ମୋ ସୁନା ଭଉଣୀ
ମୋ ସୁନା ଭଉଣୀ
ରାମ ପୁର ଗାଁ ର ଗୋଟେ ଛୋଟ ପରିବାରରେ ରାଧା କାନ୍ତ ବାବୁଙ୍କ ଦୁଇ ପୁଅ ଝିଅ ରୁହନ୍ତି। ରାଧା କାନ୍ତବାବୁ ଚାକିରୀ କରୁ ଥିଲେ। ପିଲା ମାନଙ୍କ ପାଠ ପଢ଼ାରେ ଅସୁବିଧା ହେଉଥିବା ଦେଖି ସେ ପିଲା ମାନଙ୍କୁ ଏକ ହଷ୍ଟେଲରେ ପାଠ ପଢାଇବାକୁ ନିଷ୍ପତି ନେଲେ। ଭାଇ ଭଉଣୀ ଭିତରେ ଗଭୀର ସ୍ନେହ ପ୍ରେମ ଥିଲା।ଥରେ ରାକ୍ଷୀ ପୁର୍ଣ୍ଣିମାରେ ସୋନା ତା ଭାଇ ରାକେଶ ହାତରେ ରାକ୍ଷୀ ବାନ୍ଧି କହିଲା ଭାଇ ତୁ ମୋତେ କଣ ଦେବୁ।ଭାଇ ରାକେଶ କହିଲା ମୁ ତୋତେ କଥା ଦେଉଛି ସୋନା ତୋ ଭାଇ ନିଜ ଜୀବନ ଦେଇ ତୋର ସୁରକ୍ଷା କରିବ।
ସୋନା ଓ ରାକେଶ ଗୋଟିଏ ସ୍କୁଲରେ ପାଠ ପଢିଲେ।ସେହି ସ୍କୁଲ ରେ ଯେତେ ବେଳେ କିଏ ସୋନାକୁ ଅସୁବିଧା କରେ ରାକେଶ ନିଜ ଭଉଣୀ ପାଇଁ ପାଟି ତୁଣ୍ଡ କରି ତାକୁ ରକ୍ଷା କରେ।ରାକେଶ ନିଜେ ନ ଖାଇ ନିଜ ଭଉଣୀକୁ ସବୁ କିଛି ଆଣି ଦିଏ।ଭଉଣୀ ମୁହଁରେ ଚେନାଏ ହସ ଦେଖି ସେ ଖୁସି ରେ ଆତ୍ମ ବିଭୋର ହୋଇ ଯାଏ।ଏମିତି ଅନେକ ଦିନ ବିତି ଗଲା।
&
nbsp; ଥରେ ରାକେଶ ଓ ସୋନା ନିଜ ଗାଁ କୁ ଆସୁଥିଲେ।ଆସିବା ବାଟ ରେ ରେଳ ଲାଇନ ପାର କରି ଆସି ବାକୁ ପଡେ ।ସେ ଦିନ ଖୁବ ତର ତର ହୋଇ ରେଳ ଲାଇନ ପାର କରିବା ସମୟ ରେ ହଠାତ ଏକ ଯାତ୍ରୀ ଟ୍ରେନ ମାଡି ଆସିଲା ।ସୋନା ଟ୍ରେନ ଆଗକୁ ଚାଲି ଯାଇ ଥିଲା।ସୋନା କୁ କିଛି ହେବା ଆଗରୁ ରାକେଶ ଦୌଡ଼ି ଯାଇ ସୋନା କୁ ଆଗକୁ ଠେଲି ଦେଲା ସେହି ସମୟ ରେ ରାକେଶ ଉପରେ ଟ୍ରେନ ଚଢି ଯାଇ ଥିଲା।
ସୋନା ସବୁ ଦିନ ପାଇଁ ତା ଭାଇକୁ ହରାଇ ଥିଲା।ସେ ସେହି ଦିନ ଠାରୁ ରାକ୍ଷୀ ପୁର୍ଣ୍ଣିମାରେ ତା ଭାଇର ଫୋଟୋ ଆଗରେ ରାକ୍ଷୀ ରଖି ଭୋ ଭୋ ହୋଇ କାନ୍ଦେ।ସୋନାର ଭାଇ
ଏବେ ବି ତାର ପାଖେ ପାଖେ ରହିଛି ବୋଲି ସେ ଅନୁଭବ କରେ।ସେ କାନ୍ଦିଲା ସମୟରେ ଏମିତି ଲାଗେ କେହି ଯେମିତି ତା ଲୁହ ପୋଛି ଦେଉଛି। ସୋନା ଓ ରାକେଶ ପରି ଆମେ ବି ନିଜ ଭାଇ ଭଉଣୀର ସମ୍ପର୍କକୁ କେବେ ଭୁଲିବା ନାହିଁ। ସବୁ ଭାଇ ରାକେଶ ପରି ନିଜ ଭଉଣୀ ର ସୁରକ୍ଷା କରିବା।