STORYMIRROR

Bidyadhar Mantry

Classics Inspirational Children

3  

Bidyadhar Mantry

Classics Inspirational Children

ବାଘର ପ୍ରବଚନ

ବାଘର ପ୍ରବଚନ

2 mins
29


ଗାଁ ସାରା ଗୋଟିଏ କଥା। ନିକଟସ୍ଥ ଜଙ୍ଗଲରୁ ବାଘ ଆସି ଗୃହ ପାଳିତ ଜୀବ ଜନ୍ତୁ ଖାଇ ଦେଉଛି। ତା ସହିତ ନୂଆ କଥା ବି ଯୋଡ଼ି ହୋଇଛି ," ବାଘ ଏବେ ମଣିଷକୁ ନ ଖାଇଲେ ବି ଖଣ୍ଡିଆ ଖାବରା କରୁଛି"

କଥା ବନ ବିଭାଗକୁ ଜଣାଇ ଦିଆ ଗଲା ।

ବନ ବିଭାଗ ତରଫରୁ ବାଘକୁ ଧରିବା ପାଇଁ ବ୍ୟବସ୍ଥା କରା ଗଲା,କିନ୍ତୁ କିଛି ଲାଭ ହେଲା ନାହିଁ।

ମଣିଷ ଙ୍କୁ ଖାଇବାର ସୂଚନା ନ ଥିଲେ ବି ବାଘ ଆକ୍ରମଣରେ ଶିକାର ହେଉଥିବା କଥା ଦିନକୁ ଦିନ ବଢୁଥିବା ଦେଖି, ବାଘ ପ୍ରତି ନଜର ରଖିବାକୁ ଗାଁ ତରଫରୁ ଶିକାରୀ ନିୟୋଜିତ ହେଲା।

ଶିକାରୀ ବିଚରା ଗାଁ ମୁଣ୍ଡରେ ମଞ୍ଚା ବାନ୍ଧି ବାଘର ଗତି ବିଧି ଲକ୍ଷ୍ୟ କରିବାକୁ ଜଗି ରହିଲା। ବାଘ ଗାଁ ଭିତରକୁ ଆସୁଥିବା କଥା ବି ଜାଣି ପାରିଲା।ରାତିରେ ଗାଁ ଭିତରେ ପଶି ସକାଳୁ ସକାଳୁ ଜଙ୍ଗଲ ମୁହାଁ ହେଉ ଥିବା ଲକ୍ଷ୍ୟ କରି,ବାଘ ପଛେ ପଛେ କିଛି ଦୂର ଜଙ୍ଗଲ ଭିତରକୁ ବି ଚାଲି ଗଲାଣି ସେ କଥା ଆଉ ମନେ ନାହିଁ, ବାଘ କୁ ସେମାନଙ୍କ ମେଳ ଭିତରେ ପଶିଯିବା ର ଲକ୍ଷ୍ୟ କଲା।ଏତେ ଗୁଡିଏ ବାଘ ଦେଖି ବିଚରା ଶିକାରୀ ର ମତି ଭ୍ରମ ହେବାକୁ ଲାଗିଲା।କାହାକୁ ଗୁଳି କରିବ ଭାବୁ ଭାବୁ ଏକ ବାଘର ଅତର୍କିତ ଆକ୍ରମଣ ରୁ ରକ୍ଷା ପାଇବା ପାଇଁ ଗୁଳି ଫୁଟାଇ ଦେଲା।ଗୁଳି ବାଘର ଗୋଡ଼ରେ ବାଜି ଆହତ ଅବସ୍ଥାରେ ପଡ଼ି ରହିଲା। ଅନ୍ୟ ବାଘ ମାନେ ଜଙ୍ଗଲ ଭିତରକୁ ଡ଼ିଆଁ ମାରିଲେ।

ଆହତ ଅବସ୍ଥାରେ ପଡ଼ି ରହିଥିବା ବାଘ ପାଖକୁ ଶିକାରୀ ପହଞ୍ଚି,ବାଘକୁ ପଚାରିଲା," କାହିଁକି ଗାଁ ଭିତରେ ପଶି ଲୋକଙ୍କୁ ଆକ୍ରମଣ କରୁଛୁ"

ଶିକାରୀର କଥା ଶୁଣି ବାଘ ଗର୍ଜ୍ଜନ କରି କହିଲା,

"ଯେଉଁ ବାଘ ଆକ୍ରମଣ କରିବାକୁ ଗାଁ ଭିତରକୁ ଯାଉଛି,ସେ ବାଘ ମୁଁ ନୁହେଁ,ମୋତେ କାହିଁକି ଗୁଳି ମାରି ଆହତ କଲୁ କହ"।

ଶିକାରୀର ଦେହରୁ ଝାଳ ବାହାରିବାକୁ ଲାଗିଲା,ବାଘକୁ କହିଲା," ସବୁ ବାଘ ଦେଖିବାକୁ ଏକା ପରି, ମୁଁ ଶିକାରୀ ହୋଇ କେମିତି ଜାଣି ଥାନ୍ତି ଯେ,ତୁ ସେଇ ଅସଲ ବାଘ ନୁହେଁ"।ବାଘ ପୁଣି ରାଗିବା ସହିତ ପ୍ରବଚନ ଦେବାକୁ ଆରମ୍ଭ କଲା....

" ଶୁଣ,ତୁମ ମଣିଷ ଗୁଡାକ ବି ଦେଖିବାକୁ ସମାନ,

କେଉଁ ମଣିଷ ଆସି ଜଙ୍ଗଲ ଭିତରେ ପଶି ଗଛ କାଟି ନେଇ ଯାଉଛି, ଆମେ ଜାଣିବା ପାଇଁ ଆମ ଭିତରୁ ଚାଲାକ ବାଘକୁ ବଛା ଯାଇଛି ।ସେ ସବୁଦିନ ଯାଇ ଚିହ୍ନି ନ ପାରି ଫେରି ଆସୁଛି । ସେଇ ବାଘ କେବଳ କୁକୁଡ଼ା ଖାଇବା କଥା ଆମକୁ କହିଛି ।ମଣିଷ ଗୋଡାଇବା ଦେଖି କେତେ ଜଣଙ୍କୁ ଖଣ୍ଡିଆ ଖାବରା ବି କରୁଛି।ମଣିଷ ମାରିନି କି ମଣିଷ ଖିଆ ବାଘ ସେ ନୁହଁ।ଆମ ନାଁ ନେଇ ଅଯଥା ମିଥ୍ୟା ପ୍ରଚାର ହେଉଛି ।ଆମେ ରହୁଥିବା ଜଙ୍ଗଲ କାଟି ସଫା କଲେ,ଆମେ ରହିବୁ କେଉଁଠି।

ମଣିଷ ମାନଙ୍କୁ ଡରାଇବା ପାଇଁ ଆମର ଏ ଯୋଜନା ''।

ଶିକାରୀ ଆଉ ଅଧିକ କଣ କହିବ, ବିଚରା ବାଘ ସତ କଥା କହୁଛି,ତଥାପି ସାହସ ସହିତ କହିବାକୁ ଲାଗିଲା," ଠିକ୍ ଅଛି,ଯାହା ହେଲା ଭୁଲି ଯାଅ,ଲୋକ ମାନଙ୍କୁ ମୁଁ ବୁଝାଇ କହି ଦେବି ଯେ...ଜଙ୍ଗଲ ଭିତରକୁ ଯାଇ ଗଛ ଯିଏ ନଷ୍ଟ କରିବ, ବାଘ ତାକୁ ଛାଡ଼ିବ ନାହିଁ ।"

ଶିକାରୀ ଆହୁରି କଣ କହୁ ଥିଲା,ହେଲେ ଆହତ ହୋଇଥିବା ବାଘ ଶିକାରୀର ଅନ୍ୟ ମନସ୍କତା ର ସୁଯୋଗ ଦେଖି,ଜଙ୍ଗଲ ଭିତରକୁ ଘୁସୁଡ଼ି ଘୁସୁଡି ଚାଲିଗଲାଣି,ଶିକାରୀ ଆଉ ବାଘକୁ ନ ଦେଖି ଗାଁ କୁ ଫେରି ଆସିଲା ।

ଗାଁ ମୁଣ୍ଡରେ ଗୋଟିଏ ସୂଚନା ଫଳକ ରେ ଏବେ ଲେଖା ହୋଇଛି, "ଜଙ୍ଗଲ ରୁ ଗଛ କଟା ବନ୍ଦ ନ ହେଲେ ,ବାଘ ଗାଁ କୁ ଆସିବ ହିଁ ଆସିବ"।

ବାଘର ପ୍ରବଚନ ଠିକ୍ କାମରେ ଲାଗିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics