STORYMIRROR

Sudipta Sundar Mohanty

Comedy Others

4  

Sudipta Sundar Mohanty

Comedy Others

ମୋ ସ୍ତ୍ରୀ ର ଫୋନ୍

ମୋ ସ୍ତ୍ରୀ ର ଫୋନ୍

3 mins
556


    ବ୍ୟସ୍ତ ବ୍ୟସ୍ତ ବ୍ୟସ୍ତ... ମଣିଷ ଜୀବନ ବ୍ୟସ୍ତ ବହୁଳ ଜୀବନ..। ଫଟା କପାଳ କେ କରିବ ଆନ..!! ଆରେ ଆମେ ମାନେ ସିନା ମରଦ ଲୋକ..। ଆମର ସିନା ବ୍ୟସ୍ତ ଜୀବନ ରହିବ। ହେଲେ ଆମ ମାଇକିନା ମାନଙ୍କର କି ବ୍ୟସ୍ତ ଜୀବନ ରେ...!! ଯେତେବେଳେ ବି ମୋ ମାଇକିନା ପାଖକୁ ଫୋନ୍ କରିଲା ବେଳକୁ କହୁଥିବ କଣ ନା ..."ଆପଣ ଯାହା ପାଖକୁ କଲ୍ କରୁଛନ୍ତି ସେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି। ଦୟା କରି କିଛି ସମୟ ପରେ ଚେଷ୍ଟା କରନ୍ତୁ।"ସେଇଠୁ ଇଂଲିଶ ରେ କେତେ ପଦ ଆଉ ହିନ୍ଦୀ ରେ କେତେ ପଦ କହିଦେବ। ତା ପରେ ଫୋନ୍ ଅଫ। କି କରିବ ହାଏ..... ବିଧାତା ଆମକୁ କାହିଁକି ଏ ଦଣ୍ଡ ଦେଲା କେଜାଣି। ନ ବାହା ହୋଇଥିଲେ କଣ ହୁଅନ୍ତା ନାହିଁ। ବାହା ହୋଇ ବେଶି ଟେନସନ୍ ହେଇ ଗଲାଣି। ବାହା ହେଲେ ଦୋଷ ନ ହେଲେ ବି ଦୋଷ। ପଚାରୁ ନାହାନ୍ତି କେମିତି...?


      କେମିତି କଣ ଯେ... ବାହା ହେଲେ ସ୍ତ୍ରୀ ପିଲା ଛୁଆ ଙ୍କୁ ପାଳନ କରିବା , କେମିତି ସେମାନଙ୍କୁ ଖାଇବାକୁ ଦେବା , କଣ ପିନ୍ଧିବାକୁ ଦେବା ... ଏସବୁ । ଆଉ ବାହା ନ ହେଲେ ସ୍ତ୍ରୀ ମୋ ଉପରେ ରାଗି ଯିବନି କି ଆଜ୍ଞା..। କଣ କରିବି.... କୋଉ ଯୁଗର ପେରେମ କୁ ନେଇ କୋଉ ଲଗ୍ନ କୋଉ ନକ୍ଷତ୍ର କୋଉ ବେଳା ରେ ମୋ ମାଇକିନା କୁ ଭଲ ପାଇଥିଲି ଯେ... ମତେ ଆଜି ଏ ଦିନ ଦେଖିବାକୁ ପଡୁଛି। ଛି ଛି "ମଣିଷ ଜନମ କାଇଁ ଦେଲ ପ୍ରଭୁ..,

      ବ୍ୟସ୍ତ ରେ ଜୀବନ ବିତିଯାଏ ସବୁ।।"

   ମୁଁ ଏପଟେ କାମ କରିବି ବୋଲି ସୁରଟ ଚାଲି ଆସିଲି। ସେଠି ଗାଁ ରେ ମୋ ସୁନ୍ଦରୀ କୁ ଏକୁଟିଆ ଛାଡ଼ି ଦେଇ ଚାଲି ଆସିଲି।କେହି ଆଉ ନଜର ପକେଇ ଦେଇନି ତ...। ହଁ କିଏ ଗୋଟେ ନଜର ପକେଇ ଦେଲାଣି ବୋଧେ ମୋ ସ୍ତ୍ରୀ ର ଫୋନ୍ ଉପରେ। ସେଥି ପାଇଁ ମୋ ସ୍ତ୍ରୀ ର ଫୋନ୍ ସବୁ ବେଳେ ବ୍ୟସ୍ତ କହୁଛି। ଆଜି ରାତିରେ ଫୋନ୍ କରିକି ତା ଫୋନ୍ ର ସବୁ ବ୍ୟସ୍ତ ଛଡେଇ ଦେବି। ହାରେ.... ସେ ଫୋନ୍ ହାରାମଜାଦା ଚିହ୍ନିନି ବୋଧେ.. ମତେ..।


   ଆଜି ରଘୁଆ ର ମୁଣ୍ଡ ପୁରା ଟିଣ ହୋଇ ଗଲାଣି। ମାଇକିନା ପାଖକୁ ଦଶ ଥର କଲ୍ କରି ସାରିଲାଣି। କିନ୍ତୁ ମାଇକିନା ମୋର ଫୋନ୍ ଉଠେଇ ଦେଇ କହୁଛି "ଆପଣ ଯେଉଁ ବ୍ୟକ୍ତି ଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ସେ ବର୍ତ୍ତମାନ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଛନ୍ତି ଦୟା କରି କିଛି ସମୟ ପରେ ଚେଷ୍ଟା କରନ୍ତୁ , ନଚେତ୍ ଅପେକ୍ଷା କରନ୍ତୁ।"ହଉ ରାତିକି ଫୋନ୍ କରିଲେ ତାକୁ କହିବି ସେ ଫୋନ୍ କୁ କହିବ "ମତେ ଯଦି ଆଉ ଥରେ କହିଛି ମୋ ସ୍ତ୍ରୀ କାହା ସହ ସମ୍ପର୍କ ରଖିଛି ତା ହେଲେ ସେ ଫୋନ୍ କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସ ଡାକିକି ରଖିଥିବ। ଛି... ଦିନଟି ଯାକର ବ୍ୟସ୍ତ ଜୀବନ କୁ ଭାବିଥିଲି ଛୁଟି ତ ଅଛି ... ମାଇକିନା ସହ କଥା ହେଇ ଟିକେ ସଂସ୍ଥା ଆରମ୍ଭ କରି ଥାଆନ୍ତି। ତା ପରେ ଟିକେ.... ଛାଡ ଆଉ ସେ କଥା କହିବିନି..। ମତେ ଲାଜ ମାଡ଼ୁଛି। ସନ୍ଧ୍ୟା ବେଳେ କଥା ହେଇ ଆଜି ଫୋନ୍ ର ରଙ୍ଗ ତ ପୁରା ଛଡେଇ ଦେବି ଆଉ...!!


    ସନ୍ଧ୍ୟା ବେଳକୁ ରଘୁଆ ର ସ୍ତ୍ରୀ ଫୋନ୍ କରିଲା। ରଘୁଆ ଫୋନ୍ ଉଠେଇ ହେଲୋ କହିଲା।

ସ୍ତ୍ରୀ:- ଓଲଗି ହେଉଛି ଡାର୍ଲିଙ୍ଗ..

ରଘୁଆ:- ପାଚିଲା ଚୁଟିରେ ସିନ୍ଦୂର ଝଟକୁ ଥାଉ ଲୋ ସୁନ୍ଦରୀ..।

ସ୍ତ୍ରୀ:- କଣ କରୁଚ ଗୋ ଡାର୍ଲିଙ୍ଗ..?

ରଘୁଆ:- କଣ ଆଉ କରିବି ଲୋ ସୁନ୍ଦରୀ...!! ତତେ ଛାଡ଼ି ଆସିଲି ସିନା ମୋ ମନ ଖାଲି ଏଠି ତତେ ହିଁ ଖୋଜୁଛି ଲୋ। ଯୁଆଡେ ଦେଖିଲେ ଖାଲି ତୁ ହିଁ ତୁ ଦେଖା ଯାଉଛୁ। ମୋ ଦିନ ରେ ତୁ, ମୋ ସ୍ୱପ୍ନରେ ତୁ, ଖାଲି ତୁ ତୁ ତୁ...।

ସ୍ତ୍ରୀ:- ଥାଉ ଡାର୍ଲିଙ୍ଗ ଆଉ କୁହନି। ମତେ ତମ କଥା ଶୁଣି ଭାରି ଲାଜ ଲାଗୁଛି। ଲାଜ ରେ ମୁଁ ପୁରା ଗୋଟା ପଣେ ଓଦା ହେଇ ଗଲିଣି। ହଉ ମୁଁ ପରେ କଥା ହେବି। ଡାଲି ପୋଡ଼ି ଗଲାଣି।

ରଘୁଆ:- ହଉ ଲୋ ସୁନ୍ଦରୀ ମୁଁ ଆଉ ଟିକିଏ କୁ ଫୋନ୍ କରୁଛି।


    କିଛି ସମୟ ପରେ ରଘୁଆ ଫୋନ୍ କରିଛି। କିନ୍ତୁ ଫୋନ୍ ରୁ ଆୱଜ ଆସୁଥାଏ ,"ଆପଣ ଯୋଉ ବ୍ୟକ୍ତି ଙ୍କ ସହ କଥା ହେବାକୁ ଚାହୁଁଛନ୍ତି ସେ ବର୍ତ୍ତମାନ ଅନ୍ୟ କଲ୍ ରେ ବ୍ୟସ୍ତ ଅଛନ୍ତି । ଦୟା କରି କିଛି ସମୟ ଅପେକ୍ଷା କରନ୍ତୁ...।"

    ପୁଣି ରଘୁଆ ଫୋନ୍ କରିଲ। ଏଥର ଫୋନ୍ କହିଲା ,"ଆପଣ ଯାହା ସହ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ସେ ବର୍ତ୍ତମାନ ଅନ୍ୟ ଜଣଙ୍କ ସହ କନ କନ ହେଉଛନ୍ତି।"ରଘୁଆ ର ମୁଣ୍ଡକୁ ପିତ୍ତ ଚଢ଼ିଗଲା। ସେ ରାଗିକି ପୁରା କଞ୍ଚା ଲାଲ୍ ପଡ଼ି ଗଲାଣି। ହଁ ବା ଲାଲ୍ ପଡିବନି କେମିତି ରଘୁଆ ଟା ଆମର ଜହ୍ନି ମଞ୍ଜି ପରି ନା ଦେଖିବାକୁ।

     ଏଇ ଥରକ ରଘୁଆ ଭାବିଲା ଭଲ କରି ଥରେ ଶୁଣାଇ ଦେବ ସେ ଫୋନ୍ କୁ। ଶଳା ଆଜି ମତେ ଭାରି ବ୍ୟସ୍ତ କରି ଦେଲାଣି। ରହ ଦଉଛି ଆଜି ସେ ଫୋନ୍ କୁ। ଫୋନ୍ କରିଲା , ଏଥରକ ସ୍ତ୍ରୀ ଫୋନ୍ ଉଠେଇ ଦେଲା ।

ସ୍ତ୍ରୀ:- ହେଲୋ କଣ ହେଲା ଡାର୍ଲିଙ୍ଗ....

ରଘୁଆ:- ଛତୁ ଟା ହେଲା...। ତୋ ଫୋନ୍ କୁ ବୋଧେ ରୋଗ ଧରିଲାଣି। ଜାଣିଛୁ ମତେ ସିଏ ତୋ ନାଁ ରେ କେତେ ମିଛ କଥା କହୁଛି। କହୁଛି ତୁ କୁଆଡେ କାହା ସହ କନ କନ ହେଉଛୁ। ବେଶି ବ୍ୟସ୍ତ ହୋଇ ପଡୁଛୁ।

(ଏଇ ସମୟରେ ରଘୁଆ ର ସ୍ତ୍ରୀ ଘରୁ ଜଣଙ୍କ ପାଟି ଶୁଭିଲା ,,, ଆପଣ ଯୋଉ ବ୍ୟକ୍ତି ଙ୍କ ସହ ସମ୍ପର୍କ ସ୍ଥାପନା କରିବାକୁ ଚାହୁଁଛନ୍ତି ସେ ବର୍ତ୍ତମାନ ମୋ ସହ ବିବାହ କରିବାକୁ ଯାଉଛନ୍ତି। ଦୟା କରି ଆମ ସଂପର୍କ ରେ ବାଧା ବିଘ୍ନ ସୃଷ୍ଟି ନ କରି ଫୋନ୍ ରଖନ୍ତୁ। ମୁଁ ବ୍ୟସ୍ତ ହୋଇ ପଡ଼ିଲିଣି ତାଙ୍କ ସହ ସମ୍ପର୍କ ରଖିବା ପାଇଁ....."


ରଘୁଆ ଆଶ୍ଚର୍ୟ୍ଯ ହୋଇ ଫୋନ୍ କୁ ଚାହିଁ ରହିଲା......




Rate this content
Log in

Similar oriya story from Comedy