STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ବିଲ ଭିତରେ ବଳିଦାନ କଥା

ବିଲ ଭିତରେ ବଳିଦାନ କଥା

2 mins
4


ମାଧବ ସକାଳୁ ଉଠି ବିଲରେ କାମ କରୁଛି।ଯୁବକ ବୟସ ,ତଥାପି ଚାଷ କାମ ପାଇଁ ମନରେ ଉତ୍ସାହ ରହିଛି। ଧାନ ଗଛ ଭିତରେ ବାଳୁଙ୍ଗା ସହିତ ଅନାବନା ଘାସ ବି ଉପାଡ଼ି ସଫା କରିବା କାମରେ ଲାଗି ପଡ଼ିଛି।କ୍ରମେ ଖରା ଟାଣ ହେବାକୁ ଲାଗିଲାଣି।ଭୋକ ବି ପେଟ ଭିତରେ ଥାଇ ଖାଦ୍ୟ ଖୋଜିବା ଆରମ୍ଭ କଲାଣି। ଖାଇବାକୁ ଧରି ମା ବିଲ ପାଖକୁ ଆସିବ ବୋଲି ତ କହୁଥିଲା,ହେଲେ ଏ ପର୍ଯ୍ୟନ୍ତ ଦେଖାନାହିଁ।

ମାଧବ କ୍ରମେ ଗୋଡ ହାତ ଧୁଆ ଧୋଇ ହୋଇ ବିଲ ମୁଣ୍ଡରେ ବସିଛି।ଥଣ୍ଡା ପବନ ସାଙ୍ଗକୁ ନିରୋଳା ପରିବେଶ ଦେଖି ନିଦ ମାଉସୀ ମାଧବକୁ ଟିକିଏ ମାତ୍ର ଛୁଇଁଛି ନା ନାହିଁ, ମାଧବ ର ଢୁଳେଇବା ଆରମ୍ଭ ହୋଇଛି ।ଦୂରରୁ ଥାଇ ମାଧବକୁ ନ ଦେଖି ,ମା ଡାକ ଛାଡ଼ିଲେଣି।

ମାଧବ ଆଡୁ କିଛି ଉତ୍ତର ମିଳୁନି ।ମା ମନ ବ୍ୟସ୍ତ ହେଲାଣି ।କ୍ରମେ ପାଦର ଗତି ଦ୍ରୁତ ହେଲା ଓ ମାଧବ ଢୁଳେଇବା ଦେଖି ମା ପାଟି କରି ଡାକିଲେ।

  ହଁ, ହଁ କହି ମାଧବ ଆଖି ଖୋଲି ମାଆ କୁ ଦେଖି ଟିକିଏ ଦୁଷ୍ଟାମୀ ଆରମ୍ଭ କଲା।କିନ୍ତୁ ସେ ଦୁଷ୍ଟାମୀ ଭିତରେ ସତ୍ୟତା ଅଛି। ଏତେ ଡେରି କଲୁ କହି, ଆଖି ପିଛୁଳାକେ ସବୁ ଢ଼ୋକି ଦେଇ,ମା କୁ କହିଲା," ମାଟିରେ ମାଟି ହୋଇ ଆମେ ଖଟୁଛୁ,ଯାହା ଅମଳ ହେଉଛି,ନିଜ ପାଇଁ ଆବଶ୍ୟକୀୟ ପରିମାଣର ଶସ୍ୟ ରଖି,ବାକି ସବୁ ବିକ୍ରୟ ହେଉଛି।ଆମର ଯେଉଁ ଅବସ୍ଥା ଥିଲା,ଆଜି ବି ସେଇୟା।ଆଉ ମୋ ସାଙ୍ଗ କୁଆଡେ ଯୁଦ୍ଧ କରିବାକୁ ଯାଇ ସହିଦ ହୋଇଗଲା ପରେ, ତା ପରିବାର ଭଲରେ ଚଳୁଛି ,କିନ୍ତୁ ଦୁଃଖକୁ ଲୁଚେଇ। ଏ ମାଆ, ତୁ ତ ପୁରାଣ କଥା ବହୁତ ଜାଣିଛୁ, ପୁରାଣ କାଳରେ କଣ ଏମିତି ହେଉଥିଲା କି!"

  ମାଧବ ମୁହଁରେ ଏପରି କଥା ଶୁଣି ମା ଆଶ୍ଚର୍ଯ୍ୟ ହେବା ସହିତ ହଁ ହେଉଥିଲା କହିଲେ।ସମ୍ପୂର୍ଣ୍ଣ ଘଟଣାକୁ ମନ ଦେଇ ଶୁଣିବାକୁ ମାଧବକୁ କହି ରଖିଲେ।

"ସୀତା ହରଣ ସହିତ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ସମ୍ପର୍କ କିଛି ନୁହେଁ କହିଲେ ଭୁଲ୍ ହେବ।ରାମ ଥିଲେ ଜଣେ ଭାରତୀୟ।ନିଜର ଅର୍ଦ୍ଧାଙ୍ଗିନୀଙ୍କ ସନ୍ଧାନ ପାଇବା ପାଇଁ ବ୍ୟାକୁଳ ଥିଲେ।ଦୁଇଟି ଆତ୍ମା ଏକ ଥିଲା।ଗୋଟିଏ ଆତ୍ମା ର ଅଭାବ ରାମଙ୍କୁ ମ୍ରିୟମାଣ କରିବାକୁ ବାଧ୍ୟ କରିଥିଲା ।ଆମ ଭାରତୀୟ ସଂସ୍କୃତି। ପତି ପତ୍ନୀ ଏକ ପ୍ରାଣ।ନିଜ ପ୍ରାଣ ପ୍ରିୟା ପତ୍ନୀ ସନ୍ଧାନରେ ଇତସ୍ତତଃ ଘୁରି ବୁଲୁଥିବା ବେଳେ,ଜଟାୟୁ ମୁଖରେ ଶ୍ରୀରାମ ଶୁଣି ଅଟକି ଗଲେ।କଥା କଣ ଜାଣିବାକୁ ଜଟାୟୁ ପାଖକୁ ଗଲେ।ରାବଣ ବିଷୟରେ ଅବଗତ ହେଲେ,ଯିଏ ସୀତାଙ୍କୁ ହରଣ କରି ନେଇଛି।

ରାମ ଜଟାୟୁ କୁ ପଚାରିଥିଲେ,ରାବଣ ପରି ପରାକ୍ରମୀ ସହିତ ତୁମେ କାହିଁକି ଯୁଦ୍ଧ କରି କ୍ଷତ ବିକ୍ଷତ ହେଲ।

ଜଟାୟୁ ର ଉତ୍ତର ଥିଲା,'' ହେ ରାମ,ଶାସନ କିଏ ବା କରୁଛି କରୁ,ବଳିଦାନ ମାତ୍ର କେତେ ଜଣଙ୍କ ଭାଗ୍ୟରେ ଲେଖା ହୋଇ ଥାଏ।ଅରାଜକତା ବିରୁଦ୍ଧରେ ମୁଁ ସ୍ୱର ଉତ୍ତୋଳନ ପୂର୍ବକ,ମୋର କ୍ଷୀଣ ଶରୀର ସତ୍ତ୍ୱେ ଶତ୍ରୁ ସହିତ ଲଢେଇ କରିଛି।ଏହି କଥା ଆଗାମୀ ସମୟରେ ବଳିଦାନ ର ମାନ୍ୟତା ମିଳିବ।"... ଏହି ତକ କହି ଜଟାୟୁ ଆଖି ବୁଜିଲା,ରାମ ଯଥା ବିଧି ସଂସ୍କାର ବି କରିଥିଲେ।

ମାଆ ମୁହଁରୁ ଏ ସବୁ ଶୁଣି,ମାଧବ ସମ୍ପୂର୍ଣ୍ଣ ନ ବୁଝିଲେ ବି,ସଂକ୍ଷେପରେ ବୁଝି ନେଇଛି,ଦେଶର ଶାସନ ଯେମିତି ବା ହେଉ, ସୁରକ୍ଷା ସହିତ ଆତ୍ମ ନିର୍ଭରଶୀଳ ସ୍ବରୂପ କୃଷକର ଦାନ ହିଁ ସର୍ବ ଶ୍ରେଷ୍ଠ।

ପୁଣି ମା ବୁଝାଇ କହିଲେ, ବିଲରେ ବାଳୁଙ୍ଗା ବଢିଲା ପରି ଅନେକ ଗୃହ ଶତ୍ରୁ ଅବଶ୍ୟ ଦେଖାଦେବେ,ସେମାନଙ୍କ ନିପାତ ସହିତ କୃଷକର ଦାନ ଓ ସୀମାନ୍ତରେ ଯବାନ ମାନଙ୍କ ବଳିଦାନ ହିଁ ଦେଶ ପାଇଁ ଜରୁରୀ.....

ଏ ଭିତରେ ମାଧବ ର କାମ ସରି ଯାଇଛି । ମାଆ ପୁଅ ଦୁହେଁ ଗାଁ ଅଭିମୁଖେ ,ପୁଣି ସେଇ ବଳିଦାନ ସମ୍ପର୍କିତ ତଥ୍ୟ ଆଧାରରେ ଆଲୋଚନା ଜାରି ରହିଛି......ବିଲ ଭିତରେ ମା ମୁହଁରୁ ବଳିଦାନ କଥା ,ମାଧବ କୁ ବେଶ୍ ଉତ୍ସାହିତ କରିଛି....


     


Rate this content
Log in

Similar oriya story from Abstract