STORYMIRROR

Bidyadhar Mantry

Drama Romance Classics

4  

Bidyadhar Mantry

Drama Romance Classics

" ମୋତେ ଭୁଲି ଯିବନି ତ..? "

" ମୋତେ ଭୁଲି ଯିବନି ତ..? "

3 mins
262


ସେଇ ଲାଜୁଆ ହସର ସ୍ରୋତରେ ଭାସି ଯିବା ଆଗରୁ ମାଧବ ନିଜକୁ ସମ୍ଭାଳି ନେଇ ଥିଲା।ହସ ରେ ହସ ମିଶି ଗଲେ କାହିଁକି ଏ ଘର ଲୋକେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି,ସେ ବିଷୟରେ ବି ମାଧବ ଅବଗତ ଥିଲା। ଗାଁ ଭିତରେ ରହି ପୁଣି ଘର ପଛ ପଟେ ରହୁଥିବା ସୁନ୍ଦରୀ ନନ୍ଦିନୀ ସହିତ ଦେଖା ହେବା ସ୍ବାଭାବିକ କଥା।ଆଉ ନନ୍ଦିନୀ ର ହସ ହସ ମୁଁହ ମାଧବ ମନକୁ ଆନ୍ଦୋଳିତ କରୁଛି।ଘର ଲୋକ କିନ୍ତୁ ନାକ ଟେକୁଛନ୍ତି ।


ନନ୍ଦିନୀ ବି ଚାହୁଁଛି ହସ ରୋକିବାକୁ,କିନ୍ତୁ ମାଧବ କୁ ଦେଖୁ ଦେଖୁ କାହିଁକି ହସ ଆପେ ଆପେ ଓଠରେ ଫୁଟି ଉଠୁଛି,ସେ ବିଷୟରେ ଆଉ କାହାକୁ ପଚାରି ବୁଝିବା ଆବଶ୍ୟକ ହେଉ ନାହିଁ।ହସିବା ବୟସ।ଘରର ଆର୍ଥିକ ଅବସ୍ଥା ଭଲ ନ ଥିବା ଯୋଗୁଁ କଲେଜ୍ ନ ଯାଇ ଘରେ ରହିବାକୁ ପରିସ୍ଥିତି ବାଧ୍ୟ କରିଛି।କୁଆଡେ ନ ଗଲେ ନାହିଁ,କିନ୍ତୁ ମାଧବକୁ ଦେଖିଲେ ହସ 

ଆସୁଛି,ପୁଣି ତୁହାକୁ ତୁହା।


ମାଧବ ଘର ଠାରୁ ବାହାରେ ରହି ଶିକ୍ଷକତା କରୁଛି।ପ୍ରତି ଶନିବାର ସଂଧ୍ୟା ବେଳେ ଆସି ପୁଣି ସୋମ ବାର ସକାଳୁ ଫେରିବା ,ଏକ ନିୟମରେ ପରିଣତ ହୋଇଛି କହିଲେ ଭୁଲ ହେବ ନାହିଁ।ମାଧବ ପ୍ରାୟତଃ ହସେ ନାହିଁ,କିନ୍ତୁ ହସ ଦେଖି ଖୁସି ଅନୁଭବ କରେ ବୋଲି ନନ୍ଦିନୀ ଭଲ ଭାବେ ଜାଣେ।ମାଧବ ର ପସନ୍ଦ,ନାପସନ୍ଦ ବିଷୟ ବି ନନ୍ଦିନୀ ଭଲ ଭାବେ ଜାଣେ।


ନିରୋଳା ରେ ବସି ଏକୁଟିଆ କଥା ବାର୍ତ୍ତା ହେବାର ସୁଯୋଗ ମିଳୁ ନାହିଁ।ଦୁହେଁ ଦୁହିଁଙ୍କୁ ପସନ୍ଦ ହେଲେ ବି ମନ କଥା ଖୋଲି କହିବାକୁ ସୁଯୋଗ ନାହିଁ।

ଦୀର୍ଘ ଦିନର ପ୍ରତୀକ୍ଷାର ଅବସାନ ଘଟି କ୍ରମେ ଦୁଇ ହୃଦୟର ମିଳନ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଆଉ ସେ ସୁଯୋଗ ଟି ହେଲା,ନନ୍ଦିନୀ ଓ ମାଧବ ଉଭୟେ ଏକ ବିବାହ ଉତ୍ସବ ରେ ଯୋଗ ଦେବାକୁ ଯାଇଛନ୍ତି।ମାଧବର ଝିଅ ସାଙ୍ଗ ଚାନ୍ଦିନୀ ର ବାହାଘର।ଚାନ୍ଦିନୀ ର ସାନ ଭଉଣୀ ର ସାଙ୍ଗ ହେଉଛି ନନ୍ଦିନୀ।ତେଣୁ ମାଧବ ଓ ନନ୍ଦିନୀ ଅଚାନକ ପରସ୍ପରକୁ ନିକଟରେ ଦେଖି ଆଶ୍ଚର୍ଯ୍ୟ ହେବା କଥା ସ୍ବାଭାବିକ।ବାହାଘର ଗହଳି।ସଭିଏଁ କିଛି ନା କିଛି କାର୍ଯ୍ୟରେ ବ୍ୟସ୍ତ।ମାଧବ ବିଚରା ନନ୍ଦିନୀ କୁ କିଛି କହିବା ପାଇଁ ସୁଯୋଗ ଅପେକ୍ଷାରେ। ବାହାଘର ଗହଳି ଭିତରେ ନନ୍ଦିନୀ ଆହୁରି ସୁନ୍ଦର ଦେଖା ଯାଉଛି।ମାଧବ ନିଜ ତରଫରୁ ନନ୍ଦିନୀକୁ ଡାକିଲା।ନନ୍ଦିନୀ ବି ଉତ୍ସୁକତା ସହିତ ମାଧବ ପାଖରେ ହାଜର।


କଥା ଆଗକୁ ବଢିଲା।ମାଧବ ନିଜ ମନ କଥା ଖୋଲି କହି ସାରିଥିଲା।ନନ୍ଦିନୀ କୁ ଜୀବନ ସାଥୀ କରିବାର କଥା।ନନ୍ଦିନୀ ଆଉ ଅଧିକ କଣ କହିବ,କେବଳ ଲାଜୁଆ ହସର ଧାରାରେ ମୁଣ୍ଡ ପୋତି ପାଦ ନଖରେ ଗାର ଟାଣୁଛି।ନନ୍ଦିନୀର ଇଶାରା ମାଧବକୁ ବୁଝିବାକୁ ଆଉ ବାକି ନାହିଁ।କିନ୍ତୁ ନନ୍ଦିନୀ ମୁହଁରୁ ଶୁଣିବାକୁ ନନ୍ଦିନୀ କୁ ବାଧ୍ୟ କରିବା ଦେଖି,ନନ୍ଦିନୀ ତା ମନ କଥା

କହି ରଖିଲା।

" ଆଜି ସୁଯୋଗ ଦେଖି ତୁମେ ଦେଇଥିବା ପ୍ରସ୍ତାବକୁ ମୁଁ ହୃଦୟ ସହିତ ଗ୍ରହଣ କରୁଛି।କିନ୍ତୁ ତୁମ ଉପରେ ସବୁ କିଛି ନିର୍ଭର।ସହଜେ ମୁଁ ଗରିବ ଘରର ଝିଅ।ବାପାମା କିଛି ଦେବା ଅବସ୍ଥାରେ ନାହାନ୍ତି ବୋଲି ଜାଣିଛ,ପୁଣି ତୁମ ବାରି ପଛ ପଟେ ଆମ ଘର।ତୁମ ପରିବାର ଲୋକେ ମୋତେ ଗ୍ରହଣ କରିବେ କି ନାହିଁ ମୁଁ ଜାଣିନି।ତଥାପି ତୁମ କଥାରେ ରାଜି ଅଛି। ଯେଉଁ କଥା ମୋତେ କହିଲ,ତାହା କେତେ ଦୂର ଯଥାର୍ଥ ସମୟ ହିଁ କହିବ,

ପର ମୁହୂର୍ତ୍ତରେ ତୁମ ନିଷ୍ପତ୍ତି ବଦଳେଇ ଦେବନି ତ?? ହଁ,ମୋତେ ଯଦି ଜୀବନ ସାଥି ରୂପେ ଗ୍ରହଣ କରିବା ପାଇଁ ବ୍ୟର୍ଥ ହେବ,ମୋର କିଛି ଦୁଃଖ ନାହିଁ।କିନ୍ତୁ ଭଲ ବନ୍ଧୁ ଭାବେ ଆମେ ସମ୍ପର୍କ ରଖି ପାରିବ।ତେଣୁ ତୁମକୁ ଖୋଲା ପ୍ରଶ୍ନ...ମୋତେ ଭୁଲି ଯିବନି ତ?? ସମ୍ପର୍କ ସବୁ ଦିନ ପାଇଁ ତ?ଏ ଆତ୍ମା କୁ ଅଯଥା କଷ୍ଟ ଦେଇ ଭୁଲି ଯିବନି ତ?? "..... ଏକା ନିଃଶ୍ୱାସ ରେ ସବୁ କଥା କହି ସାରି ମୁଣ୍ଡ ଟେକି ମାଧବକୁ ଚାହିଁ ରହିଛି ନନ୍ଦିନୀ।

ମାଧବ କିନ୍ତୁ ନନ୍ଦିନୀ କୁ ଚାନ୍ଦିନୀ ପାଖକୁ ଟାଣି ନେଇ କହିଲା ,'' ଏଇ ଚାନ୍ଦିନୀ ହିଁ ଆମର ସାକ୍ଷୀ। ଚାନ୍ଦିନୀ ର ଏହି ଶୁଭ ବିବାହ ଉତ୍ସବରେ ଆମର ଆଗାମୀ ଜୀବନ ଏହି ଠାରୁ ଅୟମାରମ୍ଭ।"


    ଚାନ୍ଦିନୀ ଉଭୟଙ୍କ ମିଠା କଥା ଶୁଣି ନିଜ ସାଙ୍ଗ ମାଧବ ସହିତ ନନ୍ଦିନୀ କୁ ବି ମିଠା ଖୁଆଉ ଥିବା ବେଳେ,ଚାନ୍ଦିନୀ ର ସାନ ଭଉଣୀ,ଅର୍ଥାତ୍ ନନ୍ଦିନୀ ର ସାଙ୍ଗ ପହଞ୍ଚି ଅଭିନନ୍ଦନ ଜଣାଇବା ସହିତ କିଛି ଫୋଟ ମଧ୍ୟ ଉଠାଇଲେ।

କ୍ରମେ ବାହାଘର ସମ୍ପନ୍ନ ପରେ ଉଭୟ ମାଧବ ଓ ନନ୍ଦିନୀ ନିଜ ନିଜ ଘର ମୁହାଁ ବେଳେ ପଛରୁ କେହି କହିବାର ଶୁଣା ଯାଉଥିଲା..." ମୋତେ ଭୁଲି ଯିବନି ତ??

ଦୁହେଁ ମୁଁହ ବୁଲାଇ ଦେଖୁ ଥିଲେ... କେହି ଜଣେ ପୁରୁଣା ପ୍ରେମିକା, ତାର ପ୍ରିୟ ପ୍ରେମିକ ପ୍ରତି ଆତୁର ଭରା କଣ୍ଠରେ କହୁ ଥିଲା ସେଇ କଥା..... '' ମୋତେ ଭୁଲି ଯିବନି ତ?''



Rate this content
Log in

Similar oriya story from Drama