗଲା, କାରଣ ଅବିନାଶ ତା ଆଖିର ଲୁହ କେବେ ଦେଖିବାକୁ ଭଲ ପାଆନ୍ତି ନାହିଁ l ସେ କବାଟ ଖୋଲିଲା l ଅବିନାଶ ପଶି ଆସୁ ଆସୁ ମମତା ହାତକୁ ଚକୋଲେଟ ର ଦୁଇଟା ବଡ଼ ପ୍ୟାକେଟ ଦେଇ କହିଲେ, "ନିଅ ଏହାକୁ ଆକାଶ ଓ ଆରତୀ କୁ ଦେଇ ଦିଅ, ସେମାନେ କାଲି ତାଙ୍କ ବିଦ୍ୟାଳୟରେ ବାଣ୍ଟିବେ l "ମମତା ତାକୁ ନେଇ ଘର ଭିତରକୁ ଯାଇ ଆକାଶ ଓ ଆରତୀ କୁ ଦେଇ ବୁଝାଇ କହୁଥିଲା, ହଟାତ ତା ବାପାଙ୍କ ଡାକିବା କଣ୍ଠରେ ଶୁଣିଲା, "ମମତା, ଆରେ ମା ମମତା l " ମମତା ପ୍ରଥମେ ଭାବିଲା ବୋଧହୁଏ ଏଇଟା ତାର ଭାବନାର ପ୍ରଭାବ କିନ୍ତୁ ପୁଣି ଥରେ ସେହି ଡ଼ାକ ଶୁଣି ସେ ଦୌଡ଼ି ଆସିଲା ବାହାରକୁ l ଦେଖିଲା ତା ବାପା ବିକାଶ ବାବୁ ଓ ମା ସୁଜାତାଙ୍କୁ l ତା ବାପା ପ୍ରାୟ ସତୁରି ବର୍ଷର ଓ ମା ଶତଷଠି ବର୍ଷର ହେଇଗଲେଣି l ସେ ତାଙ୍କୁ ଓଳିକି ହେଉ ହେଉ, ବିକାଶ ତାକୁ ଧରି ପକାଇ ଆଣିଥିବା ଫୁଲତୋଡ଼ା ଦେଉ ଦେଉ କାନ୍ଦି କାନ୍ଦି କହିଲେ, "ମୁଁ ଆଜି ବହୁତ ଖୁସି ତୋ ପାଇଁ. ହେଲେ ତୁ ଆହୁରି ଅଧିକ କିଛି କରି ପାରିଥାନ୍ତୁ, କିନ୍ତୁ ମୋ ପାଇଁ ହେଇ ପାରିଲା ନାହିଁ l ମୋ ଜ୍ୱାଇଁ ମୋର ଆଖି ଖୋଲି ଦେଇଛନ୍ତି l ମତେ କ୍ଷମା କରିଦେ ମା l "ଏତକ ଶୁଣି ମମତା ତା ବାପାଙ୍କୁ ଧରି ବହୁତ କାନ୍ଦିଲା l ତା ମା ସୁଜାତା ତାକୁ କୁଣ୍ଢାଇ ତା ଆଖିରୁ ଲୁହ ପୋଛିଦେଲେ. ତାଙ୍କୁ ନେଇ ମମତା ସୋଫା ଉପରେ ବସାଇ କହିଲା, "ବାପା, ତୁମେ ମୋତେ କ୍ଷମା ମାଗିବା ଟା କଣ ଠିକ ?ସେତବେଳେ ଘରର ଯାହା ସଂସ୍କାର ଥିଲା ତୁମେ ତାକୁ ମାନୁଥିଲ l ତାପରେ ତୁମେ ମୋତେ ଅଵିନାଶଙ୍କ ପରି ଜଣେ ପ୍ରେରଣାଦାୟକ ସ୍ୱାମୀ ଦେଇଛ. ଆଜି ମୁଁ ତୁମକୁ ଓ ମା କୁ ପାଇ ସବୁ ଭୁଲି ଯାଇଛି l ଯାହା ବି ଟିକେ ମନରେ ମୋର ଟିକେ କଷ୍ଟ ଥିଲା, ସେ ବି ଏବେ ତୁମକୁ ଦେଖି ଫୁସ କରି "ମୁକ୍ତ ବିହଙ୍ଗ" ପରି ଉଡ଼ିଗଲା l "ଏତକ ଶୁଣି ବିକାଶ କହିଲେ, "ତୋ ବିଷୟରେ ଟି ଭି ଓ ସମ୍ବାଦପତ୍ର ରୁ ଜାଣି ମୋତେ ଲାଜ ଲାଗୁଥିଲା, ମୁଁ କେମିତି ତୋତେ ମୁହଁ ଦେଖାଇବି ?ତୋ ମା ମୋତେ ବହୁତ କହିଲା ତୋ ପାଖକୁ ଆସିବାକୁ l କିନ୍ତୁ ମୁଁ ନିଜ ଭୁଲ ପାଇଁ ନିଜକୁ କ୍ଷମା ଦେଇ ପାରୁ ନଥିଲି । ପ୍ରାୟଶ୍ଚିତ ପାଇଁ ବାଟ ଖୋଜୁଥିଲି । ସେତିକିବେଳେ ଅବିନାଶ ବାବୁ ମୋତେ ଫୋନ କରି ତୋ ବିଷୟରେ କହିଲେ । ସେ ମୋତେ ତୋର ମା କୁ ନେଇ ଏଠାକୁ ଆସିବାକୁ କହିଲ । କାଳେ ବାଟ ପାଇବୁନି ଆମେ, ନିଜେ ଯାଇ ଆମକୁ ରେଳ ଷ୍ଟେସନ ରୁ ନେଇ ଆସିଲେ । ମୁଁ ବହୁତ ଭାଗ୍ୟବାନ ଅବିନାଶ ପରି ଜ୍ୱାଇଁ ପାଇଛି, ଯିଏ ମୋ ଝିଅର ସବୁ ଇଚ୍ଛା ଓ ସ୍ବପ୍ନ ପୂରଣ କରିବାରେ ଲାଗିଛନ୍ତି । "ଏତକ ଶୁଣି ମମତା ଟିକେ ଲାଜେଇ ଗଲା ଓ ବହୁତ ଖୁସି ହେଉଥିଲା ଅବିନାଶ ପାଇଁ. ସେ ଆଖି ବୁଲାଇ ଦେଖିଲା, ଅବିନାଶ ସେଠାରେ ନ ଥିଲେ । ସୁଜାତା ଟା ମନର ବ୍ୟସ୍ତତା ବୁଝିପାରି କହିଲେ, "ଅବିନାଶ କହିକରି ଗଲେ ତୁମ ଘର ବଗିଚା ପାଖ ଗ୍ୟାରେଜ ଘରେ ଥିବେ । କିଛି ସମୟ ପରେ ଆସିବେ । "ଏତକ ଶୁଣି ମମତାର ମନ ଟିକେ ଶାନ୍ତ ହେଲା । ସେ ଟା ବାପା ମା ଙ୍କୁ କହିଲା "ଚାଲ ତୁମ କୋଠରୀରେ ଯାଇ ମୁହଁ ହାତ ଧୋଇ ନିଅ । ମୁଁ ରୋଷେଇ କରୁଛି ଖାଇନେବ । "ସେଠାରୁ ମମତା ଟା ବାପା ମା ଙ୍କୁ ନେଇ ତାଙ୍କ କୋଠରୀରେ ଛାଡିଦେଲା। ନିଜେ ରୋଷେଇ ଘରକୁ ଯାଇ ରୋଷେଇ କଲା ଓ ଭାବିଲା ଅବିନାଶ ସେ ପୁରୁଣା ଗ୍ୟାରେଜ ଘରେ କଣ କରିବାକୁ ଗଲେ ?ମନେ ମନେ ତାକୁ ଲାଗିଲା ଯେମିତି ସେ ପ୍ରକୃତରେ ଅବିନାଶ କୁ ଏପର୍ଯ୍ୟନ୍ତ ଭଲଭାବରେ ଚିନ୍ହି ପରି ନ ଥିଲା । ପ୍ରାୟ ଏକ ଘଣ୍ଟା ପରେ ଅବିନାଶ ଆସିଲେ । ସେତବେଳକୁ ମମତାର ରୋଷେଇ ସାରି ଯାଇଥିଲା । ଅବିନାଶ ହାତ ଗୋଡ଼ ଧୋଇ ଆସି ବିକାଶ ଓ ସୁଜାତାଙ୍କ ପାଖରେ ବସିଲେ।ମମତା ସେଠାକୁ ଆସି ବଡ଼ ଆଶ୍ଚର୍ୟ୍ଯ ହେଇ ଅଵିନାଶକୁ ପଚାରିଲା, "ରାତିରେ ସେ ଗ୍ୟାରେଜ କୁ କାହିଁକି ଯାଇଥିଲ ?ଦିନବେଳେ ଯାଇଥିଲେ ହେଇ ନଥାନ୍ତା ?"ଏତକ ଶୁଣି ଅବିନାଶ ମମତାକୁ ସେଠାରେ ଟିକେ ବସିବାକୁ କହିଲେ। ତାପରେ ସେ ଉତ୍ତର ଦେବାକୁ ଲାଗିଲେ, "ସେଇ ଗ୍ୟାରେଜ ପୁରା ସଫା ହେଇଗଲା। ସେଠାରେ ଫ୍ୟାନ ଓ ବଲବ ବି ଲାଗି ଗଲା। କାଲି ଟା ଭିତରେ ଧଳା ପଟା ଓ କିଛି ଚୌକି ଟେବୁଲ ପଡିବ । ସେଇଟା ତୁମର ଚିତ୍ରକଳା ବିଦ୍ୟାଳୟ ହେବ ପନ୍ଦର ବର୍ଷ ବୟସର ପିଲାମାନଙ୍କ ପାଇଁ। ତୁମେ ପିଲାମାନଙ୍କୁ ସନ୍ଧ୍ୟା ସମୟରେ ଦୁଇ ଘଣ୍ଟା ଶିଖାଇବ। ବାପା ଆସିଛନ୍ତି ତାର ଉଦଘାଟନ ପଅରଦିନ କରିବେ। ଖାଲି ତାର ନାଁ କଣ ଦିଆଯିବ କହିଲେ, ମୁଁ ବୋର୍ଡ଼ ଲେଖିବାକୁ କହିବି ଓ ସମ୍ବାଦପତ୍ର ରେ ବିଜ୍ଞାପନ ଦେବି । "ଏତକ ଶୁଣି ମମତା ପୁରା ବୋକା ପରି ଅଵିନାଶକୁ ଚାହିଁ ରହିଲା । ସେ ଭାବୁଥିଲା, ଏତେ କଥା ହେଇସାରିଲାଣି ଅଥଚ ସେ ତାର କିଛି ଟେର ପାଇ ପାରିଲା ନାହିଁ । ତାକୁ ଦେଖି ଅବିନାଶ ତା ମନ କଥା ଜାଣିପାରି କହିଲେ, "ଆରେ ବେଶି କିଛି ଭାବି ମୁଣ୍ଡ ଖରାପ କର ନାହିଁ । ଏଇଟା ତୁମପାଇଁ ଆମେ ଲୁଚାଇ ରଖିଥିଲୁ । ବାପା ମୋତେ କହିଲେ ତୁମର ପିଲାଙ୍କୁ ପଢ଼ାଇବାକୁ ଆଉ ଚିତ୍ରକଳା ଶିଖାଇବାକୁ ବହୁତ ଇଚ୍ଛା ଥିଲା । ଏବେ ଆଉ ତ କେଉଁ କଲେଜରେ ପଢାଇବାର ବୟସ ନାହିଁ। ତେଣୁ ଚିତ୍ରକଳା ଶିଖାଇବା କାମ କରି ପାରିବ । ସେଇଆ ଭାବି ଏତେ ସବୁ କରୁଛି । ତୁମେ ମୋତେ ଆଗରୁ କହିଥିଲେ ବହୁତ କିଛି ହେଇ ପାରିଥାନ୍ତା । ଆଉ ମୁଁ ସବୁବେଳେ ଏଥିରେ ତୁମକୁ ସାହାଯ୍ୟ କରିବି। ଏବେ କୁହ ତାର ନାଁ କଣ ଦେବା ?"ବହୁତ ଭାବି ମମତା କହିଲା, "ଜାହ୍ନବୀ ଚିତ୍ରକଳା ବିଦ୍ୟାଳୟ."ଏତକ ଶୁଣି ବିକାଶ ଟିକେ କାବା ହେଇଗଲେ। ତାଙ୍କୁ ଦେଖି ମମତା କହିଲା, "ହଁ ବାପା, ମୋତେ ଆଶ୍ଚର୍ୟ୍ଯ ହୁଅ ନାହିଁ। ଏଇଟା ମୋ ଜେଜେ ମା ନାଁ ରେ ହେବ । ସେ ସବୁବେଳେ ଘର ଉପରେ ରହି ମୋତେ ଦେଖୁଥିବ ଓ ଆଶୀର୍ବାଦ ଦେଉଥିବ । ସେ ସ୍ଵର୍ଗରେ ଥାଇ ନିଶ୍ଚୟ ଖୁସି ହେବ । ସେତେବେଳର ତା ସଂସ୍କାର କୁ ମାନି ମୁଁ ବଡ଼ ହେଇଛି । ମୋର ପିଲାଦିନର ସ୍ବପ୍ନ ଓ ଇଚ୍ଛା କୁ ମୁଁ ବାନ୍ଧିକରି ମନର ଗୋଟିଏ କଣରେ ପକାଇ ଦେଇଥିଲି ପରିବାର ର ସଂସ୍କାର ଓ ସମ୍ମାନ ପାଇଁ । ଏବେ ମୋର ସମ୍ମାନ, ମୋର ସଂସ୍କାର ଓ ମୋର ଭଗବାନ ମୋ ସ୍ୱାମୀ ଯେତେବେଳେ ଚାହୁଁଛନ୍ତି ମୁଁ ସେସବୁ କରିବି । ଏଥିରେ କାହାର ସଂସ୍କାର ଓ ସମ୍ମାନ ରେ କିଛି ତ୍ରୁଟି ହେବ ନାହିଁ । ହଁ, ଏବେ ଏହି ବୟସରେ କରୁଛି, କିନ୍ତୁ ତଥାପି ଡେରି ହେଇ ନାହିଁ. ଜେଜେମା ଉପରେ ଥାଇ ଦେଖିବ ଯେ ମୁଁ "ମୁକ୍ତ ବିହଙ୍ଗ "ପରି ଉଡିବାର ସୁଯୋଗ ପାଇ ମଧ୍ୟ ପରିବାର ର ସଂସ୍କାର ଓ ସମ୍ମାନ ରେ ବାନ୍ଧି ହୋଉ ରହିଛି । "ମମତା ଠାରୁ ଏତକ ଶୁଣି ବିକାଶ ବହୁତ ଭାବ ବିହ୍ଵଳ ହୋଇ କହିଲେ, "ତୋ ପରି ଝିଅ ଓ ଅବିନାଶ ପରି ଜ୍ୱାଇଁ ପାଇ ମୁଁ ଧନ୍ୟ ହେଇ ଯାଇଛି । ତୋ ଭାଇ ମାନସକୁ କହିଥିଲି ଆସିବାକୁ, ସେ ତା କାମରେ ବହୁତ ବ୍ୟସ୍ତ ଅଛି, ପରେ ଆସିପାରେ । ସବୁ ସୁବିଧା ସୁଯୋଗ ପାଇ ବି ସେ ନିଜକୁ ଏଯାଏ ଠିକକରି ସଜାଡି ପାରିନାହିଁ। ବୋଧହୁଏ ତାକୁ ବହୁତ ଲାଜ ଲାଗୁଛି। ସେ ଯାହା ହେଉ ମୁଁ ଭାବିଥିଲି ତୋ ଭାଇ ମୋ ମା ନାଁ ରେ ଗୋଟିଏ ବିଦ୍ୟାଳୟ ଖୋଲିବ, ସେ କରି ପାରିଲା ନାହିଁ, କିନ୍ତୁ ତୁ କରି ପାରିଲୁ। ତୋତେ ଓ ଅବିନାଶ ଦୁଇଜଣଙ୍କୁ ବହୁତ ଧନ୍ୟବାଦ. ମୁଁ ତୁମ ଦୁଇଜଣଙ୍କ ପାଖରେ ୠଣୀ। "ଏତକ ଶୁଣି ମମତା କହିଲା, "ଏବେ ଚାଲ ସମସ୍ତେ ଖାଇବା । ବହୁତ ଡେରି ହେଲାଣି, ଭାଇ ବିଷୟରେ କାଲି କଥା ହେବା. "ସମସ୍ତେ ଉଠିଲେ ଖାଇବାକୁ ଯିବା ପାଇଁ । ଅବିନାଶ ଫୋନରେ ବିଜ୍ଞାପନ ସଂସ୍ଥା ସହିତ ବୋର୍ଡ ଓ ବିଜ୍ଞାପନ ବିଷୟରେ କଥା ହେଇ ଆସି ଖାଇବା ପାଖରେ ବସିଲେ ।


ମମତା କୁ ଏସବୁ ସତେ ଯେମିତି ଲାଗୁଥିଲା ଯାଦୁ ଭଳି । ସେ ଜାଣି ନ ଥିଲା ଯେ ଏମିତି ବି ତାପାଇଁ ଦିନ ଆସିବ ଆଉ ସେ ତାର ମନରୁ ସବୁ କଷ୍ଟ ଓ ଦବିଯାଇଥିବା ଯନ୍ତ୍ରଣା କୁ ମୁକ୍ତ କରି ନିଜେ "ମୁକ୍ତ ବିହଙ୍ଗ "ହେଇଯିବ ବୋଲି । 



Rate this content
Log in

Similar oriya story from Action