STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ନିଶିଗନ୍ଧା

ନିଶିଗନ୍ଧା

3 mins
10

    

ମଫସଲ ଗାଁ ପାଣି ପବନରେ ବଢ଼ିଛି ମାଧବ।ହାଇସ୍କୁଲ ପର୍ଯ୍ୟନ୍ତ କେବଳ ଗାଁରେ ,ତାପରେ ଉଚ୍ଚ ଶିକ୍ଷା ପାଇଁ ସହରରେ ।କ୍ରମେ ପାଠ ପଢା ଶେଷ ହେଲା ପରେ ସରକାରୀ ଚାକିରି ବି ମିଳିଛି,ପୁଣି ସେଇ ସହର ପରିବେଶରେ।ଘରେ ଅଶିକ୍ଷିତ ବାପାମା।ଗୋଟିଏ ବୋଲି ପୁଅକୁ ବିବାହ କରି ଶାନ୍ତିରେ ରହିବାକୁ ବାପାମା କନ୍ୟା ଖୋଜିବା ଚାଲୁ ରଖିଛନ୍ତି।ଅନେକ ଝିଅଙ୍କ ଫୋଟ ମାଧବ ପାଖକୁ ପଠା ଯାଇଛି।କୌଣସି ନା କୌଣସି କାରଣ ଦେଖାଇ ପସନ୍ଦ ହେଉ ନାହିଁ କହି ବାହାଘର ଏଡ଼ାଇ ଚାଲିଛି ମାଧବ।

ଗାଁରେ ଦୋଳ ଯାତ ପ୍ରତି ବର୍ଷ ପରି ଆରମ୍ଭ ହୋଇଛି।ଅତି କମରେ ପାଞ୍ଚ ଦିନ ଯାତ୍ରା ହୁଏ।ବାପାମାଆଙ୍କ ଜିଦ୍ ଯୋଗୁଁ ମାଧବ ଅଫିସରୁ ଛୁଟି ନେଇ ଗାଁକୁ ଆସିଛି। ଗାଁରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ପ୍ରାୟ।ଗାଁରେ ସେମିତି କିଏ ଚିହ୍ନା ନାହିଁ ନନ୍ଦିନୀ ବ୍ୟତୀତ।ଆଉ ନନ୍ଦିନୀ ଘର ବି ମାଧବ ର ଘର ପଛ ପଟେ।ମାଧବ ଗାଁ କୁ ଆସିଛି ଜାଣି ନନ୍ଦିନୀ ବି ମାଧବ ଘରେ ହାଜର।ମାଧବ କୁ ସ୍ବାଗତ ଜଣେଇବା ପାଇଁ ହାତରେ ରଜନୀଗନ୍ଧା ର ଫୁଲ ତୋଡା।

ନନ୍ଦିନୀ କୁ ଦେଖି ମାଧବ ହଟାତ୍ ଚିହ୍ନି ପାରିଲା ନାହିଁ।ସୁନ୍ଦରୀ ଆଉ ବିବାହ ଯୋଗ୍ୟା।ମାଧବ ର 

ଉଦାସ ସ୍ବଭାବ ଦେଖି ନନ୍ଦିନୀ ନିଜ ତରଫରୁ କହି ଲାଗିଲା," କଣ ମୋତେ ଚିହ୍ନି ପାରୁନୁ, ମୁଁ ପରା ତୁମ ବାରି ପଛ ପଟ ଘରର ଝିଅ"। ମାଧବ ର ଖୁସି କହିଲେ ନ ସରେ।ପିଲା ଦିନର ନନ୍ଦିନୀ,ଆଉ ଏବେ ଯେଉଁ ନନ୍ଦିନୀ ଦେଖୁଛି, ତଫାତ ସହଜରେ ବାରି ହୋଇ ଯାଉଛି।ରଜନୀଗନ୍ଧା ଫୁଲ ର ମହକ ଅପେକ୍ଷା ନନ୍ଦିନୀ ର ମହକ ରେ ମାଧବ ପ୍ରାୟ ମୋହିତ।କେବଳ ନନ୍ଦିନୀ କୁ ଏକ ଲୟରେ ଚାହିଁ ରହିଥିବା ଜାଣି ,ନନ୍ଦିନୀ ପୁଣି କହିବା ଆରମ୍ଭ କଲା, ''ହେଲୋ,ସହରରେ ରହି ସହରୀ ଝିଅ ଦେଖି ନାହଁ କି!,ଏମିତି କଣ ଦେଖୁଛୁ ଯେ,ତୁମ ବାପାମା କେତେ ବ୍ୟସ୍ତ ହେଉଛନ୍ତି,ତୁମ ପାଇଁ ଝିଅ ଟିଏ ଠିକ୍ କରିବା ପାଇଁ,ତୁମର କେଉଁ ପ୍ରକାର ଝିଅ ଦରକାର କହୁନ , ମୋତେ ପସନ୍ଦ ଆସୁଛି ଯଦି କହୁନ,ମୋର କିଛି ଅଭିଯୋଗ ନାହିଁ,ମୁଁ ରାଜି।ନିଷ୍ପତି ଏବେ ତୋର"।

ନନ୍ଦିନୀ ର କଥା ଶୁଣି ମାଧବ ଏଥର ମୁହଁ ଖୋଲି କହିଲା, "ଆଲୋ ତୁ ତ ସୁନ୍ଦରୀ, ପସନ୍ଦ ଲାଗୁଛି,ହେଲେ ତୁ ସାଙ୍ଗ ଥିଲୁ, ସାଙ୍ଗ ହୋଇ ରହିବୁ। ତୋ ପରି ଗାଁ ଝିଅ ଟିଏ ମୋର ଜୀବନ ସାଥି ହେବା ପାଇଁ ଚାହୁଛି"।

ନନ୍ଦିନୀ ଏଥର ନିଜକୁ ଆହୁରି ସହଜ ମନେ କଲା। ମନେ ମନେ ନନ୍ଦିନୀ ତା ବଉଳ କଥା ଭାବିବାକୁ ଲାଗିଲା।ବଉଳର ନାଁ ବି ନନ୍ଦିନୀ।

ଠିକ୍ ସମୟ ଦେଖି ନନ୍ଦିନୀ ମାଧବ କୁ ଲକ୍ଷ୍ୟ କରି କହିଲା,'' ଠିକ୍ ଅଛି,ମୋ ବଉଳ ବି କଲେଜ ପାଠ ପଢା ସାରି ଗାଁ ରେ ରହୁଛି।ଆଉ ତା ନାଁ ବି ନନ୍ଦିନୀ,କିନ୍ତୁ ଗରିବ ଘର,କିଛି ଦେଇ ପାରିବେ ନାହିଁ। ତୁ ଯଦି କହିବୁ,ତାକୁ ଫୋନ୍ କରି ସକାଳୁ ଆମ ଘରକୁ ଡ଼ାକି ଦେବି।ତୁ ଆଗ ପସନ୍ଦ ହେଉଛି ନା ନାହିଁ ଦେଖ, ତା ପରେ ଅନ୍ୟ କଥା। ହଁ ତୋର ନିଶ୍ଚୟ ପସନ୍ଦ ଆସିବ,କାରଣ ମୋ ଅପେକ୍ଷା ତାର ଗଢ଼ଣ ଆହୁରି ସୁନ୍ଦର,ଦେଖିଲେ ଜାଣି ଯିବୁ ନି?"

ଏତକ କହି ନନ୍ଦିନୀ ମାଧବ ନିକଟରୁ ଫେରିଛି।କ୍ରମେ ରାତି ଅନେକ ହେଲାଣି।ଖିଆ ପିଆ ସାରି ମାଧବ ଆଉ ଏକ ନନ୍ଦିନୀ ର କଳ୍ପନା କରୁଥିବା ଅବସ୍ଥାରେ ନିଦ ଆସି ଯାଇଛି।

ମାଧବ ର ସକାଳୁ ଉଠିବା ଅଭ୍ୟାସ ନାହିଁ।ତଥାପି ଗାଁ ରେ ଦୋଳ ଯାତ୍ରାର ପଟୁଆର ଶବ୍ଦରେ ବେଶି ସମୟ ଶୋଇ ପାରୁନି।ସମୟ ସକାଳ ନଅ।ନନ୍ଦିନୀ ସହିତ ବଉଳ ନନ୍ଦିନୀ ବି ଗଭାରେ ରଜନୀଗନ୍ଧା ଲଗେଇ ପ୍ରସ୍ତୁତ।ମାଧବ ନିଦ ରୁ ଉଠି ନନ୍ଦିନୀ ଘର ଆଡ଼କୁ ଲକ୍ଷ୍ୟ କରି ଜାଣିଲା,ଦୁଇ ନନ୍ଦିନୀ ବେଶ୍ ହସ ଖୁସିରେ କଥା ହେଉଛନ୍ତି।ମାଧବ ପୁରା ଘାଇଲା।ନନ୍ଦିନୀ ସତ କହୁଥିଲା। ତା ବଉଳ ସତ କୁ ସତ ଅନିଦ୍ୟ ସୁନ୍ଦରୀ।ମାଧବ ଆଉ ବେଶି ସମୟ ନଷ୍ଟ ନ କରି,ନିତ୍ୟକର୍ମ ସାରି ଦୋଳ ମଣ୍ଡପରେ ଠାକୁର ଦର୍ଶନ ପାଇଁ ଘରୁ ବାହାରିଲା। 

  ଦୁଇ ବଉଳ ଗଭାରେ ରଜନୀଗନ୍ଧା ଫୁଲ କୁ ମଣ୍ଡନ କରିଛନ୍ତି।ମାଧବ ଘରୁ ବାହାରି ଦୋଳ ପଡିଆ ଯିବା କଥା ସହଜ ରେ ଜାଣି ପାରି , ଦୁହେଁ ଯାତ୍ରା ପଡ଼ିଆରେ ...

ମାଧବ ସହିତ ଦୁଇ ବଉଳ ଙ୍କ ଭେଟ ହେଲା ମାଧବ ତରଫରୁ ହଁ ଆଉ ହଁ। ହଁ ହେବନି କେମିତି,ନନ୍ଦିନୀ ପରା ପିଲା ଦିନର ସାଙ୍ଗ,ମାଧବ କୁ ଭଲ ଭାବେ ଖାଲି ଜାଣିଛି ନୁହଁ,ତାର ରୁଚି ଅରୁଚି ବି ଜାଣିଛି।

କଥା କ୍ରମେ ଆଗକୁ ବଢିଲା।କିନ୍ତୁ କାହାଣୀରେ ମୋଡ ସୃଷ୍ଟି ହେଲା। କନ୍ୟାର ନାମ ସହ ଜାତକ ଗଣନା ଆଧାରରେ ରାଜ ଯୋଟକ ହେଉ ନାହିଁ।

ନନ୍ଦିନୀ କିନ୍ତୁ ଉପସ୍ଥିତି ବୁଦ୍ଧି ଖଟେଇ ବଉଳର ନାଁ 

ନିଶିଗନ୍ଧା ରଖିବାକୁ ମତ ରଖିଲା।ଆଉ ସେଇୟା ବି ହେଲା।ନିଶିଗନ୍ଧା ନାମ ସହିତ ମାଧବ ର ଜାତକ ନାମ ନିରାକାର ସମ୍ପୂର୍ଣ୍ଣ ମେଳ ଖାଇଲା।

   ବିବାହ ପାଇଁ ନିମନ୍ତ୍ରଣ ପତ୍ରରେ ବି ନନ୍ଦିନୀ ବଦଳରେ ନିଶିଗନ୍ଧା ଲେଖା ଗଲା।ଆଉ ପ୍ରତି ନିମନ୍ତ୍ରଣ ପତ୍ର ସହିତ ନିଶିଗନ୍ଧା ଫୁଲ ଟିଏ ବି ବଣ୍ଟା ହେବାକୁ ଲାଗିଲା। ମାଧବ ( ନିରାକାର) ସହିତ ନନ୍ଦିନୀ(ନିଶିଗନ୍ଧା).., ଯଥା ରାମସ୍ୟ ସୀତା...


ବାରି ପଟ ଘରର ନନ୍ଦିନୀ ରଜନୀଗନ୍ଧା ଫୁଲ ମାଳ ସଜେଇ ରଖିଛି,ଆଜି ବାସର ରାତି...

ନିଶିଗନ୍ଧା ର ମହକ କେତେ, ସକାଳ ହେଲେ ପଚାରିବ ବୋଲି ସ୍ଥିର କରି ସବୁ ଦିନ ଅପେକ୍ଷା ଆଜି ଶୀଘ୍ର ଶୋଇ ପଡ଼ିଛି, ଆଉ ଆଖିରେ ନିଦ

ଥାଇ ,ମଝିରେ ମଝିରେ ଗୁଣୁ ଗୁଣୁ ହେଉଛି....ବୋଧେ ସ୍ବପ୍ନ ଦେଖୁଛି


Rate this content
Log in

Similar oriya story from Abstract