STORYMIRROR

susant purohit

Action Thriller Others

3  

susant purohit

Action Thriller Others

ମୋ ମାଲେସିଆ ଡାଇରି

ମୋ ମାଲେସିଆ ଡାଇରି

7 mins
145


  ସେତେବେଳକୁ ଆପଣ ମାନେ ସମସ୍ତେ ହୁଏତ ଗଭୀର ନିଦ୍ରା ରେ ସୋଇଯାଇଥିଲେ । ମୁଁ କିନ୍ତୁ ସେତେବେଳେ ଗଗନ ରେ ଉଡୁଥିଲି , ମାନେ କଲିକତା ବିମାନ ବନ୍ଦର ରୁ ମାଲେସିଆ ଅଭିମୁଖେ ଶ୍ରୀମତୀ , ସମୁଦି ବନ୍ଧୁ ପଣ୍ଡା ବାବୁ , ଆଉ ସମୁଦୁଣି ଭଉଣୀ ସୁପ୍ରଭା ଙ୍କ ସହିତ , ଗତ ୧୪ ବା ପ୍ରକୃତ ରେ ୧୫ ତାରିଖ ର କଥା ( କାରଣ ରାତି ୧୨ ପରେ ପରବର୍ତୀ ତାରିଖ ଆସିଯାଇଥାଏ ନା) । ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ମାଲୟ , ବା ବର୍ତମାନ ର ମାଲୟେସିଆ ଗଣରାଷ୍ଟ୍ର ଅଭିମୁଖେ କଲିକତା ବିମାନ ବନ୍ଦର ରୁ ଫ୍ଲାଇଟ ଟି ରାତି ଗୋଟିଏ ରେ ଛାଡିବାର ଥିଲା , ତାହା ବିଳମ୍ବିତ ଭାବେ ରାତି ଦେଢଟା ରେ ଛାଡିଥିଲା , ଆମେ ଟା ପାଇଁ ନିର୍ଧାରିତ ଗେଟ ୮ ସାମ୍ନା ପ୍ରକୋଷ୍ଠରେ ଦୀର୍ଘ ଦୁଇ ତିନି ଘଣ୍ଟା ଅପେକ୍ଷା କଳା ପରେ । ତେବେ ବିମାନ ରେ ବସିଲୁ , ପ୍ରଥମେ ତ ବାହାରେ ଘନ ଅନ୍ଧକାର ହିଁ ଥିଲା । ଏୟାର ଅସିଆ ର ବିମାନର ଝରକା ଦେଇ ଖାଲି ବାହାରେ ଆମ ସିଟ ପାଖ ଦେଇ ଯାଇଥିବା ପ୍ରକାଣ୍ଡ ଡେଣା ରେ ଲାଗିଥିବା ବିପ୍ପର ଆଲୁଅ ଛଡା କିଛି ବି ଦେଖା ଯାଉ ନଥିଲା । ଆମେ ଚାରିହେଁ , ମୁଁ , ଶ୍ରୀମତୀ , ସମୁଦି , ସମୁଦୁଣି , ପାଖ ପାଖ ଚାରିଟି ସିଟ ପାଇଥିଲୁ । ବିମାନ ହେଲେ କଣ ହେଲା , ସିଟ କିନ୍ତୁ ଖୁବ ଶଙ୍କିର୍ଣ , ବସ ର ସିଟରେ ବରଂ ଅଧିକ ଜାଗା ଥାଏ । ବିମାନ ତୀ ନିଶ୍ଚୟ ଅନ୍ତର୍ଜ୍ୟାତିକ ଉଡାଣ ପାଇଁ ଯୋଗ୍ୟ ନଥିଲା । ତେବେ ମାତ୍ର ସାଢେ ତିନି ଘଣ୍ଟା ର ଯାତ୍ରା ତ , ବସି ଦେଲେ ତ ଚଲିଯିବ , ଦେଖୁ ଦେଖୁ ପହଞ୍ଚି ଯିବନିକି ଆଉ !!!! ବାକି ମାନେ ବସି ବସି ଶୋଇ ନିଅନ୍ତି , ମୁଁ କିନ୍ତୁ ପାରେନି । ହଁ ସିଟ ଆଗରେ ଛୋଟ ଟ୍ରେ ମଧ୍ୟ ଥିଲା , ଲାପ୍ଟପ ଟି ଖୋଲି ଲେଖି ହୋଇଥାନ୍ତା , ମଧ୍ୟ , କିନ୍ତୁ ଇଚ୍ଛା ହେଲାନି । ମୋବାଇଲ ରେ ହେଡ୍ଫୋନେ ଲଗେଇ ଗୀତ ଶୁଣିବାକୁ ଚେଷ୍ଟା କଲି , କିନ୍ତୁ ତାହା ମଧ୍ୟ ଭଲ ଲାଗିଲା ନି , କାରଣ ବିମାନ ଟି ପୁରୁଣା ହୋଇଯାଇଥିବାରୁ ବୋଧେ ସାଧାରଣ ଠାରୁ ଅଧିକ ଶବ୍ଦ କରୁଥିଲା ଭିତରେ । ବନ୍ଧୁ ସମୁଦି ମହାଶଯ ଙ୍କ କଥା ଟିଏ ଖୁବ ହସ ମାଡିଲା , " ଏମାନେ ଇଞ୍ଜିନ ରେ ବୋଧେ ଭଲ କଋ ତେଲ ଟିକେ ପକେଇ ନାହାନ୍ତି ବୋଧେ , ସେଥିପାଇଁ ଏତେ ଆୱାଜ !!! | ହା ହା , ଇଞ୍ଜିନିଅର ସାହେବ ତ ଠିକ ହିଁ କହିଲେ , ମୁଁ ହସିଲି । 


 ଏମିତି ରେ ସମୟ ବିତି ଚାଲିଲା । ବାକି ଯାତ୍ରୀ ମାନେ ବିଳମ୍ବିତ ଏହି ରାତ୍ରି ରେ ଢୁଲେଇ ସାରିଥାନ୍ତି ନିଜ ନିଜ ସିଟ ରେ । ବିମାନ ଭିତର ର ଆଲୁଅ ବି କମ ହୋଇଥାଏ । ହଠତ୍ ସେଠାକାର ସମୟ ସାଢେ ପାଞ୍ଚ ହେଲା ବେଳକୁ ( ଭରତ ସମୟ ସେତିକି ବେଳେ ନିଶ୍ଚୟ ରାତି ତିନିଟା ହିଁ ହୋଇଥିବ, ସବୁଆଡେ ନୀରବତା ଛାଇ ଯାଇଥିବ । ଗାଁ , ସହର ରାସ୍ତାରେ ବୁଲା କୁକୁର ମାନେ ବି ଭୁକି ଭୁକି ସୋଇପଡିଥିବେ କେଉଁ ଆଢୁଆଳ ଜାଗା ବାଛି ନେଇ । କାଁ ଭାଁ କେଉଠି ଜଣେ ଅଧେ ବିଳମ୍ବ ରାତି ଗାଡିରେ ଆସି ଘରକୁ ଯାଉଥିବେ ।) କିନ୍ତୁ ଝରକା ଦେଇ ମୁଁ ଦେଖିଲି ଏକ ଅତି ଅପରୁବା ଦୃଶ୍ୟ ଟିଏ ବନ୍ଧୁ ବାନ୍ଧବୀ ମାନେ । ଠିକ ଇଶାନ ପୂର୍ବ ଆଡକୁ ଗତି କରୁଥିଲା ବିମାନ ଟି । ଆଉ ଝରକା ତୀ ସେପଟେ ହିଁ ଦିଶୁଥିଲା । ଝରକା ଦେଇ ପୂର୍ବ ଆକାଶ ରେ ତଳକୁ ଦିଶୁଥିବା ଦିଗବଳୟ ଉପରେ ଚମକି ଉଠିଲା ଉଦୟପୁର୍ବ ସୂର୍ଯ୍ୟଙ୍କ ଲୋହିତ ଆଭା , ଉଚ୍ଛରେ ଥିବା ଖଣ୍ଡ ଖଣ୍ଡ ବାଦଲ ଓ ବହୁ ଉଚ୍ଛାରେ ଉଡୁଥିବା ବିମାନର କେଇ ହଜାର ଫୁଟ ତଳେ ପରିବ୍ୟାପ୍ତ ହୋଇଥିବା ବାଦଲ ର ସ୍ତର ଉପରେ ମଧ୍ୟ ତାହାର ପ୍ରତିଫଳନ ହୋଇ ବଡ ଏକ ଚମତ୍କାର ଦ୍ରୁଶ୍ଯ ଦେଖା ଗଲା ବିମାନର ସେଇ ଛୋଟ ଛୋଟ ଝରକା ଦେଇ । ବେଶ କିଛି ଫୋଟୋ ଆପଣ ମାନଙ୍କ ପାଇଁ ଉଠେଇ ନେଲି। କିଛି ସମୟ ଗଲା ପରେ ଶିଶୁ ସୂର୍ଯ୍ୟ ଙ୍କ ଅଗମନୀ ମଧ୍ୟ ହେଲା । ପୂର୍ବ ଦିଗବଳୟ ତଳୁ ଉପରକୁ ଆସି ବିମାନ ଭିତରକୁ ମଧ୍ୟ ରମଣୀୟ ଲାଲ ଆଭା ବିଛୁରିତ ହେଲା , ଯାହାର ସୋଭା ବର୍ଣନା କରିବା କୁ ଭାଷା ବା କାହିଁ !!!! ଝରକା ଦେଇ ତଳ ଆଡକୁ ଅନେଇଲେ ମଧ୍ୟ ଦ୍ରୁଶ୍ଯ ଚମତ୍କାର । ଧଳା ବାଦଲ ର ମୋଟା ଚଦର ଢାଙ୍କି ଦେଇଥାଏ ସାରା ଭୂମି ଆଞ୍ଚଳ କୁ । ଲାଗୁଥାଏ ଯେପରି ଏହା ଏକ ବିକ୍ଷୁବ୍ଦ୍ଧ ଏକ ମହାସାଗର ଟିଏ ତଳେ ଅଛି , ଢେଉ ଢେଉ ସବୁ ମାଡି ଯାଉଛି , ସଫେଦ ଫେଣ ଚତୁର୍ଦିଗରେ , ତା ଉପରେ ସୂର୍ଯ୍ୟ କିରଣ ପଡି ବିଚିତ୍ର ବର୍ଣାଳି ସୃଷ୍ଟି କରି , ଅପୂର୍ବ ସେ ସୌନ୍ଦର୍ଜ୍ୟ , ଏପରିକି ବିମାନ ର ଛୋଟ ଛୋଟ ଦୁଇ ତକିଆ କାଚ ଝରକା ବାଟ ଦେଇ ମଧ୍ୟ ତାହା ଜଣାପଡୁଥାଏ । 


 ବିମାନ ଟିର ପାଇଲଟ ନିଶ୍ଚୟ ସେଇ ଡେରି ରେ ଛାଡିଥିବା ସମୟ କୁ ଭରଣା କରିବାକୁ ଚାହିଁ ଥିବେ କାରଣ ଗତି ବଢିଲା ପରି ଜଣା ପଡିଲା । କିନ୍ତୁ କେତେଦୂର ବାକି ରହିଲା ଏ ସବୁ ଜାଣିବାର ଉପାୟ ନଥିଲା , କାରଣ ଏହି ଏୟାରଏସିଆ ଏୟାରଲାଇନ୍ସ ର ବିମାନଟି ଆମେ ଫିନଲାଣ୍ଡ ଗଲା , ଆସିଲା ବେଳର ବିମାନ ଫିନ ଏୟାରପରି ଅତ୍ୟାଧୁନିକ ନଥିଲା , ଆଉ ଏଥିରେ ସେ ବିମାନ ପରି ପ୍ରତି ସିଟ ଅଗରେ ସ୍କ୍ରିନ ନ ଥିଲା , ଯେଉଁଥିରେ ଜଣା ପଡୁ ଯାଇଥାଏ ବିମାନ କେତେ ବେଗ ରେ ଯାଉଛି , କେତେ ବାଟ ଆଉ ବାକି ରହିଲା , କେଉଁ ଜାଗା ଉପର ଦେଇ ଯାଉଛି ସେ ସବୁର ବିବରଣୀ ଦେଖି ହେବାକୁ ଆପ୍ପ , ଯଦିଓ ଏହା ବି ଏକ ଅନ୍ତରରାଷ୍ଟ୍ରୀୟ ଉଡାଣ ଥିଲା , ଡୋମେଷ୍ଟିକ ଉଡାଣ ନ ଥିଲା । ତେବେ ଆଉ ଅଧଘଣ୍ଟା ପରେ ବିମାନ ଟି ସମୁଦ୍ର ଉପର ଦେଇ ଗତି କରୁଥିବାର ଅନୁମାନ କରି ହେଲା ଆଉ ମୁଁ ଜାଣିଲି ଏହା ନିଶ୍ଚୟ ମାଲେସିଆର ଦୁଇ ଭାଗ ମଧ୍ୟରେ ଥିବା ସମୁଦ୍ର ଭାଗ ଦେଇ ଗତି କରୁଛି ।କିଛି ସମୟ ପରେ ସୂର୍ଯ୍ୟ ର ଆଲୋକ ମଧ୍ୟ ସେଇ ଛୋଟ ଛୋଟ ଝରକା ଦେଇ ବିମାନ ଭିତରେ ମଧ୍ୟ ପଡିଲା , ସୁନ୍ଦର ଲାଲ ରଙ୍ଗର ଆଲୋକ , ଯାହାର ଫୋଟୋ ଚିତ୍ର ମୁଁ ଗୁଡିଏ ଉଠେଇ ସାଇତି ରଖିଲି ମୋ ମୋବାଇଲ ରେ ଆପଣ ମାନଙ୍କ ପାଇଁ ବନ୍ଧୁ ବାନ୍ଧବୀ ମାନେ , ଏହି ଲେଖା ସହିତ ଦେଖି ପାରିବେ । ଖୁବ ସୁନ୍ଦର ଦୃଶ୍ୟର କିଛି ଝଲକ୍ ତ ସେସବୁରୁ ନିଶ୍ଚୟ ଜଣା ପଡିବ ନା ବନ୍ଧୁ ବାନ୍ଧବୀ ମାନେ !!!!! ସତ କୁ ସତ କୁଆଲାଲୁମ୍ପୁର ବିମାନବନ୍ଦର ପାଖ ହୋଇଗଲା ବୋଧେ , କାରଣ ବିମାନ ତଳକୁ ଆସିଲା , କ୍ରମଶଃ ରାସ୍ତା , ନଦୀ , ପାହାଡ ଆଦି ମଧ୍ୟ ଛୋଟ ଛୋଟ ହୋଇକି ଦେଖା ଗଲା ଯେତେ ବେଳେ ମେଘ ଥିବା ସ୍ତର ର ତଳକୁ ବିମାନ ଟି ଅବତରଣ କରିନେଲା । ଶୀଘ୍ର ରନୱେ ମଧ୍ୟ ଦେଖା ଗଲା । ମୁଖ୍ୟ ଅବତରଣ ରନୱେ ଟି ଦୂରରୁ ମଧ୍ୟ ଜଣା ପଡି ଯାଉଥାଏ , ପ୍ରଶସ୍ତ କଳା ରଙ୍ଗର ରାସ୍ତା ଆଉ ଦୁଇ ପଟେ ଧାଡି କୁ ଧାଡି ନାଲି ଆଲୁଅ ସେତେବେଳେ ବି ଚିକ ଚିକ ହୋଇ ଜଳୁଥାଏ । ବିମାନ ଶୀଘ୍ର ଟର୍ମିନାଲ ରେ ଲାଗିଲା ।


  ଆମେ ପ୍ରଥମ ଥର ମାଲେସିଆରେ ରେ ପାଦ ଦେଲୁ ।ଅବଶ୍ୟ ମାଲେସିଆ ସମୟ ଭାରତୀୟ ସମୟ ଠାରୁ ଅଢେଇ ଘଣ୍ଟା ଆଗରୁ ହୋଇଥିବାରୁ ଆମ ମୋବାଇଲ ରେ ରାତି 4.55 ଦେଖାଉଥିଲେ ମଧ୍ୟ ସେଠାରେ ସ୍ଥାନୀୟ ସମୟ 7, 50 ହୋଇ ସାରିଥାଏ । ଆମ ଚାରିଜଣ ଙ୍କ ମନରେ ଖୁବ ଉତ୍କଣ୍ଠା , କେତେ ଶୀଘ୍ର କଷ୍ଟମ , ଇମିଗ୍ରେସନ ଆଦି କାମ ସରିବ ? , କେତେ ଲାମ୍ବା ବାଟ ଦେଇ ଯିବାକୁ ପଡିବ ? ଭୁବନେଶ୍ବର , ଦିଲ୍ଲୀ , ଫିନଲାଣ୍ଡ ର ବିମାନ ବନ୍ଦର ରେ ଯେମିତି ବରିଷ୍ଠ ନାଗରାଇକା ଙ୍କୁ ୱ୍ହିଳ ଚୌକି ମିଳେ , ଏଠାରେ ତ ସେ ସୁବିଧା ନାହିଁ , ମାଲେସିଆ ଦେଶ ସେତେଟା ବରିଷ୍ଠ ନାଗରିକ ଙ୍କୁ ସୁବିଧା ପ୍ରଦାନ ପାଇଁ ବୋଧେ ଇଚ୍ଛୁକ ନ ହୋଇଥିବେ , ୱ୍ହିଳ ଚୌକି ବା ସହାୟତା କରିବା ପାଇଁ କେହି ବି ନ ଥାନ୍ତି । ତେବେ ଆମେ ଆମର କେବିନ ଜିନିଷପତ୍ର ଧରାଇ ବାହାରିଲୁ । ଯାତ୍ରୀ ମଧ୍ୟରେ ତ ବହୁତ ଭାରତୀୟ ହିଁ ଥିଲେ । ଯଦିଓ ଆମକୁ ମୁଖ୍ୟ ଟର୍ମିନାଲ କୁ ଆଭ୍ଯନ୍ତରୀଣ ମେଟ୍ରୋ ଟ୍ରେନ ରେ ଯିବାର ଆବଶ୍ୟକ ବୋଲି ଆଗରୁ କୁହାଯାଇଥିଲା , ପ୍ରକୃତ ରେ ତାହା ଦରକାର ନାହି ବୋଲି କିଛି ବାଟ ଆଗେଇବା ପରେ କରିଡର ରେ ଥିବା ଏକ କାଉଣ୍ଟର ରେ ଜଣେ ଯୁବକ କର୍ମଚାରୀ ଙ୍କୁ ପଚାରିବାରେ ସେ ଖଣ୍ଡି ହିନ୍ଦୀ ରେ କହିଲେ । ପୁଅ ଅବଶ୍ୟ କହିଥିଲା ବିମାନ ରୁ ବାହାରିବା ମାତ୍ରେ ବିମାନ ବନ୍ଦର ର ଫ୍ରି wifi ଲଗେଇ ନେଲେ ଆମେ whatsapp ଦ୍ଵାରା ସମ୍ପର୍କ କରି ପାରିବୁ ବୋଲି , କିନ୍ତୁ ବିମାନବନ୍ଦର wifi ମଧ୍ୟ ଦୁର୍ବଳ ଥିଲା ନା କଣ ତାହା ବହୁତ ସମୟ ଯାଏ ଲାଗିଲା ନାହି । ତେବେ ଆମେ ଦୀର୍ଘ ଲମ୍ବ କରିଡର ପାରି ହୋଇ ଦୁଇ ଚାରିଟି ଆହୁରି କରିଡର ଦେଇ ମୁଖ୍ୟ ଏମିଗ୍ରେସନ ହଲ କୁ ପହଞ୍ଚି ଗଲୁ । ପ୍ରବଳ ଭିଡ ସେଠାରେ, ଲାମ୍ବା ଲାଇନ । ଘଣ୍ଟାଏ ତ ଲାଗିବା ଆମ ନମ୍ବର ଆସିବାକୁ !!!! ଚିନ୍ତା ରେ ଆମେ । ତେବେ ହଠତ୍ ମାନେ ପଡିଲା ପୁଅ ଟିକେଟ କଳା ବେଳେ fast pass ବୋଲି ବ୍ୟବସ୍ଥା ଟିଏ ମଧ୍ୟ ଯୋଡି ଦେଇଥିଲା , କାରଣ ଆମେ ଚାରିଜଣ ଯାକ ବରିଷ୍ଠ ନାଗରିକ , ତେଣୁ ସେଥିପାଇଁ ହକ୍ଦାର ମଧ୍ୟ ଥିଲୁ । କିନ୍ତୁ ଅଧିକାର ନ ନ ମାଗିଲେ ମିଳିବ ନି । ଡାକିଲୁ ସେଇ ଅଞ୍ଚଳରେ ଜଣେ ତଦାରଖ କରୁଥିବା ଅଧିକାରୀ ଙ୍କୁ , ଦେଖେଇଲୁ ଟିକେଟ ରେ fast pass ଉଲ୍ଲେଖ ଥିବା ଜାଗା କୁ । ସେ ତୁରନ୍ତ ଆମକୁ ନେଇ ପହଚେଇଲେ ଫାଷ୍ଟ ପାସ କାଉଣ୍ଟର କୁ , ଯେଉଁଥିରେ ଭିଡ ଆଦୌ ନଥିଲା । ସାମାନ୍ଯ ପଚରା ଉଚୁରା ପରେ ହିଁ ଖୁବ ଶୀଘ୍ର ଆମ କାଗଜପତ୍ର ଯାଞ୍ଚ ସାରିଲା , ଆମକୁ ଆଗକୁ ବଢିବାର ଅନୁମତି ମଧ୍ୟ ମିଳିଲା । ଜିନିଷ ନେଇ ଚେକ ଇନ ଲଗେଜ ଆଣିବାକୁ ପୁଣି ଗୁଡିଏ ବାଟ ବୁଲିବାକୁ ହେଲା । ଏହା ମଧ୍ୟରେ ବିମାନବନ୍ଦର ର wifi ମଧ୍ୟ ଲାଗି ସାରିଥାଏ , ପୁଅ ସିଧା ସଳଖ ଭିଡିଓ କଲ ଜରିଆରେ ଆମକୁ ଦେଖେଇଲା ଆମ ଅତି ଆଦରର ନାତି , ବହୁ ଓ ସେ ପ୍ରସ୍ଥାନ ଦ୍ଵାରା ବାହାରେ ଛିଡା ହୋଇଛନ୍ତି ଅତି ଉତ୍କଣ୍ଠିତ ହୋଇ , ଉଲ୍ଲସିତ ହୋଇ , ଆମକୁ ଅପେକ୍ଷା କଋ । 


 ଶୀଘ୍ର ଶୀଘ୍ର ଜିନିଷ ସବୁ କୁ ଦୁଇଟି ଟ୍ରଲି ରେ ଲଦି ଦେଇ ଦଉଡି ଦଉଡି ଆମେ ପହଞ୍ଚି ଗଲୁ ପ୍ରସ୍ଥାନ ଦ୍ଵାର ଥିବା ପ୍ରକୋଷ୍ଠ ରେ । ଦୂର ରୁ ଆମକୁ ଆଦର ର ନାତି " ମିକି " ର ଖୁସି ଦେଖେ କିଏ !!!! ସେଇଠି ହିଁ ସେ ଖୁସିରେ ନାଚି ପକେଇଲା କେଇ ଘେରା ଆଉ ଆମେ ତ ବିଭୋର .... ଦୁଇ ବିନିଦ୍ର ରାତି , ଏତେ ଏତେ ବେଳର ପ୍ରତୀକ୍ଷା ସବୁଠାରେ , ଏତେ ଦୀର୍ଘପଥର ଟ୍ରେନ ଯାତ୍ରା , ସବୁ ସାରିରକ କଷ୍ଟ କାହିଁ ଯେ ଉଭେଇଗଲା ସେ ଖୁସି ର ମୁହୂର୍ତରେ ନାତି , ପୁଅ , ବହୁ ଙ୍କୁ ଆଖି ଆଗରେ ଦେଖି , ଥର ଥର କଋ କାଖେଇ ନେଲୁ ଏବେ ଟିକିଏ ବଡ ହୋଇଯାଇଥିବା ନାତି କୁ ସମସ୍ତେ ଆଉ ମୋ ଆଖିରୁ ମୋର ତ ଖୁସି ର ଲୋତକ ଦୁଇବୁନ୍ଦା ବି ବାହାରି ସାରିଥାଏ , ଅବଶ୍ୟ ଚଷମା ତଳେ ..... 


 କୁଆଲାଲୁମ୍ପୁର ବିମାନବନ୍ଦର ରେ ଗୋଟିଏ ଜିନିଷ ଖୁବ ଭଲ ଅଛି । ପ୍ରସ୍ଥାନ ଦ୍ଵାର ର ଠିକ ନିକାରରେ ହିଁ ମେଟ୍ରୋ ରେଳ ଷ୍ଟେସନ ରହିଛି ଓ ଯଥେଷ୍ଟ ମେଟ୍ରୋ ଆରାମ ଦାୟ କ ଟ୍ରେନ ( ଠିକ ଫିନଲାଣ୍ଡ ମେଟ୍ରୋ ଟ୍ରେନ ପରି ଉନ୍ନତ ମଧ୍ୟ ) ଯାଏ ଆଉ ସବୁଠୁ ବଡ କଥା ହେଲା ପୁଅ ବହୁ ନାତି ରହୁଥିବା ଅପାର୍ଟମେଣ୍ଟ ଘର ର ଠିକ ସାମ୍ନାରେ ହିଁ ମେଟ୍ରୋ ଟ୍ରେନ ଷ୍ଟେସନ ମଧ୍ୟ ରହିଛି । ସେଥିରେ ଯିବା ସହଜ , ବରଂ ଟେକସି କଲେ ତାହା ବହୁତ ସମୟ ଲାଗିବ , ମେଟ୍ରୋ ରେ ତ ଆରାମ ରେ ଯାଇ ହେବ । ତେଣୁ ଆମେ ସତ ଜଣ ଯାକ ଚାଲିଲୁ ମେଟ୍ରୋ କୁ , ପହଞ୍ଚିଲୁ ଘର କୁ .... 


  ଆଗକୁ କାହାଣୀ ତ ଜାରି ରହିବ ବନ୍ଧୁ ବାନ୍ଧବୀ ମାନେ । ସୁନ୍ଦର ଦର୍ଶନୀୟ ସ୍ଥାନ ରେ ଭରପୁର ମାଲେସିଆ , ଆମ ଭାରତ ପରି ପ୍ରାଚୀନ ସଂସ୍କୃତି ର ଦେଶ ମାଲେସିଆ , ଗତ ଚାରି ଦଶକ ରେ ଚମତ୍କାର ଭାବେ , ବାଣିଜ୍ୟ , ବ୍ୟବସାୟ , ଶିକ୍ଷା ଆଦି କ୍ଷେତ୍ର ରେ ଅଗ୍ରଗତି କଋ ବର୍ତମାନ ଏକ ଦୃଢ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ର ରେ ପରିଣତ ହୋଇ ସାରିଥିବା ମାଲେସିଆର ସବୁ ବିଷୟ ପୁଙ୍ଖାନୁପୁଙ୍ଖ ଭାବରେ ଆମେ ଜାଣିବା , ଦେଖିବା , ଆଲୋଚନା କରିବା ଏଠାରେ ... ମାନେ " Ground Zero " ରୁ ଅନୁଧ୍ୟାନ ସହିତ ... "ମୋ ମାଲେସିଆ ଡାଇରି " ର ଭାଗ -୩ ଭାବରେ ଠିକ ଆସନ୍ତା କଲି ଠାରୁ ବନ୍ଧୁ ବାନ୍ଧବୀ ମାନେ । 


 ଶୁଭ ଅଭିନନ୍ଦନ ବନ୍ଧୁ ବାନ୍ଧବୀ ମାନେ ।






         



Rate this content
Log in

Similar oriya story from Action