STORYMIRROR

Sudipta Sundar Mohanty

Comedy Others

3  

Sudipta Sundar Mohanty

Comedy Others

ଗାଆଁ କନିଆ ସିଂଘାଣି ନାକି

ଗାଆଁ କନିଆ ସିଂଘାଣି ନାକି

5 mins
463

   " ବୋଉ ପାଞ୍ଚ ଶହ ଟଙ୍କା ଦେଲୁ ଫେଆର୍ ଲଭଲି କ୍ରିମ ଆଣିବି। ଏବେ ଆଉ ଏଇ କ୍ରିମଗୁଡାକ ଅଧିକ ଦିନ ଯାଉନି। ରାଗ ଲାଗିଲାଣି। କମ୍ପାନୀମାନଙ୍କର କିଏ ଖାଇଦେଲା ଭଳିଆ ଏତିକି ନାଖେ ଟିକିଏ ଟିକିଏ ଭରି କରି ଦେଉଛନ୍ତି। ଜାଣି ପାରୁ ନାହାଁନ୍ତି ଆଜିକା ଯୁଗ ଫେସନ ଯୁଗ ହେଲାଣି,  ନୋକ ମାନେ ଟିକେ ଷ୍ଟାଇଲ ନ ମାରିଲେ ତାଙ୍କୁ କେହି ଦେଖିବାକୁ ଆସୁ ନାହାନ୍ତି । ବୁଦ୍ଧି ସୁଦ୍ଧି ବୋଲି ଅଛି ନା ନାହିଁ କେଜାଣି ସେମାନଙ୍କର। ମତେ ତ ଲାଗୁଛି ବୁଦ୍ଧିଗୁଡାକ ତାଙ୍କର ଆଣ୍ଠୁକୁ ଚାଲି ଗଲାଣି। ଆଲୋ ବୋଉ ତତେ ଶୁଭୁନି କି,  ମୋର ପା କଲେଜ ଟାଇମି ହେଲାଣି । ବେଇଗି ଆଣୁନୁ। ତୁ ପଇସାକୁ ଆଣୁଛୁ ନା ପଇସା ତତେ ଧରିକି ଆସୁଛି କେଜାଣି। " 


 " ହେଇଟି ଧ' ଲୋ ଡମୁଣି ଭଲ କିନା ସେ ବେଗିରେ ରଖି ଦେ। ନହେଲେ କୋଉଠି ପଡ଼ିଯିବ। "

 " ଓଃ ବୋଉ ତୁ ବି ନା,  ସେ ଡମୁଣି ଡାକ ବନ୍ଦ କରେ। ନୋକମାନେ ମତେ ଏବେ କେଡେ ସରଧାରେ ବେବି,  ପୁତୁଲି ବୋଳି ଡାକୁଛନ୍ତି। ଆଉ ତୁ ସେଇ ପୁରୁଣା କାଳିଆ ନାଆଁ ଡମୁଣିକୁ ଧରିକି ବସି ଥା'। "

  " ହେଇଟି ଶୁଣୁଚ,  ତମ ଝୁଅ କଣ କହୁଛି ତାକୁ କିଏ ବେବୀ ନା କଣ ଡାକୁଛନ୍ତି ସବୁ ନୋକ। ଟିକେ ବୁଝି ଆସିଲ କିଏ ଏମିତି ଡାକୁଛି...!! ତାର ସାହସ କେଡେ ବା,  ସିଏ ପୁଣି ମୋ ଝୁଅକୁ ପୁତୁଲି ବୋଲି ଡାକିବ। ଚିହ୍ନିନି ବୋଧହୁଏ ତା ବାପାକୁ। ତା ବୋପା କାଠଯୋଡି ବୋଲି କଣ ଖାଲି ନାଁକୁ ହେଇଛି ନା କଣ...!! ସିଧା ମହାନଦୀରେ ନେଇ ପକେଇ ଦେବ।"


 " ହେ ଭଗବାନ,  ମୁଁ ଯଦି ଏଠି ଆଉ କିଛି ସମୟ ପାଇଁ ରହିବି। ତା ହେଲେ ମତେ ନେଇ ମୋ ବୋଉ ଋଷିକୂଲ୍ୟାରେ ପକେଇ ଦେବ। ମୁଁ ଚାଲିଲିରେ ବାପ। " ଏମିତି କହି ଡମୁଣି ଆମର ଚାଲିଲେ କଲେଜକୁ। କାନ୍ଧରେ ଭେନିଟ ବେଗ୍ ପକେଇ, ହାଇ ହିଲ୍ ପିନ୍ଧି, ଆଖିରେ ଚଷମା ଲଗେଇ ଗଜ ଗାମିନୀ ଚାଲି ପକେଇ ପକେଇ ଚାଲି ଥାଆନ୍ତି। ମାଳିଆ ସାହିର ଗୋବରା ବୁଢ଼ୀ ଯେମିତି ଦେଖି ଦେଇଛି,  ମୁହଁ ମୋଡ଼ି ଦେଇ କହିଲା,  " ଆଖିରେ ଚଷମା ହାତରେ ଘଡି .... ଦେଖ ଲୋ ଦେଖ .... ଡମୁଣି ଯାଉଚି ଆମ କନେଜ ପଢି ...!!! "


  ହିରୋଇନ୍ ଆମର ନାକ ଅଗରେ ରାଗ ଦେଖେଇ କହିଲେ,  

"ଏ... ବୁଢ଼ୀ ତୋର ତ ଭାରି ସାହସ ଦେଖୁଛି। ମୁହଁ ସମ୍ଭାଳି କଥାବାର୍ତ୍ତା କର କହୁଛି। ନ ହେଲେ ଚିହ୍ନିବୁ ମୁଁ କିଏ...!!!"

 ଗୋବରା ବୁଢ଼ୀ ତ ପକ୍କା କାଣ୍ଢେଇ ଥିଲା। ବୁଢ଼ୀ ହେଇଛି ସିନା ବଳ ଭାଙ୍ଗୁନି। ଏବେ ବି ପୁରା ଦମ୍ଭ ଅଛି। ନାଆଁଟା ପରା ଗୋବରା। ପାକୁଆ ପାଟିରେ ବି ଆଖୁ ଖାଇ ଦିଏ। ଆଉ ତାକୁ ଯଦି ମେକ୍ ଅପ୍ କରିଦେବ ତା ହେଲେ ତ କଥା ସରିଲା ଆଉ...!!! ଯେତିକି ଗାଆଁରେ ପୁଅ ପିଲା ଅଛନ୍ତି ସମସ୍ତେ ଲାଇନ ବାନ୍ଧି ଦେବେ ବୁଢ଼ୀକୁ ଦେଖିବା ପାଇଁ। ରମ୍ଭା ମେନକା ଉର୍ବଶୀ ତ ଏତିକି ବି ସୁନ୍ଦର ହେଇ ନ ଥିବେ। ଆଉ ଆମର ଇଣ୍ଡିଆରେ ଯୋଉ ହିରୋଇନ୍ ନାହାନ୍ତି ସେମାନେ ତ ବୁଢ଼ୀକୁ ଦେଖି ଦେଲେ ଖାଲି ଈର୍ଷାରେ ଜଳିବେ ଆଉ...!!! ନାଆଁଟା ସିନା ଗୋବରା ହେଲେ ସେ ତ ମଲ୍ଲି ଫୁଲ ପରି ବାସନା ଚହଟେଇ ଦିଏ। ସମସ୍ତେ ହାର ମାନିଯିବେ ଗୋବରା ବୁଢ଼ୀ ଆଗରେ। ଛାଡ ଛାଡ ତାର ସୁନ୍ଦରତାକୁ ନେଇ ଯେତେ ବଖାଣିଲେ ବି କମ୍ ପଡ଼ିଯିବ। ଆଉ କହିବିନି। ଯଦି କହିବି ତା ହେଲେ ମତେ ସେ ବୁଢ଼ୀ ସିଧା ଦବ।


 ଗୋବରା ବୁଢ଼ୀ ଡମୁଣିକୁ କହିଛି ବୋଲି ଡମୁଣି ବି ନାକ ଅଗରେ ରାଗ ରଖି କହିଲା। ସେଇଠୁ ତ ଆରମ୍ଭ ହୋଇ ଗଲା, ଦୁଇ ଜଣଙ୍କର କଥା କଟା କଟି। ବୁଢ଼ୀ କହିଲା, "ହଁ...!! ମୁଁ ନ ହେଲେ ତତେ ଜାଣିନି ତ ତୁ ମତେ କହୁଛୁ ଚିହ୍ନିବୁ ମତେ...। ଏ ଯା ମ ତୋ କଥା ତୋ ପାଖରେ ରଖ। ଏଇ କଥାଗୁଡାକ ଆଉ କାହାକୁ କହିବୁ ମତେ ନୁହଁ। କୋଉଠୁ ଚାଲି ଆସି କହିଲା କଣ ନା ମୁହଁ ସମ୍ଭାଳି କଥା ବାର୍ତ୍ତା କର।"


  ଡମୁଣିର ଦେହକୁ ରାଗ ଉଠିଗଲା। ସେ ଆଉ କିଛି ନ କହି ହିଲ୍କୁ ଧପ୍ ଧପ୍ କରି ଚାଲିଗଲା। ମନେ ମନେ କହି ଚାଲିଥାଏ। ମୁଁ ଆସେ କଲେଜ ରୁ ଆସିଲେ ଏଇ ବୁଢ଼ୀ କଥା ବୁଝି ଯିବି।


 ତା ପରେ ଡମୁଣି କଲେଜକୁ ଆସିଲା। କଲେଜରେ ତା ନାଆଁକୁ ସିଏ ଲୁଚେଇ ଦେଇ ବେବୀ ବୋଲି କରି ଦେଇଛି। ହଉ ହଉ ଛାଡ଼ ସେ କଥା। ଏବେ ଦେଖିବା କଲେଜର ପାଠ ପଢା। କିଏ କେମିତି ପାଠ ପଢନ୍ତି। କଲେଜରେ ତାଙ୍କ ଓଡ଼ିଆ ସାର୍ ଙ୍କ ନାଁ ଥିଲା ଘୁଙ୍ଗୁରୁ ଧର କୁଆଖାଇ। ସାର୍ ଆସିଲେ ରୁମକୁ। ପିଲାମାନେ ଗୁଡ ସନ୍ଧ୍ୟା ବୋଲି କହିଲେ। ଶିକ୍ଷକ ଆମର ମହାନ୍ ବ୍ୟକ୍ତି। କାଳିଦାସ ଯଦି ଏତେବେଳକୁ ଥାଆନ୍ତେ,  ତା ହେଲେ ସେ ତାଙ୍କୁ ଶାସ୍ତ୍ରଜ୍ଞାନରେ ନିଶ୍ଚୟ ହରେଇ ଦେଇଥାଆନ୍ତେ। ଖାଲି ସେ ଜନ୍ମ ହେଲା ବେଳକୁ କାଳିଦାସ ମରିଗଲେ ବୋଲି ନା.....। ନ ହେଲେ ତ ସେ ଖାଲି ସାହିତ୍ୟକୁ ଉଠାଉ ଥାଆନ୍ତେ ପକାଉ ଥାଆନ୍ତେ। ହଉ ହଉ ଆମର ସାର୍ କଣ ପ୍ରଶ୍ନ ପଚାରିବେ ସାହିତ୍ୟ ବିଷୟରେ।


 ସାର୍:-" ଆଚ୍ଛା ଜାବୁରି..., କହିଲୁ ପେଟେଣ୍ଟ ମେଡିସିନ କିଏ ଲେଖିଥିଲା।"

 ଜାବୁରି ଦେଖିବାକୁ ଭାରି ସୁନ୍ଦର ଥିଲା। ଆଖି ଦୁଇଟି ନୀଳ ନୟନା। ଚାହାଣି ତାର... ଓଃ... ନୋ ନୋ ପୁରା ହାଣି ଦେଉଥିବ। ଖାଲି କିଏ ତେନ୍ତୁଳି ଦେଖେଇ ଦେଲେ ପାଟିରୁ ଲାଳ ବାହାରି ପଡେ ବୋଲି ନାଆଁଟା ଜାବୁରି । ହଉ ହଉ ଏବେ ତାର ଉତ୍ତର ଶୁଣନ୍ତୁ।"ସାରେ ପେଟେଣ୍ଟ ମେଡିସିନ ନୁହଁ ସେଇଟା ପେଟେଣ୍ଟ ଇମଲି । ମୁଁ ନିଜେ ଲେଖିଥିଲି।"


 ସାର୍ କହିଲେ,"ହଁ ହଁ ମୋର ମନ ନ ଥିଲା। ତା ପରେ ସେ ଟ୍ୱିଟରକୁ ଠିଆ କରି ପଚାରିଲେ। କଟକର ସନ୍ଧି ବିଚ୍ଛେଦ କର।"


 ଟ୍ଵିଟର୍ ଆମର ସ୍ମାର୍ଟ ଗାର୍ଲ୍। ତା ମୁହଁ ଦେଖିଲେ କହିଦେବ ସିଏ କେମିତିକା ଝିଅ। ବହୁତ ଭଲ ଉତ୍ତର ଦିଏ। ସାରଙ୍କ ମୁହଁକୁ ଚାହିଁ କହିଲା, " ସାର୍ ଏପଟୁ ଆସିଲା କ... ସେପଟୁ ମିଶିଲା କ.... ମଝିରେ ଟ ରହି... ଦୁଇ ପଟୁ ମିଶି କଟ କଟ ହେଇ ... ନାଁ ଟି ହେଲା କଟ କଟ କଟକ।"


 ସାର୍ କହିଲେ, "ଆରେ ବାଃ...!!! ଚମତ୍କାର କି ଆନ୍ସର୍...!! ତାଳି ତାଳି ମାର ସମସ୍ତେ।"ସବୁ ପିଲା ତାଳି ମାରିଲେ। ତା ପରେ ଡମୁଣିର ପାଳି। କିନ୍ତୁ ସିଏ ତ ନାଁ ବଦଳେଇ ଦେଇଛି। ତେଣୁ ସାର୍ ଡାକିଲେ ବେବୀ ... ମାଆ... ବେବୀ ... ଠିଆ ହେଲ।


 ଡ଼ମୁଣି ମନେ ମନେ କହିଲା, "ସାର୍ ମତେ କେଡେ ଆଦରରେ ଡାକୁଛନ୍ତି। ଯା ହେଉ ମୁଁ ନାଁ ଟା ବଦଳେଇ ଦେଇଛି। ନ ହେଲେ ତ ମୋର ସମ୍ମାନ ନ ଥାଆନ୍ତା ଏଠି। ହଉ ହଉ ମୁଁ ଛିଡ଼ା ହେଇ ପଡେ।

 ତା ପରେ ଛିଡ଼ା ହେଲା ଡମୁଣି। ସାର୍ ପଚାରିଲେ "କହିଲ ଦେଖି ଉତ୍କଳ ଭାରତୀ କିଏ...?"


  କିଛି ସମୟ ଭାବି କହିଲା, "ସାର୍ ମୁଁ...!! ମତେ ଆମ ଗାଆଁରେ ସମସ୍ତେ କୁହନ୍ତି ମୁଁ କୁଆଡେ ମିସ୍ ଓଡ଼ିଆଣୀ । ତେଣୁ ଉତ୍କଳ ଭାରତୀ ମୋ ଛଡ଼ା ଆଉ କିଏ ହେବ...।"


 ସେଇଠୁ ତା ସାଙ୍ଗ କାନ୍ଦୁରି ଛିଡ଼ା ହୋଇ କହିଲା, " ଡମୁଣି ମିଛ କାଇଁ କହୁଛୁ । ସିଧା ସିଧା କହୁନୁ ତୁ ଉତ୍ତର ଦେଇପାରିବୁ ନାହିଁ ବୋଲି। ଆମ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ। ଏତିକି ଜାଣିନୁ। ହଁ ସାର୍ ବେବୀକୁ ନା ଆମ ଗାଆଁରେ କୁହନ୍ତି କି... ଗାଆଁ କନିଆଁ ସିଂଘାଣିନାକି ବୋଲି। ସିଏ ଭାବେ ସହରଟା ସବୁଠୁ ଭଲ। ସେଠି କେତେ କେତେ ସୁନ୍ଦର ଝିଅ ଦେଖା ଯାଆନ୍ତି। ସହରରେ ଘର କରିବାକୁ ତା ବାପାକୁ ସବୁ ଦିନ କହେ। ତା ବାପା ଯେତେ ବୁଝାଇଲେ ବି ସିଏ ଜମା ଶୁଣେ ନାହିଁ। ଗାଆଁର ଲୋକ କେତେ ଭଲ ସିଏ କେମିତି ଜାଣିବ। ସବୁ ବେଳେ ମୁହଁରେ ମେଞ୍ଚେ ମେଞ୍ଚେ ପାଉଡର କ୍ରିମ ଲଗେଇ ବୁଲିଲେ କଣ ହେବ...!! ପାଠ ତ ଦି' ଅକ୍ଷର ଆସୁ ନ ଥିବ। ତୋର ଏଇ ଗୁଣ ପାଇଁ ତତେ ସମସ୍ତେ ଏଇ ନାଆଁରେ ହିଁ ଗାଆଁରେ ଡାକନ୍ତି। ଗାଆଁ କନିଆଁ ସିଂଘାଣି ନାକି .... ଭଲ ପାଠ ଯଦି ପଢନ୍ତୁ ତା ହେଲେ କହିବେ। ଆରେ... ଯେତେ ହେଲେ ଆମ ଗାଆଁ ଝିଅ ନା........। 



Rate this content
Log in

Similar oriya story from Comedy