Papu parida

Drama Romance Tragedy

4.5  

Papu parida

Drama Romance Tragedy

ମୋ ପ୍ରେମ କାହାଣୀ

ମୋ ପ୍ରେମ କାହାଣୀ

3 mins
558



     ଜୀବନରେ ବହୁତ କିଛି କରିସାରିଥିଲି। ପାଠ ପଢ଼ିଲି , ଭଲ ମାର୍କ ଆଣି ପ୍ରଶଂସିତ ହେଲି,ପାଠ ପଢେଇଲି,ସମାଜ ସେବାରେ ଯୋଗ ଦେଲି, କବିତା ଓ ଗଳ୍ପ ଲେଖା ଲେଖି ମଧ୍ୟ କଲି ଆଉ ଏବେ ଶିକ୍ଷକତା କରୁଛି। ଏ ସବୁ ମଧ୍ୟରେ ଯାହା ସହ ବି ସମ୍ପର୍କର ନିବିଡ଼ତା ବଢିଛି କେବଳ ଭାଇ ଓ ଭଉଣୀ ରୂପେ। ପ୍ରେମ ନାମକ ପକ୍ଷୀ ସତେ ଯେପରି ମୋ ପାଖକୁ ଆସିବାକୁ ଡରୁଥିଲା, କାଳେ ତାକୁ ମୁଁ ଭାଇଭଉଣୀ ର ପଞ୍ଜୁରୀରେ ବାନ୍ଧିଦେବୀ।ଯଦିଓ ସ୍କୁଲ ସମୟରେ ଜଣଙ୍କ ସହ ସମ୍ପର୍କର ପରିଭାଷା ଟିକିଏ ଅଲଗା ଥିଲା।କିନ୍ତୁ ଯାହା ଥିଲା ସବୁ ଏକ ତରଫା। ସେଥିରେ ବି ବିଫଳ ! ମୋ ଠୁ ଦି ବର୍ଷ ସାନ । ନାଁ ଶୀତଲ। କେଜାଣି କାହିଁକି କେବଳ ତାକୁ ହିଁ ମନ ଭଉଣୀ ର ଆଖ୍ୟା ଦେବାକୁ ରାଜି ନଥିଲା। ସେ ଯାହା ହେଉ ବହୁତ ବର୍ଷ ବିତି ଗଲାଣି। ଆଉ ମନେ ପକାଇ କି ଲାଭ? 


          ଆଜି ମୁଁ ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ଶିକ୍ଷକ ଭାବେ କାର୍ଯ୍ୟରତ। ଯେହେତୁ ଯୌବନର ଅପରାହ୍ନ ହେବାକୁ ଲାଗିଲାଣି ତେଣୁ ମନରେ ପ୍ରେମ ପ୍ରତି ଆଗ୍ରହ ଥିଲେ ବି ମୋ କର୍ମ ସେଥିପାଇଁ ସମୟ ଓ ସୁଯୋଗ ଦିଏନି।


       କିନ୍ତୁ କିଛି ଦିନ ତଳେ ମୋ ସହ ଏକ ଅଜବ ଘଟଣା ଘଟିଲା। କଲେଜରୁ ଫେରି ଫେସବୁକ ଦେଖିଲା ବେଳକୁ ଦେଖିଲି ମୋ କବିତା ସବୁ କେହି ଜଣେ ଲାଇକ କରିଛି ଓ କମେଣ୍ଟ ମଧ୍ୟ ଦେଇଛି।ମୁଁ ଖୁସି ହୋଇ ବ୍ୟକ୍ତିଜଣକ କିଏ ଜାଣିବା ପାଇଁ ତାଙ୍କ ପ୍ରୋଫାଇଲରେ ପ୍ରବେଶ କଲି। ପ୍ରୋଫାଇଲ ନାମ ଶୀତଲ ପ୍ରଧାନ! ୱାର୍କଡ଼ ଆଟ ସେଣ୍ଟ ମେରି କନଭେଣ୍ଟ ସ୍କୁଲ।ଷ୍ଟାଟସ ଅନମେରିଡ଼।ଶେଷରେ ଦେଖିଲି ହାଇସ୍କୁଲ ଆଟ ବୃନ୍ଦାବନ ନାୟକ ସ୍ମୃତି ଵିଦ୍ୟାପୀଠ, ଶରଧାପୁର।ମୁଁ ପୁରା ସ୍ତବ୍ଧ।ଯେତେବେଳେ ଟିକିଏ ତଳକୁ ଗଲି ଦେଖିଲି ଆମ ବେଚର ଏକ ଗ୍ରୁପ ଫୋଟୋ। ମୁଁ ପୁରା ନିଶ୍ଚିତ ହୋଇଗଲି ଯେ ଏ ତ ସେଇ ଶୀତଲ । ଯାହା ପାଇଁ କୁନି ହୃଦୟ ମୋର ବିଚଳିତ ହେଇଯାଉଥିଲା।


        ହଠାତ ସେପଟୁ ଫ୍ରେଣ୍ଡ ରେକ୍ୱେଷ୍ଟ ଆସିଲା।ମୁଁ ସାଙ୍ଗ ସାଙ୍ଗେ ଆସେପ୍ଟ କଲି। ସେପଟୁ ହାଲୋ , ଏପଟୁ ହାଏ।ସେପଟୁ କିପରି ଅଛ ,ଏପଟୁ ଭଲ ଅଛି ଆଉ ତମେ। ସେପଟୁ ଭଲ,ଆଉ କଣ କରୁଛ , ଏପଟୁ ମୁଁ ଏବେ ସେବା କଲେଜରେ ଅଧ୍ୟାପକ ଅଛି। ଅବଶ୍ୟ ଏ ସମୟରେ ମୋ ହାତ କାହିଁକି ଥରୁଥିଲା ଓ ଦେହରୁ କାହିଁକି ଝାଳ ବହୁଥିଲା ମୁଁ ଜାଣିନି।********45 ଏଇଟା ମୋ ଫୋନ ନମ୍ବର କେବେ ସମୟ ପାଇଲେ କଲ କରିବ। ମୁଁ ସାଙ୍ଗେ ସାଙ୍ଗେ ଫୋନ କଲି। ହାଲୋ ବାସ ସେଇ ସ୍ଵର ଯାହା ପାଇଁ ଦିନେ ସ୍କୁଲ ଯିବାର ଇଚ୍ଛା ନଥିଲେ ବି ସ୍କୁଲ ଧାଉଁଥିଲି। କଥାବାର୍ତ୍ତା ଆଗକୁ ବଢ଼ିଲା।ପିଲାଦିନର ସେଇ ଭୁଲିଯାଇଥିବା ଅନୁଭୂତି ଗୁଡିକୁ ପୁଣିଥରେ ଜୀଇଁବାକୁ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି ଥିଲି। ଟିକେ ସମୟ ମିଳିଲେ ଚାଟିଂ ନହେଲେ କଲ।

 

       ଦିନେ ସେ କଥା ହେଉ ହେଉ ପଚାରିଦେଲା " ତମେ ବାହା ହେଇସାରିଲଣି?"

ମୁଁ: ନା। ଆଉ ତୁମେ।

ସେ : ନା। ବହୁତ ଦିନ ହେଲା ଗୋଟିଏ କଥା କହିବି ବୋଲି   

   ଭାବୁଛି। ଯାହା ସ୍କୁଲ ସମୟରେ କହିପାରୁନଥିଲି।

ମୁଁ : କହୁନ

ସେ: ନା ସାମ୍ନା ସାମ୍ନି କହିବି।

(ମୁଁ ଏତେବେଳକୁ ସ୍ୱର୍ଗ ରାଇଜରେ ଥାଏ)

ମୁଁ: କେବେ କେଉଁଠି।

ସେ: ଆମ ସ୍କୁଲ ପାଖ ପାର୍କରେ

ମୁଁ: ହଁ ଠିକ ଅଛି । ସମୟ ?

ସେ: ସକାଳ ୧୦ ଟାରେ

ମୁଁ : ଠିକ ଅଛି କାଲି ଦେଖା ହେବା। ରହୁଛି।


       ପରଦିନ ରବିବାର ତଥାପି ମୁଁ ସକାଳୁ ଉଠି ନୁଆଁ ସାର୍ଟପ୍ୟାଣ୍ଟ ପିନ୍ଧି , ପର୍ଫ୍ୟୁମ ଲାଗାଇ ବାହାରିଲି।କିନ୍ତୁ ପାର୍କ ପାଖରେ ପହଞ୍ଚି ଦେଖିଲି ପାର୍କ ପାଖ ଦୋକାନରେ ମୋ ପିଲାଦିନର ସାଙ୍ଗମାନେ, କହିବାକୁ ଗଲେ ମୋ ଅନ୍ତରଙ୍ଗ ବନ୍ଧୁ ଗୋଷ୍ଠୀ ଠିଆ ହୋଇଥିଲେ। ମୁଁ ସେମାନଙ୍କୁ ଦେଖି ଟିକେ ବିଚଳିତ ହୋଇଗଲି। ଯଦି ଦେଖିଦେବେ ସବୁ ଗଡବଡ଼ କରିଦେବେ। ତେଣୁ ମୁଁ ଲୁଚି ଲୁଚି ପାର୍କ ଭିତରେ ପ୍ରବେଶ କଲି ଓ ଗୋଟିଏ ସ୍ଥାନରେ ବସି ଅପେକ୍ଷା କଲି।


       ମନରେ ଅଶୁମାରୀ ଆଶା ଓ ଉତ୍ସାହ। ସମୟ ଗଡି ଗଡି ଯାଉଥାଏ। ହୃଦୟ ସ୍ପନ୍ଦନ ମଧ୍ୟ ବଢୁଥାଏ।କିନ୍ତୁ ବହୁତ ସମୟ ବିତିଗଲା ପରେ ମଧ୍ୟ ଶୀତଲ ଆସିଲା ନାହିଁ। ମୁଁ ବାଧ୍ୟ ହୋଇ ଫୋନ କଲି । ମୋବାଇଲ ସୁଇଚ ଅଫ। ମନ ମୋର ବିବ୍ରତ ହୋଇଗଲା।ଆଉ କିଛି ସମୟ ଅପେକ୍ଷା କଲା ପରେ ବିରକ୍ତ ହୋଇ ବାହାରିଯିବାକୁ ବାହାରିଲା ବେଳକୁ ଦେଖିଲି ମୋ ସମ୍ନାରେ ମୋର ଅତି ପ୍ରିୟର ଦୁର୍ଦ୍ଦାନ୍ତ ସାଙ୍ଗମାନେ।ସେମାନଙ୍କ ମଧ୍ୟରୁ ସମ୍ବିତ ଯେ ଭଲ ମିମିକିରି ଜାଣେ କହିଲା

  

     " ହାଲୋ ପପୁ। ଆଉ ଲଭ ୟୁ। ମୁଁ ତୁମକୁ ପିଲାଦିନରୁ ଭଲ ପାଏ। ମତେ ବାହା ହେବ।ମୁଁ ତୁମ ବିନା ବଞ୍ଚି ପାରିବିନି।ପୁରା ଶିତଲର ସ୍ଵର ସମସ୍ତେ ହୋ ହୋ ପୁଲ , ଇଟ୍ସ ଏ ପ୍ରାଙ୍କ ,ଇଟ୍ସ ଏ ପ୍ରାଙ୍କ କହି ଚିଲ୍ଲେଉଥିଲେ। ମୁଁ ଧୀରେ ଧୀରେ ସବୁକିଛି ବୁଝି ପାରିଲି ଯେ ମୋତେ ବୋକା ବନେଇବା ପାଇଁ ସେମାନେ ମୋ ସହ ଫେକ ଆକାଉଣ୍ଟ କରି ଚାଟିଂ କରୁଥିଲେ ଆଉ ମୋ ସାଙ୍ଗରେ ଶୀତଲ ନୁହେଁ ସମ୍ବିତ ରାତି ସାରା କଥା ହେଉଥିଲା। ମୁଁ ହିଁ ଉଲା ବନିଗଲି। ସାମନ୍ୟ ଲାଜ ମଧ୍ୟ ଲାଗିଲା। 


 ସମ୍ବିତ : ପୁଣି ଶୀତଲ ସ୍ୱରରେ ହାଲୋ ପପୁ, ଯେହେତୁ ଆପଣ ଆଜି ପ୍ରାଙ୍କରେ ଫସିଗଲେ ସେଥିପାଇଁ ଆଜିର ପାର୍ଟି ତମ ତରଫରୁ ନହେଲେ ସତରେ ମୋତେ ବାହା ହେବାକୁ ପଡିବ ।


Rate this content
Log in

Similar oriya story from Drama