Sudipta Sundar Mohanty

Comedy Fantasy Others

4.5  

Sudipta Sundar Mohanty

Comedy Fantasy Others

ମୋ ବାହାଘରେ ନାଚିବି ମୁଁ

ମୋ ବାହାଘରେ ନାଚିବି ମୁଁ

4 mins
494



 ମମି ଏ ମମି ମୁଁ କଲେଜ ଯାଉଛି। ମୋ ସ୍କୁଟି ଚାବି କୋଉଠି ଅଛି ଦେଲୁ ?

  ଆଲୋ ମୋ ଧନ ସେଇଠି ଥାକ ଉପରେ ଅଛି। ଯା ଜଲଦି କଲେଜ କୁ। ନ ହେଲେ ତମ ମାଷ୍ଟ୍ରେ ଆସି ପିଟିଲେ କି କଣ କରିଲେ ମୋ ପାଖରେ ଆସି କାନ୍ଦିବୁନି।

 ହଁ ଲୋ ମମି ଯାଉଛି ଯାଉଛି। ଏହା କହି ଦେଇ ଚେପି ଘରୁ ବାହାରି ପଡ଼ିଲା। ବାଟ ଟି ଯାକ ଯାହାକୁ ଦେଖିଲା ଚଷମା ଟିକୁ ନାକ ପାଖକୁ ଖସେଇ ଦେଇ କାହାକୁ ଆଖି ଟିକେ ମାରି ଦେଉଥାଏ ତ କେତେବେଳେ ଫ୍ଲାଇଙ୍ଗ କିସ୍ ଗୋଟେ ପଠେଇ ଦେଉଥାଏ। ଝିଅ ପିଲା ମାନଙ୍କୁ ଦେଖିଲେ ହାଏ ହେଲୋ ମିସ୍ କହି ପୁଅ ପିଲାଙ୍କ ପରି ତାଙ୍କ ଚାରି ପଟେ ସ୍କୁଟି ବୁଲାଉ ଥାଏ।


  ଚେପି କଲେଜ ର ହିରୋଇନ୍ ଥିଲା। ଏ କଥା କିନ୍ତୁ ଘରେ କେହି ବି ଜାଣି ନାହାନ୍ତି। ଝିଅ ତ ପାଠ ପଢିବାକୁ ଯାଉଛି ନା। ଏତେ କଥା ଜାଣି ତାଙ୍କର କି ଫାଇଦା ହେବ। ଝିଅ କଲେଜ ରେ ଡାନ୍ସ କରୁ କି କାହା ସହ ରୋମାନ୍ସ କରୁ ସେଥିରେ କିଛି ଯାଏ ଆସେ ନାହିଁ। ଆଜି କାଲି ଏଇଟା ଗୋଟିଏ କମନ୍ କଥା। ତେଣୁ ଘରେ ଜାଣିଲେ ବି କେହି କିଛି କହିବେନି। ଗୋଟିଏ ବୋଲି ସୁନାନାକି ଝିଅ କୁ ଗାଳି ଦେବାକୁ କାହାର ସାହାସ ନାହିଁ। ହଉ ହେଲା ଆଉ ସିଏ ସୁନାନାକୀ ଝିଅ ହେଲେ କି ରୂପାନାକୀ ଝିଅ ହେଲେ ମୋର ସେଥିରେ କଣ ଯିବ ?

  କୋଉ ପାଣି କୋଉ ନାଳ କୁ ଯିବ ତାହା ତ ଆମେ ଦେଖିବା ଲୋକ !ଏତେ କଥାରେ କାଇଁ ମୁଣ୍ଡ ପୁରେଇବା ! ଠିକ୍ କହିଲି ନା ନାହିଁ ହେ ଆଜ୍ଞା !


  କଲେଜ ରେ ୱେଲକମ୍ ହେଲା ଗୋଟେ ପାର୍ଟି କରିବା। ଫେରୱାଲ ହେଲା ଗୋଟେ ପାର୍ଟି କରିବା। ସେ ଗଣେଶ ପୂଜା ହେଉ କି ସରସ୍ଵତୀ ପୂଜା ଯାହା ବି କିଛି ହେବ ପାର୍ଟି କରିବା। ଖାଲି ପାର୍ଟି ରେ ହିଁ ଅଧା ଦିନ ଚାଲି ଯାଉଥିଲା। ଆଉ ପାଠ କଥା ! ନ କହିବା ହିଁ ସବୁଠୁ ଭଲ ।ପାଠ ଏମିତି ପଢାଯାଏ ଯେ ପିଲା ମାନଙ୍କ ସବୁ ଜ୍ଞାନ କାଉ ର ମୁଣ୍ଡକୁ ଚାଲିଯାଏ। କେମିତି ଯିବନି କହୁ ନାହାନ୍ତି କଲେଜ ର ନାଁ ପରା ଟ୍ରାନ୍ସଫର୍ ମହାବିଦ୍ୟାଳୟ ! ତେଣୁ ସବୁ ଜ୍ଞାନ ଗୁଡାକ କାଉ ନ ହେଲେ ଚଟିଆ ମୁଣ୍ଡ କୁ ଯିବନି ଆଉ କୁଆଡେ ଯିବ।


  ଇଏ ଗଲା ଆମ ଚେପି ନାନୀ ଆଉ କଲେଜ ର କଥା ଏବେ ଚାଲନ୍ତୁ ପ୍ରିନ୍ସିପାଲ୍ ସାର୍ ଙ୍କ ଆଡେ ଟିକେ ବୁଲି ଆସିବା। କଲେଜ ର ପ୍ରିନ୍ସିପାଲ୍ ସାର୍ ଙ୍କ ନାଁ ଗୁଣ୍ଡୁଚି ଧଡଧଡ଼ିଆ। ସେ କେବଳ ନାଁ କୁ ପ୍ରିନ୍ସିପାଲ ହେଇ ନାହାନ୍ତି ଯେ !ସେ ଯାହା କହିବେ ତାହା ହିଁ ହେବ। ତାଙ୍କ କଥା ବେଦର ଗାର। ଆଉ ପିଲା ମାନେ ବି ଏତେ ସମ୍ମାନ ଦେଉଥିଲେ ଯେ ସାର୍ ଙ୍କୁ ତାହା ଭାଷାରେ ବର୍ଣ୍ଣନା କରି ପାରିବିନି। ପିଲା ମାନଙ୍କର ଏତେ ଭଲ ପାଇବା ପାଇଁ ସେ କଲେଜ ଛାଡ଼ି କୁଆଡେ ଯାଆନ୍ତି ନାହିଁ। ପିଲା ମାନଙ୍କ ଚରିତ୍ର ଶିଷ୍ଟତା ସମୟ ଜ୍ଞାନ ମଣିଷ ପଣିଆ ଉପରେ ଗୁରୁତ୍ବ ଦେଉଥିଲେ। ଜୀବନ ରେ କେବେ ବି ଧୈର୍ଯ୍ୟ ହରା ନ ହୋଇ କେମିତି ବଞ୍ଚିବ ତାହା ଶିଖାଇ ଥିଲେ । କଲେଜ ପିଲା କେମିତି ହୁଅନ୍ତୁ ନା କାହିଁକି ଆମ ଗୁଣ୍ଡୁଚି ସାର୍ ସବୁଠୁ ଭଲ। ତାଙ୍କ ଚରିତ୍ର ରେ ଆଜି ଯାଏଁ ଗୋଟେ ଦାଗ ବି ଲାଗିନି। ଆଉ ଯଦି କିଏ ଲଗାଇବାକୁ ଚେଷ୍ଟା କରିବ ତା ହେଲେ ସର୍ଫ ଏକ୍ସେଲ ପକେଇ ଛଡେଇବେ ଆଉ !


  ହଉ ହଉ କଲେଜ କଥା ବେଶି କହିଲିଣି। ଆମେ ଟପିକ ଉପରକୁ ଯିବା। ଚେପି ଆମର କଲେଜ ରୁ କ୍ଲାସ ସାରି ଆସିଲା। ଦେଖିଲା କେତେ ଲୋକ ଗହଳି ହେଇଛନ୍ତି ତାଙ୍କ ଘରେ। ଚେପି ତ ଆମର କୋଟିଏ ରେ ଗୋଟିଏ ଝିଅ ଥିଲା। ବାପା ଯେ ତା ବିଷୟରେ ଲୋକ ମାନଙ୍କୁ କହୁଥାନ୍ତି। ସେ କେମିତି ସ୍କୁଲ ରେ କଲେଜ ରେ ଫାଷ୍ଟ ହେଉଥିଲା। ଡାନ୍ସ ରେ ଷ୍ଟେଟ ଟପର୍ ଥିଲା ସବୁ କାର୍ଯ୍ୟ ରେ ଫାଷ୍ଟ ହେଉଥିଲା ତାହା ବଖାଣି ବାକୁ ଲାଗିଲେ। ଚେପି ଯେ କୁର୍ କୁର୍ ଖାଇ ଖାଇ ବାପାଙ୍କ କଥାକୁ ଶୁଣି ଚାଲିଥିଲା। ମନେ ମନେ କହୁଥାଏ ଆରେ ମୋ ପାଖରେ ଏତେ ଗୁଣ କୋଉଠୁ ଆସିଲା। ମୁଁ ତ ଭାବି ବି ପାରୁନି। ହଉ ଯାହା ହେଉ ବାପା ଆଜି ମୋର ପ୍ରଂଶସା ର ଭାଜନ ହେବେ।


   କଥା ବାର୍ତ୍ତା ସରିଲା। ଚେପି ସେମିତି କବାଟ ପାଖରେ ଠିଆ ହୋଇ କଥା ଶୁଣୁ ଥିଲା। ସେମାନେ ଯିବାକୁ ଯେମିତି ଉଠିଛନ୍ତି ଚେପି କୁ ଦେଖି ଟିକେ ହସି ଦେଲେ। ସେମାନେ ଯେମିତି ଚାଲି ଯାଇଛନ୍ତି ଚେପି ତା ବାପା ଙ୍କୁ ଯାଇ ଭିଡ଼ି ଧରିଲା। ବାପା କହିଲେ ଆଜି ତୋର ଭଲ ପ୍ରଂଶସା କରିଛି ନା !

   ହଁ ଡାଡି ! ଆଜି ମୁଁ ଜାଣିଲି ତମେ ଗୋଟେ ବେଷ୍ଟ ହଜବ୍ୟାଣ୍ଡ ଆଉ ବେଷ୍ଟ ପାପା ବୋଲି।

 ହଁ ଲୋ ଚେପି ତୋ ମମି ମତେ କାଲି ଏଇ ଟ୍ୟୁସନ୍ କରି ଛାଡିଥିଲେ । ନ ହେଲେ କହିଥିଲେ ମୋ ପିଠି ରେ ଧୁମ୍ ଧଡକ କରିବେ ବୋଲି। ସବୁ ଭଲରେ କହିଛି ତ।


  ହଁ ଡାଡି ପୁରା ପରଫେଷ୍ଟ। ଆଚ୍ଛା କହିଲ ବାହାଘର କେବେ। ମୁଁ ବାହା ହେବା ପାଇଁ ବେଶି ତତ୍ପର। ଖାସ୍ କରି ସବୁଠୁ ବଡ କଥା ହେଲା ମୋ ବାହାଘର ରେ ମୁଁ ନାଚିବି ।

  ଚେପି ର ବାପା କହିଲେ ଆଲୋ ମା ତୁ ଭୁଆସୁଣୀ ଝିଅ ନାଚ କଣ କରିବୁ !

  ଓଃ ! ତମେ କୋଉ ଯୁଗ ରେ ଅଛ କହିଲ। ଆଜିକା ଯୁଗ ରେ ସବୁ ଚଳିବ। ଆଉ ମୁଁ ତମକୁ କଣ ଭୁଆସୁଣୀ ଭଳି ଦେଖା ଯାଉଛି କି ! ମୁଁ ଆଉ ମମି ମର୍ଡନ ଯୁଗର ସଡନ ନାରୀ ପରା।

  

   ଚେପୀ ର ବାପା କହିଲେ ମା ଲୋ ଏ ଯୁଗ ର ନାରୀ କୁ ଦୁରୁ ଜୁହାର ! ଧନ୍ୟ ତୁ ଆଉ ଧନ୍ୟ ତୋ ମା !

  ଡାଡି ତମେ ବି ମୋ ବାହାଘର ଦିନ ଟିକେ ମାଲ ପକେଇ ଦେବ। ଦେଖିବ ପୁରା ନାଗିନ ଡାନ୍ସ ନାଚ କରିବ।

  ନାଇଁ ଲୋ ମା ଥାଉ ମତେ ସେ ନାଗିନ ଡାନ୍ସ କରିବାକୁ ଇଚ୍ଛା ନାହିଁ। ମତେ ଖାଲି ଗୋଟେ ବଇଁଶୀ ଟେ ଦେ ! ସେତିକି ରେ ମୁଁ ଖୁସି ।

   ଡାଡି ତମର ତ ଷୋଳ କଳା। କଣ କୃଷ୍ଣ ସାଜିଗଲ କି ?

  ଆଉ ତୋ ମମି ତୁ ଯଦି ଦ୍ରୌପଦୀ ହେଇ ପାରୁଛ ମୁଁ କାହିଁକି ହେଇ ପାରିବିନି।

   ଡାଡି ତମେ ଯାହା କରୁଛ କର। ମୁଁ କିନ୍ତୁ ମୋ ବାହାଘର ଦିନ ଡାନ୍ସ କରିବି।

    ହଉ ଲୋ ମା କର। ଯାହା ତୋ ଇଛା ! ମୁଁ କିଏ ତତେ ଅଟକେଇବା ବାଲା।


  ଠିକ୍ ସମୟରେ ବେଳା ଲଗ୍ନ ଦେଖି ବାହାଘର ପାଇଁ ଦିନ ଠିକ୍ ହେଲା । ଚେପି ବାହାଘର ଦିନ ଟିକେ ନାଲି ପାଣି ପକେଇ ଦେଲା। ବର ଘର ଯେମିତି ଆସିଲେ ସେ ଚାଲିଗଲା ତଳକୁ ଆଉ ଗୀତ ଲଗେଇ ନାଚ କରିଲା ମୋ ବାହାଘରେ ନାଚିବି ମୁଁ ।




Rate this content
Log in

Similar oriya story from Comedy