Susant Purohit

Drama Inspirational

3  

Susant Purohit

Drama Inspirational

ଭୁଲାଳିଆ ଅପରାହ୍ନ : ଜୀବନର

ଭୁଲାଳିଆ ଅପରାହ୍ନ : ଜୀବନର

4 mins
122


ଯୋଡି ଉଭୟଙ୍କ ବୟସ ଅଶି-ତୀପର ନିଶ୍ଚୟ । ତେବେ ବୁଢା ବୁଢୀ ଦୁହିଙ୍କ ଭିତରେ ନିବିଡତା ଠିକ ସେହି ପରି ଯେପରି ଥିଲା ୫୦ ବର୍ଷ ଆଗରୁ । ପିଲା ମାନେ ତ କେବେଠୁ ବାହାରେ । ନାତି ନତୁଣୀ ବି ବଡ ହୋଇ ବାହା ହୋଇ ସେଇ ବାହାରେ । ଘରେ କେବଳ ବୁଢା ବୁଢୀ ଦୁହେଁ । ସକାଳ ସଞ୍ଜ ରେ ଦୁହେଁ ବାଡି ଖଣ୍ଡେ ଲେଖା ଧରି ବାହାରନ୍ତି ବୁଲିବାକୁ । କେବେ କେବେ ବୁଢା ଖୁବ ଆଦର ରେ ପତ୍ନୀ ଙ୍କ ହାତ ମଧ୍ୟ ଧରିଥାନ୍ତି ,ସତେ ଯେପରି କି ନୂଆ ନୂଆ ପ୍ରେମ କରୁଥିବା ଯୁବକ ଯୁବତୀ ଦୁହେଁ । ଅନାବିଳ ପ୍ରେମ ତାଙ୍କର । କ୍ଷଣେ ବି କେହି କାହାରି କୁ ନ ଦେଖଲେ ନ ହୁଏ ।  ଦିନେ ସକାଲେ ଦୁହେଁ ବଗିଚା ରେ ବସି ଉଷୁମ ଚା ପିଉଥିବା ବେଳେ ବିଚାର କଲେ ଏତେ ବୟସ ତ ହେଲାଣି , ଯାଇକି ଥରେ ଡାକ୍ତର ଙ୍କ ପାଖରେ ସ୍ୱାସ୍ଥ୍ୟ ପରୀକ୍ଷା କରେଇ ଆସିଲେ ହୁଅନ୍ତା । ପତି ଯାହା ବି କହିଲେ ତ ସାରା ଜୀବନ ପତ୍ନୀ ମନା କରି ନାହାନ୍ତି କେବେ , ପତି ମଧ୍ୟ କେବେ ପତ୍ନୀ ଙ୍କ କଥା ଟାଳି ନାହାନ୍ତି ଜୀବନ ସାରା । ଦୁହେଁ ସଜ ବାଜ ହୋଇ ନ ‘ଟା ସରିକି ଯାଇ ପହଞ୍ଚିଲେ ବଡ ଡାକ୍ତରଙ୍କ କ୍ଲିନିକରେ । ଡାକ୍ତରଙ୍କ ପରାମର୍ଶରେ ସବୁ ଟେଷ୍ଟ ଗୁଡିକ କରା ହୋଇଗଲା । ରିପୋର୍ଟ ବି ଡାକ୍ତର ଙ୍କ ପାଖକୁ ଆସିଗଲା । ଡାକ୍ତର ଦୁହିଙ୍କୁ ଡକେଇ ତାଙ୍କ ସାମ୍ନାରେ ବସେଇ କହିଲେ , “ ଆପଣ ଦୁଇଜଣଙ୍କ ତ ସବୁ ଠିକ୍ ଠାକ ଅଛି , ବଧେଇ ଆପଣ ମାନଙ୍କୁ , ହେଲେ ବୟସ ତ ବହୁତ ହେଲାଣି । ଏବେ ଟିକେ ଟିକେ ଭୁଲି ଯିବା ଆରମ୍ଭ ହଉଥିବ । ଆପଣ ମାନେ ଗୋଟିଏ କାମ କରିବେ , ପାଖରେ ନୋଟବୁକ ଟିଏ ଓ ପେନ୍ସିଲ ରଖିଥିବେ । ଯେତେବେଳେ ଯାହା କରିବା କଥା ଆଗରୁ ଟିପି ରଖୁଥିବେ । ଭୁଲି ଗଲେ ବି ଜାଣି ପାରିବେ । ଏବେ ଖୁସି ରେ ଯାଅନ୍ତୁ ।“ ବୁଢା , ବୁଢୀ ଦୁହେଁ ବି ଭାରି ଖୁସି ହୋଇ ଚାଲି ଚାଲି ହିଁ ଘର କୁ ଆସିଲେ । ବାଟ ରେ ଦୁଇଟି ଛୋଟ ଆକାରର ନୋଟବୁକ ଓ କଳମ ଦୁଇଟି ବି କିଣି ଆଣିଲେ । ଘରେ ପହଞ୍ଚି ବାରଣ୍ଡା ରେ ବସିଲେ ଥକା ମେଣ୍ଟେଇବାକୁ । ମଧ୍ୟାହ୍ନ ଭୋଜନ ସମୟ ତ ଗଡି ଯାଇଥିଲା ବହୁ ଆଗରୁ । ବୁଢା ଜଣକ କହିଲେ “ ଭାରି ଭୋକ ହେଲାଣି । ଯାଉଛି ରୋଷେଇଘରୁରୁ କିଛି ଖାଇବି । ତୁମେ କଣ ଖାଇବ କୁହ ?ମୁଁ ନେଇକି ଆସିଯିବି । “ ପତ୍ନୀ କହିଲେ , “ ମୋ ପାଇଁ ଫ୍ରିଜ ରେ ଥିବା ପାଇନଆପଲ ଆଇସକ୍ରିମ ଆଣିବ । ହଁ ତାହା ଉପରେ ଚକୋଲେଟ ଟପ୍ପିଙ୍ଗ ବି ଦେବ । ତୁମେ ତୁମ ନୋଟବୁକ ଲେଖି ନିଅ , ନହେଲେ ସେଇଠି ଭୁଲି ଯିବ ଯେ ? “  ସ୍ଵାମୀ ହସିକି କହିଲେ , “ ଆରେ , ଏତିକି କଥା କଣ ମାନେ ରଖି ପାରିବି ନି ? ତୁମର ପାଇନଆପଲ ଆଇସକ୍ରିମ ଦରକାର । ଆଇସକ୍ରିମ ଉପରେ ଚୋକୋଲେଟ ଟପିଙ୍ଗ ହେବ । ଏତିକି ତ ? ଏତିକି କୁ ନୋଟ ରେ ଲେଖିବା କି ଦରକାର ? ମାନେ ରହିଲା ଯେ” । ପତ୍ନୀ ପୁଣି କହିଲେ , “ କିଛି ବିସ୍କୁଟ ବି ଡବା ରୁ ନେଇ ଆସିଥିବ । ବେଶି ଜିନିଷ ହେଲାଣି , ନୋଟ ବୁକ ରେ ଟିପି ନିଅ “ “ଆରେ ନା ନା ସବୁ ମନେ ରହିଲା , ଆଇସକ୍ରିମ ଆସିବ ଟପିଙ୍ଗ ଦିଆ ହୋଇ , ବିସ୍କୁଟ ବି ଆସିବ , ହେଲା ତ ? ଏତିକି ପାଇଁ ନୋଟ କରିବା କି ଦରକାର ?ଡାକ୍ତର ଅନୁମାନ କରି ସିନା କହିଦେଲେ , ସତରେ କଣ ଆମର ସ୍ମରଣଶକ୍ତି ଏତେ କମି ଗଲାଣି ? “ ପତି ହସି ହସି କହି ଚାଲିଲେ ଉପର ମହଲା ରେ ଥିବା ରୋଷେଇ ଘର ଆଡେ ।  ୨୦ /୨୫ ମିନିଟ ବିତି ଗଲା । ପତି ରୋଷେଇ ରେ କଣ ସବୁ ନିଜେ ଖାଇ ଏକ ବଡ ପ୍ଳେଟ ରେ ପତ୍ନୀ ଙ୍କ ପାଇଁ ଧରିକି ଆସିଲେ । ପ୍ଳେଟ ରେ ଥିଲା ଟୋଷ୍ଟ ଟିଏ ସହିତ ଦୁଇ, ଚାରି ଟି ସେକା ପାଉଁରୁଟି !!!! ପତ୍ନୀ ଏହା ଦେଖିକି ଟିକିଏ ଚିନ୍ତିତ ହୋଇ କହିଲେ , “ ମୁଁ କହୁଥିଲି ନା , ଭୁଲିଯିବ , ଟିପି ନିଅ ବୋଲି , ମୁଁ ତ ତୁମକୁ ଖାଲି ‘ ଦହିବରା’ ରେ ଗୁଣ୍ଡ ମସଲା ପକେଇକି ଆଣିବାକୁ କହିଥିଲି । କାଲି ପରା ତାହା ଆମେ ବନେଇଥିଲେ ! ପାର୍ଥ ର ପଦେ  ବନ୍ଧୁ ବାନ୍ଧବୀ ମାନେ , ଗପ ଟି ଛୋଟ , ଖୁବ ସଂକ୍ଷିପ୍ତ କୁହାଯାଇପାରେ । କିନ୍ତୁ ଏଥିରେ ବି ଅନ୍ତର୍ନିହିତ ଅଛି ଅନେକ କଥା , ଜୀବନ ଜୀବନୀ ର ପ୍ରକୃତିକ କଥା ଯାହା ସାମାଜ ରେ ଅନିବାର୍ଯ୍ୟ ଭାବରେ ହୋଇଥାଏ । ପ୍ରତି ମଣିଷ ପାଇଁ ପ୍ରଭାତ ଆସେ , ତପ୍ତ ମଧ୍ୟାହ୍ନ ବି ଆସେ , ଯୌବନ ର ଉଦ୍ଦାମତା ନେଇ , ତାପରେ ଧୀରେ ଧୀରେ ଅପରାହ୍ନ ବି ଆସେ । ଆମା ଅନ୍ଧକାର ଘୋଟି ଆସିବା ଆଗରୁ ଏହି ସୁଦୀର୍ଘ ସଞ୍ଜ ବେଳା ଟି ନିଶ୍ଚିତ ଭାବରେ ସୁନ୍ଦର ସ୍ଵର୍ଣିମ ଆଭା ଯୁକ୍ତ ହୋଇଥାଏ । ପ୍ରକୃତି ରେ ଯେପରି ଦିଗ୍ବଳୟ ତଳକୁ ଧାବମାନ ସୂର୍ଯ୍ୟ ବାଦଲ ଉପରେ ବିଛେଇ ଦେଇଥାନ୍ତି ସବୁ ରଙ୍ଗ , ମଣିଷ ର ଅପରାହ୍ନ ମଧ୍ୟ ସେଇପରି ରଙ୍ଗୀନ କରାଯାଇ ପାରିବ , ଏହାକୁ ଦୀର୍ଘ ସ୍ଥାୟୀ ମଧ୍ୟ କରାଯାଇ ପାରିବ । କେବଳ ଦରକାର ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଠିକ ରଖିବାକୁ , ଯୌବନ ର ଅନ୍ତେ ଆପଣଙ୍କୁ ନିୟମିତ ବ୍ୟାୟାମ କରିବାକୁ ହେବ , କାମ ରେ ବ୍ୟସ୍ତ ରହିବାକୁ ହେବ , ମନରୁ ଅଯଥା ଚିନ୍ତା ଦୂର କରିବାକୁ ହେବ , ନିଜକୁ ନିଯୁକ୍ତ ରଖିବାକୁ ହେବ , ନିଜକୁ ଦରକାରୀ ବୋଲି ଭାବିବାକୁ ହେବ ସମାଜ ପାଇଁ । ଆଉ ସ୍ନେହ , ପ୍ରେମ , କର୍ତବ୍ୟନିଷ୍ଠା ବି ବଜାୟ ରଖିବାକୁ ହେବ । ଏତକ ଯଦି ଠିକ ଭାବେ କରୁଥିବେ ବନ୍ଧୁ ବାନ୍ଧବୀ ମାନେ , ଜୀବନ ର ସେଇ ସୁନିଶ୍ଚିତ ଆସୁଥିବବା ଅପରାହ୍ନ କୁ ସୁନ୍ଦର , ସରସ , ସରଳ ଭାବେ ନେଇ ସେହିପରି ରଙ୍ଗୀନ ଆଭା ପାଇବେ , ଯେପରି ପଶ୍ଚିମ ଦିଗ୍ବଳୟ ଦେଇଥାଏ ପ୍ରତି ସନ୍ଧ୍ୟା ର ଅଗମନୀ ରେ ପୁଣି ବନ୍ଧୁ ବାନ୍ଧବୀ ମାନେ ପରମାତ୍ମା ବଡ ଦୟାବାନ । ସେ ମଣିଷ କୁ ତାର ଅପରାହ୍ନ / ସାୟାହ୍ନ ଜୀବନ କୁ ସରଲ ସୁଖମୟ କରିବାକୁ ନିଶ୍ଚିତ ଭାବରେ କିଛି ବ୍ୟବସ୍ଥା ରଖିଥାନ୍ତି । ଦ୍ରୁଷ୍ଟି ଶକ୍ତି ଟିକେ ଦୁର୍ବଳ କରି ଦିଅନ୍ତି , ଏଥିପାଇଁ ଯେ ସେମାନେ ସବୁ ଜିନିଷ କୁ ଭଲ ଭାବରେ ଆଖି ରେ ନ ଦେଖି ମନ ର ଭାବନା ରେ ସୁନ୍ଦର ଦୃଶ୍ୟ ଭାବରେ ହିଁ ଦେଖିଯିବେ । କାନ ର ଶକ୍ତି ବି କମେଇ ଦିଅନ୍ତି ଏଥିପାଇଁ ଯେ ଦୁନିଆ ର ଅନେକେ କହୁଥିବା ଖରାପ କଥା , ଘୃଣା , କ୍ରୋଧ ରେ ଉଦଦ୍ଗିରଣ କରିଯାଉଥିବା କୁ ଶବ୍ଦ କୁ ଶୁଣି ପାରିବେ ନାହିଁ ଓ ତତ୍ ଜନିତ ଯନ୍ତ୍ରଣା ପାଇବାରୁ ନିଜେ ସୁରକ୍ଷିତ ରହିବେ । ସବୁ ତ ସେଇ ପରମାତ୍ମା ଙ୍କ ଦାନ , ଆମେ ତାଙ୍କରି ଆଦେଶ ରେ ପରିଚାଳିତ ।


 


Rate this content
Log in

Similar oriya story from Drama