Sudipta Sundar Mohanty

Comedy Romance

4.0  

Sudipta Sundar Mohanty

Comedy Romance

ବିଜୁଳି ଓ ଘଡଘଡି

ବିଜୁଳି ଓ ଘଡଘଡି

3 mins
383


  ଓଃ ଏ ଶିକ୍ଷା ବ୍ୟବସ୍ଥା ବି ନା କେମିତି କା ବ୍ୟବସ୍ଥା କେଜାଣି .... ସବଳିଆ ପିଲାଙ୍କୁ ପାସ୍ କରେଇ ଦେଲା ମାର୍କ ଦେଇକି । ଆଉ ଆମ ମାନଙ୍କୁ ଅବଳା, ଦୁର୍ବଳା ଭାବି ପାସ୍ କରିବାର ନାଁ ଗନ୍ଧ ହିଁ ଧରୁନି । "ବିଜୁଳି ଏ... ବିଜୁଳି.. ଇସୁକୁଲକୁ ଯିବୁ ନା ତତେ ମାଡ଼ ଦେବି । ସବୁଦିନ ମନା କରୁଛି ପାଠ ପଢ଼ିବି ବୋଲି... । ଯିବୁ ନା ଛାଞ୍ଚୁଣୀ ଉଠେଇବି । "

- ହେଇଟି ବୋଉ ତୁ ମୋର ଇଜ୍ଜତକୁ ନଷ୍ଟ କରିଦେଲୁଣୁ । ଟିକେ ତ ସମ୍ମାନ ଦେ ମତେ, ମୁଁ ତୋ ଝିଅ ବୋଲି ଟିକେ ଭାବେ । ସବୁ ଦିନ କହିଲା ଖାଲି ଛାଞ୍ଚୁଣିରେ ବାଡେଇବି ବୋଲି । (କାନ୍ଦିଲା ଭଳି ମୁହଁ କରିଦେଇ । ) ତୁ ମତେ ଏମିତି କହିଲା ବେଳେ ଜାଣିଛୁ ମତେ କେତେ କଷ୍ଟ ହେଉଛି । 


....... ଆଃ ଲୋ ମୋ ଗୁଣବନ୍ତ ଝୁଅ କେବେଠୁ ଏତେ କଷ୍ଟ ଭୋଗିଲାଣି .. ମୁଁ ଟିକେ ଶୁଣେ ତ !!

...... ଏହେ ମୋ ବୋଉର ମୋ ପ୍ରତି ଏତେ ପ୍ରେମ । କେବେଠୁ ଉଛୁଳି ପଡ଼ିଲାଣି ଲୋ ବୋଉ । ତୁ ମତେ ଏତେ ପ୍ୟାର କରୁଛୁ ମତେ ତ ଖାଲି ଲାଜ ମାଡ଼ୁଛି । କୋଉଠି ମୁହଁ ଲୁଚେଇବି .... ମୋ କଥା ତା ହେଲେ ତୁ ଦିନ ରାତି ଭାବୁଛୁ ନା... । 

........ବେଶି କଥା କହୁଛୁ ଯିବୁ ନା ମୁଁ ଉଠିବି ଏଠୁ । "

...... ଯାଉଛି.. ଉଠିବା ଦରକାର ନାହିଁ ତୋର । ସବୁବେଳେ ବେଜ୍ଜିତ୍ କରୁଛି ମତେ । ଝୁଅ ବୋଲି କେବେ ଭାବୁନି ମତେ । 

 ଯିବାକୁ ବାହାରିଲା ବେଳକୁ ମେଘୁଆ ଟିକେ ହେଇଗଲା ଆକାଶ ଟା । ନୂଆ କରି ଆଣିଥିବା Kc Paulର ଅମ୍ବ୍ରେଲା ଧରି ଯିବ ବୋଲି ଭାବିଲା । ଟିଭିରେ ଦେଖିଛି ଏଇ ଅମ୍ବ୍ରେଲାଟା ସବୁଠୁ ଷ୍ଟ୍ରଙ୍ଗ, ମଜବୁତ୍ ପୁରା । ଅଲଟ୍ରାଟେକ୍ ସିମେଣ୍ଟ ଭଳି ହାତକୁ ଜାବୁଡ଼ି ଧରିବ । ଆଉ ସରକାରଙ୍କ ବାତ୍ୟା ବେଳେ ଦେଇଥିବା ପାଲ ପରି ଘୋଡେ଼ଇ ହେଇ ରହିବ । ବୋଉ... ଆଲୋ ଏ.. ବୋଉ.. ଶୁଭୁନି କି ତତେ । ମୋର ସେ Kc Paulର ଅମ୍ୱେରେଲାଟା ଆଣିଲୁ । 

...... କଣ କହିଲୁ ଲୋ ପୋଡାମୁହିଁ !! ଆମ୍ବ ଖାଇବୁ ନେଇକି ସେଠି । ମାଡ଼ ଭୁଲିଗଲୁ କି.. ପବନା ମାଷ୍ଟରର । ସେଦିନ ତତେ ବାଡେଇ ଥିଲା ପରା । ପୁଣି କହୁଛୁ ଆମ୍ବ ନେବୁ ବୋଲି । ମତେ ଯାହା ଲାଗୁଛି ତୋର ପଢିବାକୁ ଇଚ୍ଛା ହେଉନି ବୋଧହୁଏ । ବେଶି ନାଟକ କରିଲୁଣି ତୁ ବେଶୀ । ରହ ମୁଁ ସେ ଛତା ବାଡିଟା ଆଣୁଛି, ଦି' ବାଡି ପକେଇ ଦେଲେ ଏକାଥରକେ ଡିଆଁ ମାରି ଚାଲିଯିବୁ । 


...... ହେ ଭଗବାନ ମୋ ବୋଉ ପାଗଳ ହୋଇ ଗଲା ବୋଧହୁଏ । ମତେ ବାଡେଇବାକୁ ଆସିଲାଣି । ସେ ଅମ୍ବ୍ରେଲା ଥାଉ ମୁଁ ଚାଲିଲି । ବିଜୁଳି ଚମ୍ପଟ ମାରିଲା । ତା ବୋଉ ଆସି ଖୋଜିଲା ଟର୍ଚ୍ଚ ପକେଇକି । କୋଉଠି ବି ମିଳିଲାନି । ହଉ ଆସୁ ଆଜି ସେ ଛତରା ମୁହିଁ ଦେବି ଡଙ୍କି ବାଡ଼ିରେ ବାଡେଇ ଠିକ୍ କରିଦେବି । ହାରେ... ଚିହ୍ନିନି ବୋଧହୁଏ ଏ ମେଘିକୁ । ମେଘିର ଝୁଅ ହୋଇ ତାକୁ ଚାଲାକି କରିବ ବୋଲି ଭାବୁଛି । 


  ବିଜୁଳି ଚାଲି ଚାଲି ଯାଉଥାଏ । ବର୍ଷା ପଡ଼ିଲା । କେତେ ଆଶା କରିଥିଲା Kc Paulର ଅମ୍ବ୍ରେଲା ଧରି ଇସୁକୁଲ ଯାଇଥାନ୍ତି । ତାରି ଉପକାରିତା ବିଷୟରେ ସଭିଙ୍କୁ କହି ଥାଆନ୍ତି । ସିଏ ଆମକୁ ବର୍ଷାରୁ ରକ୍ଷା କରେ । ମୁଣ୍ଡ ଓଦା ହେବାକୁ ଦିଏନି । ସେ ଅମ୍ବ୍ରେଲା ଏତେ ଷ୍ଟ୍ରଙ୍ଗ ଯେ ଫୁଙ୍କିଲେ ବି ସହଜେ ଉଡ଼ିଯିବ । କିନ୍ତୁ ସବୁ ମାଟିରେ ମିଶିଗଲା । ହାଏରେ ବିଧାତା... ଶେଷରେ ଏୟା ଲେଖିଲୁ ମୋ କପାଳରେ ଟିକେ ବି ମୋ Kc Paulକୁ ଧରିବାକୁ ଦେଲୁନାହିଁ । ମୁଁ ଯଦି ଧରିନି ଆଉ କେହି ବି ଧରିବନି । ଆଉ ଯିଏ ଧରିବ ତାକୁ ମୁଁ କଦଳୀ ଗଛରେ ଦଉଡି ଦେଇ ମାରିଦେବି ନ ହେଲେ ସିଏ ଭାତ ଖାଇ ମରିବ । 


  ବାଟ ସାରା ଗପି ଗପି ଚାଲିଥାଏ ତା ଭୂତ ସହ ବିଜୁଳି । ଏପଟେ ବର୍ଷା ହେଉଛି ବୋଲି ଚୁନରୀଟାକୁ ମୁଣ୍ଡରେ ଦେଇଛି । ଆଗ ପଟୁ ଗୋଟେ ପୁଅ ପିଲାଟେ ଆସିଲା । ବିଜୁଳିକୁ ଦେଖି କହିଲା, "ଆଉ କଣ ସବୁ ଭଲ ତ ବାଳିକେ...!!"

...... ଏ.. ତୁ କିଏରେ ମତେ କଣ ବାଳିକେ ବୋଲି ଡାକୁଛୁ । 

..... ଆଉ କଣ ବାଳକ ବୋଲି ତତେ ଡାକିବି...!!

.... ଏଇ ମୋ ନାଁ ବିଜୁଳି । ଗୋଟେ ଝଟକାରେ ଆସି ପୁଣି ଚାଲିଯାଏ । କିଛି ସମୟ ପାଇଁ ତୁ ମତେ ଦେଖୁଛୁ । 

...... ଇଲୋ ମାଆଲୋ ତୋ ନାଁ ବିଜୁଳି ......!!

...... ହଁ କଣ ହେଲା କି !! ତୋ ନାଁ କଣ..?

..... ମୋ ନାଁ... ଆଗେ ଆଗେ ତମେ......

      ପିଛେ ପିଛେ ଆମେ....

..... ମାନେ ମୋ ନାଁ ତ ବିଜୁଳି, ତମେ କଣ ଘଡଘଡି.. । 

...... ହଁ ଗୋ ବାଳିକେ । ହମାରା ନାମ ଘଡଘଡି ହୈ...!! ଆଉ ଏତେ ବଡ ବର୍ଷାରେ କୁଆଡେ ଯାଉଛ ଗୋ । 

...... ବର୍ଷା କଣ ଏତେ ବଡ... ମୁଁ ତ ତାଠୁ ବଡ । ମୋ ବିନା ବର୍ଷା ସବୁ ବେଳେ ଅଧୁରା । ମୁଁ ବର୍ତ୍ତମାନ ମର୍ତ୍ତ୍ୟରେ ଜନ୍ମିଛି ବୋଲି ସେ ଘଡଘଡିକୁ ମୋ ପାଖକୁ ସେଣ୍ଡ୍ କରିବ ବୋଲି ମେସେଜ କରିଥିଲା । 

..... ଆଚ୍ଛା ତା ହେଲେ ତ ଘଡଘଡି ଆସି ପହଞ୍ଚି ଗଲା । ହଉ ତମେ ଏବେ କୁଆଡେ ଯାଉଥିଲ...?

...... ମୁଁ ପାଠ ପଢ଼ିବାକୁ ଯାଉଥିଲି । ଦଶମ ପାଠ । ଏବେ ତ ଯୋଉ ସିଷ୍ଟମ୍ କରିଲାଣି ପାଠ ନ ପଢି କୁଆଡେ ଯିବି କହ । 

..... ହଉ ଲୋ ବିଜୁଳି ସେ ସବୁ ସରିଲେ ମୋ ପାଖକୁ ଆସିବୁ ମୁଁ ତତେ ପ୍ରେମ ପାଠ ଶିଖେଇ ଦେବି । 

...... ହଁ ଶିଖିବି ଯେ ମତେ ଟିକେ ଆଗରୁ କହିଲୁ କଣ କଣ ବିଷୟ ଅଛି ସେଥିରେ । 

...... ନା ଜମା ନୁହେଁ । ସେଇଟା ଏବେଠୁ ଜାଣିଲେ ଭଲ ନାଇଁ । ମୁଁ ବେଶି କିଛି ଜାଣିନି ଗୁରୁଙ୍କ ଠାରୁ ଶିଖିକି ଆସିଲେ କହିବି । ଆସ ମୋ ହାତ ଧର । 


  କେମିତି ଲାଗିଲା କମେଣ୍ଟ୍ କରି କହିବେ ଆଜ୍ଞା... । ଆଉ ହଁ ପ୍ରେମ ପାଠ ବିଷୟରେ ମୋର କିଛି ଜ୍ଞାନ ନାଇଁ । ଆପଣ ମାନେ ଯଦି ଜାଣିଛନ୍ତି କହିବେ ।  



Rate this content
Log in

Similar oriya story from Comedy