Sudipta Sundar Mohanty

Romance Fantasy

4.0  

Sudipta Sundar Mohanty

Romance Fantasy

ମୋ ପ୍ରେମିକାର ବେଞ୍ଚ

ମୋ ପ୍ରେମିକାର ବେଞ୍ଚ

4 mins
427


"ଭାଇ ଦେଲ ଦେଲ ଜଲ୍ଦି ମତେ ଗୁପଚୁପ ଦିଅ.., ମୋ ବାବା କି ଭାଇ ଯଦି ଦେଖିଦେବେ ତା ହେଲେ ମୁଁ ମରିଲି...!! ଦିଅ ଦିଅ ମତେ first ଦେଇଦିଅ।"କହିଲା ରାଣୀ....

ଗୁପଚୁପ ଭାଇ କହିଲା ,"ହଁ ହଁ ମାଆ ଦଉଛି ରୁହ...। ଟିକେ ସେ ଭାଇଙ୍କ ସରିଯାଉ।"


ମୁଁ ଯେ ଟିକେ ଅବାକ୍ ହୋଇ ଚାହିଁ ରହିଥାଏ। ଝିଅଟି ଭାଓଲେଟ କଲରର ସଲୱାର୍ ପିନ୍ଧିଛି। ଘନକୃଷ୍ଣ ରଙ୍ଗର କେଶ ଗୁଡ଼ିକୁ ଖୋଲା ଛାଡି ଦେଇଛି। ଯାହାକି ପବନରେ ଉଡ଼ି ତା ମୁହଁକୁ ଢାଙ୍କି ରହିଯାଏ। ଗୋଲ୍ ମୁହଁ। ଦୁଇ ଗାଲରେ ଦୁଇଟି ହସ ଭଉଁରୀ..... ହସିଲେ ସେଗୁଡିକ ଫୁଟି ବାହାରି ଥାଏ। ଯାହା ତା ମୁହଁକୁ ବହୁତ ସୁନ୍ଦର ଦେଖା ଯାଏ। ଭ୍ରୁଲତା ମଝିରେ ଏକ ସୁନ୍ଦର କଳା ଟିକିଲି ଲଗେଇଛି। ବେଶଭୂଷା ପ୍ରତ୍ୟେକରୁ ଆଭିଜାତ୍ୟର ସ୍ପଷ୍ଟତା ବାରି ହେଉଥିଲେ ବି ଜଣା ପଡୁଥଲା ଝିଅଟି ସେମିତିକା ହୋଇ ନ ଥିବ। ତା ମନରେ ତ ତିଳେ ହେଲେ ଗର୍ବ ନ ଥିଲା। ରାସ୍ତା କଡର ଗୁପଚୁପ ଖାଇବା ପାଇଁ ଲୁଚି ଆସିବା ।

ଏହା ତା'ର ଏଇ ଗୁଣରୁ ହିଁ ଜଣା ପଡ଼ି ଯାଉଥିଲା। ମୁଁ ଖାଇଦେଇ ଗୁପଚୁପ ଭାଇଙ୍କୁ ପଚାଶ ଟଙ୍କା ଦେଇଦେଲି। ଏ ପର୍ଯ୍ୟନ୍ତ ସେ ମତେ ଟିକେ ବି ବୁଲି ଦେଖିନି। ମୁଁ କିନ୍ତୁ ତାକୁ ସେମିତି ଦେଖୁଥାଏ। ଅବଶ୍ୟ ମୁହଁର କମ୍ ଦେଖା ଯାଉଥିଲା। ଘରେ କିଏ ଦେଖିଦେବ ବୋଲି ମୁହଁ ଲୁଚାଇ ଖାଉଥାଏ।


ମୁଁ ଆଉ ଏତେ ଧ୍ୟାନ ନ ଦେଇ ସେଠୁ ଚାଲି ଆସିଲି। ମୁଁ ୩ ଦ୍ଵିତୀୟ ବର୍ଷର ଛାତ୍ର। ସେ ଝିଅଟି ବୋଧହୁଏ ନୂଆ ଆସିଛି। ତେଣୁ ନିଶ୍ଚିତ ଭାବେ ପ୍ରଥମ ବର୍ଷର ଛାତ୍ରୀ ହୋଇଥିବ। ଧେତ୍ ମୁଁ କାହିଁକି ସେ ଝିଅ କଥା ଭାବୁଛି...!! ସେ କଥା ଛାଡ଼ି ମୋ ପାଠରେ ମତେ ଧ୍ୟାନ ଦେବାକୁ ପଡ଼ିବ। ମୁଁ ବହି ଧରି ପାଖ ବେଞ୍ଚରେ ଯାଇ ବସି ପଢିଲି। ବହୁତ ସମୟ ହୋଇ ଗଲାଣି ମୁଁ କିନ୍ତୁ ମୁଣ୍ଡ ନ ଟେକି ପଢୁଥାଏ। ହାତ ଘଡିରେ ମୋର ନଜର ପକାଇଲି। ସମୟ ଚାରିଟା ହେଲାଣି..!! ତରତର ହୋଇ ଉଠି ଘରକୁ ଯିବାକୁ ବାହାରିଲି। ବହି ଧରି ମୁଁ ଯିବା ସମୟରେ କାହା ସହ ଗୋଟେ ଧକ୍କା ହେଇଗଲା।"ଓଃ ... ସରି ମାଡାମ ..!! କିଏ ବୋଲି ମୁଁ ତାକୁ ଜମା ଦେଖିନି । ସେ ତଳେ ପଡ଼ିଗଲା ପରେ ମୁହଁଟା ଚୁନରୀରେ ଘୋଡ଼ି ହେଇଗଲା।ହାତ ଦେଲି ତାଙ୍କୁ ଉଠାଇବି ବୋଲି...!! ସେ ମୁଣ୍ଡ ଟେକି ମୋ ହାତକୁ ଯେମିତି ଧରିଛି ଏକ ଶିହରଣ ଖେଳିଗଲା ମୋ ମନରେ। ମୁଁ ଭାବି ପାରୁ ନ ଥାଏ ସେ ମୋ ହାତ ଧରିଛି ବୋଲି।ଏମିତି ଲାଗିଲା ସତେ ଯେମିତି ମୁଁ ପ୍ରତୀକ୍ଷା କରିଥିଲି ଯୁଗ ଯୁଗ ଧରି... ଏହି ହାତକୁ ଧରିବା ପାଇଁ। ମୋ ହାତ ଧରି ସେ ଠିଆ ହୋଇ ପଡ଼ିଲାଣି କିନ୍ତୁ ମୁଁ ମୋ ଭାବନା ରାଇଜରୁ ବାହାରିନି। ତାର 'ଧନ୍ୟବାଦ'ଶବ୍ଦରେ ମୁଁ ଭାବନା ରାଇଜରୁ ବାହାରିଲି। ତା ମୁହଁକୁ ଚାହିଁଲି, ହସର  ମୁହଁରେ ତା'ର ଶୁଖି ଯାଇଥାଏ। ବୋଧହୁଏ ମୋ ସହ ଧକ୍କା ହେବା ପରେ କିଛିର  ଅଶ୍ୱସ୍ତି ଲାଗିଲା ତାକୁ। ମୁଁ ତାକୁ କହିଲି ,"ନା ନା ତମେ ଧନ୍ୟବାଦ ଦେଲେ ମୁଁ ଲଜ୍ଜିତ ହେବି। ମୋ ଅଜାଣତରେ ମୁଁ ତୁମ ସହ ଧକା ହେଇଗଲି । ମୋର ଭୁଲ୍ ହେଇଯାଇଛି। ମତେ କ୍ଷମା କରିଦିଅ...!! ମୁଣ୍ଡ ଟେକି ସେ ମତେ ଚାହିଁଲା। ତା ଆଖି ସହ ମୋ ଆଖି ଯେମିତି ମିଶି ଗଲା... ସେ ଆଉ ମୁଣ୍ଡ ଟେକି ଚାହିଁଲା ନାହିଁ। ଖାଲି ଧୀର କଣ୍ଠରେ କହିଲା ,"It's ok..."। ଏତିକି କହିଦେଇ ଦୃତ ଗତିରେ ସେଠୁ ଚାଲି ଗଲା। ମୁଁ ସେମିତି ତା'ର ଯିବା ବାଟକୁ ଚାହିଁ ରହିଥାଏ।


ଘରକୁ ଆସିଲା ପରେ ମତେ ଖାଲି ତା' ମୁହଁ ମୋ ଆଖି ସାମ୍ନାରେ ନାଚି ଉଠୁଥାଏ। କେବଳ ତା' ଗାଲରେ ରହିଥିବା ହସ ଭଉଁରୀ ହିଁ ମତେ ପାଗଳ କରି ଦେଇଥିଲା। ରାତିରେ ନିଦ ଲାଗୁ ନଥାଏ। କେମିତି ରାତି ପାହିବ ପାହିବ ବୋଲି ମନେ ମନେ ଭାବୁଥାଏ। ଏତିକି ଭିତରେ ମତେ ନିଦ ହେଇ ଯାଇଛି। ଆଉ ଏକ ସୁନ୍ଦର ସ୍ୱପ୍ନ ମୁଁ ଦେଖୁଛି...


ସବୁଦିନ ପରି ମୋ ବେଞ୍ଚ ଉପରେ ବସି ମୁଁ ପଢୁଥାଏ। କାହାର ଛମ୍ ଛମ ପାଉଁଜି ଶବ୍ଦରେ ମୁଁ ମୁଣ୍ଡ ଟେକିଲି। ଦେଖିଲା ବେଳକୁ ସେଇ ଝିଅଟି ହିଁ ଥିଲା। ଏକ ଚୁଡିଦାର ପିନ୍ଧିଛି, ସବୁଦିନ ପରି କେଶ ଖୋଲା ଅଛି। ଗାଲର ହସ ଭଉଁରୀର  ଆଜି କାହିଁକି ଆହୁରି ବେଶୀ ସୁନ୍ଦର ଦେଖା ଯାଉଛି। ଧୀରେ ଧୀରେ ମୋ ଆଡ଼କୁ ଆସୁଥାଏ। ମୁଁ ସେମିତି ତାର ଆସିବା ବାଟକୁ ଚାହିଁ ରହିଥାଏ। ହଠାତ୍ ଯେମିତି ସେ ମୋ ପାଖରେ ପହଞ୍ଚିଛି ମୁଁ ଆଖି ବନ୍ଦ କରିଦେଲି...। କାହିଁକି ଆଖି ବନ୍ଦ କରିଲି ମୁଁ ଜାଣିନି...!! ତା ପରେ ତା ଚୁନରୀ ମୋ ମୁହଁରେ ଘୋଡେ଼ଇ ହେଇ ଚାଲିଗଲା। ଧୀରେ ଧୀରେ ମୁଁ ଆଖି ଖୋଲିଲି... କୁଆଡେ ଗଲା ବୋଲି ଦେଖିଲା ବେଳକୁ ମୋ ଆଗ ବେଞ୍ଚରେ ବସିଛି। ମତେ ଦେଖି କେବଳ ଗୋଟେ ଛୋଟ ହସଟିଏ ହସିଦେଲା। ମନ କହୁଥାଏ ସେ ହସିବା ସମୟରେ ଯେଉଁ ହସ ଭଉଁରୀ ଉଠୁଛି ତାକୁ ଗୋଟେ ଗେଲ କରି ଦିଅନ୍ତି କି...!! ଧେତ୍ ମୁଁ ଏତେ ଆଡେ କଥା କଣ ଭାବି ଦେଉଛି। ମନ କଣ୍ଟ୍ରୋଲ କର ନିଜକୁ। ହଠାତ୍ ବୋଉ ମତେ ପାଣି ପକେଇ ଉଠାଇ ଦେଲା। ମୁଁ ଉଠିକି ବୋଉକୁ କହିଲି ,"ଏଇ ବୋଉ କେତେ ବଢିଆ ସ୍ୱପ୍ନ ଦେଖୁଥିଲି ... ତୋ ବୋହୂ ଆସିଥିଲା। ତୁ ସ୍ୱପ୍ନଟାକୁ ଭାଙ୍ଗି ଦେଲୁ।"

ହଉରେ ଧନ, ବୋହୂର ସ୍ୱପ୍ନ ଦେଖା ସେତିକି ଥାଉ । କଲେଜ ଯିବୁ ପରା ଯା..।

ମୁଁ ତରତର ହୋଇ ବାହାରି ପଡ଼ିଲି। ପ୍ରଥମେ ଯାଉ ଯାଉ ଆଖି ତାକୁ ଖୋଜିଲା। ଦେଖିଲା ବେଳକୁ ସିଏ ମୋ ପାଖ ବେଞ୍ଚରେ ବସିଛି। ମୋ ଖୁସି କହିଲେ ନ ସରେ...। ମୁଁ ଯାଇ ମୋ ବେଞ୍ଚ ପାଖରେ ବସି ପଢିଲି। ମନ ଲାଗୁ ନ ଥିଲେ ବି ଜବରଦସ୍ତ ମନକୁ କହୁଥାଏ ପଢ଼ ବୋଲି । ଅମାନିଆ ମନ କଣ ବୁଝୁଥାଏ...।


ଏମିତି ହେଇ ହେଇ ମାସେ ଚାଲିଗଲା। ସେ ସବୁ ବେଳେ ମୋ ପାଖ ବେଞ୍ଚରେ ଆସି ବସୁଥାଏ। ମୁଁ ବି ସେଠି ବସିପଡେ। ଗୋଟିଏ ଦିନ ମୁଁ ଭାବିଲି ସିଏ ଆସିବା ଆଗରୁ ମୁଁ ଯାଇ ମୋ ବେଞ୍ଚ ଉପରେ ବସି ପଡିବି। ଏମିତି ଭାବି ଦିନେ ଆଗ ପହଞ୍ଚି ଗଲି। ବହୁତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଲି କିନ୍ତୁ ଆସିଲାନି। ବାଧ୍ୟ ହୋଇ ତା ସାଙ୍ଗକୁ ପଚାରିବାକୁ ଗଲି। ମନ ବୁଝୁ ନ ଥାଏ। ସାଙ୍ଗକୁ ପଚାରି ବୁଝିଲା ବେଳକୁ ଜଣା ପଡିଲା ଯେ ଆଜି ତାର ଏଙ୍ଗେଞ୍ଜମେଣ୍ଟ। ମୋ ଆଶା ସବୁ ପାଣି ଫଟୋକା ପରି ମିଳେଇ ଗଲା। ମୁଁ ଆଉ କିଛି ଭାବି ପାରିଲିନି। ଖାଲି ତାର ସେଇ ହସ ହସ ମୁହଁ ମୋ ଆଖି ସାମ୍ନାକୁ ଆସିଲା। ସେଠୁ ଘରକୁ ଆସି କାନ୍ଦିଲି। ତା ପାଇଁ ମୋ ପାଠ ପଢା ଲସ୍ କରିଥିଲି। ଆଉ ସେମିତି କେବେ ବି ହେବନି କହି ପଢ଼ାରେ ଧ୍ୟାନ ଦେଲି। କଲେଜ ଗଲେ ମତେ କେବଳ ସେଇ ବେଞ୍ଚ ହାତ ଠାରି ଡାକିଲା ପରି ମତେ ଲାଗୁଥାଏ.......... ସେଇ ହସ ଭଉଁରୀର ମୁହଁ କହୁଥାଏ ମୋ ପାଖରେ ଆସି ବସ ବୋଲି...



Rate this content
Log in

Similar oriya story from Romance