Sudipta Sundar Mohanty

Romance Fantasy

4.0  

Sudipta Sundar Mohanty

Romance Fantasy

ମୋ ପାଲିଙ୍କି ସଜେଇ ଦେ

ମୋ ପାଲିଙ୍କି ସଜେଇ ଦେ

4 mins
340



     " ହାତୀ ନେ ଘୋଡ଼ା ନେ

     ମୋ ପାଲିଙ୍କି ସଜେଇ ଦେ"

   ଗୀତ ଗାଇ ଗାଇ ନାଚୁଥାଏ ବର୍ଷା। ଭାଇ ର ପିଠି ଉପରେ ବସି ଚାଲ ଘୋଡ଼ା ଚାଲ୍ ଚାଲ୍ ଘୋଡ଼ା ଚାଲ । ଖେଳୁଥାଏ। ବାପା ଶଙ୍କର ବାବୁ ଜଣେ କୁମ୍ଭାର । ମାଟି କୁ ନିଜ ହାତରେ ସେ ଜୀବନ୍ତ କରି ଗଢି ତୋଳି ଦିଅନ୍ତି। କୁମ୍ଭାର ହୋଇଥିଲେ ବି ତାଙ୍କୁ ମଣିଷ ମାନଙ୍କୁ ସଠିକ୍ ଭାବରେ ଗଢି ତୋଳିବାର କୌଶଳ ଜଣା ଥିଲା। ସେ ନିଜର ଗୋଟିଏ ଝିଅ ବର୍ଷା ଓ ଦୁଇ ପୁଅ ଦୀପକ ଓ ପ୍ରତୀକକୁ ଏମିତି ଶିକ୍ଷା ଦେଇ ବଡ କରିଥିଲେ ଯେ ପିଲା ମାନେ କାହାକୁ ଉଚ୍ଚ ସ୍ଵରରେ କଥା ବି କହିବାକୁ ଭୟ କରୁଥିଲେ।


     ହସ ଖୁସି ରେ ଘର ଟା ସବୁଦିନ ପୁରି ଉଠୁଥିଲା। ଖାସ୍ କରି ଯେବେଠୁ ଘରକୁ ବର୍ଷା ଆସିଛି। ଘରଟା ସ୍ବର୍ଗ ଭଳି ଲାଗୁଛି। ଦୁଇ ଭାଇ ସବୁ ବେଳେ ଘୋଡ଼ା ସବାରି କରି ଖେଳାଉ ଥାଆନ୍ତି। ଦିନେ ଖେଳୁ ଖେଳୁ ବର୍ଷା ପଛରେ ପଡ଼ିଗଲା। ଭାଇ ମାନେ ଧାଇଁ ଯାଇ ଦେଖିଲା ବେଳକୁ ବେଶି କିଛି ମାଡ଼ ହେଇ ନ ଥିଲା। ଭାଇ ମାନଙ୍କର ଗେହ୍ଲା , ତାକୁ କ'ଣ ହେଲେ ଶରୀରରୁ ପ୍ରାଣ ଛାଡ଼ିଗଲା ପରି ଲାଗୁଥିଲା ଦୁଇ ଭାଇଙ୍କୁ। ଯେତେବେଳେ ବି ଯୁଆଡେ ଯାଆନ୍ତି ତାର ଗୋଟିଏ ହାତ ଦୀପକ ଆଉ ଗୋଟେ ହାତ ପ୍ରତୀକ ଧରିଥିବେ। ବିଦ୍ୟାଳୟରେ ବର୍ଷା କାହା ସହ କେବେ ଝଗଡା ଲାଗେନା।


    ଧୀରେ ଧୀରେ ବର୍ଷା ଯେତେ ବଡ ହେଉଥାଏ ଅଧିକ ସୁନ୍ଦର ଦେଖା ଯାଉଥାଏ। ଯେ କେହି ବି ଦେଖିଲେ ଆଖି ଲାଖି ରହି ଯାଉଥିଲା। ତେଣୁ ଦୁଇ ଭାଇ ଭଉଣୀକୁ କିଛି ବି କାମ କରିବାକୁ ଦେଉ ନ ଥିଲେ। ବର୍ଷା ର ମା' ବି ଝିଅ କୁ ବହୁତ ଭଲ ପାଉଥିଲେ। ତେଣୁ ସେ ବି କିଛି କାମ କରିବାକୁ ଦେଉ ନ ଥିଲେ । ବର୍ଷା ର ଇଚ୍ଛା ଥିଲା ଜଣେ ଡାକ୍ତର ହେବ ବୋଲି , ହେଲେ ଘରର ସମ୍ବଳ ଦେଖି ମନରୁ ସେ କଥା ପାଶୋରି ଦେଲା। ଭାଇ ମାନେ ଯେତେବେଳେ ଏହି କଥା ଜାଣିଲେ , ସେମାନେ କହିଲେ ,"ଆମେ ବାହାରେ ରହି କାମ କରିବୁ ତୁ ତୋର ପଢ଼ାରେ ଧ୍ୟାନ ଦେ...।"ବାପା ବି ରାଜି ହେଲେ। ବର୍ଷା ବି ଭଲ ପାଠ ପଢୁଥାଏ। ତେଣୁ ସେ ପଢିବାକୁ ଲାଗିଲା। ସମସ୍ତଙ୍କ ସାହାଯ୍ୟ ପାଇ ସେ ଦିନେ ଡାକ୍ତର ହେଇଗଲା।


   ଘରେ ସମସ୍ତେ ବହୁତ ଖୁସି। କନ୍ୟା ରତ୍ନ ଟିଏ ଜନ୍ମ ଦେଇଥିଲେ ବୋଲି ଶାନ୍ତି ଦେବୀ ବହୁତ ଖୁସି। ପୁରା କୋଟିଏ ରେ ଗୋଟିଏ। ହୀରା ଖଣ୍ଡିଏ ଜନ୍ମ କରିଥିଲେ। ଭାଇ ମାନେ ଏଥର କହିଲେ ,"ତୋ ସ୍ବପ୍ନ ପୁରଣ ହେଲା। ଏଥର ଆମର ସ୍ବପ୍ନ ପୂରଣ କର।"ବର୍ଷା ଆଶ୍ଚର୍ଯ୍ୟ ହେଇ କହିଲା ,"ଭାଇ ତମର ପୁଣି କୋଉ ସ୍ବପ୍ନ....!!"

   ଦୀପକ ଭାଇ ବର୍ଷା ର କାନ ଟିକୁ ମୋଡି ଦେଇ କହିଲା ,"ଆଲୋ ହୁଣ୍ଡି ତୋ ବାହାଘର କଥା କହୁଛୁ।"

   ଓଃ ଭାଇ ତମେ ବି ନା । ଏମିତି କଣ କିଏ କହେ..! ମୁଁ କିନ୍ତୁ ଏବେ ବାହା ହେବିନି।

   ତା ହେଲେ କେବେ ବାହା ହେବୁ...? ମୁଁ କିନ୍ତୁ ବର ଠିକ୍ କରି ସାରିଛି।

   ବାହା ହେବି ଯେ... ଆଗ କାହାକୁ ଠିକ୍ କରିଛ କୁହ , ମୁଁ ତା ସହ ଟିକେ ମିଶିବା ପରେ, ତା ବିଷୟରେ କିଛି ଜାଣିବା ପରେ ବାହା ହେବି।

  ଆଉ ମନା କରୁଥିଲୁ କେମିତି

  ସେମିତି ଆଉ

  ହଉ ଶୁଣ ପିଲାଟା ନାଁ ବାଦଲ। ତୋ ଭଳି ସେ ବି ଡାକ୍ତର ଅଛି। ଭଲ ପୁଅ ଟା । ଗୋଟିଏ ଭଉଣୀ ହିଁ ତାର। ଆଉ ତା ବାପା ମା' ଘରେ ରୁହନ୍ତି । ତେଣୁ ଘର ଭଲ ପୁଅ ବି ଭଲ। ମୁଁ ଭାବୁଛି ବାହାଘର ଟା ଜଲଦି ସାରି ଦେବା।

  ବର୍ଷା ର ବାପା ମା ବି ରାଜି ହୋଇ ଗଲେ। କିନ୍ତୁ ବର୍ଷା କହିଲା ,"ରାଜି ହେଉଛ ମନା ନାହିଁ ମୁଁ କିନ୍ତୁ ଥରେ କଥା ହେବି ତାଙ୍କ ସହ।"

  ପ୍ରତୀକ କହିଲା ,"ଆରେ ଆମେ କ'ଣ ତତେ ମନା କରିଛୁ କି ! ମୁଁ ଫୋନ୍ କରି ଦେଉଛି ତୁ କଥା ହେଇ ଯା'। ନା ସେଇ ପାର୍କ କୁ ଡାକି ଦେବି।"

   ପାର୍କ କୁ ଡକେଇ ଦିଅ। ଦେଖା ବି ହେଇଯିବ ଥରେ।

   ହଉ ତୋ କଥା ରହିଲା। ତୁ ରେଡି ହେଇ ଯା' ମୁଁ ନେଇ ଛାଡ଼ି ଦେବି ତତେ।

  ବର୍ଷା ରେଡି ହେଇ ବାହାରି ପଡ଼ିଲା। ବାଦଲ ସେପଟେ ଅପେକ୍ଷା କରିଥିଲା। ପ୍ରତୀକ ଛାଡ଼ି ଦେଇ ଚାଲି ଗଲା। ଦୁହେଁ କିଛି ସମୟ ନିରବ ରେ ରହିଲେ। ସହଜେ ତ ଝିଅ ପିଲା ମାନେ ଲାଜକୁରୀ , ନିଜ ଆଡୁ କଥା କେବେ ବି ଆରମ୍ଭ କରିବେ ନାହିଁ। ତେଣୁ ବାଦଲ ନିଜ ପଟୁ କଥା ଆରମ୍ଭ କରିଲା। ଦୁହିଙ୍କ ଭିତରେ ମିଳାମିଶା ଭଲ ଭାବରେ ହୋଇ ଗଲା। ବର୍ଷା ପ୍ରଥମ ଦେଖାରେ ହିଁ ଭଲ ପାଇ ଗଲା।


   ବାହାଘର ଦିନ ଠିକ୍ ହୋଇ ଗଲା। ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ ସମସ୍ତଙ୍କୁ ଖବର ଦିଆ ସରିଛି। ବରଯାତ୍ରୀ ବି ବାହାରି ପଡ଼ିଲେଣି। ଏପଟେ ବରଯାତ୍ରୀ ଆସିବେ ବୋଲି ଝିଅ ଘର ଲୋକ ତରତର ରେ ସବୁ କାମ କରୁ ଥାଆନ୍ତି। ସମସ୍ତଙ୍କ ଖୁସି କହିଲେ ନ ସରେ। ଡାକ୍ତର ଝିଅ କୁ ଡାକ୍ତର ପୁଅ। ହଠାତ୍ ସବୁ ଶୁନଶାନ୍ ହେଇ ଗଲା। ଲୋକ ମାନେ ସବୁ ନୀରବ ରହି ଗଲେ। ଏମିତି କଣ ହେଲା ! ଏତେ ଶୁନଶାନ୍ କଣ କହି ବର୍ଷା ଘରୁ ବାହାରି ଆସି ଦେଖିଲା। ଯାହା ଦେଖିଲା ଆଉ କିଛି କହି ନ ପାରି ବସି ପଡ଼ିଲା। ବହୁତ ଜୋର୍ ରେ ଚିଲେଇ ଉଠିଲା। ଭାଇ ମାନେ ଏ ଦୁଃଖ ଦେଖି ପାରୁ ନ ଥାଆନ୍ତି। ସେଠି ଉପସ୍ଥିତ ଥିବା ଲୋକ ଙ୍କ ଭିତରୁ ଜଣେ କହିଲା ,"ଗାଡ଼ି ଆମର ଭଲ ଭାବରେ ଚାଲିଥିଲା। ହେଲେ ଗୋଟେ ଲୋକ ମଦ ପିଇ ଆସି କାର ସହ ଧକ୍କା ହେଲା। ଡ୍ରାଇଭର ଗାଡ଼ି ବୁଲେଇ ନେବ କହିଲା ବେଳକୁ ଆଗକୁ କୁକୁର ଟିଏ ଚାଲି ଆସିଲା। ଆଉ ସେଠି ଡ୍ରାଇଭର ଗାଡ଼ି କଣ୍ଟ୍ରୋଲ ନ କରି ପାରି ଗୋଟେ ବଡ ଗଛ ରେ ଗାଡ଼ି ବାଡେଇ ହେଇ ଗଲା।"


   ବର୍ଷା ଉଠି ପଡ଼ି ଭାଇ ମାନଙ୍କ ପାଖକୁ ଧାଇଁଲା। ପ୍ରତୀକ କୁ ଧରି କହିଲା ,"ସାନ ଭାଇ ତମେ ମତେ ଛୋଟ ବେଳେ କହିଥିଲ ନା ମୁଁ ଆଜି ତୁମକୁ ମୋର ଯାହା କିଛି ଅଛି ସବୁ ଦେବି କିନ୍ତୁ ବାଦଲ କୁ ବଞ୍ଚେଇ ଦିଅ , ମୋ ବାହାଘର ପାଲିଙ୍କି ସଜେଇ ଦିଅ ଭାଇ... ସଜେଇ ଦିଅ।"ପ୍ରତୀକ କିଛି କହି ନ ପାରି ବାହାରକୁ ଚାଲି ଆସିଲା। ତା ପରେ ବର୍ଷା ପୁଣି ବଡ ଭାଇ ଦୀପକ କୁ ଯାଇ କହିଲା ,"ଭାଇ ବାଦଲ ଉଠୁ ନାହାନ୍ତି କାହିଁକି...? ତାଙ୍କୁ ଉଠାଇ ଦିଅ । କୁହ ମୋ ପାଲିଙ୍କି ସଜେଇ ହୋଇ ଥୁଆ ହୋଇଛି। ଉଠେଇ ଦିଅ ଭାଇ.... ଉଠେଇ ଦିଅ।"ଦୀପକ କିଛି ନ କହି କାନ୍ଦି କାନ୍ଦି ଚାଲି ଆସିଲା । ସମସ୍ତେ କାନ୍ଦୁ ଥାଆନ୍ତି। ବର୍ଷା ସମସ୍ତଙ୍କୁ କହୁଥାଏ ବାଦଲ କୁ ଉଠାଇବା ପାଇଁ। କିନ୍ତୁ କେହି ଉଠେଇ ପାରୁ ନ ଥିଲେ। ଶେଷରେ ବର୍ଷା ଆସି ଉଠେଇଲା। ବାଦଲ ଟିକେ ହାତ ହଲେଇଲା। ବର୍ଷା ଡାକିଲା ,"ଭାଇ ଆସ... ବାଦଲ ହାତ ହଲାଉଛନ୍ତି। ଦୁଇ ଭାଇ ଡାକ ଶୁଣି ଧାଇଁ ଆସିଲେ। ଦେଖିଲେ ବାଦଲର ହାତ ଗୋଡ ଟିକେ ହଲୁଛି। ସଙ୍ଗେ ସଙ୍ଗେ ମେଡିକାଲ ନେଲେ। ସେଠି ଚିକିତ୍ସା ହେଲା। ଯାହା ହେଉ ବାଦଲ ର ବେଶି କିଛି ମାଡ ହେଇନି। କେବଳ ବହୁତ ସମୟ ପର୍ଯ୍ୟନ୍ତ ସେନ୍ସ ଆସୁ ନ ଥିଲା। ତେଣୁ ସେ ମରି ଯାଇଛି ବୋଲି ସମସ୍ତେ ଭାବି ନେଇ ଥିଲେ।


  ପୁଣି ଥରେ ବାଦଲ ଆଉ ବର୍ଷା ର ବାହାଘର ହେଲା। ପ୍ରତୀକ ବର୍ଷା ର କାନ ପାଖେ ଯାଇ କହିଲା ,"ଆଲୋ ହୁଣ୍ଡି ଗୀତ ଗାଇଥିଲେ ପରା ହାତୀ ନେ ଘୋଡ଼ା ନେ

      ମୋ ପାଲିଙ୍କି ସଜେଇ ଦେ ।






Rate this content
Log in

Similar oriya story from Romance